ଆଇପିଏଲ୍‌ରେ ୨୦୦ ମ୍ୟାଚ୍‌ ଖେଳିବାରେ ପ୍ରଥମ ଖେଳାଳି ହେଲେ ଧୋନୀ

ଆବୁଧାବି, ୧୯।୧୦: ଆଇପିଏଲ୍‌ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ବେଶ୍‌ ସ୍ମରଣୀୟ ହୋଇଛି। ବାସ୍ତବରେ ଆଇପିଏଲ୍‌ରେ ଧୋନୀଙ୍କ ଏହା ୨୦୦ତମ ମ୍ୟାଚ୍‌। ଏହି ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିବାରେ ଧୋନୀ ପ୍ରଥମ ଖେଳାଳି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏଥିପୂର୍ବରୁ କୌଣସି ଖେଳାଳି ମଧ୍ୟ ଆଇପିଏଲ୍‌ ଇତିହାସରେ ୨୦୦ ମ୍ୟାଚ୍‌ ଖେଳିନାହାନ୍ତି।

ଏହି ମ୍ୟାଚ୍‌ ପୂର୍ବରୁ ଧୋନୀ ଆଇପିଏଲ୍‌ରେ ୧୯୯ ମ୍ୟାଚ୍‌ ଖେଳି ୪୧.୫୨ ଆଭରେଜରେ ୪,୫୬୮ ରନ୍‌ ସଂଗ୍ରହ କରିଛନ୍ତି। ୨୦୦୮ରୁ ଧୋନୀ ଆଇପିଏଲ୍‌ ଖେଳିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ସେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ପୁଣେ ସୁପର୍‌ ଜିଆଣ୍ଟ୍ସ ଦଳର ନେତୃତ୍ୱ ନେବାର ସୁଯୋଗ ଲାଭ କରିଛନ୍ତି। ଅପରାଜିତ ୮୪ ରନ ଆଇପିଏଲ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଲିଗ୍‌ରେ ସେ ଏ ପର୍ଯ୍ୟନ୍ତ ୧୧୦ କ୍ୟାଚ୍‌ ଧରିବା ସହିତ ୩୯ ଷ୍ଟମ୍ପିଂ କରିସାରିଛନ୍ତି। ଧୋନୀଙ୍କ ପଛକୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍‌ ଶର୍ମା (୧୯୭) ଆଇପିଏଲ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳିଛନ୍ତି। ସୁରେଶ ରାଇନା (୧୯୩) ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇପ ୧ ଡାଇବେଟିସ କ’ଣ? ଏହା ପଛରେ କ’ଣ ରହିଛି କାରଣ ଜାଣନ୍ତୁ…

ନୀରବ ଘାତକ ଭାବରେ ଗଣନା କରାଯାଉଥିବା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଡାଇବେଟିସ୍‌ ବା ମଧୁମେହ। ଏହା ପଛରେ ଅନେକ କାରଣ ରହିଛି। ତେବେ ଟାଇପ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ସୃଷ୍ଟି ହେବ ବିରଳ ତ୍ରିଗ୍ରହୀ ଯୋଗ; ବଦଳିଯିବ ୩ ରାଶିର ଭାଗ୍ୟ, ପ୍ରଚୁର ଧନ ଲାଭ

ଅକ୍ଟୋବର ମାସରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତିନି ଗ୍ରହ ଗୋଟିଏ ରାଶିରେ ରହିବା…

ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ଅପିଲ୍, ମହିଳାମାନେ ବାଗେଶ୍ବର ଆଶ୍ରମକୁ ଏକୁଟିଆ…

ଭୋପାଳ,୫ା୧୦: ମଧ୍ୟପ୍ରଦେଶର ଛତରପୁର ଜିଲା ଗଢ଼ାସ୍ଥିତ ପ୍ରସିଦ୍ଧ ବାଗେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି ।…

ସିଜେପି (CJP) ର ଆଶୁତୋଷ ରଙ୍କା କହିଲେ,‘ରକ୍ତର ପ୍ରତ୍ୟେକ ବୁନ୍ଦା…’, ହେଲେ ସେ କାହାକୁ ଦେଲେ ଏମିତି ଚ୍ୟାଲେଞ୍ଜ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ କରୁଛି। SIR ବିବାଦକୁ ନେଇ ସେମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା…

୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର…

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?