ସବୁରି ଉପରେ ମଣିଷ ସତ୍ୟ (ନନ୍ଦିନୀ ଶତପଥୀଙ୍କ ଜୀବନଦୃଷ୍ଟି)

ମର-ଜଗତରେ ଯାହା କିଛି ଦୃଶ୍ୟମାନ, ତାହା ସବୁ କ୍ଷୟଶୀଳ। ଗଛଲତା, ପଶୁପକ୍ଷୀଙ୍କ ପରି ମଣିଷ ଜନ୍ମ ହେଲେ ମରେ। ଏହି ମୃତ୍ୟୁଶୀଳତା ଭିତରେ କିନ୍ତୁ ଏପରି କୌଣସି କୌଣସି ବ୍ୟକ୍ତିଙ୍କର ଆବିର୍ଭାବ ଘଟେ, ଯାହାଙ୍କର ଜୀବନାବସାନ ପରେ ବି ତାଙ୍କ ବିଚାରବୋଧର ମୃତ୍ୟୁ ଘଟେ ନାହିଁ। ଏହିପରି ଜଣେ ବ୍ୟକ୍ତି ଥିଲେ ନନ୍ଦିନୀ ଶତପଥୀ। ଅଭାବ ଅନଟନ ଭିତରେ ଜନ୍ମ ହୋଇ, ନାନା ପ୍ରତିକୂଳତା ଭିତରେ ସେ ନିଜକୁ ଜଣେ ଦୃଷ୍ଟାନ୍ତକାରୀ ବ୍ୟକ୍ତିତ୍ୱରେ ପରିଣତ କରିପାରିଥିଲେ। ତାରୁଣ୍ୟରେ, ନିଜର ନିଷ୍ଠା ଓ ଅଧ୍ୟବସାୟ ଦ୍ୱାରା ଭାରତୀୟ ରାଜନୀତିରେ ସେ ନବୀନତମ ନକ୍ଷତ୍ରର ଗରିମା ହାସଲ କରିଥିଲେ। କେନ୍ଦ୍ରରେ ମନ୍ତ୍ରୀ ହେବା ସାଙ୍ଗକୁ ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳି ଥିଲେ। କଂଗ୍ରେସ ସମେତ ଭାରତର ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ଯେତେବେଳେ ଘୋର ଦ୍ୱନ୍ଦ୍ୱ ଓ ସଂଘାତ ଦେଇ ଗତି କରୁଥିଲେ, ସେଇ ଘନଘଟା ଭିତରେ ନିଜର ପାରଦର୍ଶୀ ଦକ୍ଷତା ଦ୍ୱାରା ସେ ରାଜନୀତି ଓ ପ୍ରଶାସନରେ ନିଜ ପାଇଁ ଏକ ମହତ୍ତର ଆସନ ବାଛି ନେଇଥିଲେ। ସେ ଏପରି ଜଣେ ନେତ୍ରୀ ଥିଲେ, ଯେ କୌଣସି ନିର୍ବାଚନରେ ପରାଜୟ ବରଣ କରି ନ ଥିଲେ।

ଗଭୀର ଆତ୍ମବିଶ୍ୱାସର ପ୍ରତୀକ ଥିଲେ ନନ୍ଦିନୀ। ଯେଉଁ କାର୍ଯ୍ୟଟି ହେବାର ନୁହେଁ, ତାକୁ କରି ଦେଖାଇବାକୁ ସେ ଥିଲେ ନଛୋଡ଼ବନ୍ଦା। ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୁଏ- ଏହା ସେ ତାଙ୍କ ଜୀବନରେ ବାରବାର ପ୍ରମାଣ କରି ଦେଖାଇଥିଲେ। ତୁଳସୀ ଗଛଟିଏ ଜନ୍ମରୁ ତୁଳସୀ ବୋଲି ଜଣାଗଲା ପରି ନନ୍ଦିନୀ ଶୈଶବରୁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୬୨ ମସିହା କଥା। କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ଥା’ନ୍ତି ତାଙ୍କ ବାପା କାଳିନ୍ଦୀ ଚରଣ ପାଣିଗ୍ରାହୀ। ଏକାଡେମୀର ଏକ ବୈଠକ ସାରି ସେ ଏକାଡେମୀ ବାହାରେ ଠିଆ ହୋଇଥାଆନ୍ତି। ସେହି ବୈଠକରେ ଇନ୍ଦିରା ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ। ସେତେବେଳେ ଏକାଡେମୀର ସଭାପତି ଥା’ନ୍ତି ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ଇନ୍ଦିରା ଗାନ୍ଧୀ ସେଇ ବାଟ ଦେଇ ଫେରିଲାବେଳେ ସେ କାଳିନ୍ଦୀବାବୁଙ୍କୁ ବାହାରେ ଠିଆ ହୋଇଥିବାର ଦେଖି ପଚାରିଲେ: ”ଆପଣ ନନ୍ଦିନୀର ବାପା ନା?“ କାଳିନ୍ଦୀବାବୁ କହିଲେ: ”ଆପଣ ଏହା କିପରି ଜାଣିଲେ?“ ”ଆପଣଙ୍କ ମୁହଁ ସାଙ୍ଗରେ ତା’ ମୁହଁ ମିଶିଯାଉଛି“- କହିଲେ ଇନ୍ଦିରା ଗାନ୍ଧୀ। କାଳିନ୍ଦୀବାବୁ କହିଲେ- ଏହା ସତ ଯେ ହେଲେ ମୁଁ ନନ୍ଦିନୀର ବାପା ନୁହେଁ, ନନ୍ଦିନୀ ମୋ’ ଝିଅ।“ ଏହା ଶୁଣି ଇନ୍ଦିରା ଗାନ୍ଧୀ ଠୋ ଠୋ ହୋଇ ହସିଉଠିଲେ ଓ ତାଙ୍କୁ ନେଇ ନନ୍ଦିନୀ ଦେବୀ ରହୁଥିବା କ୍ୱାର୍ଟରରେ ଛାଡ଼ିଦେଇ ଆସିଲେ। ତିରିଶ ଡେଇଁଲାବେଳକୁ ବାପାଙ୍କୁ ଅତିକ୍ରମ କରି ନନ୍ଦିନୀଙ୍କର ଏକ ନିଜସ୍ବ ପରିଚୟ ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇ ସାରିଥିଲା।

ଅତି ଛୋଟବେଳୁ ନନ୍ଦିନୀ ନିଜ ବୟସର ଅନେକ ଝିଅଙ୍କଠାରୁ ବେଶ୍‌ ନିଆରା ଥିଲେ। ବାପା କାଳିନ୍ଦୀ ଚରଣ ମୟୂରଭଞ୍ଜରେ ‘ଭଞ୍ଜ ପ୍ରଦୀପ’ ପତ୍ରିକାର ସମ୍ପାଦକ ଥିବାବେଳେ ସେଠାରେ ଏକ ପ୍ରାଥମିକ ବିଦ୍ୟାଳୟରେ ନନ୍ଦିନୀ ଭର୍ତ୍ତି ହୋଇଥା’ନ୍ତି। ସ୍କୁଲକୁ ମୋଟେ ସାତ ଆଠ ଦିନ ଯାଇଛନ୍ତି କି ନା, ଦିନେ ବାପାଙ୍କୁ ଆସି କହିଲେ- ”ବାପା, ମତେ ଏ ସ୍କୁଲ ଜମା ଭଲ ଲାଗୁନି। ମୁଁ କଟକରେ ପଢ଼ିବି।“ କାଳିନ୍ଦୀବାବୁ ପଚାରିଲେ- ”ପଢ଼ିବୁ ଯେ, କିନ୍ତୁ କାହିଁକି?“ ନନ୍ଦିନୀ କହିଲେ- ଆମ ସ୍କୁଲରେ କ’ଣ ପ୍ରାର୍ଥନା ବୋଲାଯାଉଛି, ଜାଣ? ”ଏହି ମୋର ଭଞ୍ଜଭୂମି ଏହି ମହାରାଜା/ ଜନ୍ମେ ଜନ୍ମେ କରୁଥିବି ଏ ଦୁହଁିଙ୍କୁ ପୂଜା। – ଯେଉଁଠି ରାଜାଙ୍କର ସ୍ତୁତିଗାନ କରାଯାଉଛି, ସେ ସ୍କୁଲରେ ମୁଁ ପଢ଼ିବି ନାହିଁ।“ ପିଲାଟିଦିନରୁ ବାପା ଓ କକା ଭଗବତୀ ଚରଣଙ୍କ ସଂସ୍ପର୍ଶରେ ଆସି ନନ୍ଦିନୀଙ୍କର ହୃଦ୍‌ବୋଧ ହୋଇଥିଲା ଯେ ପୃଥିବୀରେ ମଣିଷ ହିଁ ଏକମାତ୍ର ସତ୍ୟ, ମଣିଷଠୁଁ ବଳି ବଳୀୟାର ଆଉ କେହି ନାହିଁ। ଏ ମଣିଷ ପୁଣି ସାଧାରଣ ମଣିଷ, ମେହେନତ କରୁଥିବା ମଣିଷ, ଯେତେ ବାଧାବିଘ୍ନର ସମ୍ମୁଖୀନ ହେଲେ ବି କାହାକୁ ହାରିଗୁହାରି ନ କରି ନିଜର ଅସ୍ମିତାକୁ ନେଇ ଗର୍ବବୋଧ କରୁଥିବା ମଣିଷ।

ନିଜେ ନାରୀ ହୋଇ ବି କେବେ ନାରୀକୁ ନାରୀ ବୋଲି ସେ ବିଚାରୁ ନ ଥିଲେ। ତାଙ୍କ ମତରେ ନାରୀ, ନାରୀ ନୁହେଁ; ‘ବ୍ୟକ୍ତି’। ନାରୀ ରୂପଭେକରେ ଯେତେ ଆଧୁନିକ ହେଉ, ମନା ନାହିଁ; କିନ୍ତୁ ତା’ ମନରେ ଆଧୁନିକତା ଆସିବା ଦରକାର। ବିଦ୍ୟା, ବୁଦ୍ଧି ଓ ଗୁଣରେ ଆଧୁନିକତା ଆସିଲେ ଯାଇ ନାରୀ ସମାଜର ହିତରେ ଲାଗିପାରିବ। ଯଦି କେହି କହେ- ‘ନାରୀ ପରାଧୀନ, ତାକୁ ଏ ସମାଜ କୋଉ ସ୍ବାଧୀନତା ଦେଇଛି’- ତେବେ ତତ୍‌କ୍ଷଣାତ୍‌ ସେ ଏହାର ପ୍ରତିବାଦ କରି କହୁଥିଲେ: ”ଭୁଲ୍‌ କଥା। କେହି କାହାରିକୁ ସ୍ବାଧୀନତା ଯାଚି ଦିଏ ନାହିଁ। ନିଜ ସାମର୍ଥ୍ୟ ଓ ଆସ୍ପୃହା ବଳରେ ଜଣକୁ ଏହା ଅର୍ଜନ କରିବାକୁ ହୋଇଥାଏ। ଚିଟାଗଙ୍ଗ ଅସ୍ତ୍ରାଗାର ଲୁଣ୍ଠନ ମାମଲାରେ ଗିରଫ ହୋଇ ଫାଶୀ ପାଇଥିବା ମହିଳାମାନଙ୍କୁ କିଏ ଦେଇଥିଲା ସ୍ବାଧୀନତା? ଅସୂର୍ଯ୍ୟଂପଶ୍ୟା ଜମିଦାର ଘରର ବୋହୂ, ଝିଅ ଓ ବଡ଼ ଧନୀଘରର ଉଚ୍ଚଶିକ୍ଷିତା ଝିଅମାନେ କିପରି ହେଲେ, ଏତେ ସ୍ବାଧୀନଚେତା ଯେ ମଦ ଦୋକାନ ଆଗରେ ସତ୍ୟାଗ୍ରହ କରିବାକୁ ଅଣ୍ଟାରେ ଶାଢ଼ି ଭିଡ଼ି ଠିଆ ହେଇଗଲେ? ଲବଣ ସତ୍ୟାଗ୍ରହରେ ଭାଗନେଇଥିବା, ବିଦେଶୀ ବସ୍ତ୍ରରେ ନିଅଁା ଲଗାଇ ଦେଇଥିବା, ଖଦଡ଼ ପିନ୍ଧି ବ୍ରିଟିଶ୍‌ ପୋଲିସ୍‌ର ଲାଠି ଆଗରେ ମୁଣ୍ଡ ପତାଇ ଦେଇଥିବା ମହିଳାମାନଙ୍କୁ କିଏ ମୋଫତରେ ଦେଇଥିଲା ସ୍ବାଧୀନତା? ଏମାନଙ୍କୁ କେହି ସ୍ବାଧୀନତା ଦେଇ ନ ଥିଲେ, ନିଜର ମନୋବଳ, ଅଙ୍ଗୀକାରବଦ୍ଧତା ଓ ଆଦର୍ଶ ବଳରେ ଏମାନେ ଛାଅଁାକୁ ଛାଅଁା ସ୍ବାଧୀନ ହୋଇ ଉଠିଥିଲେ ନିଜ ବିଚାରଣାରେ, କାର୍ଯ୍ୟପନ୍ଥା ନିର୍ଦ୍ଧାରଣରେ। ଦେଶ ସ୍ବାଧୀନ ହେଲା ପଛରେ, ଆଗ କିନ୍ତୁ ଭାରତୀୟ ମହିଳାମାନଙ୍କୁ ମିଳିସାରିଥିଲା ସ୍ବାଧୀନତା।

ଏପରି କହୁଥିଲେ ସତ, ତା’ ବୋଲି ନାରୀକୁ କଦାପି ବାଧାବିପତ୍ତିରେ ଏକା ଛାଡ଼ିଦେଇ ନିଜକୁ ନିରାପଦ ଦୂରତ୍ୱରେ ରଖୁ ନ ଥିଲେ ନନ୍ଦିନୀଦେବୀ। ଜୀବନର ସାୟାହ୍ନରେ ଯେତେବେଳେ କ୍ଷମତା ହାତଛଡ଼ା, ନିଜ ଲୋକ ପର; ଠିକ୍‌ ସେତିକିବେଳେ ସେ ‘ଯୌତୁକ ପ୍ରଥା’ ବିରୁଦ୍ଧରେ ଅଣ୍ଟାଭିଡ଼ି ଛିଡ଼ା ହୋଇଥିଲେ। ପ୍ରତିପକ୍ଷ କହୁଥିଲେ- ”ନନ୍ଦିନୀଦେବୀଙ୍କର କିଛି କାମ ନାହିଁ। ଯତୁକ ଭଳି ତୁଚ୍ଛା କଥାଟାରେ ଦିନରାତି ମାତିଛନ୍ତି।“ ହେଲେ ତାଙ୍କରି ଲଗାତର ପ୍ରବର୍ତ୍ତନା ଯୋଗୁଁ ଯୌତୁକ ନିରୋଧ ଆଇନ ତିଆରି ହେଲା, ଯାହାର ଫଳ ଆଜି ଆମ ଆଖିସାମ୍ନାରେ।
‘ମଣିଷ ସତ୍ୟ’ ବୋଲି ନିଶ୍ଚିତ ଥିଲେ ବୋଲି ନିଜର ସାହିତ୍ୟକର୍ମରେ ସେ ନିପୀଡ଼ିତ ଜନତାର ଲହୁଲୁହକୁ ସୃଜନର ସାମଗ୍ରୀ କରି ଆପଣାଇ ନେଇଥିଲେ। ତାଙ୍କ ପ୍ରଥମ ପ୍ରକାଶିତ ଗଳ୍ପର ଶୀର୍ଷକ ଥିଲା ‘ଅନାଥ’, ଯାହା କଟକ ଟ୍ରେନିଂ ସ୍କୁଲ ପତ୍ରିକାରେ ପ୍ରକାଶ ପାଇଥିଲା। ‘ଅନାଥ’ ଥିଲା ପିତୃମାତୃହୀନ ଏକ ପିଲାର ଜୀବନ କାହାଣୀ। ମାନବିକତାର କ୍ରମିକ ଅବକ୍ଷୟରେ ମଣିଷର ବାମନତ୍ୱ ଲାଭ ପ୍ରସଙ୍ଗରେ କହିବାକୁ ଯାଇ ସେ କହିଥିଲେ- ”ଦିନକୁ ଦିନ ମଣିଷ ସାନ ହୋଇଯାଉଛି। ସେଇ ରୂପକଥାର ଏକୋଇଶ ହାତ ମଣିଷ- ଯିଏ କମି କମି ହେଲା ଚଉଦ ହାତ। ତା’ପରେ ସାତ ଓ ଶେଷରେ ସାଢ଼େ ତିନି ହାତ। ହୁଏତ ଆହୁରି ଛୋଟ ହୋଇଯିବ ମଣିଷ। ତାକୁ ସେତେବେଳେ ଇଞ୍ଚରେ ମପା ହେବ।“

ମଣିଷକୁ ହୃଦୟର ଗଭୀରରୁ ଭଲ ପାଉଥିଲେ ବୋଲି ମଣିଷମାନେ ତାଙ୍କୁ ନିଦରେ ଆସି ନିଜ ନିଜର ଗପ କହି ଯାଉଥିଲେ। ନନ୍ଦିନୀଙ୍କ ଭାଷାରେ- ”ରାତିରେ ଶୋଇ ଶୋଇ ମୁଁ ଗୋଟିଏ ଗୋଟିଏ ଗପ ପୂରା ସ୍ବପ୍ନରେ ଦେଖିଦିଏ। ଏମିତିକି ମଝିରୁ ଉଠି ବାଥ୍‌ରୁମ୍‌କୁ ଯାଇ ପୁଣି ଆସି ଶୋଇପଡ଼ିଲେ ସେଇ ଗପର ଧାରା ଅବ୍ୟାହତ ରହିଥାଏ। କବିତାର ଅବସ୍ଥା ବି ସେଇଆ। ନିଦରେ ଶୋଇ ଶୋଇ କବିତା କହୁଥାଏ ଆଉ ଉଠି ଧୈର୍ଯ୍ୟ ଥିଲେ ଲେଖିପକାଏ।“ କଳ୍ପନା ନୁହେଁ, ନନ୍ଦିନୀ ଥିଲେ ବାସ୍ତବତାର ସଚ୍ଚୋଟ ରୂପକାର। ତାଙ୍କୁ ସହି ପାରୁ ନ ଥିବା ସମକାଳୀନମାନେ ଆଜି ଇତିହାସରେ ନିରୁଦ୍ଦିଷ୍ଟ ହେଇଗଲେଣି, ହେଲେ ମୃତ୍ୟୁର ଦୁଇ ଦଶନ୍ଧି ପରେ ଅତୀତର ଅନ୍ଧାର ଭିତରୁ ଆଜି ଯେଉଁ ମୁହଁଟି ଉଜ୍ଜ୍ୱଳ ହୋଇ ଦିଶିଯାଉଛି, ସେଇଟି ଅବଧାରିତ ଭାବେ ନନ୍ଦିନୀଙ୍କର। ବଜ୍ରବିଜୁଳିିର ସେଇ ଅତୁଟ ପ୍ରତିମାଙ୍କୁ ତାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କର ଶତକୋଟି ପ୍ରଣାମ!

ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

କାଲି ୨ ଟ୍ରେନ୍‌ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…

ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ…

ଜୋଲାପୁଟ ଡ୍ୟାମ୍‌ର ୮ ଗେଟ୍‌ ଖୋଲିଲା

ନନ୍ଦପୁର,୨୯ା୧୦(ତୁଷାର କାନ୍ତ ମହାନ୍ତି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ର ଜୋଲାପୁଟ ଜଳଭଣ୍ଡାର…

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?