Posted inଖେଳ

ଅବସର ପରେ ଟମାଟୋ-ଦୁଗ୍ଧ ବିକ୍ରି କରୁଛନ୍ତି ଧୋନୀ

ରାଞ୍ଚି,୨୪।୧୧: ବଡ଼ ବଡ଼ ସେଲିବ୍ରିଟି ନିଜ ଜୀବନରେ କ’ଣ କରୁଛନ୍ତି କେମିତି ଜୀବନ ବିତାଉଛନ୍ତି ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି ରହିଥାଏ। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧାନୀ ଏବେ କ’ଣ କରୁଛନ୍ତି ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି ରହିଛି। ହେଲେ ଜାଣିଛନ୍ତି କି, କ୍ୟାପଟେନ କୁଲ ଏବେ ରାଞ୍ଚିରେ ଟମାଟୋ ଓ ଦୁଗ୍ଧ ବିକ୍ରି କରୁଛନ୍ତି।

ସୂଚନାଯୋଗ୍ୟ, ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ଦୁଗ୍ଧ ଚାଷ ଓ ଅର୍ଗାନିକ ଚାଷ ଉପରେ ଧ୍ୟାନ ଦେଉଛନ୍ତି। ଝାଡ଼ଖଣ୍ଡ ରାଞ୍ଚି ଜିଲାର ଧୁର୍ବା ସ୍ଥିତ ସେମ୍ବୋରେ ଥିବା ତାଙ୍କର ୫୫ ଏକର ଜମିରେ ଚାଷ କରୁଥିବା ଜଣାପଡ଼ିଛି। ଯେଉଁଠାରେ ଦୁଗ୍ଧ ଚାଷ ସହ ଅର୍ଗାନିକ ଚାଷ ମଧ୍ୟ କରାଯାଉଛି। ବର୍ତ୍ତମାନ ଧୋନୀଙ୍କ ଫାର୍ମ ହାଉସ୍‌ରେ ଋତୁକାଳୀନ ପନିପରିବା ଉତ୍ପାଦନ କରାଯାଉଛି। ଯଥା ଫୁଲ କୋବି, ବନ୍ଧା କୋବି, ବ୍ରୋକଲି ଓ ଟମାଟୋ। ଉକ୍ତ ଫାର୍ମ ହାଉସ୍‌ରେ ପ୍ରତ୍ୟେକ ଦିନ ଅର୍ଗାନିକ ଉପାୟରେ ୮୦ କିଲୋ ଟମାଟୋ ଉତ୍ପାଦନ ହେଉଛି। ଯାହାକୁ ବଜାରରେ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରାଯାଉଥିବା ସୂଚନା ମିଳିଛି।

ସେହିପରି ପ୍ରତିଦିନ ପ୍ରାୟ ୩୦୦ଲିଟର ଦୁଗ୍ଧ ଉତ୍ପାଦନ କରାଯାଉଥିବା ବେଳେ ଏହାର ଦାମ୍‌ ଲିଟର ପିଛା ୫୫ ଟଙ୍କା ରହିଛି। ଧୋନୀଙ୍କ ଗୋଶାଳାରେ ବର୍ତ୍ତମାନ ୭୦ଟି ଗାଇ ଥିବା ବେଳେ ଏମାନଙ୍କୁ ପଞ୍ଜାବରୁ ଅଣାଯାଇଛି। ତେବେ ଏହି ଫାର୍ମ ହାଉସ୍‌ର ସମସ୍ତ କାର୍ଯ୍ୟ ଶିବାନନ୍ଦନ ଓ ତାଙ୍କ ପତ୍ନୀ ସୁମନ ଯାଦବ ବୁଝାସୁଝା କରୁଛନ୍ତି। ଦୁଗ୍ଧ ଓ ଟମାଟୋ ବିକ୍ରି କରି ଯେତିକି ଟଙ୍କା ଆୟ ହୁଏ ସେସବୁ ଧୋନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଏ। ଏପର୍ଯ୍ୟନ୍ତ ୧ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରାଯାଇଛି ବୋଲି ଶିବାନନ୍ଦନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୂର୍ଯ୍ୟକୁମାରଙ୍କ ଶତକ: ନ୍ୟୁଜିଲାଣ୍ଡକୁ ୧୯୨ ରନ୍‌ ଟାର୍ଗେଟ୍‌ ଦେଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୨୦।୧୧: ଭାରତର ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମାଉଣ୍ଟ ମଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ଭାରତ ୧୯୨ ରନ ଲକ୍ଷ୍ୟ...

ଭାରତର ଦମ୍‌ଦାର ବିଜୟ

ଲଣ୍ଡନ, ୯।୬- ଆଇସିସି ବିଶ୍ୱକପର ରବିବାର ଅନୁଷ୍ଠିତ ହାଇ ଭୋଲ୍‌ଟେଜ୍‌ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଭାରତ...

ଲକ୍ଷ୍ନୌରେ ‘କର ବା ମର’ ମୁକାବିଲା ଖେଳିବ ଭାରତ

ନୂଆଦିଲ୍ଲୀ,୨୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।...

ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି’ଙ୍କ ଅବସର

ନୂଆଦିଲ୍ଲୀ, ୧୮।୧୦ (ପି.ଟି.)- ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି ଜୁଇ ରୁଇ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନରୁ ଅବସର ଘୋଷଣା କରିଛନ୍ତି। ଓ୍ବାଲର୍‌ଡ ବ୍ୟାଡ୍‌ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ...

ସ୍କୁଲ୍ସ ଓପନ ଚେସ୍‌: ଶୁକ ମୁର୍ମୁ ଚାମ୍ପିୟନ

ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ସମର ବିଜୟ ମହାନ୍ତି ମେମୋରିଆଲ ସ୍କୁଲ୍ସ ଓପନ ଚେସ୍‌ରେ କଟକ...

ଏସିଆନ ବକ୍ସିଂ: ମେରୀ କମ୍‌, ସାକ୍ଷୀ ଫାଇନାଲରେ

ଦୁବାଇ, ୨୮।୫(ପି.ଟି.)-ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌. ସି. ମେରୀ କମ୍‌ (୫୧ କେଜି) ଓ ସାକ୍ଷୀ (୫୪ କେଜି) ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ...

ଗୁଣେଶ୍ୱରନ ବିଜୟୀ

ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତ ଅଗ୍ରଣୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ତୁର୍କୀରେ ଆଣ୍ଟାଲ୍ୟା ଓପନ୍‌ ଏଟିପି ୨୫୦ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ...

ବର୍ଷା ଯୋଗୁ ଆଫଗାନିସ୍ତାନ-ଆୟାର୍ଲାଣ୍ଡ ମ୍ୟାଚ୍‌ ବାତିଲ୍‌

ମେଲବୋର୍ନ,୨୮।୧୦: ମେଲବୋର୍ନରେ ଲଗାତାର ବର୍ଷା ହେତୁ ଆଫଗାନିସ୍ତାନ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ମ୍ୟାଚ ବାତିଲ୍‌ ହୋଇଯାଇଛି। ଏହି ମ୍ୟାଚରେ ଏତେ ଜୋର ବର୍ଷା ହୋଇଥିଲା ଯେ...

Advertisement
Archives

Model This Week