Posted inଜାତୀୟ

ଅନ୍ନ ଛୁଇଁଲେନି, ଚା ପିଇଲେନି

ନୂଆଦିଲ୍ଲୀ,୪ା୧୨: (ପି.ଟି./ଆଇଏଏନ୍‌ଏସ୍‌): ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ ସେମାନେ ସରକାରଙ୍କ ଆଗରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ନୂଆ ଆଇନ ପ୍ରଣୟନ ଓ ନଡ଼ା ମୂଳି ପୋଡ଼ିଲେ ଦଣ୍ଡବିଧାନ ବ୍ୟବସ୍ଥା ପ୍ରତ୍ୟାହାର କରିବା ସମେତ ୫ଟି ଦାବି ରଖିଛନ୍ତି। ତେବେ ଆଲୋଚନା ମଝିରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଖାଦ୍ୟକୁ କୃଷକ ନେତାମାନେ ଗ୍ରହଣ କରିନାହାନ୍ତି। ସରକାରଙ୍କ ଅନ୍ନ ଛୁଇଁବାକୁ କି ଚା ପିଇବାକୁ ସେମାନେ ମନା କରିଦେଲେ। ସିଙ୍ଘୁ ବର୍ଡରରେ ଆନ୍ଦୋଳନରତ ଚାଷୀମାନେ ଏକ ଛୋଟ ଭ୍ୟାନ୍‌ରେ ପଠାଇଥିବା ଖାଦ୍ୟକୁ ଲଞ୍ଚ୍‌ ବ୍ରେକ୍‌ ବେଳେ ଖାଇଲେ। ବିଜ୍ଞାନ ଭବନ ବାହାରେ ପ୍ରାୟ ୪୦ ଜଣ କୃଷକ ନେତା ଖାଉଥିବା ଦେଖାଯାଇଥିଲା। ଲୋକ ସଂଘର୍ଷ ମୋର୍ଚ୍ଚା ସଭାପତି ପ୍ରତିଭା ସିନ୍ଧେ କହିଛନ୍ତି, ଆମ କୃଷକ ପ୍ରତିନିଧିମାନେ ସରକାରଙ୍କ ଖାଦ୍ୟ ଖାଇ ନାହାନ୍ତି। ଆମେ ସେମାନଙ୍କ ପାଇଁ ସିଙ୍ଘୁ ସୀମାରୁ ଖାଦ୍ୟ ବ୍ୟବସ୍ଥା କରିଛୁ। ସରକାର ଖାଦ୍ୟ ଦେବା ପରିବର୍ତ୍ତେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ଉଚିତ।
ନୂଆ କୃଷି ଆଇନ ଉଚ୍ଛେଦ ଦାବିରେ ନଭେମ୍ବର ୨୬ରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ‘ଦିଲ୍ଲୀ ଚଲୋ’ ଡାକରା ଦିଆଯାଇଥିଲା। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଶୀତକାକରରେ ପୋଲିସର ପାଣିବର୍ଷା ଓ ଲୁହବୁହା ବାଷ୍ପ ସହି ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଏହି ଆଇନ ପ୍ରତ୍ୟାହାର ନ କରିବା ଯାଏ ପଛଘୁଞ୍ଚା ଦେବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହାସହ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକି କୃଷି ଆଇନକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହୋଇଥିବା ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ୫ ଜଣିଆ କମିଟି ଗଠନ ନେଇ କେନ୍ଦ୍ରର ପ୍ରସ୍ତାବକୁ ଚାଷୀ ନେତାମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କୃଷକ ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ ପହଞ୍ଚତ୍ଥିବାବେଳେ ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଅପରାହ୍ନ ୧୨ଟା ୩୦ରେ ପୁଣି ଥରେ ବୈଠକ ବସିଥିଲା। କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲ, ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ଏବଂ କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ ୩୫ କୃଷକ ସଙ୍ଗଠନର ନେତାଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କୃଷକ ନେତାମାନେ ସରକାରଙ୍କ ଆଗରେ ଲିଖିତ ଭାବେ ୫ଟି ଦାବି ରଖିଥିଲେ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା ସେପ୍ଟେମ୍ବରରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଅଣାଯାଇଥିବା ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରାଯାଉ। ଆଗକୁ ଅଣାଯିବାକୁ ଥିବା ବିଦ୍ୟୁତ୍‌ (ସଂଶୋଧନ) ଆଇନ, ୨୦୨୦ ଉପରେ ମଧ୍ୟ ସେମାନେ ଆପତ୍ତି ଉଠାଇଥିଲେ। ସେହିପରି ଚାଷଜମିରେ ନଡ଼ାମୂଳି ପୋଡ଼ିଲେ ମାମଲା ଦାଏର କରିବା ବ୍ୟବସ୍ଥାକୁ ଉଠାଇବା ପାଇଁ ଦାବି କରିଥିଲେ। ସରକାର ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ବଜାୟ ରହିବା ନେଇ ଲିଖିତ ଭାବେ କାହିଁକି ପ୍ରତିଶ୍ରୁତି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାସହ ଭବିଷ୍ୟତରେ ମଧ୍ୟ ଏମ୍‌ଏସ୍‌ପି ନେଇ ଏକ ନୂଆ ଆଇନ ବଳରେ ସୁନିଶ୍ଚିତ କରିବାକୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନା ମଝିରେ ଲଞ୍ଚ୍‌ ବ୍ରେକ୍‌ ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା। ହେଲେ ଚାଷୀ ନେତାମାନେ ସରକାରୀ ଖାଦ୍ୟ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସରକାରଙ୍କ ଖାଦ୍ୟ କି ଚା ଆମେ ଛୁଇଁବୁ ନାହିଁ କହି ନିଜ ଖାଦ୍ୟ ଖାଇଥିଲେ।
ଭାରତୀୟ କିଷାନ ୟୁନିୟନ, ଭାରତୀୟ କିଷାନ ସଂଯୁକ୍ତ ମୋର୍ଚ୍ଚା, କ୍ରାନ୍ତିକାରୀ କିଷାନ ୟୁନିୟନ ପ୍ରମୁଖ କୃଷକ ସଙ୍ଗଠନର ପ୍ରତିନିଧିମାନେ ସରକାରଙ୍କୁ କହିଥିଲେ, ୩ କୃଷି ଆଇନ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅଣାଯାଇଥିବା କୁହାଯାଉଛି। କିନ୍ତୁ ପ୍ରକୃତପକ୍ଷେ ସେମାନଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇଛି। ବଡ଼ ବ୍ୟବସାୟୀ ଓ କର୍ପୋରେଟ ହାଉସ୍‌ଗୁଡ଼ିକୁ ଲାଭ ଦେବା ପାଇଁ ଏହି ଆଇନକୁ ଗୃହୀତ କରାଯାଇଛି। ତେବେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ମଧ୍ୟ ଫଳପ୍ରଦ ହୋଇନାହିଁ। ଡିସେମ୍ବର ୫ ଶନିବାର ଅପରାହ୍ନ ୨ଟାରେ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?