Posted inଖେଳ

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି ଯେ, ଏକା ସମୟରେ ଦଳର ୪ରୁ ୫ ଖେଳାଳି ଫର୍ମ ହରାଇଲେ ଆଶାନୁଯାୟୀ ଫଳାଫଳ ପାଇବା କଷ୍ଟକର। ସିଏସ୍‌କେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌)ଠାରୁ ପରାଜିତ ହେବା ଦ୍ୱାରା ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିବା ଦ୍ୱାରରେ ଦଳ ପହଞ୍ଚିଛି। ଦଳୀୟ କମ୍ବିନେଶନରେ ସ୍ଥିରତା ବଜାୟ ରଖିବା ପାଇଁ ସିଏସ୍‌କେ ଜଣାଯାଏ। ହେଲେ ଚଳିତ ଲିଗ୍‌ରେ ଦଳ ଏପର୍ଯ୍ୟନ୍ତ ୯ ମ୍ୟାଚ୍‌ରେ ୧୯ ଖେଳାଳିଙ୍କୁ ଖେଳାଇଛି।

ଭଳି ଟୁର୍ନାମେଣ୍ଟରେ ଯଦି ଦଳରେ ଗୋଟିଏ କି ଦୁଇଟି ଗାତ ଦେଖାଯାଏ, ତେବେ ତାହାକୁ ଭରିହେବ। କିନ୍ତୁ ଯଦି ଅଧିକାଂଶ ଖେଳାଳି ଭଲ ପ୍ରଦର୍ଶନ କରି ନ ପାରିବେ ତେବେ ଆଶାନୁଯାୟୀ ଫଳ ପାଇବା କଷ୍ଟକର। ଅନ୍ୟପକ୍ଷେ ଦଳର କେତେଜଣ ଖେଳାଳି ଯଦି ଭଲ କରୁଛନ୍ତି, ତେବେ ଖରାପ ପ୍ରଦର୍ଶନ କରୁଥିବା ଗୋଟିଏ କି ଦୁଇଟି ଖେଳାଳିଙ୍କୁ କିଛି ଅଧିକ ସୁଯୋଗ ଦେଇହେବ। ଯଦି ତାହା କାମ ନ ଦିଏ, ତେବେ ତୁମେ ଖେଳାଳିଙ୍କୁ ପରିବର୍ତ୍ତନ କର।

ହେଲେ ଏକା ସମୟରେ ଯଦି ୪ ଜଣ ଭଲ ପ୍ରଦର୍ଶନ କରିପାରୁନାହାନ୍ତି, ସେମାନଙ୍କୁ ବଦଳାଇବା ନିହାତି ଦରକାର। କାରଣ ସେମାନଙ୍କୁ ଲଗାତର ଖେଳାଇ ହେବ ନାହିଁ ବୋଲି ଧୋନୀ କହିଛନ୍ତି। ସିଏସ୍‌କେ ବର୍ତ୍ତମାନ ୭ ପରାଜୟ ସହ ପଏଣ୍ଟ ଟେବୁଲର ସର୍ବନିମ୍ନରେ ରହିଛି। ଏପର୍ଯ୍ୟନ୍ତ ଡେଭନ କନ୍‌ଓ୍ବେ, ରାଚିତ ରବୀନ୍ଦ୍ର, ସାମ୍‌ କୁରାନ, ରାହୁଲ ତ୍ରିପାଠୀ, ଦୀପକ ହୁଦା, ବିଜୟ ଶଙ୍କରଙ୍କ ଭଳି ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri