ଶିଶୁଙ୍କ ଲାଗି ‘ଯାଦୁଇ ପିଟାରା’ ଉନ୍ମୋଚନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର, ୨୧ା୨(ବ୍ୟୁରୋ):ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢ଼ିବା ପାଇଁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଖିବା ଓ ଶିଖାଇବାର ଉପକରଣ ୨ ପିଟାରାର ଉନ୍ମୋଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ପାଠପଢା ଦୃଶ୍ୟପଟ୍ଟକୁ ଅଧିକ ଜୀବନ୍ତ କରିବା ଦିଗରେ ଏହା ଏକ ଐତିହାସିକ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ୩ ବର୍ଷରୁ ୮ ବର୍ଷ ଶିଶୁଙ୍କ ପାଇଁ ଖେଳ ଆଧାରିତ ଶିକ୍ଷା ଶିଖିବା ଏବଂ ଶିଖାଇବାର ଉପକରଣ ଶୁଭାରମ୍ଭ ହୋଇଯାଇଛି। ଯାଦୁଇ ପିଟାରା ଏଭଳି ଏକ ପଦକ୍ଷେପ, ଯେଉଁଥିରେ ପିଲାମାନେ ବିଭିନ୍ନ ଖେଳ, ଗୀତ, କାହାଣୀ ଏବଂ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନେ ପାଠ ପଢିବେ। ଜାତୀୟ ଶିକ୍ଷା ନୀତି ଆଧାରରେ ଯାଦୁଇ ପିଟାରା ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନ୍‌ସିଏଫ୍‌) ଅଧୀନରେ ବିକଶିତ ହୋଇଥିବା ବେଳେ ଏହା ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ ରହିଛି। ନୂଆ ଶିକ୍ଷା ନୀତିର କଳ୍ପନାରେ ପାଠପଢା ଏବଂ ଶିକ୍ଷା ବାତାବରଣକୁ ସମୃଦ୍ଧ କରିବା ଏବଂ ଉଲ୍ଲାସର ସହ ପାଠପଢାକୁ ଶିଶୁକୈନ୍ଦ୍ରିକ କରିବା ଦିଗରେ ଏହା ଏକ ବୃହତ ପଦକ୍ଷେପ। ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଏବଂ ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ପଦ୍ମବିଭୂଷଣ କେ. କସ୍ତୁରିରଙ୍ଗନଙ୍କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ସଦସ୍ୟଙ୍କ ଠାରୁ ଅଲଗା ରୁମରେ ରହୁଛନ୍ତି ଗଞ୍ଜାମ ଜିଲାପାଳ, ରକ୍ଷା କରୁଛନ୍ତି ସାମାଜିକ ଦୂରତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାର ଜିଲାପାଳଙ୍କ ଠାରୁ ଆରମ୍ଭକରି ସବୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ସାମିଲ ଅଛନ୍ତି।...

ଗିରଫ ହେବେ ରେଞ୍ଜର, ଫରେଷ୍ଟର

ଭୁବନେଶ୍ୱର, ୨୮ା୬(ବ୍ୟୁରୋ):ବନ ବିଭାଗକୁ ପଡ଼ିଛି ଶନି ଦଶା। ଆଠଗଡ଼ ପରେ ଅନୁଗୋଳ ସାତକୋଶିଆ ବନଖଣ୍ଡରେ ହାତୀ ମଡ଼କ ଦେଖାଯାଇଛି। ସାତକୋଶିଆ ବନଖଣ୍ଡର ସଂଲଗ୍ନ ନରସିଂହପୁର ଜିଲିଣ୍ଡା...

ଏଣିକି କଳାବଜାରକାରୀଙ୍କ ଉପରେ କଡ଼ା ନଜର

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କୋଭିଡ୍‌-୧୯ର ତାଲା ବନ୍ଦ ସ୍ଥିତିରେ ଏବଂ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରକାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ ଦୃଢ଼...

୫୪ ଓ୍ବାର୍ଡରୁ ଉଠିବନି ଅଳିଆ

ଭୁବନେଶ୍ୱର, ୧।୧୧ (ବ୍ୟୁରୋ):ସହରରେ ସଫେଇ ବ୍ୟବସ୍ଥାକୁ ନେଇ ଡିଣ୍ଡିମ ପିଟୁଥିବା ବିଏମ୍‌ସିରେ ଥିବା ଅବ୍ୟବସ୍ଥା ପୁଣିଥରେ ପଦାରେ ପଡିଛି। କିଛିଦିନ ବ୍ୟବଧାନରେ ସଫେଇ କର୍ମୀ ଏବଂ...

ବରଦା ଦାସ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ବରଦା ପ୍ରସନ୍ନ...

ଅଲିଭ୍‌ ରିଡ୍‌ଲେ କଇଁଛ ମୃତ୍ୟୁ ଘଟଣା: ୩ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ୍‌,୨୮।୨: କେନ୍ଦ୍ରାପଡ଼ା ଜିଲା ଗହୀରମଥା ମୁହାଣରେ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ହାଇକୋର୍ଟ...

କରୋନା ଯୋଦ୍ଧାଙ୍କୁ ସମ୍ମାନ: ଯୁଦ୍ଧ ଜାହାଜରେ ଜଳିଲା ଲାଇଟ୍‌

ପାରଦୀପ,୪ା୫(ସ୍ବ.ପ୍ର.): କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ଅଭିନବ ଉପାୟରେ ସମ୍ମାନ ଜଣାଯାଇଛି। ପୂର୍ବ ଉପକୂଳ ସୀମାର ସାଗରଦୀପ, ପୁରୀ...

ବିକ୍ରି ଉପରେ କଟକଣା, ତଥାପି ଚାଲିଥିଲା ବାଣ କାରଖାନା

ଆସିକା,୧ା୧୧(ଡି.ଏନ.ଏ.): ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନଳବଣ୍ଟା ଗ୍ରାମରେ ପୋଲିସ ଚଢାଉ କରି ବାଣ ପ୍ରସ୍ତୁତି କାରଖାନାରୁ ବହୁ ପରିମାଣର ବାଣ ଓ...

Advertisement
Archives

Model This Week