ଆତ୍ମହତ୍ୟା ନୁହେଁ ସମାଧାନ

ଆତ୍ମହତ୍ୟାକୁ ନେଇ ବହୁତ ଖବର ଏବେ ଶିରୋନାମା ପାଲଟିଯାଉଛି ଅନେକ ଜାଗାରେ। କହିବାକୁ ଗଲେ ଏହା ଏବେ ଏକ ବଡ଼ ସ୍ବାସ୍ଥ୍ୟ ସଙ୍କଟ ପାଲଟିଯାଇଛି ବୋଲି କହିଲେ କିଛି ଭୁଲ୍‌ ହେବନାହିଁ। ଯଦି ଟିକେ ପଛକୁ ଯିବା ତେବେ ଦେଖିବା ଆତ୍ମହତ୍ୟାର ରୂପରେଖ ପୂରା ଅଲଗା ଥିଲା । ଅର୍ଥାତ୍‌ ପାରିବାରିକ ଅଶାନ୍ତି ଓ ଦୁଃଖ, ଋଣବୋଝ ଏ ସବୁକୁ ନେଇ ଲୋକଟିଏ ଏ ରାସ୍ତାକୁ ଆପଣେଇ ନେଉଥିବା ଘଟଣା ମଧ୍ୟ ବହୁତ କମ୍‌ ଘଟୁଥିଲା। ବର୍ତ୍ତମାନର ପରିସ୍ଥିତି କିନ୍ତୁ ପୂରା ଓଲଟା ହୋଇଯାଇଛି। ଏବେ କିଛି କାରଣ ନ ଥିଲେ ମଧ୍ୟ ଅତ୍ୟନ୍ତ ଛୋଟ ଛୋଟ କଥାରେ ଭାବପ୍ରବଣ ହୋଇ କେତେକ ବ୍ୟକ୍ତିବିଶେଷ ନିଜ ଜୀବନକୁ ହାରିବାରେ ପଛଘୁଞ୍ଚା ଦେଉନାହାନ୍ତି। ପରିବାରରେ ଅଶାନ୍ତି, ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା, କେଉଁଠି ପରସ୍ପରକୁ ଭଲ ପାଉଥିବା ଝିଅ, ପୁଅଙ୍କ ବ୍ରେକ୍‌ ଅଫ୍‌ ଆଉ କେଉଁଠି ଋଣବୋଝ ଏ ସବୁରେ ମଣିଷ ଏତେ ଚାପଗ୍ରସ୍ତ ହୋଇଯାଉଛି ଯେ ନିଜକୁ ଆଉ ଗୋଟେ ସୁଯୋଗ ଦେବା ପାଇଁ ମଧ୍ୟ ଚିନ୍ତା କରୁନି। ଜଣେ ମନସ୍ତତ୍ତ୍ୱବିଦ୍‌ଙ୍କ ମତରେ ମଣିଷର ମନକୁ ବୁଝିବା ବା ପରଖିବା ଏ ସମୟରେ ନିହାତି ଗୁରୁତ୍ୱପୂର୍ଣ୍ଣ। ଯଦି ଠିକ୍‌ ସମୟରେ ଏଇ ସବୁ ସମସ୍ୟା ଭିତରେ କଲବଲ ହେଉଥିବା ମଣିଷଟି ସହ ଭାବର ଆଦାନପ୍ରଦାନ କରାଯାଇପାରିବ ତା’ହେଲେ ବହୁତ ସୁଫଳ ମିଳିଥାଏ ଏବଂ ଏ ପ୍ରକାର ମାନସିକତାରୁ ମଧ୍ୟ ପୀଡ଼ିତା ବା ପୀଡ଼ିତଟିଏ ଶୀଘ୍ର ମୁକୁଳି ଆସିଥାଏ। ତେଣୁ ସବୁଠାରୁ ବଡ଼ କଥା ହେଲା ଯେ ଆମେ କେତେ ମାତ୍ରାରେ ଏଇ ପରିସ୍ଥିତିରୁ ମୁକୁଳି ପାରୁଛେ।

