ସମ୍ବଲପୁରବାସୀଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର: ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୧୧।୬(ସୁନିତ୍‌ ମିଶ୍ର):ସମ୍ବଲପୁର ଲୋକ ସଭା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଭିଡିଓ ଜାରିକରି ସମ୍ବଲପୁରୀ ଭାଷାରେ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ ଶୀତଳଷଷ୍ଠୀ ପର୍ବ ଆରମ୍ଭ ହେବା ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ବିଷୟ। ଶୀତଳଷଷ୍ଠୀ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ବରୂପ। ଦେବଦମ୍ପତି ପ୍ରଭୁ ଶିବ ଆଉ ମା’ ପାର୍ବତୀଙ୍କ ବିବାହ ଲୋକ-ପରମ୍ପରା ଅନୁସାରେ କରିବା ପରେ ଭଗବାନଙ୍କ ଆଶୀର୍ବାଦ ନେବାର ମହାନ ପର୍ବ ହେଉଛି ଶୀତଳଷଷ୍ଠୀ। ଏହା ଲୋକସଂସ୍କୃତି ଓ ଭାଇଚାରାକୁ ବ୍ୟାପକ କରିବାର ପର୍ବ। ଶୀତଳଷଷ୍ଠୀ ହେଉଛି ବର୍ଷା ପାଇଁ ଭଗବାନଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିବାର ପବିତ୍ର ଅବସର। ଶୀତଳଷଷ୍ଠୀ ବେଳେ ସମସ୍ତେ ମିଳିମିଶି ଆମ ସମାଜରେ ଭାଇଚାରା ବଢ଼ାଇବା ଏବଂ ଭଲ ବର୍ଷା ପାଇଁ ଦେବଦମ୍ପତି ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ନିକଟରେ ଗୁହାରି କରିବା। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ପ୍ରଗତି ଆଣିଦେବା ନେଇ କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି। ଏହାବ୍ୟତୀତ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରର ୩ୟ ପାଳିର ପ୍ରଥମ କ୍ୟାବିନେଟ୍‌ ଅନୁଷ୍ଠିତ ହେଉଛି। ମହାପ୍ରଭୁ ଓ ମା’ ସମଲେଇଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ପ୍ରଥମ କ୍ୟାବିନେଟ୍‌ ଅନୁଷ୍ଠିତ ହେଉଥିବା ଯୋଗୁ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇପାରୁନାହାନ୍ତି। ଏଥିପାଇଁ ସମ୍ବଲପୁରବାସୀଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ତେଜିଲା ଦାବି: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ

କର୍ଲାମୁଣ୍ଡା,୮/୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହହାଲ ପଞ୍ଚାୟତ ଠାରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି।…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

ଥାଲପତି ବିଜୟଙ୍କୁ DMK ଦେବ ବାହ୍ୟ ସମର୍ଥନ? ଷ୍ଟାଲିନଙ୍କ ‘ଚାଣକ୍ୟ’ ଚାଲ, କଂଗ୍ରେସ-ଭାଜପା ବେଦମ!

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତି ବର୍ତ୍ତମାନ ଏକ ଆକର୍ଷଣୀୟ ମୋଡ଼ରେ ଠିଆ ହୋଇଛି। ବିଧାନସଭା ନିର୍ବାଚନ ପରେ ଯେଉଁଥିରେ କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରି…

ମାଙ୍କେ ଆନ୍ନା କମେଡି ଦେଖିବାକୁ ଅସମ୍ଭାଳ ଭିଡ: ସୁରକ୍ଷା ବ୍ୟବସ୍ଥା…

ଭଞ୍ଜନଗର,୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶୁକ୍ରବାର ୧୩ ଦିନରେ ପହଞ୍ଚିଛି। ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ପରେ ଯାତ୍ରା ଉଦଯାପିତ ହେବ। ତେଣୁ…

ଗୋଟିଏ କିଲୋର କାମ ଅନେକ

ଯକୃତ ବା ଲିଭର ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେଶନ୍‌ କରିଥାଏ।…

ଗାନ୍ଧୀ ଆଦର୍ଶର ହତ୍ୟାକାରୀ

ମଣିଷ ଇତିହାସ ସୃଷ୍ଟି କରିଥାଏ ଓ ଇତିହାସ ମଧ୍ୟ ଅନେକ ସମୟରେ ନିଷ୍ଠୁର ସତ୍ୟକୁ ପ୍ରତିପାଦନ କରିବାକୁ ଯାଇ ମଣିଷକୁ କ୍ଷମା କରି ନ ଥାଏ। ବର୍ତ୍ତମାନର…

ମୋହନ ସରକାରଙ୍କ ବଡ଼ ଘୋଷଣା: ଜଗନ୍ନାଥଙ୍କ ନାଁରେ ହେବ…

ଭୁବନେଶ୍ୱର, ୮।୫(ସୁନିତ୍‌ ମିଶ୍ର):ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଏକ ସ୍ବତନ୍ତ୍ର ଟିଭି ଚ୍ୟାନେଲ କରାଯିବ। ଏନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ…

ପିଟରଙ୍କ ନୂଆ ରଣନୀତି

ହଙ୍ଗେରୀରେ ପିଟର ମାଗୟାରଙ୍କ ବିପୁଳ ବିଜୟ ଏକ ବିଶ୍ୱସ୍ତରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ହଙ୍ଗେରୀର ଅନୁଭୂତି ପ୍ରାୟତଃ ଦର୍ଶାଏ, ଜଣେ ଜିତିବାକୁ ହେଲେ ବର୍ତ୍ତମାନର ଦୁର୍ନୀତି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri