ଜଳବନ୍ଦୀରେ ଢିଅବସୁପୁର ଗାଁ

ଡେରାବିଶ, ୧୯ା୮(ସ୍ବ.ପ୍ର.): ଲୁଣା ଓ କରାଣ୍ଡିଆ ନଦୀରେ ଜଳସ୍ତର କମିଥିଲେ ମଧ୍ୟ ବସୁପୁର ପଞ୍ଚାୟତର ଢିଅବସୁପୁର ଗାଁର ଲୋକମାନେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଗତ ଦୁଇଦିନ ହେବ ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ଢିଅବସୁପୁର ଗାଁରେ ରନ୍ଧାଖାଦ୍ୟ ଦିଆଯାଉଥିବା ବେଳେ ଗାଁ ଭିତରେ ଥିବା ଘରଗୁଡିକରେ କରାଣ୍ଡିଆ ନଦୀର ବନ୍ୟାଜଳ ଲହଡ଼ି ଭାଙ୍ଗୁଛି। ଗାଁ ଦାଣ୍ଡରେ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଲୋକେ ନିଜକୁ ସୁରକ୍ଷିତ ରଖିବା ପାଇଁ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି। ଏଥିସହ ଗୃହପାଳିତ ପ୍ରାଣୀ ଓ ବହୁ ପରିବାର ନଦୀବନ୍ଧରେ ଅସ୍ଥାୟୀ ପଲିଥିନ୍‌ ତଳେ ଆଶ୍ରୟ ନେଇଛନ୍ତି। ତେବେ ବନ୍ୟା ପ୍ରକୋପ ପାଇଁ ଲୋକଙ୍କ ମନରେ ସାମାନ୍ୟ ଆଶଙ୍କା କମିଥିବା ବେଳେ ଜଳବନ୍ଦୀ ମଧ୍ୟରେ ଥିବା ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ଶୁକ୍ରବାର ଲଘୁଚାପ ଜନିତ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଥିବାରୁ ନଦୀକୂଳିଆ ଗ୍ରାମବାସୀ ଏବେ ଆତଙ୍କିତ ହୋଇ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏଚ୍‌ଜି କିଣିବେ ଲଘୁ ବନଜାତ ଦ୍ରବ୍ୟ

ସମ୍ବଲପୁର,୧୮।୫(ବ୍ୟୁରୋ): ଆଦିବାସୀମାନେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ହେଲେ ଉପଯୁକ୍ତ ବଜାର ନ ଥିବାରୁ ବନଜାତ ଦ୍ରବ୍ୟର ଅଭାବୀ...

୧୦ଟା ପର୍ଯ୍ୟନ୍ତ ଛାଡୁନି କୁହୁଡ଼ି, ୧୧ଡିଗ୍ରୀ ତଳେ ପାରଦ

ବାଲିଗୁଡା,୨୯ା୧୧ (ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡାରେ ଘନ କୁହୁଡି ସହ ଶୀତ ଲହରି ଜାରି ରହିଛି। ସକାଳ ୧୦ ପଯର୍‌ୟନ୍ତ କୁହୁଡି ଆଚ୍ଛାଦିତ ହୋଇ ରହୁଥିବାରୁ...

ମଧ୍ୟାହ୍ନଭୋଜନ ଚାଉଳ ଯୋଗାଣରେ ହେରଫେର

ଓଡ଼ଗାଁ,୨୮ା୯(ସ୍ବ.ପ.): ଓଡ଼ଗାଁ ବ୍ଲକ ଅଧୀନ ବିଭିନ୍ନ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଛି ା ଯୋଗାଣକାରୀ ସଂସ୍ଥା ବିଭିନ୍ନ ବିଦ୍ୟାଳୟକୁ...

କାର୍ତ୍ତିକରେ ମିଳିବ ଅବଢ଼ା

ପୁରୀ ଅଫିସ,୨୧ା୧୦: ଆସନ୍ତା ନଭେମ୍ବର ପହିଲାରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେଉଛି। ଏହି ପବିତ୍ର ମାସରେ ପୁରୀରେ ହଜାର ହଜାର ସଂଖ୍ୟାରେ ହବିଷିଆଳି ରହି କାର୍ତ୍ତିକ...

ପିପିଲି ଉପନିର୍ବାଚନ ପୂର୍ବରୁ ହିଂସା

ପୁରୀ,୧୧।୪: ପୁରି ଜିଲା ଡେଲାଙ୍ଗ ଜେନାପୁର ପଞ୍ଚାୟତ ଅଞ୍ଚଳରେ ରବିବାର ପିପିଲି ଉପନିର୍ବାଚନ ହିଂସା ଦେଖା ଦେଇଛି। କିଛି ବିଜେଡି କର୍ମୀ ଗୋଡ଼ାଇ ଗୋଡାଇ ଭାଜପା...

ହେବ ଚାଷ ଜମିକୁ ପାଣି ମାଡ଼ୁନି:ଘାଇ ବନ୍ଦ କଲେ ଗ୍ରାମବାସୀ

ବଇଣ୍ଡା,୧୯।୧୦(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତରେ ଥିବା ଟିଲିମୁଣ୍ଡା ଜଳସେଚନ ପ୍ରକଳ୍ପର ହେଡଓ୍ବାଲ ନିକଟରେ ଘାଇ ସୃଷ୍ଟି ହୋଇଛି। ଫଳରେ ପାଣି ନାଳ...

‘୨୦ ହଜାର ଦିଅ, ପକ୍କାଘର ନିଅ’

ନୟାଗଡ଼ ଅଫିସ,୪ା୧୨: ୨୦ ହଜାର ଟଙ୍କା ଦିଅ, ପକ୍କା ଘର ନିଅ। ଏହି ଉକ୍ତି ହେଉଛି ଖୋଦ୍‌ ଜଣେ ସରକାରୀ କର୍ମଚାରୀଙ୍କର। ଯୋଗ୍ୟ ତାଲିକାରେ ନାମ...

୭ ବର୍ଷରୁ ଚିହ୍ନୁଥିଲେ ଜଡ଼ିବୁଟି

କେନ୍ଦୁଝର, ୩ା୩ (ସ୍ବ.ପ୍ର.): ପିଲା ଦିନରୁ ମାତ୍ର ୭ ବର୍ଷ ବୟସରୁ ବାପାଙ୍କ ସହିତ ଜଡିବୁଟି ଚିକିତ୍ସା କରି ଆଜି ନିଜକୁ ପ୍ରତିଷ୍ଠିତ କରିଛନ୍ତି ବୈଦ୍ୟ...

Advertisement
Archives

Model This Week