ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ)/ ମାହାଙ୍ଗା(ସ୍ବ.ପ୍ର.),୭ା୧:ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବର୍ଷେ ପୂରିଛି। ଏହି ଅବସରରେ ଗୁରୁବାର ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତିସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବର୍ଷକ ତଳେ ମାହାଙ୍ଗାରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ଇତିମଧ୍ୟରେ ବର୍ଷେ ପୁରିଯାଇଛି। ତେଣୁ ମାମଲା କେଉଁ ଅବସ୍ଥାରେ ଅଛି ବୋଲି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, କୁଳମଣି ହତ୍ୟା ଘଟଣାରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀଙ୍କ ନାମ ଏତଲାରେ ଥିଲା। ହେଲେ ଚାର୍ଜଶିଟରୁ ପୋଲିସ ତାଙ୍କ ନାମ ଏତଲାରୁ କାଟିଦେଲା। ଏପରିକି ମନ୍ତ୍ରୀଙ୍କ ବ୍ୟବସାୟିକ ପେଣ୍ଠସ୍ଥଳରେ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା। ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଶୂନ। ଏଥିରୁ ରାଜ୍ୟର ଆଇନ୍‌ଶୃଙ୍ଖଳା ସ୍ଥିତି କିପରି ତାହା ଦର୍ଶାଉଛି। ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଲୋକଙ୍କ ପାଇଁ ଚିନ୍ତା କି ଦରଦ ନାହିଁ, ଯେଉଁଥିଲାଗି ଏସବୁ ଘଟୁଛି ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଧର୍ମେନ୍ଦ୍ର ଟାର୍ଗେଟ କରିଛନ୍ତି। ମାହାଙ୍ଗାର ମାଟି ହେଉଛି କର୍ମବୀର ଗୌରୀଶଙ୍କର ରାୟ, ଗଣକବି ବୈଷ୍ଣବ ପାଣି ଓ ପଲ୍ଲିକବି ନନ୍ଦକିଶୋର ବଳଙ୍କ ପବିତ୍ର ମାଟି। ଗରିବଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଏହି ଦିବଂଗତ ଭାଜପା ନେତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଗତ ବର୍ଷ ସ୍ବର୍ଗତ କୁଳମଣି ବରାଳ ତାଙ୍କୁ ଭୁବନେଶ୍ୱରରେ ଭେଟିବା ସହ ମାହାଙ୍ଗା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା କେଳେଙ୍କାରୀ ବା ଦଳୀୟ ଆଧାରରେ ବଣ୍ଟନ ବିଷୟରେ ଅବଗତ କରିଥିଲେ। ମାତ୍ର ତା’ପରଦିନ କୁଳମଣିଙ୍କୁ ହତ୍ୟା କରାଯିବା ବିଶ୍ୱାସଯୋଗ୍ୟ ହୋଇ ନ ଥିଲା। ରାଜ୍ୟରେ କ୍ଷମତାରେ ଥିବା ଲୋକମାନେ ସ୍ବର୍ଗତ ବରାଳ ଓ ତାଙ୍କ ସହଯୋଗୀଙ୍କୁ ପିଏମ୍‌ ଆବାସ ଯୋଜନାରେ ସ୍ବର ଉଠାଇବାରୁ ହତ୍ୟାକଲେ। ଓଡ଼ିଶା ରାଜନୀତିରେ ଏହା ସ୍ମରଣୀୟ ହୋଇ ରହିବ ବୋଲି ଧର୍ମେନ୍ଦ୍ର କହିଥିଲେ। ସ୍ମୃତି ସଭାରେ ପ୍ରଫେସର ଡ.ପ୍ରତାପ କୁମାର ଚୌଧୁରୀ ସଭାପତିତ୍ୱ କରିଥିଲେ। ଅତିଥିଭାବେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର, ଉପସଭାପତି ପ୍ରଭାତି ପରିଡା, କଟକ ଜିଲାସଭାପତି ପ୍ରକାଶ ଚନ୍ଦ୍ର ବେହେରା, ଜିଲା ପ୍ରଭାରୀ ଅମର ନାୟକ, ଶାରଦା ପ୍ରଧାନ, ବଜେନ୍ଦ୍ର ନାୟକ ଓ ଯାଜ୍ଞସେନୀ ଜେନା ପ୍ରମୁଖ ଯୋଗଦେଇଥିଲେ। ନୃତ୍ତାଙ୍ଗ ଗାଁ ମୁଣ୍ଡରେ ପ୍ରତିଷ୍ଠିତ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ପ୍ରତିମୂର୍ତ୍ତିକୁ ସମୀର ମହାନ୍ତି ଉନ୍ମୋଚିତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ା ଶିକ୍ଷାବିତ୍‌ ମାଧବାନନ୍ଦ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ‘ସ୍ମୃତି ପ୍ରଦୀପ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରେ ୪ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ କୁଳମଣି ସ୍ମୃତିସଂସଦ ପକ୍ଷରୁ ଗରିବ ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ଶେଷରେ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ରମାକାନ୍ତ ବରାଳ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭକ୍ତଚରଣ ସ୍ବାଇଁଙ୍କ ସମେତ ୭ମଣ୍ଡଳ ସଭାପତି ଓ ଭାଜପା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?