Posted inଫୁରସତ

କକା ସହ ଦାକ୍ଷିଣାତ୍ୟରୁ ଫେରିଲେ ଧର୍ମପଦ

ଗତ ସଂଖ୍ୟାରେ ଏକ ସ୍ମରଣୀୟ ପ୍ରସଙ୍ଗ ଆମେ ଉଲ୍ଲେଖ କରିଥିଲୁ। ‘ମଦୁରାଇ ଶିଳ୍ପୀଙ୍କୁ ସିବେଇ ସାମନ୍ତରା ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବାକୁ ମନା କରିଦେଇଥିଲେ।’ ସହଜ କଥା ନୁହେଁ ସେ କାଳଖଣ୍ଡରେ। ପ୍ରବଳ ପ୍ରତାପୀ ଲାଙ୍ଗୁଳା ନରସିଂହଙ୍କ ସାମ୍ରାଜ୍ୟ। ବଙ୍ଗ ନବାବ ଭୟରେ ଥରହର। ଅଥଚ ଗୋଟିଏ ମନ୍ଦିରର ସ୍ଥପତି ତାଙ୍କ ଶ୍ୱଶୁରାଳୟରୁ ଆସିଥିବା ଶିଳ୍ପୀଙ୍କୁ ମନା କରିଦେଇଛନ୍ତି କାମ କରିବାକୁ! ତୁଷ୍ଟୀକରଣର ପ୍ରଶ୍ନ ନାହିଁ। ଓଡ଼ିଶାର ଶିଳ୍ପକଳାର ପ୍ରଶ୍ନ। ଗଜପତିଙ୍କ ପାଖକୁ କଥା ଯାଉଛି। ସେ ‘ଆଦେଶ’ ଦେଉଛନ୍ତି, ନିର୍ଦ୍ଦେଶ ନୁହେଁ। ଆଦେଶର ମୋଟାମୋଟି ଅର୍ଥ-ଫେରାଅନି… ଛୋଟ ଛୋଟ କାମରେ ନିଯୁକ୍ତ କର….। ଏଇ ହେଉଛି ରାଜତନ୍ତ୍ରରେ ଗଣତନ୍ତ୍ରର ମୂଲ୍ୟବୋଧ।
କୋଣାର୍କଠାରେ ମନ୍ଦିର ନିର୍ମାଣ ସମୟରେ ଗଜପତି ଉଦାର ଥିଲେ। ସମସ୍ତ ଦିଗ ପ୍ରତି ଲକ୍ଷ୍ୟ ରଖୁଥିଲେ। ତାଙ୍କ ପ୍ରତିନିଧି ଭାବରେ ବଳଶ୍ରୀ ମଧ୍ୟ ସେହିପରି କାର୍ଯ୍ୟ କରୁଥିଲେ। ବଳଶ୍ରୀ ଥାଆନ୍ତି କୋଣାର୍କରେ। ମନ୍ଦିର ନିର୍ମାଣ ନଅବର୍ଷ ସମ୍ପୂର୍ଣ୍ଣ ହୋଇ ଦଶବର୍ଷ ଚାଲିଥାଏ। ମନ୍ଦିରର ମୁଖ୍ୟ ସୂତ୍ରଧର ସଦାଶିବ ସାମନ୍ତରାୟଙ୍କ ଶରୀର ଅସୁସ୍ଥ ହେବାରୁ ସେ ଶିବିର ଛାଡ଼ି ନିଜ ଗାଁକୁ ଚାଲିଯାଇଥିଲେ। ପୋଥିରେ ମିଳୁଛି ତାଙ୍କ ଗାଁ ନାମ ଡିହପାଟଣା ପଥୁରିଆପଡ଼ା। ଗାଁକୁ ଚିହ୍ନଟ କରିବା ପାଇଁ ଅନେକ ଚେଷ୍ଟା କରିଛୁ। ତିନୋଟି ‘ଡିହପାଟଣା’ ଗ୍ରାମ ମଧ୍ୟରୁ ତାଙ୍କ ଘରର ସନ୍ଧାନ ପାଇଲୁ ନାହିଁ। ଶୁଣିଲୁ ନଈବଢ଼ିରେ ମୂଳ ଡିହପାଟଣା ଧୋଇ ହୋଇଯାଇଛି। ଖୋଜିଲୁ ରାଜସ୍ବ କାଗଜାତରୁ କିଛି ସନ୍ଧାନ ମିଳିପାରେ। ନିରାଶ ହେଲୁ। ଆଶା ବାନ୍ଧିଥିଲୁ ଶ୍ରୀ ପଦ୍ମକେଶର ମନ୍ଦିରର ମୁଖ୍ୟ ସ୍ଥପତିଙ୍କ ଗାଁ ଚିହ୍ନଟ ହେଲେ ତାହା ହେବ ଓଡ଼ିଆ ଜାତିର ଐତିହ୍ୟର ତୀର୍ଥସ୍ଥଳ। ପୂର୍ବରୁ ଗଜପତି ଲାଙ୍ଗୁଳା ନରସିଂହଦେବ ଗଡ଼ରୂପାସଠାରେ ଅସ୍ଥାୟୀ ଭାବେ ରହିବା ପାଇଁ ଯେଉଁ ଘର ଯୋଗାଇ ଦେଇଥିଲେ ତା’ର ସୂଚନା ଦେଇଥିଲୁ। ଭଗ୍ନ ଭିଟାମାଟିରେ ନୁଆଁଣିଆ ଚାଞ୍ଚଘେରା ବଖୁରିଆ ଡିହଟିଏ ବାହୁନୁଥିବା ପରି ଲାଗିଥିଲା।
ବଳଶ୍ରୀ କୋଣାର୍କରେ ପଦାର୍ପଣ ପରେ ଖବର ପାଇଲେ ଶିବେଇ ସାମନ୍ତରା ଅସୁସ୍ଥ। ପାଲିଙ୍କିରେ ତାଙ୍କ ଗାଁକୁ ବାହାରିଲେ। ସାଙ୍ଗରେ ଯାଇଥିଲେ ନାରାୟଣ ମହାପାତ୍ର, ଗଙ୍ଗା ମହାପାତ୍ର ଓ ଗଦାଧର ମହାପାତ୍ର। ଏହି ତିନିଜଣ ହାତୀରେ ଯାଇଥିଲେ। ଡିହପାଟଣା ଘରେ ପହଞ୍ଚତ୍ବା ପରେ ଦେହ ପା’ କଥା ବୁଝୁଥିବାବେଳେ ତାଙ୍କ ପୁଅ ଧର୍ମପଦ ମହାପାତ୍ର (ପୋଥିରେ କେବଳ ଧର୍ମ ମହାପାତ୍ର ଉଲ୍ଲେଖ ରହିଛି) ଏବଂ ଶିବେଇ ସାମନ୍ତରାଙ୍କ ସାନଭାଇ ନିଧି ମହାପାତ୍ର ଆସି ପହଞ୍ଚତ୍ଥିଲେ। ସେମାନେ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ଦାକ୍ଷିଣାତ୍ୟ ଯାଇଥିଲେ। ସେଠାରୁ ଫେରି ଶିବେଇ ସାମନ୍ତରାଙ୍କ ଉଦାସ ଭାବ ଦେଖି ବ୍ୟସ୍ତ ହୋଇପଡ଼ିଲେ।
ଶୁଣିଲେ ବାପା ଅସୁସ୍ଥ। ସେଣେ କୋଣାର୍କ ମନ୍ଦିରର ଶୀର୍ଷ କାର୍ଯ୍ୟ ବନ୍ଦ। ସମସ୍ତେ ବିଚାରବିମର୍ଶ କଲେ। ଗଙ୍ଗା ମହାପାତ୍ରେ କହିଲେ- ଅବିଶ୍ରାନ୍ତ ଭାବରେ ଦେଉଳ ମୁଣ୍ଡିମରା କାମରେ ବ୍ୟସ୍ତ ଥିଲେ। ତାହା ହୋଇପାରି ନାହିଁ….।
ସେଇ ଅସୁସ୍ଥ ଅବସ୍ଥାରେ ଧର୍ମପଦ ପଚାରିଲେ କସାଖପୁରି ନା ବସାଖପୁରି…। ସମସ୍ତେ ଧର୍ମପଦ ମୁହଁକୁ ଚାହିଁଲେ! ସତରେ କ’ଣ ଇଏ ମୁଣ୍ଡି ମାରିଦେବ! ଏପରି କଥା କ’ଣ ପଚାରୁଛି। ସେହି ସମୟରେ ଧର୍ମପଦ କହିଲେ- କେହି ବ୍ୟସ୍ତ ହେବା ଦରକାର ନାହିଁ। ମୁଁ ଖଞ୍ଜିଦେବି। କସା କି ବସା ଖପୁରି ଶିବେଇ ସାମନ୍ତରା କହିବା ପୋଥିରେ ଲେଖାନାହିଁ। ଏହି ଦୁଇଟି ଶବ୍ଦ ଶିଳ୍ପଶାସ୍ତ୍ର