ଅର୍ଥ-ପରମାର୍ଥ

ଆଜିର ଭୋଗବାଦୀ ଦୁନିଆକୁ ଲକ୍ଷ୍ୟକଲେ ଜଣାଯାଏ, ଅର୍ଥର କୁହୁକ ଓ ମାୟାଜାଲରେ ପ୍ରାୟ ସମସ୍ତେ ବନ୍ଧା। ପେଟ ଭରିବି, ଘର ତୋଳିବି, ପରିବାର ପାଳିବି-ଏମିତି ଅନେକ କିଛି ଯୋଜନାକୁ ଧରିଚାଲିଛି ଅର୍ଥ ପାଇଁ ଅହୋରାତ୍ର ଅଙ୍କକଷା। କିନ୍ତୁ ସର୍ବପ୍ରଥମେ ଅର୍ଥକୁ ନେଇ ଆମର ବିଚାରଧାରା ଶୁଦ୍ଧ ଓ ସୁନ୍ଦରହେବା ଆବଶ୍ୟକ। ନ ହେଲେ ଅର୍ଥ ସକଳ ଅନର୍ଥକୁ ଡାକିବା ସାରହେବ। ତେଣୁ ମହାପୁରୁଷମାନଙ୍କ ମତରେ ଅର୍ଥକୁ ନେଇ ଆମ ଜୀବନରେ ତିନୋଟି ବିଚାର ଓହ୍ଲେଇଆସିବ। ପ୍ରଥମଟି ହେଉଛି ଧର୍ମ ପୂର୍ବକ ଅର୍ଥ ଉପାର୍ଜନ କରିବା। ଅର୍ଥ ରୋଜଗାର ଦୋଷାବହ ନୁହେଁ, କିନ୍ତୁ ଏହା ନୀତିପୂର୍ଣ୍ଣଭାବରେ ଉପାର୍ଜନ ହେବା ଆବଶ୍ୟକ। ଅନୀତି ପୂର୍ବକ ଆସୁଥିବା ଅର୍ଥ ଦିନେ ନା ଦିନେ ଅବଶ୍ୟ ଉପଦ୍ରବ ସୃଷ୍ଟିକରିବ। ସାମର୍ଥ୍ୟ ଅଛି ତ ସୁନାର ନଗରୀ ନିର୍ମାଣକରନ୍ତୁ ଆପତ୍ତି ନାହିଁ , କିନ୍ତୁ ଏହା ଲଙ୍କା ନଗରୀ ନ ହୋଇ ଦ୍ୱାରକାନଗରୀ ହେବା ଉଚିତ। କାରଣ ଅନୀତିର ପାହାଡ଼ ଉପରେ ଠିଆହୋଇଥିବା ଲଙ୍କା ହେଉଛି ଭୋଗବାଦୀ ନଗରୀ ଯେଉଁଠି ମୋହରୂପୀ ରାବଣର ରାଜୁତିଚାଲେ। ଅପରପକ୍ଷରେ ନୀତିର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଦ୍ୱାରକାପୁରୀ ହେଉଛି ଭଗବାନଙ୍କ ନିବାସସ୍ଥଳୀ ଯେଉଁଠାରେ ଧର୍ମର ଦରଜା ଖୋଲେ। ଯାହାର ନୀତିଶୁଦ୍ଧ ସେ କେବେହେଲେ ଅନ୍ୟର ତଣ୍ଟିଚିପି ଅର୍ଥ ସଂଗ୍ରହ କରିବାର ପକ୍ଷପାତୀ ହୋଇ ନ ଥାଏ। କିନ୍ତୁ ଆଜି ଏହି ନୀତିର ଅଭାବ ଯୋଗୁ ଅର୍ଥ ପାଇଁ ସବୁଠାରେ ଚାଲିଛି କୁତ୍ସିତ କୂଟଚକ୍ର ନ ହେଲେ ମତଲବୀ ମଧୁଚନ୍ଦ୍ରିକା। କହିବା କାହାକୁ?

ଅର୍ଥର ଦ୍ୱିତୀୟ ବିଚାରଟି ହେଉଛି ଏହାର ସଦୁପଯୋଗକରିବା। କେବଳ ଅର୍ଥ ସଂଗ୍ରହ ଓ ଉପଭୋଗ ମଣିଷକୁ ଗୋଲାମ କରିଦିଏ। କିନ୍ତୁ ଉପଯୋଗ ମଣିଷକୁ ମହାନ୍‌ କରି ଗଢ଼ିତୋଳେ। ପୁରାଣର ରାବଣ ଆଉ କ’ଣ କଲାକି? ସୁନାର ଲଙ୍କା ହେଉ ଅବା ସୁରମୁନି ଗନ୍ଧର୍ବଙ୍କ କନ୍ୟା ହେଉ, ଅନୀତିରେ ଅନ୍ୟଠାରୁ ବଳପୂର୍ବକ ଛଡ଼ାଇନେଇ ତାକୁ ଉପଭୋଗ କରିଥିଲା ରାବଣ। ତା ’ ପାଖରେ ଅର୍ଥର ଅଭାବ ନ ଥିଲା, କିନ୍ତୁ ଏହାର ସଦୁପଯୋଗ କରିବାରେ ସେ ଥିଲା ଅପାରଗ। ସେଥିପାଇଁ ସେ ସୀତାଙ୍କୁ ଅଶୋକବାଟିକାରେ ରଖିଥିଲେ ଅଶାନ୍ତି ନଈରେ ବୁଡ଼ିମରିବା ସାରହେଲା। ପ୍ରଭୁ ଶ୍ରୀକୃଷ୍ଣ ସୁନାର ଦ୍ୱାରକାରେ ରହି ମଧ୍ୟ ୪ଦିନ ଭୋକିଲା ସୁଦାମଙ୍କୁ କେବେ ଭୁଲିଯାଇ ନ ଥିଲେ। ବିପୁଳଐଶ୍ୱର୍ଯ୍ୟରେ ପୋତି ପକାଇଲେ ସୁଦାମାର ଭଙ୍ଗାକୁଡ଼ିଆକୁ, ତାହା ପୁଣି ସମସ୍ତଙ୍କ ଅଜ୍ଞାତରେ। ଏହା ହିଁ ଧନର ସଦୁପଯୋଗ ଯାହାତ୍ୟାଗ ଓ ସମର୍ପଣ ଉପରେ ପ୍ରତିଷ୍ଠିତ।

ଅର୍ଥର ତୃତୀୟ ଦିଗଟି ହେଉଛି ଏଥିପ୍ରତି ଆସକ୍ତ ନ ହୋଇ ପରମାର୍ଥ ପାଦରେ ନିଜକୁ ସମର୍ପଣକରିବା। ଏହା ଧ୍ରୁବସତ୍ୟ ଯେ ଅର୍ଥ କେବେହେଲେ ଶାଶ୍ୱତ ନୁହେଁ ପରନ୍ତୁ ନାଶବନ୍ତ। ତାହା ଲଙ୍କା ନଗରୀ ହେଉ ଅବା ଦ୍ୱାରକାପୁରୀ, ଉଭୟଙ୍କର ନାଶ ହିଁ ନିୟତି। ଅନୀତିର ଲଙ୍କାକୁ କେବେ ନା କେବେ କେହି ହନୁମାନ ଆସି ଜାଳିଦେବେ। ଅନୁରୂପ ଭାବରେ ନୀତି ଉପରେ ପ୍ରତିଷ୍ଠିତ ଦ୍ୱାରକା ମଧ୍ୟ ସମୟ ସୁଅରେ ଦିନେ ଅବଶ୍ୟ ବୁଡ଼ିଯିବ। ଏ ଭୌତିକ ଧନକୁ ସଙ୍ଗରେ ନେଇ କେହି କ’ଣ କେବେ ଏଠୁଗଲାଣି? ‘ଆସିଅଛୁ ଲଙ୍ଗଳା ତୁ ଯିବୁ ଶୂନ୍ୟହୋଇରେ’ ଜାଣି ମଧ୍ୟ ମଣିଷ ଆଜି ଅର୍ଥ ସଂଗ୍ରହ ମୋହରେ ପଡ଼ି ଅଣନିଃଶ୍ୱାସୀହୋଇ ଧାଇଁଛି। ନା ଅଛି ଅନୁତାପ ନା ତନୁତାପ? ଥରେ ବିଚାରକଲେ! ଅନୀତି ପୂର୍ବକ ଅର୍ଥ ସଂଗ୍ରହକରି ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦହଗଞ୍ଜ ହେବା ଅପେକ୍ଷା ଯଦି ସେହି ଅର୍ଥ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ସଦୁପଯୋଗ ହୋଇପାରନ୍ତା, ତେବେ ଆମ ରାଜ୍ୟ ରାମରାଜ୍ୟ ହୋଇପାରନ୍ତାନି କି? ତେଣୁ ଆମ ବିବର୍ଣ୍ଣ ବିଚାରଧାରାରେ ବିବର୍ତ୍ତନ ଘଟୁ। ଯାହାର ଲୁଣ ନାହିଁ ତିଅଣରେ, ଲୁହ ପଡ଼େ ନିତି ପଖାଳ କଂସାରେ, ସେହି ମାମୁଲି ମଣିଷର ଓଠ କୋଣରେ ସୁନାର ହସ କେରାଏ ଫୁଟୁ। ଅର୍ଥ ପଛରେ ନ ଧାଇଁ ଏ ସ୍ବାର୍ଥୀମଣିଷ ପରମାର୍ଥ ପାଦରେ ଲୋଟୁ।

ଡ. ସାରଦା ପ୍ରସାଦ କର

ଅଧ୍ୟାପକ
ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକ
ମୋ: ୯୪୩୭୧୧୩୧୬୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?