ଏକଛତ୍ରବାଦୀ ଶାସକଙ୍କୁ ଘାରିଛି ମୃତ୍ୟୁ ଭୟ ! ମଦନିଶାରେ କାନ୍ଦୁଛନ୍ତି…

ପ୍ୟୋଙ୍ଗୟାଙ୍ଗ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କିଛି ଗୁରୁତର ରୋଗରେ ପୀଡିତ ଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ତାଙ୍କ ଖରାପ ଜୀବନଶଳୀ ଯୋଗୁ ଅସୁବିଧାରେ ପଡିଛନ୍ତି। ଏହି କାରଣରୁ ସେ ଉଦାସୀନତାର ଶିକାର ହୋଇଛନ୍ତି।

କିମ୍‌ ଅଧିକାଂଶ ସମୟରେ ମଦନିଶାରେ ରହୁଥିବାର କୁହାଯାଉଛି। କିମ୍‌ ଗତ ସପ୍ତାହରେ ୩୯ ବର୍ଷ ବୟସ କରିଛନ୍ତି ଏବଂ ଦୀର୍ଘ ସମୟ ଧରି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି। ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଦ ମିରର ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆର ଶାସକ ତାଙ୍କ ସ୍ବାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ।

ଦକ୍ଷିଣ କୋରିଆର ସିଓଲରେ ଉତ୍ତର କୋରିଆ ବ୍ୟାପାରର ବିଶେଷଜ୍ଞ ଡକ୍ଟର ଚୋଇ ଜିନଭାକ କହିଛନ୍ତି ଯେ କିମ୍‌ ଜୋଙ୍ଗ ଉନ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚାପଗ୍ରସ୍ତ ଅଛନ୍ତି। ଜିନଭାକ କହିଛନ୍ତି ଯେ ମୁଁ ଶୁଣିଛି ଯେ ସେ ମଦ୍ୟପାନ କରି ମଦ ନିଶାରେ ଅନେକ ସମୟରେ କାନ୍ଦୁଛନ୍ତି। ଏହି ସମୟରେ ସେ ନିଜକୁ ଏକାକୀ ଅନୁଭବ କରୁଛନ୍ତି ଏବଂ ମାନସିକ ଚାପରେ ମଧ୍ୟ ଅଛନ୍ତି। ତାଙ୍କୁ ମୃତ୍ୟୁ ଭୟ ଘାରିଛି। କିମ୍‌ଙ୍କ ସ୍ତ୍ରୀ ଏବଂ ତାଙ୍କ ଡାକ୍ତରମାନେ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କୁ ବ୍ୟାୟାମ କରିବାକୁ ଏବଂ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଯଦିଓ ଏକଛତ୍ରବାଦୀ ଶାସକ ଏପର୍ଯ୍ୟନ୍ତ କାହାର କଥା ଶୁଣୁ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ: ଭାଙ୍ଗିଗଲା ଧନୁଯାତ୍ରା ତୋରଣ, ପାଣିରେ ମିଶିଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ଝଡବତାସ ହୋଇଥିଲା। ଏହାର ପ୍ରଭାବରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ…

ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌,…

ଧୂମଧାମ୍‌ରେ ଚାଲିଛି ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ…

ଛତ୍ରପୁର,୨୫।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଚଳିତ ବର୍ଷ ବ ଧୂମଧାମରେ ଚାଲିଛି l ସହରରେ ଆଧ୍ୟାତ୍ମିକ…

ଆହୁରି ପ୍ରଚଣ୍ଡ ହେବ ତାତି, ଏହି ୩ ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୨୫।୫: ରାଜ୍ୟରେ କିଛିଦିନ ହେବ ପ୍ରଚଣ୍ଡ ତାତି ଜାରି ରହିଛି । ତେବେ ଆଗକୁ ଆହୁରି ତାତି ବଢିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ଆମ ସମସ୍ତଙ୍କର ମନ ବେଳେବେଳେ ବ୍ୟସ୍ତ, ବିବ୍ରତ, ବିଚଳିତ ଓ ଅସ୍ଥିର ରହିଥାଏ। ଏହା ମୁଖ୍ୟତଃ କେତେକ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖାଯାଇଥାଏ। ଯେତେବେଳେ ପରିସ୍ଥିତି…

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri