Posted inଜାତୀୟ

ରାହୁଲଙ୍କୁ ରାଜୀବଙ୍କ ପୁଅ ବୋଲି ପ୍ରମାଣ ମାଗିଛୁ କି

ନୂଆଦିଲ୍ଲୀ,୧୨ା୨: ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱଶର୍ମା ଦଳୀୟ ନିର୍ବାଚନ ପ୍ରଚାର ପାଇଁ ଶୁକ୍ରବାର ଉତ୍ତରାଖଣ୍ଡ ଯାଇଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପୁଅ ବୋଲି ଭାଜପା କେବେ ପ୍ରମାଣ ମାଗିନାହିଁ ବୋଲି ହିମନ୍ତ କହିଛନ୍ତି। ୨୦୧୬ରେ ଉରି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ପାକିସ୍ତାନ ଉପରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଭାକ୍ସିନକୁ ନେଇ କଂଗ୍ରେସ ବାରମ୍ବାର ସନ୍ଦେହ ବ୍ୟକ୍ତ କରୁଥିବାରୁ ସେ ଏପରି ଟାର୍ଗେଟ କରିଛନ୍ତି।
ହିମନ୍ତ ପୂର୍ବରୁ କଗ୍ରେସରେ ଥିଲେ। ୨୦୧୫ରେ ସେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିଲେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସେ ଏବେ ପ୍ରଚାରରେ ଲାଗିଛନ୍ତି। ଏହି ଅବସରରେ ହିମନ୍ତ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ସବୁବେଳେ ଜେନେରାଲ ବିପିନ ରାଓ୍ବତ୍‌ଙ୍କ ନେତୃତ୍ୱାଧୀନ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଛି ଏବଂ କୋଭିଡ୍‌-୧୯ ଟିକାର ସତ୍ୟତା ଉପରେ ପ୍ରଶ୍ନ କରୁଛି। ଆମେ କେବେ ରାହୁଲଙ୍କୁ ରାଜୀବଙ୍କ ପୁଅ ଭାବେ ପ୍ରମାଣ ମାଗିଛୁ କି? ତୁମେ କେଉଁ ବାପର ପୁଅ? ସେନାକୁ ପ୍ରମାଣ ମାଗିବାକୁ ତୁମକୁ କିଏ ଅଧିକାର ଦେଲା? ଯଦି ଆମ ଯବାନମାନେ ପାକିସ୍ତାନରେ ପ୍ରବେଶ କରି ଆକାଶମାର୍ଗରୁ ଆକ୍ରମଣ କରିଥିବା କହୁଛନ୍ତି ତେବେ ତାହା ଚୂଡ଼ାନ୍ତ।
ଆସାମ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, କଂଗ୍ରେସ ଧ୍ରୁବୀକରଣ ରାଜନୀତି କରୁଛି। ସେମାନଙ୍କ ମତରେ ଭାରତ ଏକ ରାଷ୍ଟ୍ର ନୁହେଁ, ବରଂ କେତୋଟି ରାଜ୍ୟର ମିଶ୍ରଣ। ଏସବୁ ଶୁଣିବା ପରେ ଜଣେ ମନେକରିବ ଯେ ଜିନ୍ନାଙ୍କ ଆମତ୍ା କଂଗ୍ରେସ ଭିତରକୁ ପ୍ରବେଶ କରିଛି। ସେମାନେ କହୁଛନ୍ତି, ମଦ୍ରାସା ଓ ମୁସଲିମ୍‌ ୟୁନିଭର୍ସିଟି ଖୋଲାଯିବା ଉଚିତ ପଦକ୍ଷେପ। ହିଜାବ ପିନ୍ଧିବା ଯୁକ୍ତିଯୁକ୍ତ ବୋଲି ସେମାନେ ଯୁକ୍ତି ବାଢ଼ୁଛନ୍ତି। ସ୍କୁଲ କଲେଜଗୁଡ଼ିକ ପାଠପଢ଼ା ପାଇଁ ଉଦ୍ଦିଷ୍ଟ, ଫ୍ୟାଶନ ଶୋ’ କରିବାକୁ ନୁହେଁ। କିଏ କ’ଣ ପିନ୍ଧିଲା ଆମର କିଛି କହିବାର ନାହିଁ। କିନ୍ତୁ ଆଜି ଶିକ୍ଷାନୁଷ୍ଠାନଗୁଡ଼ିକରେ ମୁସଲମାନ ଝିଅମାନେ ହିଜାବ ପିନ୍ଧିଲେ କାଲି ହିନ୍ଦୁମାନେ ଆଉ କେଉଁ ସ୍ବତନ୍ତ୍ର ପୋଷାକ ପିନ୍ଧିବାକୁ ଚାହିଁବେ। ଖ୍ରୀଷ୍ଟିଆନ୍‌ମାନେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଡ୍ରେସ୍‌ ପିନ୍ଧିବେ। ମୁସଲମାନ ସମ୍ପ୍ରଦାୟର ଝିଅମାନଙ୍କୁ ହିଜାବ ଏଜେଣ୍ଡାରେ ଛନ୍ଦିଦେଲେ ସେମାନେ କେବେ ଡାକ୍ତର କି ଇଞ୍ଜିନିୟର ହୋଇପାରିବେ ନାହିଁ ବୋଲି କଂଗ୍ରେସ ମନେକରୁଥିବାରୁ ଏହାର ଧ୍ରୁବୀକରଣ ରାଜନୀତିକୁ ଶେଷ କରାଯିବା ଉଚିତ। ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପରେ କଂଗ୍ରେସ ମୂଳପୋଛ ହୋଇଯିବ ବୋଲି ହିମନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri