ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା ଘଟିଥିବା ଏବେ ଜାତୀୟ ରାଜପଥ ବିଭାଗର ଭାରୀଯାନ କଟକଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଏକ କଣ୍ଟେନର ଦିଲ୍ଲୀରୁ କଳାହାଣ୍ଡି ଜିଲା ଭବାନୀପାଟଣା ଦେଇ ଉକ୍ତ ରାଜପଥରେ ବାଲିଗୁଡା, ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତେବେ ଉକ୍ତ ଅଣଓସାରିଆ ଘାଟି ରାସ୍ତାର ୧୩ନଂ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କଣ୍ଟେନର ଭିତରେ ରହିଥିବା ଚାଳକଙ୍କ ସମେତ ଅନ୍ୟମାନେ ସୁରକ୍ଷିତ ରହିଥିବା ଓ ଉକ୍ତ ଘାଟିରେ ଯାତାୟାତ କରୁଥିବା ଯାତ୍ରୀ ତାଙ୍କୁ ଉଦ୍ଧାର କରି ସୋରଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିବା କୁହାଯାଇଛି।

ସୂଚନାଯୋଗ୍ୟ, ଉକ୍ତ ରାଜପଥର ଘାଟି ରାସ୍ତା ସମ୍ପ୍ରସାରଣ ପାଇଁ ୭ ଶହ ୪୨ କୋଟି ଟଙ୍କା ଅନୁଦାନ ରହିଛି। ଫରେଷ୍ଟ କ୍ଲିୟରାନ୍ସ ସରିଛି କିନ୍ତୁ ଟେଣ୍ଡର ହୋଇ ନ ଥିବା ଓ ସମ୍ପ୍ରସାରଣ ବିଳମ୍ବ ଯୋଗୁ ଦୁର୍ଘଟଣା ବାରମ୍ବାର ଘଟୁଛି। ବିଶେଷକରି ଗୁଗଲ ମ୍ୟାପ୍‌ରେ ଉକ୍ତ ରାଜପଥ ଦେଖାଉଥିବାରୁ ମ୍ୟାପ୍‌ ଦେଖି ଆସି ଅନେକ ଗାଡ଼ି ବୁଲାଣିରେ ବୁଲାଇ ନ ପାରି ଫସି ରହୁଥିବା ବେଳେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ଜାତୀୟ ରାଜପଥ ବିଭାଗ ଉକ୍ତ ଘାଟିରାସ୍ତା ଆରମ୍ଭ ଓ ଶେଷରେ ୨ଟି ବଡ଼ ବଡ଼ ହୋର୍ଡିଂ ଲଗାଇ ଭାରୀଯାନ ଉକ୍ତ ଘାଟିରେ ଯାତାୟାତ ପାଇଁ ବାରଣ କରିଥିଲେ ମଧ୍ୟ ଅମାନିଆ ଗାଡ଼ିଚାଳକ ଭାରୀଯାନ ନେଇ ଯାତାୟାତ କରୁଛନ୍ତି। ଫଳରେ ଏଭଳି ଘଟଣା ଏବେ ଉକ୍ତ ଘାଟିରେ ନିୟମିତ ଘଟୁଥିବା ଦେଖିବାକୁ ମିଳୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?