Posted inଖେଳ

ଧୋନୀଙ୍କ ଉଇକେଟ ଆଭେଶଙ୍କ ସ୍ବପ୍ନ ଥିଲା

ମୁମ୍ବାଇ, ୧୩ା୪ (ପି.ଟି.)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଆଇପିଏଲ୍‌ ଓପନରରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କ ଧୋନୀଙ୍କ ଉଇକେଟ ହାସଲ ଦ୍ୱାରା ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର ଆଭେଶ ଖାଁଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି। ସିଏସ୍‌କେ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ୭ ଉଇକେଟ ବିଜୟ ମ୍ୟାଚ୍‌ରେ ଇନ୍ଦୋରର ଏହି ୨୪ ବର୍ଷୀୟ ବୋଲର ଧୋନୀ ଓ ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁ’ପ୍ଲେସିଙ୍କ ଉଇକେଟ ଅକ୍ତିଆର କରିଥିଲେ। ଆଭେଶ କହିଛନ୍ତି, ୩ ବର୍ଷ ପୂର୍ବେ ଧୋନୀଙ୍କ ଉଇକେଟ ନେବାଲାଗି ତାଙ୍କ ପାଇଁ ଏକ ସୁଯୋଗ ଥିଲା। କିନ୍ତୁ ଜଣେକେହି କ୍ୟାଚ ଡ୍ରପ୍‌ କରିଦେବାରୁ ସେ ବିଫଳ ହୋଇଥିଲେ। ବର୍ତ୍ତମାନ ସେ ଧୋନୀଙ୍କ ଉଇକେଟ ନେଇଥିବାରୁ ତାଙ୍କ ସ୍ବପ୍ନ ସାକାର ହୋଇପାରିଛି। କିଛିଦିନ ହେଲା ପ୍ରତିଯୋଗିତାମୂଳକ ମ୍ୟାଚ ଖେଳି ନ ଥିବାରୁ ଫ୍ରାଞ୍ଚାଇଜ୍‌ ପକ୍ଷରୁ ତାଙ୍କ ଉପରେ ଚାପ ପକାଯାଇଥିଲା। ବୋଧହୁଏ ଏହି କାରଣରୁ ସେ ଧୋନୀଙ୍କ ଉଇକେଟ ନେଇ ପାରିଥିଲେ। ସେ ୨୩ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଥିଲେ। ଦିଲ୍ଲୀ ସିଏସ୍‌କେକୁ ୧୮୮/୭ରେ ସୀମିତ କରିଦେଇଥିଲା। ଦିଲ୍ଲୀ ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅର୍ଶଦ, ସୁମିତଙ୍କ ଶତକ, ଦେବାଶିଷ, ଗୌତମଙ୍କୁ ୫ ଉଇକେଟ

ଭୁବନେଶ୍ୱର,୨୩ା୩ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟସ୍ତରୀୟ କଳାହାଣ୍ଡି କପ୍‌ କ୍ରିକେଟରେ ବୁଧବାର ସମ୍ବଲପୁର, କିଟ୍‌, ବୌଦ୍ଧ, କୋରାପୁଟ ଓ ବଲାଙ୍ଗୀର ବିଜୟ ହାସଲ କରିଛନ୍ତି। ବରଗଡର ସୁମିତ...

କ୍ରୀଡ଼ା: ଦକ୍ଷତା ପ୍ରଦର୍ଶନର ଅନ୍ୟତମ ମାର୍ଗ

ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ଲାଗି ବିଭିନ୍ନ ଦେଶ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବା...

ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌: ରାମକୁମାର, ସୁମିତଙ୍କ ଦମ୍‌ଦାର ପ୍ରଦର୍ଶନ ଭାରତ ୨-୦ରେ ଅଗ୍ରଣୀ

ନୁର-ସୁଲତାନ,୩୦।୧୧(ପି.ଟି.)- କାଜାଖସ୍ତାନ ରାଜଧାନୀ ନୁର- ସୁଲତାନଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭେଡିସ୍‌ କପ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି। ରାମ୍‌କୁମାର ରମାନାଥନ ଓ ସୁମିତ ନାଗାଲଙ୍କ...

ଟିମ୍‌ ଇଣ୍ଡିଆ ପାଇଁ ପୁଣି ଚିନ୍ତାର ବିଷୟ ପାଲଟିଲେ ଏହି ଖେଳାଳି

ଜୋହାନ୍ସବର୍ଗ,୭।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୭ ଉଇକେଟରେ ପରାସ୍ତ ହୋଇଛି ଭାରତୀୟ ଟିମ୍‌ । ଏହା ସହିତ...

ମହିଳା ବିଶ୍ୱକପ୍‌ ଇତିହାସରେ ଝୁଲଣ ଗୋସ୍ବାମୀ

ହାମିଲଟନ,୧୦।୩: ଭେଟେରାନ ଭାରତୀୟ ପେସର ଝୁଲଣ ଗୋସ୍ବାମୀ ଗୁରୁବାର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ସହ ସମକକ୍ଷ ହୋଇଛନ୍ତି।...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସାନିଆ ମିର୍ଜାଙ୍କ ସହ ପାର୍ଟି କରୁଥିଲେ ପାକିସ୍ତାନ ଖେଳାଳି

ଲଣ୍ଡନ, ୧୭।୬: ବିଶ୍ୱକପର ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ରବିବାର ମାଞ୍ଚେଷ୍ଟରରେ ଖେଳାଯାଇଥିଲା। ଏଥିରେ ଭାରତ ୮୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ବିଶ୍ୱକପରେ...

ପାକିସ୍ତାନ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ ପୁଅ

କରାଚୀ,୪।୬: ଆଗକୁ ହେବାକୁ ଥିବା ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପିସିବି ପକ୍ଷରୁ ଘୋଷଣା କରାଯାଇଛି ପାକିସ୍ତାନ ଟି୨୦ ଦଳ। ଏହି ଦଳରେ ସ୍ଥାନ...

ରାକେଟ୍‌ରେ ଓ୍ବିମ୍ବେଲଡନ କୋର୍ଟ ନଷ୍ଟ କରିଥିବା ଅଭିଯୋଗ: ସେରେନାଙ୍କୁ ଜରିମାନା

ଲଣ୍ଡନ, ୯ା୭- ରାକେଟ୍‌ରେ ଓ୍ବିମ୍ବେଲଡନ କୋର୍ଟ ନଷ୍ଟ କରିଥିବା ଅଭିଯୋଗରେ ସେରେନା ଓ୍ବିଲିୟମ୍ସଙ୍କୁ ୧୦,୦୦୦ ଡଲାର(୭,୯୮୮ ପାଉଣ୍ଡ) ଜରିମାନା କରାଯାଇଛି। ଅଲ୍‌ ଇଂଲଣ୍ଡ କ୍ଲବରେ ଚଳିତ...

Advertisement
Archives

Model This Week