ଆତ୍ମହତ୍ୟା ନୁହେଁ ସମାଧାନ

ଆତ୍ମହତ୍ୟାକୁ ନେଇ ବହୁତ ଖବର ଏବେ ଶିରୋନାମା ପାଲଟିଯାଉଛି ଅନେକ ଜାଗାରେ। କହିବାକୁ ଗଲେ ଏହା ଏବେ ଏକ ବଡ଼ ସ୍ବାସ୍ଥ୍ୟ ସଙ୍କଟ ପାଲଟିଯାଇଛି ବୋଲି କହିଲେ କିଛି ଭୁଲ୍‌ ହେବନାହିଁ। ଯଦି ଟିକେ ପଛକୁ ଯିବା ତେବେ ଦେଖିବା ଆତ୍ମହତ୍ୟାର ରୂପରେଖ ପୂରା ଅଲଗା ଥିଲା । ଅର୍ଥାତ୍‌ ପାରିବାରିକ ଅଶାନ୍ତି ଓ ଦୁଃଖ, ଋଣବୋଝ ଏ ସବୁକୁ ନେଇ ଲୋକଟିଏ ଏ ରାସ୍ତାକୁ ଆପଣେଇ ନେଉଥିବା ଘଟଣା ମଧ୍ୟ ବହୁତ କମ୍‌ ଘଟୁଥିଲା। ବର୍ତ୍ତମାନର ପରିସ୍ଥିତି କିନ୍ତୁ ପୂରା ଓଲଟା ହୋଇଯାଇଛି। ଏବେ କିଛି କାରଣ ନ ଥିଲେ ମଧ୍ୟ ଅତ୍ୟନ୍ତ ଛୋଟ ଛୋଟ କଥାରେ ଭାବପ୍ରବଣ ହୋଇ କେତେକ ବ୍ୟକ୍ତିବିଶେଷ ନିଜ ଜୀବନକୁ ହାରିବାରେ ପଛଘୁଞ୍ଚା ଦେଉନାହାନ୍ତି। ପରିବାରରେ ଅଶାନ୍ତି, ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା, କେଉଁଠି ପରସ୍ପରକୁ ଭଲ ପାଉଥିବା ଝିଅ, ପୁଅଙ୍କ ବ୍ରେକ୍‌ ଅଫ୍‌ ଆଉ କେଉଁଠି ଋଣବୋଝ ଏ ସବୁରେ ମଣିଷ ଏତେ ଚାପଗ୍ରସ୍ତ ହୋଇଯାଉଛି ଯେ ନିଜକୁ ଆଉ ଗୋଟେ ସୁଯୋଗ ଦେବା ପାଇଁ ମଧ୍ୟ ଚିନ୍ତା କରୁନି। ଜଣେ ମନସ୍ତତ୍ତ୍ୱବିଦ୍‌ଙ୍କ ମତରେ ମଣିଷର ମନକୁ ବୁଝିବା ବା ପରଖିବା ଏ ସମୟରେ ନିହାତି ଗୁରୁତ୍ୱପୂର୍ଣ୍ଣ। ଯଦି ଠିକ୍‌ ସମୟରେ ଏଇ ସବୁ ସମସ୍ୟା ଭିତରେ କଲବଲ ହେଉଥିବା ମଣିଷଟି ସହ ଭାବର ଆଦାନପ୍ରଦାନ କରାଯାଇପାରିବ ତା’ହେଲେ ବହୁତ ସୁଫଳ ମିଳିଥାଏ ଏବଂ ଏ ପ୍ରକାର ମାନସିକତାରୁ ମଧ୍ୟ ପୀଡ଼ିତା ବା ପୀଡ଼ିତଟିଏ ଶୀଘ୍ର ମୁକୁଳି ଆସିଥାଏ। ତେଣୁ ସବୁଠାରୁ ବଡ଼ କଥା ହେଲା ଯେ ଆମେ କେତେ ମାତ୍ରାରେ ଏଇ ପରିସ୍ଥିତିରୁ ମୁକୁଳି ପାରୁଛେ।

ଅନେକଙ୍କ ମତରେ କାହିଁକି ଏଇଭଳି ଭୟଙ୍କର ନିଷ୍ପତ୍ତି ନିଅନ୍ତି ସମସ୍ତେ। ତର୍ଜମା ଯଦି କରିବା ପରିବେଶ ମଧ୍ୟ ଅନେକାଂଶରେ ଦାୟୀ ହୋଇଥାଏ। ଅର୍ଥାତ୍‌ ପରିବେଶ କହିଲେ ଯେଉଁଠାରେ ଆମେ ରହୁଛେ, ଉଦାହରଣ ଆମ ସମାଜ। କିନ୍ତୁ ଆମେ ଭୁଲିଯାଉଛେ ଯେ ତା’ର ନିରାକରଣ କେବଳ ଆମ ପାଖରେ ହିଁ ଅଛି। ପରିବାରର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଯେତେବେଳେ କୌଣସି ଲୋକ ଏଇ ପରିବେଶ ଦେଇ ଗତିକରୁଥାଏ ତାକୁ ବୁଝିବା ହେଉଛି ସବୁଠାରୁ ବଡ଼ ଦାୟିତ୍ୱ ଆମର। ଯେମିତି କି ମୁଁ କହିଲି ଆମ ସମାଜ କିଛି ଦାୟୀ ରହିଥାଏ ଆତ୍ମହତ୍ୟା କ୍ଷେତ୍ରରେ ତାହା ଶତ ପ୍ରତିଶତ ସତ। ଉଦାହରଣ ସ୍ବରୂପ ସ୍ବାମୀ, ସ୍ତ୍ରୀଙ୍କ ଝଗଡ଼ାରେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଇ ଏମିତି ହୁଏ ଯେ କିଏ ଟ୍ରେନ୍‌ ଆଗକୁ ଡେଇଁ ପଡ଼ି ଜୀବନ ହାରେ ତ କିଏ ଆଉ କେଉଁ ଉପାୟରେ ଲୋକଲଜ୍ଜାରୁ ରକ୍ଷାପାଇବା ପାଇଁ ଅନେକେ ଏମିତି ରାସ୍ତାକୁ ଆପଣେଇ ନେଇଥାନ୍ତି; ଯାହା ଗ୍ରହଣୀୟ ନୁହେଁ। ସେ ସମୟରେ ଯଦି ସମାଜ ଏ ପ୍ରତି ଟିକେ ସମ୍ବେଦନଶୀଳତା ଦେଖାନ୍ତା ତା’ହେଲେ ଏ ରାସ୍ତାରୁ ମଣିଷ ବାହାରିବା ଅଧିକ ସହଜ ହୋଇପାରିବ। ବଡ଼ କଥା ହେଲା କାଉନ୍‌ସେଲିଂ, ଯାହାର ଅନେକ ମାତ୍ରାରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ଏଇ ପରିସ୍ଥିତିରେ ସେ ବ୍ୟକ୍ତିବିଶେଷଙ୍କ ଉପରେ। କିନ୍ତୁ ସଚେତନତାର ପ୍ରଚାର ବା ପ୍ରସାର ଅଭାବ ଅଥବା ଲୋକଲଜ୍ଜା ଏଥିରେ ବାଧକ ସାଜିଥାଏ; ଯାହା ମଣିଷଟିକୁ ଏମିତି ରାସ୍ତାରେ ଯିବାକୁ ବାଧ୍ୟ କରିଥାଏ। ଆମେ ଯଦି ଦେଖିବା ସବୁ ବର୍ଗ, ବୟସର ସମସ୍ତେ ପ୍ରାୟ ପୀଡ଼ିତ ହେଲେଣି ଏଇ ବ୍ୟାଧିରେ।

ଉଦାହରଣ ଦେବା ପାଇଁ ଚାହିଁବି ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଓ ମାଆ, ବାପାଙ୍କ ଚାପ ପାଠପଢ଼ାକୁ ନେଇ ମଧ୍ୟ ବଡ଼ କାରଣ ସବୁ ହୋଇଥିଲାବେଳେ। ଏଇ କିଛିଦିନ ତଳର ଘଟଣା ବେଶି ଆନ୍ଦୋଳିତ କରିଥିଲା ଜଣେ ନବମ ଶ୍ରେଣୀ ପିଲାର କ୍ରିକେଟ ବଲ୍‌ ଜଣେ ମହିଳାଙ୍କ ଦେହରେ ବାଜିଯିବାରୁ ଥାନା ପର୍ଯ୍ୟନ୍ତ ଘଟଣା ଯିବାରୁ ପିଲାଟି ଅପମାନ ସହି ନ ପାରି ବିଷପିଇ ଆତ୍ମହତ୍ୟା କରିଦେଇଥିଲା। ବେଶ୍‌ କିଛି ସମୟ ବ୍ୟସ୍ତ ବିବ୍ରତ କରିଥିବ ସେ ଖବରଟି ଯେଉଁମାନେ ତାହାକୁ ପଢ଼ିଥିବେ ସେହି ମୁହୂର୍ତ୍ତରେ। ଏମିତି ଅନେକ ଘଟଣା ଆମେ ଦେଖୁଛେ ଏବେ ସମାଜରେ।

ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୨ର ତଥ୍ୟ ଅନୁଯାୟୀ ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ୨୬ ପ୍ରତିଶତ ଦୀନମଜୁରିଆ, ୧୪.୮ ପ୍ରତିଶତ ଗୃହିଣୀ, ୧୧.୦୪ ପ୍ରତିଶତ ଆତ୍ମନିର୍ଭର ବ୍ୟକ୍ତି, ୯.୬ ପ୍ରତିଶତ ବେକାରି, ୯.୨ ପ୍ରତିଶତ ଚାକିରିଆ ତଥା ଛାତ୍ରୀଛାତ୍ର ସାମିଲ ରହିଛନ୍ତି। ଏଇ ଚିନ୍ତାଜନକ ତଥ୍ୟକୁ ଆଖି ଆଗରେ ରଖି ଅନେକେ ମଧ୍ୟ ସଚେତନତାର ପ୍ରୟାସ ଆରମ୍ଭ କରିବାକୁ ଆଗଭର ହେଲେଣି। ନିକଟରେ ଗୋଟିଏ ଜନସ୍ବାର୍ଥ ମାମଲାର ଆଇନଜୀବୀ ଗୌରବ ବଂଶଲଙ୍କ ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ କ’ଣ ପଦକ୍ଷେପ ନିଆଯାଇଛି କ୍ରମାଗତ ଆତ୍ମହତ୍ୟା ବଢ଼ିବାର ବୋଲି ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ଆତ୍ମହତ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସିଜେଆଇ ଓ ଏହାକୁ ଏକ ଗୁରୁତର ସାମାଜିକ ସମସ୍ୟା ରୂପେ ବିଚାରକୁ ନେଇଛନ୍ତି।

ତେଣୁ ଯେମିତି କି ଆମେ ଉଲ୍ଲେଖ କରିଛୁ ଯେ ସମାଜର ଅର୍ଥାତ୍‌ ସମାଜରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ କର୍ତ୍ତବ୍ୟ ରହିବା ଦରକାର ଏ ଦିଗରେ। ବଡ଼ କଥା ହେଲା ଅବସାଦ ହିଁ ଆତ୍ମହତ୍ୟାର ଏକ ବଡ଼ କାରଣ । ଏହାର ଚାପ ଅନେକ କ୍ଷେତ୍ରରୁ ଆସିଥାଏ ଯେମିତି କି କାମର ଚାପ, ଆର୍ଥିକ ସଙ୍କଟର ଚାପ, ସମ୍ପର୍କ ତିକ୍ତ ହେବାର ଚାପ। ତେଣୁ ଯେ କୌଣସି ପରିସ୍ଥିତିରେ ଧୈର୍ଯ୍ୟ ନ ହରେଇ ଟିକେ ଦୁଃଖକୁ ଆମେ ଯଦି କାହା ଆଗରେ କହିପାରିବା ଆଉ କିଏ ସମୟ ଦେଇ ଖାଲି ସେତିକି ଟିକେ ଶୁଣିଦିଏ, ତା’ହେଲେ ଅନେକ ସମସ୍ୟାର ସମାଧାନ ବାହାରି ଆସେ। ସବୁ ସମସ୍ୟାର ରାସ୍ତା ଥାଏ। ଆମେ ଯଦି ଗୋଟେ ବ୍ୟାପ୍ତ ରାସ୍ତାକୁ ଦେଖିପାରିବା ତା’ହେଲେ ଆତ୍ମହତ୍ୟା ଭଳି ରାସ୍ତାକୁ ନିଶ୍ଚୟ ଦୂରେଇଦେବା। ଆଜିକାଲି ଅନେକ ପ୍ରୟାସ ଚାଲିଛି: ୧- ମଦକୁ ନା, ୨- ହିଂସାକୁ ନା, ସେମିତି ଆତ୍ମହତ୍ୟାକୁ ନା। ଏଇଭଳି ପ୍ରୟାସରେ ଆମେ ଯଦି ସମସ୍ତେ ସାମିଲ ହେବା ତା’ହେଲେ ପରିବାର, ସମାଜ ସମସ୍ତଙ୍କ ସହଯୋଗରେ ଆମେ ଏଇ ବ୍ୟାଧିକୁ ଟାଳିପାରିବା। ଆତ୍ମହତ୍ୟା ନୁହେଁ ସମାଧାନ। ଏହା ନୁହେଁ ଶେଷପନ୍ଥା, ଏହାର ସଂଜ୍ଞାକୁ ସମସ୍ତେ ବୁଝିପାରିବା।

ମୋ- ୯୯୩୭୭୩୪୪୬୧


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?