ଅଧିନାୟକ ଭାବେ ଆଇପିଏଲ୍‌ରେ ସର୍ବାଧିକ ମ୍ୟାଚ୍‌ ଜିତିଛନ୍ତି ଧୋନୀ

ନୂଆଦିଲ୍ଲୀ, ୧୫।୯: ଆଇପିଏଲ୍‌ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଆଇପିଏଲ୍‌ରେ ବର୍ତ୍ତମାନ ସୁଦ୍ଧା ଅନେକ ଅଧିନାୟକ ବିଭିନ୍ନ ଦଳର ନେତୃତ୍ୱ ନେଇସାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ସଫଳ ହୋଇଥିବାବେଳେ କିଛି ଅଧିନାୟକଙ୍କୁ ନିରାଶ ହେବାକୁ ପଡ଼ିଛି। ଆଇପିଏଲ୍‌ ଇତିହାସରେ ଅଧିନାୟକ ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ରହିଛି। ଧୋନୀ ଅଧିନାୟକ ଭାବେ ୧୭୪ ମ୍ୟାଚ୍‌ ଖେଳିଥିବାବେଳେ ସେଥିମଧ୍ୟରୁ ୧୦୪ଟି ବିଜୟ ଲାଭ କରିଛନ୍ତି। ୬୯ ମ୍ୟାଚ୍‌ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଅଧିନାୟକ ଭାବେ ଧୋନୀଙ୍କ ବିଜୟ ପ୍ରତିଶତ ୬୦.୧୧ ରହିଛି।


ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ୧୧୦ ମ୍ୟାଚ୍‌ରେ ନେତୃତ୍ୱ ନେଇଥିବାବେଳେ ଯଥାକ୍ରମେ ୪୯ ଓ ୫୫ ମ୍ୟାଚ୍‌ ବିଜୟ ଓ ପରାଜୟବରଣ କରିଛନ୍ତି। ତାଙ୍କର ବିଜୟ ପ୍ରତିଶତ ୪୭.୧୬ ରହିଛି। ମୁମ୍ବାଇ ଇଣ୍ଡିଆନ୍ସର ରୋହିତ୍‌ ଶର୍ମାଙ୍କ ନାମରେ ୬୦ ବିଜୟ ରହିଛି। ସେ ୧୦୪ ମ୍ୟାଚ୍‌ରେ ନେତୃତ୍ୱ ନେଇଥିବାବେଳେ ସେଥିମଧ୍ୟରୁ ୪୨ ମ୍ୟାଚ୍‌ ହାରିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସର ଦୀନେଶ କାର୍ତ୍ତିକ ଅଧିନାୟକ ଭାବେ ୩୬ ମ୍ୟାଚ୍‌ ଖେଳି ୧୭ ବିଜୟ ଓ ୧୮ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦର ଡେଭିଡ୍‌ ଓ୍ବାର୍ନର (୪୭ ମ୍ୟାଚ୍‌, ୨୬ ବିଜୟ), ରାଜସ୍ଥାନ ରୟାଲ୍ସର ଷ୍ଟିଭ ସ୍ମିଥ୍‌ (୨୯ ମ୍ୟାଚ୍‌, ୧୯ ବିଜୟ) ଓ ଶ୍ରେୟାସ ଆୟାର (୨୪ ମ୍ୟାଚ୍‌, ୧୩ ବିଜୟ) ମଧ୍ୟ ଅନେକ ମ୍ୟାଚ୍‌ରେ ନେତୃତ୍ୱ ନେବାର ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri