![](https://www.dharitri.com/wp-content/uploads/2024/05/pandya.png)
ନୂଆଦିଲ୍ଲୀ,୨୫।୫: ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୀବନରେ କିଛି ବି ଠିକ୍ ଚାଲିନାହିଁ। ପ୍ରଥମେ ଆଇପିଏଲ୍ ୨୦୨୪ରେ ଖରାପ ପ୍ରଦର୍ଶନ ପରେ ଏବେ ବିବାହ ବିଚ୍ଛେଦ ନେଇ ଖବର ଚର୍ଚ୍ଚାରେ ରହିଛି। ପତ୍ନୀ ନତାଶା ଷ୍ଟାନକୋଭିକଙ୍କଠାରୁ ପାଣ୍ଡ୍ୟା ଅଲଗା ହେବାକୁ ଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏସବୁ ମଧ୍ୟରେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେବାକୁ ନେଇ ଚକିତ କଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି।
ଅହମ୍ମଦାବାଦ ମିରର୍ ରିପୋର୍ଟ ମୁତାବକ, ଯଦି ପାଣ୍ଡ୍ୟା ନତାଶାଙ୍କୁ ଛାଡ଼ପତ୍ର ଦିଅନ୍ତି ତେବେ ନିଜ ସମ୍ପତ୍ତିର ୭୦% ନତାଶାଙ୍କୁ ଦେବାକୁ ହେବ। ଏହି କାରଣରୁ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସରୁ ଅଲଗା ହେବା ନିଷ୍ପତ୍ତି ନେଇଥିଲା। ମୋଟା ଅଙ୍କର ପାଉଣା ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ। ତେବେ ଏହି ରିପୋର୍ଟ କେତେ ସତ କେତେ ମିଛ, ଏଯାବତ କୌଣସି ସୂଚନା ମିଳିପାରିନାହିଁ।
କହିରଖୁଛୁ, ପ୍ରତି ବର୍ଷ ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଆଇପିଏଲ୍ ସମୟରେ ଷ୍ଟାଡିୟମକୁ ଆସୁଥିଲେ । ହେଲେ ଏହି ସିଜନରେ ସେ ଆସି ନ ଥିଲେ। କେବଳ ଏତିକି ନୁହେଁ ନିକଟରେ ସେ ଇନଷ୍ଟାଗ୍ରାମରୁ ହାର୍ଦ୍ଦିକଙ୍କ ସହ କିଛି ଫଟୋ ଡିଲିଟ୍ କରିଦେଇଛନ୍ତି। ଏଥିସହ ନିଜର ପାଣ୍ଡ୍ୟା ସରନେମ୍କୁ ହଟାଇ ଦେଇଛନ୍ତି। ଏହାକୁ ନେଇ ଉଭୟ ଅଲଗା ହେବାକୁ ଯାଉଥିବା ଚର୍ଚ୍ଚା ବଢ଼ିବାରେ ଲାଗିଛି।