ଆଇଟିଆଇ ଛାତ୍ରୀଛାତ୍ରଙ୍କ ପାଇଁ ଡିଜିଟାଲ ସଂସ୍କରଣ ଉନ୍ମୋଚନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର, ୧୨।୪(ବ୍ୟୁରୋ): ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ନିଯୁକ୍ତି ଦକ୍ଷତା ପାଠ୍ୟକ୍ରମର ଡିଜିଟାଲ ସଂସ୍କରଣକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ଫ୍ୟୁଚର ସ୍କିଲସ୍‌ ଫୋରମଠାରେ ମଙ୍ଗଳବାର ଉନ୍ମୋଚନ କରିଛନ୍ତି। ଏଥିରେ ଉପଲବ୍ଧ ଥିବା ଡିଜିଟାଲ ପାଠକୁ ବ୍ୟବହାରକରି ଦକ୍ଷତା ପରିସଂସ୍ଥାନର ୨୫ ଲକ୍ଷ ଶିକ୍ଷାର୍ଥୀ ଚାକିରି ପାଇଁ ପ୍ରସ୍ତୁତ ହୋଇପାରିବେ।
ଧର୍ମେନ୍ଦ୍ର ଏହି ଅବସରରେ କହିଛନ୍ତି, ସବୁ ସମୟର ଆବଶ୍ୟକତାକୁ ପୂରଣ କରିବା, ସବୁଠି ପଢ଼ିବା ଲକ୍ଷ୍ୟରେ ଏହି ମାପଦଣ୍ଡକୁ କେନ୍ଦ୍ର ସରକାରଙ୍କ ଭାରତ ପୋର୍ଟାଲ ଏବଂ ଅନ୍ୟ ପ୍ଲାଟ୍‌ଫର୍ମ ମାଧ୍ୟମରେ ୨୫ ଲକ୍ଷ ଶିକ୍ଷାର୍ଥୀ ବ୍ୟବହାର କରିପାରିବେ। ଶିଳ୍ପସଂସ୍ଥା ସାହାଯ୍ୟରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମରେ ୧୨ଟି ମଡ୍ୟୁଲ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଦକ୍ଷତା ବୃଦ୍ଧି ଦ୍ୱାରା ରୋଜଗାର କ୍ଷମତା ବଢ଼ାଇବା, ଭାରତର ଭବିଷ୍ୟତକୁ ବଢ଼ିବାକୁ ଦିଆଯିବା ଏବଂ ଏକବିଂଶ ଶତାବ୍ଦୀ ସକାଶେ ମାନବ ସମ୍ବଳ କିପରି ପ୍ରସ୍ତୁତ ହେବେ ସେହି ସଂକ୍ରାନ୍ତରେ ସେ ମଧ୍ୟ ଚର୍ଚ୍ଚା ଓ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ଭାରତ ସର୍ବବହତ୍‌ ଅର୍ଥନୀତିରେ ପରିଣତ ହେବ। ଡିଜିଟାଲ ପେମେଣ୍ଟସରୁ ଭାକ୍ସିନେଶନ ପର୍ଯ୍ୟନ୍ତ ଆମେ ପ୍ରଯୁକ୍ତିବିଦ୍ୟାକୁ ଜୀବନର ଅନେକ କ୍ଷେତ୍ରରେ ଆପଣାଇବା ସହ ଆଗକୁ ବଢୁଛୁ ଏବଂ ଟେକ୍ନୋଲୋଜି ମାଧ୍ୟମରେ ଅନେକ ସେବା ସୁବିଧା ପ୍ରଦାନ କରାଯାଉଛି। ବର୍ତ୍ତମାନର ଆଧୁନିକ ଯୁଗରେ କର୍ମକ୍ଷେତ୍ରର ଭଙ୍ଗୀରେ ପରିବର୍ତ୍ତନ ଆସୁଛି। ଦକ୍ଷତା ବିକାଶ ହିଁ ଡେମୋଗ୍ରାଫି କ୍ଷମତାର ଠିକ୍‌ ଉପଯୋଗ କରିବାର ଏକ ଚାବିକାଠି ହେବ। ଦକ୍ଷତା ପରିସଂସ୍ଥାନକୁ ସୁଦୃଢ଼ କରିବା ସହ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଓ ଆଇଓଟି ଭଳି ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ସମାଜର ବୃହତ୍‌ କଲ୍ୟାଣ ଓ ଭବିଷ୍ୟତର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ପାଇଁ ଶିଳ୍ପ ସମୂହ ଏକତ୍ର ହେବା ଖୁସିର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ଭାରତର ସାମର୍ଥ୍ୟ ବିଶ୍ୱକୁ ଲାଭ ଦେବ। ଜାତୀୟ ଶିକ୍ଷାନୀତି ମଧ୍ୟ ପାଠ ପଢ଼ିବା ସହ ରୋଜଗାର କରିବାର ସୁଯୋଗ ସୃଷ୍ଟି କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?