ଦୁର୍ଘଟଣାର ଶିକାର ହେଲେ ଅଭିନେତା ବିଜୟ ଆଣ୍ଟୋନି

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନି ବର୍ତ୍ତମାନ ତାଙ୍କର ୨୦୧୬ ହିଟ୍‌ ତାମିଲ୍‌ ଚଳଚ୍ଚିତ୍ର ‘ପିଚାଇକ୍କରନ’ର ସିକ୍ୱେଲ ପାଇଁ ଶୁଟିଂରେ ବ୍ୟସ୍ତ ଅଛନ୍ତି। ମାଲେସିଆର ଲାଙ୍ଗକାବି ଦ୍ୱୀପରେ ’ଶୁଟିଂ ଚାଲିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି ଯେ ଫିଲ୍ମର ଏକ ଆକ୍ସନ ସିନ୍‌ରେ ବିଜୟ ଆଣ୍ଟୋନି ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁସାରେ, ବିଜୟ ସମୁଦ୍ରରେ ଏକ ବୋଟ୍‌ ଚଳାଉଥିବା ବେଳେ ଏକ ବଡ ଡଙ୍ଗା ତାଙ୍କ ବୋଟ୍‌ ସହିତ ଧକ୍କା ହୋଇଥିଲା। ଏହାପରେ ବିଜୟଙ୍କ ବୋଟ୍‌ ନିୟନ୍ତ୍ରଣ ହରାଇଥିଲା। ଫଳରେ ଅଭିନେତା ଆହତ ହୋଇଥିଲେ। ତେବେ ପ୍ରଶଂସକଙ୍କ ପାଇଁ ସନ୍ତୋଷଜନକ ବିଷୟ ଯେ ଏହି ଦୁର୍ଘଟଣାରେ ବିଜୟ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ତାଙ୍କୁ କୁଆଲାଲପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଏବେ ତାଙ୍କର ଚିକିତ୍ସା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଣ୍ଡି ଲୁକ୍‌ ପାଇଁ ହେୟାର୍‌ କଟ୍‌

  ରାଉଣ୍ଡ ଫେସ୍‌: ଯେଉଁମାନଙ୍କ ମୁହଁ ଗୋଲ୍‌ ବା ରାଉଣ୍ଡ ସେମାନଙ୍କୁ ଷ୍ଟ୍ରେଟ୍‌ ଏବଂ ଲଙ୍ଗ୍‌ ହେୟାର କଟ୍‌ ବିଶେଷ କରି ଲଙ୍ଗ ଲେୟାର ବ୍ୟାଙ୍ଗ୍‌...

‘କାହାକୁ ଦୁଃଖ ଦେବା ପୂର୍ବରୁ ଦୁଇଥର ଭାବ’

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ଆଜିକାଲି ଅନେକ ଚର୍ଚ୍ଚାରେ ରହୁଛନ୍ତି। ପୂର୍ବରୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ମୁମ୍ବାଇ ପୋଲିସ ପଚରାଉଚରା କରିବା...

ବାପା

ପୁଅ ହେଉ କି ଝିଅ-ଏମାନଙ୍କ ଜୀବନରେ କେବଳ ମା’ ନୁହେଁ ବାପାଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିବା ଅନାବଶ୍ୟକ। ଜଣେ ବାପ-ଝିଅର ଅନାବିଳ ସ୍ନେହକୁ...

ଏହି ଅଭିନେତ୍ରୀଙ୍କ ନାଁରେ ନିର୍ମାଣ ହେଲା ମନ୍ଦିର, ମୂର୍ତ୍ତିରେ ପ୍ରଶଂସକ ଢାଳିଲେ କ୍ଷୀର

କଲିଉଡରେ ପ୍ରିୟ ସେଲିବ୍ରିଟିଙ୍କ ନାମରେ ମନ୍ଦିର ନିର୍ମାଣ ହେବା ନୂଆ କଥା ନୁହେଁ। କଲିଉଡ ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ କେବଳ ଦୁଇଟି ଫିଲ୍ମ ରିଲିଜ ହୋଇଛି...

ଏନ୍‌ଟିଆରଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ଅମୀର

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଖୁବ୍‌ଶୀଘ୍ର ପ୍ରଶାନ୍ତ ନୀଲଙ୍କ ସହ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ରରେ କାମ କରିବାକୁ ଯାଉଛନ୍ତି। ହେଲେ ବର୍ତ୍ତମାନ ଫିଲ୍ମର...

‘ବିଗ୍‌ ବସ୍‌-୧୩’ରେ ହୋଷ୍ଟ ପାଇଁ ସଲମାନ୍‌ ନେବେ ୪୦୩ କୋଟି

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌ ୧୩କୁ ନେଇ ବିଗତ କିଛି ଦିନ ହେବ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳୁଛି।...

ବିବାହର ମାତ୍ର ୧୧ ମାସ ପରେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତା, ପଡ଼ିଥିଲେ ଗୌରୀଙ୍କ ପ୍ରେମରେ

ବମ୍ବେ: ବଡ଼ ପରଦା ହେଉ ଅଥବା ଛୋଟ ପରଦାର ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ବିବାହ ପରେ ପ୍ରେମରେ ପଡ଼ିଛନ୍ତି। କଥା ଛାଡ଼ପତ୍ର, ତା...

‘ପୁଷ୍ପା’ ଫିଲ୍ମ ଗୀତ ନୁହେଁ, ଏହି ଗୀତରେ ନାଚି ସମସ୍ତଙ୍କ ହୃଦୟ ଜିତିଲେ ଅଲ୍ଲୁ ଅର୍ଜୁନଙ୍କ କୁନି ଝିଅ

ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ସୁପରଷ୍ଟାର ହୋଇଯାଇଛନ୍ତି। ସାଧାରଣ ଯୁବକମାନଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଫିଲ୍ମକୁ ପସନ୍ଦ...

Advertisement
Archives

Model This Week