Posted inଖେଳ

‘ଆମ ସହ କିଛି ଠିକ୍‌ କଲେ ନାହିଁ’

ଲାହୋର,୨୧।୯: ସୁରକ୍ଷାଜନିତ ସଙ୍କଟ ଦର୍ଶାଇ ପାକିସ୍ତାନ ଗସ୍ତରୁ ନ୍ୟୁଜିଲାଣ୍ଡ ଫେରିଯିବା ପରେ ଅକ୍ଟୋବରରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ସିରିଜ୍‌କୁ ବାତିଲ କରିଦେଇଛି ଇଂଲଣ୍ଡ। ଏହା ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁ୍‌ଖ୍ୟ ରମିଜ ରାଜା।

”ପାକିସ୍ତାନରେ ସିରିଜ୍‌ ନ ଖେଳିବାକୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ନେଇଥିବା ନିଷ୍ପତ୍ତି ଆମ ପାଇଁ ଏକ ବଡ଼ ଶିକ୍ଷା। ଏବେଠାରୁ ଆମେ କେବଳ ଆମ ଫାଇଦା ଦେଖିବୁ। ଇଂଲଣ୍ଡର ନିଷ୍ପତ୍ତିରେ ମୁଁ ଖୁବ୍‌ ଦୁଃଖିତ। ଦୁର୍ଭାଗ୍ୟର କଥା, ପାଶ୍ଚାତ୍ୟ ଦେଶମାନଙ୍କ ଚିନ୍ତାଧାରା ଏବେ ମଧ୍ୟ ବଦଳି ନାହିଁ। ସେମାନେ ପରସ୍ପରକୁ ସମର୍ଥନ କରୁଛନ୍ତି। ଆମ ସୁରକ୍ଷା ଉପରେ ତୁମେ ତୁମର ଚିନ୍ତାଧାରା କାରଣରୁ ଯେ କୌଣସି ନିଷ୍ପତ୍ତି ନେଇପାରିବ। ପ୍ରଥମେ ନ୍ୟୁଜିଲାଣ୍ଡ ଆମ ସହ ବିନା କୌଣସି ଆଲୋଚନରେ ସୁରକ୍ଷା ଗତ କାରଣ ଦର୍ଶାଇ ପାକିସ୍ତାନରୁ ଚାଲିଗଲା। ଆଉ ଏବେ ଇଂଲଣ୍ଡ ଆମକୁ ଏକ ଶିକ୍ଷା ଦେଇଛି। ସେମାନଙ୍କ ଦେଶକୁ ଆମେ ଯେତେବେଳେ ଯାଇଥିଲୁ, ଆମକୁ ଲମ୍ବା କ୍ୱାରେଣ୍ଟିନରେ ରଖାଯାଇଥିଲା। ଏହାର ପ୍ରତି ବଦଳରେ ଆମେ ସେମାନଙ୍କୁ ସମ୍ପୂର୍ଣ୍ଣ ସ୍ବାଗତ କରିବାକୁ ପ୍ରସ୍ତୁତ ଥିଲୁ। ମାତ୍ର ସେମାନଙ୍କ ନିଷ୍ପତ୍ତି ଆମକୁ ଏକ ଶିକ୍ଷା ଦେଲା ଯେ, ଆମେ କେବଳ ଆମ ଫାଇଦା କଥା ଚିନ୍ତା କରିବୁ“ ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ନିଜ ଦୁଃଖ ପ୍ରକାଶ କରି କହିଛନ୍ତି।

ସେ ପାକିସ୍ତାନ କ୍ରିକେଟ ଉପରେ କହିଛନ୍ତି, କ୍ରିକେଟ ଜଗତ ଆମକୁ ସାହାଯ୍ୟ ନ କଲେ ଆମ ଦେଶରେ କ୍ରିକେଟ ବନ୍ଦ ହୋଇଯିବ ନାହିଁ। କ୍ରିକେଟକୁ ବଞ୍ଚାଇ ରଖିବାକୁ ଆମେ ଗୁରୁତ୍ୱ ଦେବୁ। ଆଗକୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଅଛି। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ କାରଣରୁ ଏହି ସିରିଜ୍‌ ମଧ୍ୟ ପ୍ରଭାବିତ ହେବ। ତା’ ପରେ ଅଷ୍ଟ୍ରେଲିଆ ସିରିଜ୍‌ ଅଛି। କିନ୍ତୁ ସେମାନେ ପାକିସ୍ତାନ ଗସ୍ତ ଉପରେ ବିଚାର କରୁଛନ୍ତି। ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗୋଟିଏ ବ୍ଲକରେ ରୁହନ୍ତି। ଆମେ କିଏ ପ୍ରଶ୍ନ ଉଠାଇବୁ। ଆମେ ସେମାନଙ୍କୁ ନିଜର ଭାବିଥିଲୁ, କିନ୍ତୁ ସେମାନେ ଆମକୁ ଗ୍ରହଣ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରାଙ୍କୁ ଉପଦେଶ ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୫।୧୨: ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ମଧ୍ୟ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲ ଦେଖିବା ପାଇଁ ସେ ଅହମ୍ମଦାବାଦର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନିଙ୍କ ବାର୍ଥ ଡେ ମସ୍ତି

ନୂଆଦିଲ୍ଲୀ,୫।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ...

ବିଦେଶରେ ଛୁଟି କାଟି ଝିଅ, ପତ୍ନୀଙ୍କ ସହ ଭାରତ ଫେରିଲେ ରୋହିତ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବିଦେଶରେ ଛୁଟି ପରେ ଭାରତ ଫେରିଛନ୍ତି। ସୋମବାର ରୋହିତ ଶର୍ମା ତାଙ୍କ ଝିଅ ଏବଂ ପତ୍ନୀଙ୍କ...

ଅଧିନାୟିକତ୍ୱ ପରୀକ୍ଷା ପାସ୍‌ ହେବାପରେ ଅନୁଭୂତି ବାଣ୍ଟିଲେ ସୂର୍ଯ୍ୟକୁମାର: ବ୍ୟାଟ୍ସମ୍ୟାନ୍‌ ମ୍ୟାଚ୍‌ ଜିତାନ୍ତି କିନ୍ତୁ ବୋଲର୍‌…

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦଳ ଅଷ୍ଟ୍ରେ ବିପକ୍ଷ ଟି-୨୦ ସିରିଜ୍‌କୁ ୪-୧ରେ କବ୍ଜା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଅଧିନାୟକ ଭାବରେ ଏହା ପ୍ରଥମ ସିରିଜ ଥିଲା।...

ମୋ ଦ୍ୱିତୀୟ ଘର ଏବେ ଜଳମଗ୍ନ, ଚେନ୍ନାଇ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ଶ୍ରୀଲଙ୍କା କ୍ରିକେଟର୍‌

ଚେନ୍ନାଇ,୫।୧୨: ଚେନ୍ନାଇରେ ବାତ୍ୟ ‘ମିଗ୍‌ଜୋମ’ ବିପର୍ଯ୍ୟୟ ଘଟାଇଛି। ଏହି ବାତ୍ୟା ଯୋଗୁ ସହରରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ...

‘ପ୍ରତି ୩ ମିନିଟରେ କରନାହିଁ ପ୍ରେସ କନଫରେନ୍ସ’, ପିସିବିକୁ ଉପଦେଶ ଦେଲେ ଓ୍ବାସିମ ଅକରମ

ଇସଲାମାବାଦ,୫।୧୨: ବିଶ୍ୱକପ ୨୦୨୩ପରଠାରୁ ପାକିସ୍ତାନ କ୍ରିକେଟ ବୋର୍ଡରେ ଅଶାନ୍ତି ଜାରି ରହିଛି। ଦଳର ଅଧିନାୟକ ଠାରୁ ଆରମ୍ଭ କରି ଚୟନ କମିଟି ଏବଂ କୋଚିଂ ଷ୍ଟାଫ...

ମହମ୍ମଦ ଶାମିଙ୍କ ଉପରେ ଝୁଲୁଛି ଖଣ୍ଡା: ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳିବା ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଶାମି ସର୍ବାଧିକ ଉଇିକେଟ ନେଇଥିଲେ। କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା...

କାଲିଠୁ ଜୁନିୟର ହକି ବିଶ୍ୱକପ୍‌ ଆରମ୍ଭ: ଭାରତ-କୋରିଆ ମୁହାଁମୁହିଁ

କୁଆଲାଲମ୍ପୁର,୪ା୧୨: ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ମଙ୍ଗଳବାରଠାରୁ ଆରମ୍ଭ ହେବା। ଭାରତ-କୋରିଆ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। କୋରିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଫେଭରିଟ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri