ଦିୟାଙ୍କ ପୁରୁଣା ଲଭ୍‌ଷ୍ଟୋରୀ, କାଲି ଧରିବେ ଆଉ ଜଣଙ୍କ ହାତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କ କଥା ବର୍ତ୍ତମାନ ଚର୍ଚ୍ଚା ହେଉଛି। ସେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ବିବାହ ବନ୍ଧନରେ ବାନ୍ଧି ହେବେ। ଏହାକୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସୁକ ଅଛନ୍ତି। ବିବାହକୁ ନେଇ ଯେତିକି ଚର୍ଚ୍ଚା ହେଉନି ବର୍ତ୍ତମାନ ଅଧିକ ଚର୍ଚ୍ଚା ହେଉଛି ତାଙ୍କ ପୁରୁଣା ପ୍ରେମକୁ ନେଇ। ଦିୟାଙ୍କ ଜୀବନରେ ସାହିଲ ସାଙ୍ଗା ଆସିଥିଲେ। ଦିୟା ତାଙ୍କ ସହିତ ୧୧ ବର୍ଷ କାଟିଛନ୍ତି। ୨୦୦୯ରେ ଦିୟା-ସାହିଲଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହା ଏକ ଫିଲ୍ମ ଶୁଟିଂ ସମୟରେ ହିଁ ହୋଇଥିଲା। ଦିୟାଙ୍କୁ ଫିଲ୍ମର ସ୍କ୍ରିପ୍ଟ ଶୁଣାଉଥିଲେ ସାହିଲ। ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢ଼ିଥିଲା।

୨୦୧୪ ଅକ୍ଟୋବର ୧୮ରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସାହିଲ ଶିଖ୍‌ ଥିବା ବେଳେ ଦିୟା ହାଇଦ୍ରାବାଦୀ। ବିବାହର କିଛିବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଆଉ ପଡ଼ି ନ ଥିଲା। ୨୦୧୯ରେ ଦିୟା ସୋସିଆଲ ମିଡିଆରେ ୧୧ ବର୍ଷର ସମ୍ପର୍କ ତୁଟିଗଲା ବୋଲି ପ୍ରଶଂସକମାନଙ୍କୁ ଜଣାଇଥିଲେ।

ସେ ଲେଖିଥିଲେ, ୧୧ ବର୍ଷ ଏକାଠି ରହିବା ପରେ ଆମେ ଦୁଇଜଣ ଆପୋସ ବୁଝାମଣାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଏକଥା ବି ଲେଖିଥିଲେ ଯେ, ସାହିଲ ସବୁଦିନ ପାଇଁ ମୋ’ ବନ୍ଧୁ ହୋଇ ରହିବେ। ଦୁହେଁ ଦୁହିଁଙ୍କୁ ସମ୍ମାନ ଦେବୁ। ସେତେବେଳେ ଶୁଣିବାକୁ ମିଳିଥିଲା କନିକା ଢିଲନଙ୍କ ସହ ସାହିଲଙ୍କ ସମ୍ପର୍କ ଥିବାରୁ ଦୀୟାଙ୍କ ସହ ସମ୍ପର୍କ ତୁଟିଗଲା। ମାତ୍ର ଦିୟା ଏସବୁ ଖବରକୁ ମିଛ ବୋଲି କହି କନିକାଙ୍କୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri