ଡାଇବେଟିସ୍‌ ଓ ଜୀବନଶୈଳୀ

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣକରେ ଏବଂ ରକ୍ତରେ ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁଳିତ ରହେ, ତେବେ ଏହାର ପ୍ରଭାବ ହାର୍ଟ, କିଡ୍‌ନୀ ଏପରି କି ଦୃଷ୍ଟିଶକ୍ତି ଉପରେ ପଡ଼ିଥାଏ। ତେଣୁ ଡାଇବେଟିସ୍‌କୁ ‘ନୀରବ ଘାତକ’ ଆଖ୍ୟା ଦିଆଯାଇଛି। ଏହି ରୋଗ ସମ୍ପର୍କରେ ଜାଣିବା ପରେ ତାହାର ଚିକିତ୍ସା କରାଇବା ସହ କେତେକ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିଥାଏ। ଅସନ୍ତୁଳିତ ଜୀବନଶୈଳୀ ଏଥିପାଇଁ ଅନେକାଂଶରେ ଦାୟୀ। ଏଥିପ୍ରତି ସତର୍କ ରହିବା ସହ ଖାଦ୍ୟପେୟ ପ୍ରତି ନଜର ଦେବା ନିହାତି ଜରୁରୀ। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ, ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି କୁହାଯାଏ। ତେଣୁ ଏହାର କାରଣ ସମ୍ପର୍କରେ ସମସ୍ତେ ଅବଗତ ହେବା ଜରୁରୀ। କାରଣ ଆଜିକାଲି କେତେବେଳେ କାହାଠାରେ ଏହାର ଲକ୍ଷଣ ପ୍ରକାଶ ପାଇବ ତାହା ଆକଳନ କରିବା କଷ୍ଟକର। ତେଣୁ ଏ ବିଷୟରେ ଜାଣିବା ମାତ୍ରେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ‘ବିଶ୍ୱ ଡାଇବେଟିସ୍‌ ଦିବସ’ ଭାବେ ପାଳନ କରାଯାଇଆସୁଛି।
ଆନ୍ତର୍ଜାତିକ ମଧୁମେହ ସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ୱାରା ୧୯୯୧ରେ ପ୍ରଥମେ ଏହି ଦିବସ ପାଳନ କରାଯିବାର ପରିକଳ୍ପନା କରାଯାଇଥିଲା। ପରେ ୨୦୦୬ରେ ଜାତିସଂଘର ସାଧାରଣ ପରିଷଦରେ ଏହି ଦିବସ ପାଳନ କରାଯିବା ଲାଗି ସ୍ଥିର କରାଯାଇଥିଲା। ୧୪ ନଭେମ୍ବରରେ ଏହି ଦିବସ ପାଳନ କରାଯିବାର ଏକ ବିଶେଷତ୍ୱ ରହିଛି। ୧୯୯୨ରେ ଚାଲ୍ସ ବେଷ୍ଟଙ୍କ ସହ ମିଶି ଫେଡ୍‌ରିକୁ ବାଣ୍ଟିଙ୍ଗ୍‌ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ଲାଗି ଇନ୍‌ସୁଲିନ୍‌ ଆବିଷ୍କାର କରିଥିଲେ। ତେଣୁ ଏହାକୁ ମନେରଖିବା ପାଇଁ ବାଣ୍ଟିଙ୍ଗ୍‌ଙ୍କ ଜନ୍ମଦିନ (୧୪ ନଭେମ୍ବର)କୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି।
ଇନ୍‌ସୁଲିନ୍‌
ପୃଥୁଳତା ଏବଂ ଡାଇବେଟିସ୍‌ ମଧ୍ୟରେ ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି । ଅବଶ୍ୟ ଅଧିକାଂଶ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏଥିରେ ବଂଶଗତ ପ୍ରଭାବ ପରିଲକ୍ଷିତ ହୋଇଥାଏ। ପୃଥୁଳତା ବା ଓବେସିଟି ବଢ଼ିଗଲେ ତାହା ରକ୍ତରେ ସୁଗାର ପରିମାଣ ବଢ଼ାଇଦିଏ। ରକ୍ତରେ ଚର୍ବି ଜମିଲେ ମଧ୍ୟ ତାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ କ୍ଷତିକାରକ। ଏପରି ସ୍ଥିତିକୁ ଡାକ୍ତରୀ ଭାଷାରେ ‘ଇନ୍‌ସୁଲିନ୍‌ ରେଜିଷ୍ଟାନ୍ସ’ ବୋଲି କୁହନ୍ତି। ତା’ଛଡ଼ା ପୃଥୁଳତା ଲାଗି ରହିଲେ ଇନ୍‌ସୁଲିନ୍‌ ତିଆରି କରୁଥିବା ‘ବିଟା ସେଲ୍‌’ ନାମକ ଜୀବକୋଷମାନ କ୍ଲାନ୍ତ ହୋଇପଡ଼ନ୍ତି। ପୃଥୁଳକାୟ ବ୍ୟକ୍ତିଙ୍କ ରକ୍ତରେ ଅଧିକ ମାତ୍ରାରେ ଇନ୍‌ସୁଲିନ୍‌ ଥାଇ ମଧ୍ୟ ତାହା ଆଶାନୁରୂପ କାର୍ଯ୍ୟ କରିପାରେନାହିଁ। ତେଣୁ ପୃଥୁଳତା ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ ଅନ୍ୟତମ ପ୍ରଧାନ ବାଧକ। ମାତ୍ର ଖାଦ୍ୟ ନିୟନ୍ତ୍ରଣ ଓ ନିୟମିତ ବ୍ୟାୟାମକରି ଶରୀରରେ ପୃଥୁଳତାକୁ ହ୍ରାସ କରିଦେଲେ ଡାଇବେଟିସ୍‌ ରୋଗୀଙ୍କ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା କମି ସ୍ବାଭାବିକ ସ୍ତରକୁ ଆସିଯିବା ସୁଗମ ହୋଇଥାଏ।

ଏ ବର୍ଷର ସ୍ଲୋଗାନ୍‌…

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଉଛି। ଡାଇବେଟିସ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଚଳିତ ବର୍ଷ ଏହି ଅବସରରେ ସ୍ଲୋଗାନ୍‌ ରହିଛି ‘ଆକ୍ସେସ୍‌ ଟୁ ଡାଇବେଟିସ୍‌ କେୟାର’। ଯେଉଁମାନେ ଡାଇବେଟିସ୍‌ରେ ପୀଡ଼ିତ ସେମାନଙ୍କର ଠିକ୍‌ ଯନତ୍ ନେବା ଆବଶ୍ୟକ। ନ ହେଲେ ହୁଏତ ସେମାନେ ଡାଇବେଟିସ୍‌ କାରଣରୁ ଅନ୍ୟ ରୋଗ ଦ୍ୱାରା ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। ପ୍ରାଥମିକ ସ୍ତରରୁ ଯଦି ଏହାର ପ୍ରତିକାର ବ୍ୟବସ୍ଥା ନ କରିବା, ତେବେ ଭବିଷ୍ୟତରେ ଏହା ଆମର ଅଧିକ କ୍ଷତି କରିବାର ସମ୍ଭାବନା ସୃଷ୍ଟି କରିବ। ତେଣୁ ଆମକୁ ଏ ଦିଗରେ ଯଥେଷ୍ଟ ଯତ୍ନଶୀଳ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?