ଧରିତ୍ରୀ ପ୍ରଭାବ: ପୁରୁଣା ପାଣି ଜଳଭଣ୍ଡାର ପୁନରୁଦ୍ଧାର କାମ ଆରମ୍ଭ

ଖଜୁରିପଡ଼ା, ୧୯।୫ (ବିଦୁର ବେହେରା): କନ୍ଧମାଳ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତ ଅଧିନରେ ଥିବା ବଲସକୁମ୍ପା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବା ପୁରୁଣା ପାଣି ଜଳଭଣ୍ଡାର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଦିନକୁ ଦିନ ଜଳଧାରଣ କ୍ଷମତା ହ୍ରାସ ପାଉଥିବାରୁ ଚାଷୀମାନେ ସରକାରଙ୍କୁ ଜଳକର ଦେଇ ଚାଷୀ ଜମିକୁ ପାଣି ନ ପାଇ ହତାଶ ହେଉଥିବା ଅଭିଯୋଗ ଆସିବା ପରେ ଏ ନେଇ ଦୈନିକ ଖବର କାଗଜ ଧରିତ୍ରୀ ରେ ‘ପୁରୁଣା ପାଣି ଜଳ ଭଣ୍ଡାର ପୁନରୁଦ୍ଧାର ହେଉନି,ହ୍ରାସ ପାଉଛି ଜଳ ଧାରଣ କ୍ଷମତା’ ବୋଲି ୧୫ ଜୁଲାଇ ୨୦୨୪ ରେ ଖବର ପ୍ରକାଶ ପାଇବା ପରେ ଜଳଭଣ୍ଡାର ପୁନରୁଦ୍ଧାର ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗ ଫୁଲବାଣୀ ପକ୍ଷରୁ ତତ୍ପର ହୋଇ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ ରେ ଅନୁଦାନ ୧ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଉକ୍ତ ଟଙ୍କାରେ ସରପ୍ଲସ ମରାମତି, ହେଡ ରେଗୁଲେଟର ମରାମତି,ସାଇଫାନ ମରାମତି, ଡ୍ୟାମ ଠାରୁ ୩୬୦ ମି ତଳେ ଫଲ ତିଆରି କରାଯିବା ସହିତ କେନାଲରୁ ଓ ଜଳ ଭଣ୍ଡାରରୁ ମାଟି କଢାଯିବ। ତେଣୁ କାମ ଶୀଘ୍ର ସାରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯନ୍ତ୍ରୀ ହିତେଶ ପାଢ଼ୀ କହିଛନ୍ତି।

ପ୍ରକାଶ ଯେ,ବଲସକୁମ୍ପା ପଞ୍ଚାୟତରେ ଖରିଫ ଏବଂ ରବି ଋତୁରେ ଚାଷୀମାନେ ଯେପରି ସୁବିଧାରେ ପାଣି ପାଇ ଚାଷ କରିବେ ସେ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଫୁଲବାଣୀ ତରଫରୁ ବଲସକୁମ୍ପା ପଞ୍ଚାୟତର ପୁରୁଣା ପାଣି ନାଳଠାରେ ୧୯୭୩ ମସିହାରେ ଜଳଭଣ୍ଡାର ନିର୍ମାଣ କରାଯାଇଥିଲା। ଏହି ଜଳଭଣ୍ଡାରରେ ୫୩୬.୭୩ ମିଲି ଲିଟର ପାଣି ରହିବା କ୍ଷମତା ରହିଛି I ବାମ ଓ ଡାହାଣ ଦୁଇଟି କେନାଲ ଅଛି। ଖରିପ୍‌ରେ ୪୯୭
ହେକ୍ଟର ଏବଂ ରବିରେ ୧୮୨ ହେକ୍ଟର ଚାଷଜମିକୁ ୨ କେନାଲ ଦ୍ବାରା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଡାହାଣ କେନାଲ ଦ୍ବାରା ଭଞ୍ଜରମୁଣ୍ଡା, ଅରାସାହି, ଖଲିଗୁଡ୍ରି ଗ୍ରାମର ଚାଷଜମିକୁ ଓ ବାମ କେନାଲ ଦ୍ବାରା ପୁରୁଣାପାଣି, ଗାରଡ଼ାପକ୍ଷୀ, ବଲସକୁମ୍ପା, ସୁନ୍ଦରଗଡ଼ ଗ୍ରାମର ଚାଷଜମିକୁ ପାଣି ଯୋଗାଇ ଦିଆଯାଏ। କିନ୍ତୁ ଜଳଭଣ୍ଡାର ନିର୍ମାଣ ହେବାର ଦୀର୍ଘ ୫୨ ବର୍ଷ ବିତିଯାଇଥିଲେ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ନ ହେଉ ଥିବା ଯୋଗୁ ଜଳ ଧାରଣ କ୍ଷମତା ଏବେ ଦିନକୁ ଦିନ ହ୍ରାସ ପାଉଛି। ଯାହାଫଳରେ ଖରିଫରେ ୨୫୯.୭୫ ହେକ୍ଟର ଏବଂ ରବିରେ ମାତ୍ର ୩୦ ହେକ୍ଟର ଚାଷଜମିକୁ ପାଣି ଯୋଗାଯାଉଛି ବୋଲି ତଥ୍ୟ ମିଳିଛି। ଅନ୍ୟପଟେ ଡ୍ୟାମ ପୁନରୁଦ୍ଧାର ହେଉଥିବା କାମ ଦେଖି ଚାଷୀମାନେ ଖୁସିବ୍ୟକ୍ତ କରିବା ସହିତ ଧରିତ୍ରୀ ଗଣମାଧ୍ୟମକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri