ଅର୍ଥ-ପରମାର୍ଥ

ଆଜିର ଭୋଗବାଦୀ ଦୁନିଆକୁ ଲକ୍ଷ୍ୟକଲେ ଜଣାଯାଏ, ଅର୍ଥର କୁହୁକ ଓ ମାୟାଜାଲରେ ପ୍ରାୟ ସମସ୍ତେ ବନ୍ଧା। ପେଟ ଭରିବି, ଘର ତୋଳିବି, ପରିବାର ପାଳିବି-ଏମିତି ଅନେକ କିଛି ଯୋଜନାକୁ ଧରିଚାଲିଛି ଅର୍ଥ ପାଇଁ ଅହୋରାତ୍ର ଅଙ୍କକଷା। କିନ୍ତୁ ସର୍ବପ୍ରଥମେ ଅର୍ଥକୁ ନେଇ ଆମର ବିଚାରଧାରା ଶୁଦ୍ଧ ଓ ସୁନ୍ଦରହେବା ଆବଶ୍ୟକ। ନ ହେଲେ ଅର୍ଥ ସକଳ ଅନର୍ଥକୁ ଡାକିବା ସାରହେବ। ତେଣୁ ମହାପୁରୁଷମାନଙ୍କ ମତରେ ଅର୍ଥକୁ ନେଇ ଆମ ଜୀବନରେ ତିନୋଟି ବିଚାର ଓହ୍ଲେଇଆସିବ। ପ୍ରଥମଟି ହେଉଛି ଧର୍ମ ପୂର୍ବକ ଅର୍ଥ ଉପାର୍ଜନ କରିବା। ଅର୍ଥ ରୋଜଗାର ଦୋଷାବହ ନୁହେଁ, କିନ୍ତୁ ଏହା ନୀତିପୂର୍ଣ୍ଣଭାବରେ ଉପାର୍ଜନ ହେବା ଆବଶ୍ୟକ। ଅନୀତି ପୂର୍ବକ ଆସୁଥିବା ଅର୍ଥ ଦିନେ ନା ଦିନେ ଅବଶ୍ୟ ଉପଦ୍ରବ ସୃଷ୍ଟିକରିବ। ସାମର୍ଥ୍ୟ ଅଛି ତ ସୁନାର ନଗରୀ ନିର୍ମାଣକରନ୍ତୁ ଆପତ୍ତି ନାହିଁ , କିନ୍ତୁ ଏହା ଲଙ୍କା ନଗରୀ ନ ହୋଇ ଦ୍ୱାରକାନଗରୀ ହେବା ଉଚିତ। କାରଣ ଅନୀତିର ପାହାଡ଼ ଉପରେ ଠିଆହୋଇଥିବା ଲଙ୍କା ହେଉଛି ଭୋଗବାଦୀ ନଗରୀ ଯେଉଁଠି ମୋହରୂପୀ ରାବଣର ରାଜୁତିଚାଲେ। ଅପରପକ୍ଷରେ ନୀତିର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଦ୍ୱାରକାପୁରୀ ହେଉଛି ଭଗବାନଙ୍କ ନିବାସସ୍ଥଳୀ ଯେଉଁଠାରେ ଧର୍ମର ଦରଜା ଖୋଲେ। ଯାହାର ନୀତିଶୁଦ୍ଧ ସେ କେବେହେଲେ ଅନ୍ୟର ତଣ୍ଟିଚିପି ଅର୍ଥ ସଂଗ୍ରହ କରିବାର ପକ୍ଷପାତୀ ହୋଇ ନ ଥାଏ। କିନ୍ତୁ ଆଜି ଏହି ନୀତିର ଅଭାବ ଯୋଗୁ ଅର୍ଥ ପାଇଁ ସବୁଠାରେ ଚାଲିଛି କୁତ୍ସିତ କୂଟଚକ୍ର ନ ହେଲେ ମତଲବୀ ମଧୁଚନ୍ଦ୍ରିକା। କହିବା କାହାକୁ?