ଅନେକଙ୍କ ମତରେ କାହିଁକି ଏଇଭଳି ଭୟଙ୍କର ନିଷ୍ପତ୍ତି ନିଅନ୍ତି ସମସ୍ତେ। ତର୍ଜମା ଯଦି କରିବା ପରିବେଶ ମଧ୍ୟ ଅନେକାଂଶରେ ଦାୟୀ ହୋଇଥାଏ। ଅର୍ଥାତ୍‌ ପରିବେଶ କହିଲେ ଯେଉଁଠାରେ ଆମେ ରହୁଛେ, ଉଦାହରଣ ଆମ ସମାଜ। କିନ୍ତୁ ଆମେ ଭୁଲିଯାଉଛେ ଯେ ତା’ର ନିରାକରଣ କେବଳ ଆମ ପାଖରେ ହିଁ ଅଛି। ପରିବାରର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଯେତେବେଳେ କୌଣସି ଲୋକ ଏଇ ପରିବେଶ ଦେଇ ଗତିକରୁଥାଏ ତାକୁ ବୁଝିବା ହେଉଛି ସବୁଠାରୁ ବଡ଼ ଦାୟିତ୍ୱ ଆମର। ଯେମିତି କି ମୁଁ କହିଲି ଆମ ସମାଜ କିଛି ଦାୟୀ ରହିଥାଏ ଆତ୍ମହତ୍ୟା କ୍ଷେତ୍ରରେ ତାହା ଶତ ପ୍ରତିଶତ ସତ। ଉଦାହରଣ ସ୍ବରୂପ ସ୍ବାମୀ, ସ୍ତ୍ରୀଙ୍କ ଝଗଡ଼ାରେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଇ ଏମିତି ହୁଏ ଯେ କିଏ ଟ୍ରେନ୍‌ ଆଗକୁ ଡେଇଁ ପଡ଼ି ଜୀବନ ହାରେ ତ କିଏ ଆଉ କେଉଁ ଉପାୟରେ ଲୋକଲଜ୍ଜାରୁ ରକ୍ଷାପାଇବା ପାଇଁ ଅନେକେ ଏମିତି ରାସ୍ତାକୁ ଆପଣେଇ ନେଇଥାନ୍ତି; ଯାହା ଗ୍ରହଣୀୟ ନୁହେଁ। ସେ ସମୟରେ ଯଦି ସମାଜ ଏ ପ୍ରତି ଟିକେ ସମ୍ବେଦନଶୀଳତା ଦେଖାନ୍ତା ତା’ହେଲେ ଏ ରାସ୍ତାରୁ ମଣିଷ ବାହାରିବା ଅଧିକ ସହଜ ହୋଇପାରିବ। ବଡ଼ କଥା ହେଲା କାଉନ୍‌ସେଲିଂ, ଯାହାର ଅନେକ ମାତ୍ରାରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ଏଇ ପରିସ୍ଥିତିରେ ସେ ବ୍ୟକ୍ତିବିଶେଷଙ୍କ ଉପରେ। କିନ୍ତୁ ସଚେତନତାର ପ୍ରଚାର ବା ପ୍ରସାର ଅଭାବ ଅଥବା ଲୋକଲଜ୍ଜା ଏଥିରେ ବାଧକ ସାଜିଥାଏ; ଯାହା ମଣିଷଟିକୁ ଏମିତି ରାସ୍ତାରେ ଯିବାକୁ ବାଧ୍ୟ କରିଥାଏ। ଆମେ ଯଦି ଦେଖିବା ସବୁ ବର୍ଗ, ବୟସର ସମସ୍ତେ ପ୍ରାୟ ପୀଡ଼ିତ ହେଲେଣି ଏଇ ବ୍ୟାଧିରେ।

ଉଦାହରଣ ଦେବା ପାଇଁ ଚାହିଁବି ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଓ ମାଆ, ବାପାଙ୍କ ଚାପ ପାଠପଢ଼ାକୁ ନେଇ ମଧ୍ୟ ବଡ଼ କାରଣ ସବୁ ହୋଇଥିଲାବେଳେ। ଏଇ କିଛିଦିନ ତଳର ଘଟଣା ବେଶି ଆନ୍ଦୋଳିତ କରିଥିଲା ଜଣେ ନବମ ଶ୍ରେଣୀ ପିଲାର କ୍ରିକେଟ ବଲ୍‌ ଜଣେ ମହିଳାଙ୍କ ଦେହରେ ବାଜିଯିବାରୁ ଥାନା ପର୍ଯ୍ୟନ୍ତ ଘଟଣା ଯିବାରୁ ପିଲାଟି ଅପମାନ ସହି ନ ପାରି ବିଷପିଇ ଆତ୍ମହତ୍ୟା କରିଦେଇଥିଲା। ବେଶ୍‌ କିଛି ସମୟ ବ୍ୟସ୍ତ ବିବ୍ରତ କରିଥିବ ସେ ଖବରଟି ଯେଉଁମାନେ ତାହାକୁ ପଢ଼ିଥିବେ ସେହି ମୁହୂର୍ତ୍ତରେ। ଏମିତି ଅନେକ ଘଟଣା ଆମେ ଦେଖୁଛେ ଏବେ ସମାଜରେ।

ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୨ର ତଥ୍ୟ ଅନୁଯାୟୀ ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ୨୬ ପ୍ରତିଶତ ଦୀନମଜୁରିଆ, ୧୪.୮ ପ୍ରତିଶତ ଗୃହିଣୀ, ୧୧.୦୪ ପ୍ରତିଶତ ଆତ୍ମନିର୍ଭର ବ୍ୟକ୍ତି, ୯.୬ ପ୍ରତିଶତ ବେକାରି, ୯.୨ ପ୍ରତିଶତ ଚାକିରିଆ ତଥା ଛାତ୍ରୀଛାତ୍ର ସାମିଲ ରହିଛନ୍ତି। ଏଇ ଚିନ୍ତାଜନକ ତଥ୍ୟକୁ ଆଖି ଆଗରେ ରଖି ଅନେକେ ମଧ୍ୟ ସଚେତନତାର ପ୍ରୟାସ ଆରମ୍ଭ କରିବାକୁ ଆଗଭର ହେଲେଣି। ନିକଟରେ ଗୋଟିଏ ଜନସ୍ବାର୍ଥ ମାମଲାର ଆଇନଜୀବୀ ଗୌରବ ବଂଶଲଙ୍କ ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ କ’ଣ ପଦକ୍ଷେପ ନିଆଯାଇଛି କ୍ରମାଗତ ଆତ୍ମହତ୍ୟା ବଢ଼ିବାର ବୋଲି ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ଆତ୍ମହତ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସିଜେଆଇ ଓ ଏହାକୁ ଏକ ଗୁରୁତର ସାମାଜିକ ସମସ୍ୟା ରୂପେ ବିଚାରକୁ ନେଇଛନ୍ତି।

ତେଣୁ ଯେମିତି କି ଆମେ ଉଲ୍ଲେଖ କରିଛୁ ଯେ ସମାଜର ଅର୍ଥାତ୍‌ ସମାଜରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ କର୍ତ୍ତବ୍ୟ ରହିବା ଦରକାର ଏ ଦିଗରେ। ବଡ଼ କଥା ହେଲା ଅବସାଦ ହିଁ ଆତ୍ମହତ୍ୟାର ଏକ ବଡ଼ କାରଣ । ଏହାର ଚାପ ଅନେକ କ୍ଷେତ୍ରରୁ ଆସିଥାଏ ଯେମିତି କି କାମର ଚାପ, ଆର୍ଥିକ ସଙ୍କଟର ଚାପ, ସମ୍ପର୍କ ତିକ୍ତ ହେବାର ଚାପ। ତେଣୁ ଯେ କୌଣସି ପରିସ୍ଥିତିରେ ଧୈର୍ଯ୍ୟ ନ ହରେଇ ଟିକେ ଦୁଃଖକୁ ଆମେ ଯଦି କାହା ଆଗରେ କହିପାରିବା ଆଉ କିଏ ସମୟ ଦେଇ ଖାଲି ସେତିକି ଟିକେ ଶୁଣିଦିଏ, ତା’ହେଲେ ଅନେକ ସମସ୍ୟାର ସମାଧାନ ବାହାରି ଆସେ। ସବୁ ସମସ୍ୟାର ରାସ୍ତା ଥାଏ। ଆମେ ଯଦି ଗୋଟେ ବ୍ୟାପ୍ତ ରାସ୍ତାକୁ ଦେଖିପାରିବା ତା’ହେଲେ ଆତ୍ମହତ୍ୟା ଭଳି ରାସ୍ତାକୁ ନିଶ୍ଚୟ ଦୂରେଇଦେବା। ଆଜିକାଲି ଅନେକ ପ୍ରୟାସ ଚାଲିଛି: ୧- ମଦକୁ ନା, ୨- ହିଂସାକୁ ନା, ସେମିତି ଆତ୍ମହତ୍ୟାକୁ ନା। ଏଇଭଳି ପ୍ରୟାସରେ ଆମେ ଯଦି ସମସ୍ତେ ସାମିଲ ହେବା ତା’ହେଲେ ପରିବାର, ସମାଜ ସମସ୍ତଙ୍କ ସହଯୋଗରେ ଆମେ ଏଇ ବ୍ୟାଧିକୁ ଟାଳିପାରିବା। ଆତ୍ମହତ୍ୟା ନୁହେଁ ସମାଧାନ। ଏହା ନୁହେଁ ଶେଷପନ୍ଥା, ଏହାର ସଂଜ୍ଞାକୁ ସମସ୍ତେ ବୁଝିପାରିବା।

ମୋ- ୯୯୩୭୭୩୪୪୬୧


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri