Posted inଜାତୀୟ

ଶୁଣିଲେ ହେବେ ଆଶ୍ଚର୍ଯ୍ୟ: ପ୍ରତିଦିନ ଖାଦ୍ୟରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୫।୨: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଆଗ୍ରହୀ ଥାନ୍ତି। ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ପରିଚାଳନା କରନ୍ତି? ଲୋକମାନେ ଏସବୁ ବିଷୟରେ ଜାଣିବାକୁ ବହୁତ ଚାହାଁନ୍ତି। ତେବେ ଆସନ୍ତୁ ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ଜିନିଷଗୁଡ଼ିକ ବିଷୟରେ କହିବୁ ଯାହା ଆକର୍ଷଣୀୟ…

ଏକ ସୂଚନା ଅଧିକାର ଆଇନରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଖାଦ୍ୟ ଖର୍ଚ୍ଚ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା। କେନ୍ଦ୍ରୀୟ ସୂଚନା ଅଧିକାରୀ ଏ ସମ୍ପର୍କରେ ବିସ୍ତୃତ ଭାବରେ ଉତ୍ତର ଦେଇଥିଲେ। ଆରଟିଆଇର ଉତ୍ତରରେ ଅଧିକାରୀ ଜଣକ କହିଥିଲେ, ଯେ ପ୍ରଧାନମନ୍ତ୍ରୀ ମୋଦି ନିଜ ଖାଦ୍ୟ ଖର୍ଚ୍ଚ ବହନ କରନ୍ତି। ଏହାର ଅର୍ଥ ହେଉଛି ସରକାର ସେମାନଙ୍କ ଖାଦ୍ୟ ପାଇଁ କୌଣସି ଟଙ୍କା ଖର୍ଚ୍ଚ କରନ୍ତି ନାହିଁ।

୨୦୧୫ରେ ଏକ RTI ର ଉତ୍ତରରେ ସୂଚନା ଅଧିକାରୀ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟୀ ଖାଦ୍ୟ ପସନ୍ଦ କରନ୍ତି। ସେ ତାଙ୍କ ରୋଷେଇଆ ବଦ୍ରି ମୀନାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଆନ୍ତି। ପ୍ରଧାନମନ୍ତ୍ରୀ ବାଜରା ରୁଟି ଏବଂ ଖିଚଡି ଖାଇବାକୁ ପସନ୍ଦ କରନ୍ତି।

ଡାଏଟ ଯୋଜନାରେ, ପ୍ରଧାନମନ୍ତ୍ରୀ ମୋଦି ଦିନକୁ ଦୁଇଥର ଖାଦ୍ୟ ଖାଆନ୍ତି। ସକାଳ ୧୦ଟାରୁ ୫୫ ମିନିଟ ପର୍ଯ୍ୟନ୍ତ ଥରେ ଏବଂ ସା ୭ଟାରୁ ୫୫ ମିନିଟ ପର୍ଯ୍ୟନ୍ତ ଥରେ ଖାଆନ୍ତି। ଖାଦ୍ୟରେ ଅଧିକ ପ୍ରୋଟିନ ଏବଂ କମ କାର୍ବୋହାଇଡ୍ରେଟ ରଖିବାକୁ ପରାମର୍ଶ ଦିଆଯାଇଛି।

ଆପଣ ଭାବୁଥିବେ ତାଙ୍କର ଦୈନନ୍ଦିନ ଖାଦ୍ୟର ଦାମ୍‌ ବହୁତ ଅଧିକ ହୋଇଥିବ। ମାତ୍ର ସେମିତି ନୁହଁ । କାରଣ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେଲେ ବି ଖାଦ୍ୟରେ କମ୍‌ ଟଙ୍କା ଖର୍ଚ୍ଚ କରନ୍ତି । ଯାହା ଜଣେ ,ସାଧାରଣ ଲୋକ ମଧ୍ୟ କରିପାରିବ । ସୂତ୍ରାନୁଯାୟୀ, ମୋଦି ନିଜର ଦୈନନ୍ଦିନ ଖାଦ୍ୟରେ ୫୦ ଟଙ୍କା ଖର୍ଚ୍ଚ କରନ୍ତି । ଯାହା ଜଣେ ସାଧାରଣ ଲୋକର ଖାଦ୍ୟର ଦାମ ଭଳି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?