ଅର୍ଥର ଦ୍ୱିତୀୟ ବିଚାରଟି ହେଉଛି ଏହାର ସଦୁପଯୋଗକରିବା। କେବଳ ଅର୍ଥ ସଂଗ୍ରହ ଓ ଉପଭୋଗ ମଣିଷକୁ ଗୋଲାମ କରିଦିଏ। କିନ୍ତୁ ଉପଯୋଗ ମଣିଷକୁ ମହାନ୍‌ କରି ଗଢ଼ିତୋଳେ। ପୁରାଣର ରାବଣ ଆଉ କ’ଣ କଲାକି? ସୁନାର ଲଙ୍କା ହେଉ ଅବା ସୁରମୁନି ଗନ୍ଧର୍ବଙ୍କ କନ୍ୟା ହେଉ, ଅନୀତିରେ ଅନ୍ୟଠାରୁ ବଳପୂର୍ବକ ଛଡ଼ାଇନେଇ ତାକୁ ଉପଭୋଗ କରିଥିଲା ରାବଣ। ତା ’ ପାଖରେ ଅର୍ଥର ଅଭାବ ନ ଥିଲା, କିନ୍ତୁ ଏହାର ସଦୁପଯୋଗ କରିବାରେ ସେ ଥିଲା ଅପାରଗ। ସେଥିପାଇଁ ସେ ସୀତାଙ୍କୁ ଅଶୋକବାଟିକାରେ ରଖିଥିଲେ ଅଶାନ୍ତି ନଈରେ ବୁଡ଼ିମରିବା ସାରହେଲା। ପ୍ରଭୁ ଶ୍ରୀକୃଷ୍ଣ ସୁନାର ଦ୍ୱାରକାରେ ରହି ମଧ୍ୟ ୪ଦିନ ଭୋକିଲା ସୁଦାମଙ୍କୁ କେବେ ଭୁଲିଯାଇ ନ ଥିଲେ। ବିପୁଳଐଶ୍ୱର୍ଯ୍ୟରେ ପୋତି ପକାଇଲେ ସୁଦାମାର ଭଙ୍ଗାକୁଡ଼ିଆକୁ, ତାହା ପୁଣି ସମସ୍ତଙ୍କ ଅଜ୍ଞାତରେ। ଏହା ହିଁ ଧନର ସଦୁପଯୋଗ ଯାହାତ୍ୟାଗ ଓ ସମର୍ପଣ ଉପରେ ପ୍ରତିଷ୍ଠିତ।

ଅର୍ଥର ତୃତୀୟ ଦିଗଟି ହେଉଛି ଏଥିପ୍ରତି ଆସକ୍ତ ନ ହୋଇ ପରମାର୍ଥ ପାଦରେ ନିଜକୁ ସମର୍ପଣକରିବା। ଏହା ଧ୍ରୁବସତ୍ୟ ଯେ ଅର୍ଥ କେବେହେଲେ ଶାଶ୍ୱତ ନୁହେଁ ପରନ୍ତୁ ନାଶବନ୍ତ। ତାହା ଲଙ୍କା ନଗରୀ ହେଉ ଅବା ଦ୍ୱାରକାପୁରୀ, ଉଭୟଙ୍କର ନାଶ ହିଁ ନିୟତି। ଅନୀତିର ଲଙ୍କାକୁ କେବେ ନା କେବେ କେହି ହନୁମାନ ଆସି ଜାଳିଦେବେ। ଅନୁରୂପ ଭାବରେ ନୀତି ଉପରେ ପ୍ରତିଷ୍ଠିତ ଦ୍ୱାରକା ମଧ୍ୟ ସମୟ ସୁଅରେ ଦିନେ ଅବଶ୍ୟ ବୁଡ଼ିଯିବ। ଏ ଭୌତିକ ଧନକୁ ସଙ୍ଗରେ ନେଇ କେହି କ’ଣ କେବେ ଏଠୁଗଲାଣି? ‘ଆସିଅଛୁ ଲଙ୍ଗଳା ତୁ ଯିବୁ ଶୂନ୍ୟହୋଇରେ’ ଜାଣି ମଧ୍ୟ ମଣିଷ ଆଜି ଅର୍ଥ ସଂଗ୍ରହ ମୋହରେ ପଡ଼ି ଅଣନିଃଶ୍ୱାସୀହୋଇ ଧାଇଁଛି। ନା ଅଛି ଅନୁତାପ ନା ତନୁତାପ? ଥରେ ବିଚାରକଲେ! ଅନୀତି ପୂର୍ବକ ଅର୍ଥ ସଂଗ୍ରହକରି ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦହଗଞ୍ଜ ହେବା ଅପେକ୍ଷା ଯଦି ସେହି ଅର୍ଥ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ସଦୁପଯୋଗ ହୋଇପାରନ୍ତା, ତେବେ ଆମ ରାଜ୍ୟ ରାମରାଜ୍ୟ ହୋଇପାରନ୍ତାନି କି? ତେଣୁ ଆମ ବିବର୍ଣ୍ଣ ବିଚାରଧାରାରେ ବିବର୍ତ୍ତନ ଘଟୁ। ଯାହାର ଲୁଣ ନାହିଁ ତିଅଣରେ, ଲୁହ ପଡ଼େ ନିତି ପଖାଳ କଂସାରେ, ସେହି ମାମୁଲି ମଣିଷର ଓଠ କୋଣରେ ସୁନାର ହସ କେରାଏ ଫୁଟୁ। ଅର୍ଥ ପଛରେ ନ ଧାଇଁ ଏ ସ୍ବାର୍ଥୀମଣିଷ ପରମାର୍ଥ ପାଦରେ ଲୋଟୁ।

ଡ. ସାରଦା ପ୍ରସାଦ କର

ଅଧ୍ୟାପକ
ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକ
ମୋ: ୯୪୩୭୧୧୩୧୬୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri