Posted inଖେଳ

ଦିୟା-ସ୍ବସ୍ତିକା ରନର୍ସଅପ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)- ଟ୍ୟୁନିସିଆର ଟୁନିସ୍‌ଠାରେ ଚାଲିଥିବା ଡବ୍ଲ୍ୟୁଟିଟି ୟୁଥ୍‌ ଷ୍ଟାର କଣ୍ଟେଣ୍ଡର ଟେବୁଲ ଟେନିସ ଟୁର୍ନାମେଣ୍ଟରେ ଭାରତର ଯୁବ ଟେବୁଲ ଟେନିସ ଖେଳାଳି ଦିୟା ଚିତାଲେ ଓ ସ୍ବସ୍ତିକା ଘୋଷ ପ୍ରଭାବୀ ପ୍ରଦର୍ଶନ ସହ ରନର୍ସ ଅପ୍‌ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ବାଳିକା ବିଭାଗରେ ଏହି ଯୋଡ଼ି ରୁଷିଆର ନାତାଲିଆ ମାଲିନିନା ଓ ଏଲିଜାବେଥ୍‌ ଆବ୍ରାମିଆନଙ୍କଠାରୁ ୩-୧୧, ୬-୧୧, ୭-୧୧ରେ ପରାଜିତ ହୋଇଛନ୍ତି। ଭାରତୀୟ ଯୋଡ଼ି ପୂର୍ବରୁ ସେମିଫାଇନାଲରେ ଚେକ୍‌ ରିପବ୍ଲିକର ଲିଣ୍ଡା ଜାଡେରୋଭା ଓ କ୍ରୋଏସିଆର ହାନା ଆରାପୋଭିକ୍‌ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଦିୟା ଓ ସ୍ବସ୍ତିକା ୧୯ ବର୍ଷରୁ କମ୍‌ ସିଙ୍ଗଲ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ସେମିଫାଇନାଲରେ ସମାନ ୨-୩ରେ ପରାଜିତ ହୋଇ ସେମାନଙ୍କ ଅଭିଯାନ ଶେଷ କରିଥିଲେ। ଦିୟା ରୁଷିଆର ଭ୍ଲାଦା ଭୋରୋନିନାଙ୍କୁ କଡ଼ା ଟକ୍କର ଦେଇଥିଲେ ଏବଂ ୮-୧୧, ୧୧-୭, ୧୧-୬, ୮-୧୧, ୭-୧୧ରେ ପରାଜିତ ହୋଇଥିଲେ। ବର୍ତ୍ତମାନର ଜାତୀୟ ଜୁନିୟର ଚାମ୍ପିୟନ ସ୍ବସ୍ତିକା ତୁର୍କୀର ଇସି ହାରାକ୍‌ଙ୍କଠାରୁ ୧୧-୮, ୪-୧୧, ୧୧-୯, ୩-୧୧, ୬-୧୧ରେ ହାରିଯାଇଥିଲେ। କୋଭିଡ୍‌ର ଆବିର୍ଭାବ ପରେ ଭାରତୀୟ ଟେବୁଲ ଟେନିସ ଖେଳାଳିଙ୍କ ଅକ୍ସନ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ୟୁଥ୍‌ ଇଭେଣ୍ଟରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସରକାରଙ୍କ ନିଷ୍ପତ୍ତି ଉପରେ ରେସ୍‌ଲରଙ୍କ ଅସନ୍ତୋଷ

ନୂଆଦିଲ୍ଲୀ, ୨୫ା୧(ପି.ଟି.): ଭାରତୀୟ ହକି ମହାସଂଘ (ଡବ୍ଲ୍ୟୁଏଚ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରନ ସିଂ ଯୌନ ନିର୍ଯାତନା ଦେବା ସହ ଧମକଚମକ ଦେଇଛନ୍ତି ବୋଲି ହୋଇଥିବା...

‘ଭାରତୀୟ ଦଳକୁ ଶୀଘ୍ର ଫେରିବେ ପନ୍ତ’

ମେଲବୋର୍ନ,୨୭।୧(ପି.ଟି.)- ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଉପରେ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ତଥା ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌...

ବାବର, ଭିଭିଆନଙ୍କୁ ପଛରେ ପକାଇଲେ ଶାଇ ହୋପ

ଭୁବନେଶ୍ୱର,୨୨।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶାଇ ହୋପ ପାକିସ୍ତାନର ବାବର ଆଜାମ ଓ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାଡର୍‌ସଙ୍କୁ ପଛରେ ପକାଇ ଦେଇଛନ୍ତି। ରବିବାର କଟକସ୍ଥ ବାରବାଟୀ...

 ଆଇପିଏଲ୍‌ରୁ ଅବସର ନେଲେ ଅମ୍ବାତି ରାୟୁଡୁ

ଅହମଦାବାଦ, ୨୮ା୫: ଚେନ୍ନାଇ ସୁପର କିଙ୍ଗ୍ସର(ସିଏସ୍‌କେ) ନିୟମିତ ସଦସ୍ୟ ଅମ୍ବାତି ରାୟୁଡୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଅବସର ଘୋଷଣା କରିଛନ୍ତି। ଗୁଜରାଟ ଟାଇଟନ୍ସ ବିପକ୍ଷ...

ଆଜି ଘରୋଇ ପଡିଆରେ ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ

ହାଇଦ୍ରାବାଦ,୧୩।୫: ଆଇପିଏଲର ୫୮ତମ ମ୍ୟାଚ ଶନିବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସ୍‌ଜି) ମଧ୍ୟରେ ଲଢେଇ ହେବ। ଏହି ମ୍ୟାଚ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ...

ଧୋନୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଜାଡେଜା

ମୁମ୍ବାଇ,୨୨।୪: ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ହିରୋ...

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା, କେଏଲ ରାହୁଲ ବାକି ସମସ୍ତ ମ୍ୟାଚରୁ ଆଉଟ

ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା ଲାଗିଛି। ପଏଣ୍ଟ ଟେବୁଲରେ ୧୧ ଅଙ୍କ ସହ ଦ୍ୱିତୀୟ ନମ୍ବରରେ ଥିବା...

ଟୋକିଓ ଅଲିମ୍ପିକ୍ସରେ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାରଙ୍କ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ୬, ରୌପ୍ୟ ୪, ବ୍ରୋଞ୍ଜ ୨.୫୦ କୋଟି

ଚଣ୍ଡିଗଡ଼, ୨୪।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ନିଜ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାର ବୁଧବାର ପୁରସ୍କାର ଘୋଷଣା କରିଛନ୍ତି। କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ...

Advertisement
Archives

Model This Week