ଶବ୍ଦ। ଗଙ୍ଗା ମହାପାତ୍ର ଯାଇଥିବା ହାତୀରେ ଗଙ୍ଗାଙ୍କ ସହିତ ଧର୍ମପଦ ଗାଁରୁ କୋଣାର୍କ ଆସିଥିଲେ। କୋଣାର୍କରେ ସୂତ୍ରଧର ଶିବେଇ ସାମନ୍ତରାଙ୍କ ଶିବିରରେ ରହିଲେ। ଦୁଇଜଣ ସହଯୋଗୀଙ୍କୁ ବାଛି ନିଜ ପାଖରେ ରଖିଲେ। ପୋଥିରେ ସ୍ପଷ୍ଟ ଲେଖାଯାଇଛି ସୂତ୍ରଧର (ସଦାଶିବ ସାମନ୍ତରାୟ ଓରଫ ଶିବେଇ ସାନ୍ତରା)ଙ୍କ ପୁତ୍ର ଧର୍ମ ମହାପାତ୍ର ‘ଗୁଣାଗାର’କୁ ତନ୍ନ ତନ୍ନ କରି ଦେଖିଲେ। ଗୁଣାଗାର ଶବ୍ଦ ଶିଳ୍ପଶାସ୍ତ୍ରର ପାରିଭାଷିକ ଶବ୍ଦ। ତାହାର ଅର୍ଥ ‘ଯୋଜନା’। ମୁଣ୍ଡି ମାରିବାର ଯୋଜନା କେମିତି କେଉଁ ପ୍ରକାର ପ୍ରସ୍ତୁତି ହୋଇଛି। ତାହାକୁ ବିଶେଷ ଅଧ୍ୟୟନ କଲେ। ଆମେ ଏହି ପ୍ରସଙ୍ଗରେ ବିଚାର କରିବା କଥା ଯେ, ବିଶୁ ମହାରଣାଙ୍କ ପୁତ୍ର ଧର୍ମପଦ ନୁହନ୍ତି। ତାଙ୍କ ସାଙ୍ଗିଆ ମଧ୍ୟ ‘ମହାରଣା’ ନୁହେଁ। କିନ୍ତୁ ଓଡ଼ିଶାରେ କିପରି ଓ କିଏ ବିଶୁ ମହାରଣାଙ୍କ ପୁଅ ଧର୍ମ ମହାରଣା ବୋଲି ପ୍ରଚାର କଲା ତାହା ଅଜଣା। ସେଇ ଭୁଲ ପ୍ରସଙ୍ଗ ଲୋକଗୀତ, ଲୋକକଥା ଓ କିମ୍ବଦନ୍ତୀରେ ପ୍ରଚଳିତ ହୋଇଯାଇଛି। ସେହି ଭ୍ରମପୂର୍ଣ୍ଣ ପ୍ରସଙ୍ଗ ସାହିତ୍ୟରେ ବି ସ୍ଥାନ ପାଇଯାଇଛି।
ଧର୍ମପଦ ଦୁଇଜଣ ସହଯୋଗୀଙ୍କ ସହାୟତାରେ ବଡ଼ସିଂହ ଲାଗିଥିବା ସ୍ଥାନରୁ ସମ୍ପୂର୍ଣ୍ଣ ମନ୍ଦିରକୁ ମାପ କଲେ। ଏହି ମାପଚାରି ଦିଗରୁ ହୋଇଥିଲା। ମନ ମାନିଲାନି। ପୁଣି ଚାରିଜଣ ପଥୁରିଆଙ୍କୁ ଧରି ମାପ କଲେ। ତାଙ୍କୁ ଆଣିଥିବା ହାତୀ ଡିହପାଟଣାକୁ ଫେରିଯାଇଥିଲା। ବଳଶ୍ରୀ ଓ ଅନ୍ୟମାନେ ଶିବେଇ ସାମନ୍ତରାଙ୍କ ଘରେ ପାଞ୍ଚଦିନ ରହିଲେ। ହାତୀ, ହାତୀଆଳ, ପାଲିଙ୍କି, କାନ୍ଧେଇବାବାଲା ପାଞ୍ଚଦିନ ରହିବା ସ୍ବାଭାବିକ। ପାଞ୍ଚଦିନ ପରେ ସୂତ୍ରଧରଙ୍କୁ ସାଙ୍ଗରେ ଧରି କୋଣାର୍କ ଫେରି ଦେଖିଲେ- ସୂତ୍ରଧରଙ୍କ ଶିବିରରେ ଧର୍ମପଦ ରହିଛନ୍ତି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?