ବ୍ରାଜିଲରୁ ଜଳବାୟୁ ବାର୍ତ୍ତା

ଚଳିତ ବର୍ଷ ବ୍ରାଜିଲର ବେଲେମରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୩୦)ର ନିଷ୍କର୍ଷକୁ ବିଶ୍ୱରେ ସମସ୍ତେ ଉତ୍ସୁକତାର ସହ ଚାହଁିରହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ ଜୀବନ ଓ ପରିବେଶ ଉପରେ ପଡ଼ୁଛି ଏବଂ ଏହାର ଜରୁରୀ ମୁକାବିଲା କରାଯିବା ଦରକାର। ଏଭଳି ଦୃଷ୍ଟିକୋଣକୁ ସ୍ବୀକାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆମାଜନରେ ଆୟୋଜିତ କପ୍‌ ଏକ ଆଶା ସଞ୍ଚାର କରିଛି। ସେଥିପାଇଁ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡି ସିଲ୍‌ଭା ଏହାକୁ ‘କପ୍‌ ଅଫ୍‌ ଟ୍ରୁଥ୍‌’ ବା ‘ସତ୍ୟର କପ୍‌’ ବୋଲି କହୁଛନ୍ତି। ଏହି ସମ୍ମିଳନୀର ସହ ପ୍ରାୟୋଜକ ଭାବେ ବ୍ରାଜିଲର ଆମାଜନ ଅଞ୍ଚଳର ମୂଳ ଅଧିବାସୀ( ବିଶେଷକରି ଆଦିବାସୀ)ମାନେ ଏବଂ ସ୍ଥାନୀୟ ସମୁଦାୟଗୁଡ଼ିକ ବାସ୍ତବରେ ଜଳବାୟୁ ବିପଦକୁ ବୁଝିଛନ୍ତି। ଆମେମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନରେ ସବୁଠୁ ଅଧିକ ପ୍ରଭାବିତ ହେଉଛୁ। ଏଣୁ ସେମାନଙ୍କ ସହ ଆମେମାନେ ମଧ୍ୟ ଜଳବାୟୁ ସମସ୍ୟାର ଦୃଢ଼ ମୁକାବିଲା କରିପାରିବା। ଉଦାହରଣ ସ୍ବରୂପ, ମୂଳ ଅଧିବାସୀଙ୍କ ଓ ସ୍ଥାନୀୟ ସମ୍ପ୍ରଦାୟଙ୍କ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳଗୁଡ଼ିକରେ ଅନ୍ୟ ଅଞ୍ଚଳ ତୁଳନାରେ ଜଙ୍ଗଲ କ୍ଷୟ ୫୦% କମ୍‌ ରହୁଛି।

ଆମ ଅଞ୍ଚଳର ସୁରକ୍ଷା ପାଇଁ ଆମେ ପ୍ରକୃତି ସହ ଜଡ଼ିତ ରହିଛୁ। ଅଙ୍ଗାରକ ଅବଶୋଷଣ ବ୍ୟବସ୍ଥା ଏବଂ ପରିସଂସ୍ଥା ସେବାଗୁଡ଼ିକର ସୁରକ୍ଷା ମଧ୍ୟ କରିଛୁ। ପ୍ୟାରିସ୍‌ ଜଳବାୟୁ ଚୁକ୍ତିରେ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ପୂରଣକରିବା ପାଇଁ ଜଳବାୟୁ ନୀତି ନିର୍ଦ୍ଧାରଣରେ ଆଦିବାସୀଙ୍କ ଯୋଗଦାନକୁ ଆମେ ସମସ୍ତେ ସ୍ବୀକାର କରିବା ଉଚିତ। ଅର୍ଥାତ୍‌ ଆଞ୍ଚଳିକ ସୁରକ୍ଷା ଏବଂ ଭୂମି-ଅଧିକାର ବା ମାଲିକାନା ନୀତିଗୁଡ଼ିକୁ ସ୍ବାଭାବିକ ଭାବେ ପ୍ରଭାବୀ ଜଳବାୟୁ ପଦକ୍ଷେପ ବୋଲି ସ୍ବୀକାର କରିବାକୁ ହେବ। ଏସବୁକୁ ସ୍ବୀକାର କରିବାରେ ମଧ୍ୟ ଆଉ ଏକ ସମସ୍ୟା ରହିଛି। ଐତିହାସିକ ଭାବେ ମୂଳ ଅଧିବାସୀମାନେ ଜଳବାୟୁ ଓ ପରିବେଶଗତ ପାଣ୍ଠିରୁ ସବୁଠୁ କମ୍‌ ସମ୍ବଳ ପାଇଛନ୍ତି। ବାସ୍ତବରେ ସଂଗୃହୀତ ପାଣ୍ଠିର ୧%ରୁ କମ୍‌ ଏହିସବୁ ଅଞ୍ଚଳଗୁଡ଼ିକରେ ପହଞ୍ଚିଛି, ଯାହା ପର୍ଯ୍ୟାପ୍ତ ନୁହେଁ ଏବଂ ଅନ୍ୟାୟ ମଧ୍ୟ। ସେଥିପାଇଁ ବ୍ରାଜିଲ ସରକାର ଅନ୍ୟ ଦେଶ ଓ ସ୍ଥାନୀୟ ସଂଗଠନଗୁଡ଼ିକ ସହ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ରହି କାମ କରୁଛନ୍ତି। ଏହାସହ ଯେଉଁମାନେ ଜଙ୍ଗଲ ସୁରକ୍ଷା କରୁଛନ୍ତି ସେମାନଙ୍କ ପାଇଁ କପ୍‌୩୦ କିଭଳି ଲାଭଦାୟକ ହେବ ତାହା ନିଶ୍ଚିତ କରିବା ଲାଗି ବ୍ରାଜିଲ ସରକାର ମଧ୍ୟ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି। ଏହାକୁ ବାସ୍ତବରୂପ ଦେବା ପାଇର୍ଁ ଆବଶ୍ୟକ ପଦକ୍ଷେପଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଇଣ୍ଟର ଗଭର୍ନମେଣ୍ଟାଲ ଲାଣ୍ଡ ଟେନ୍ୟୁର କମିଟ୍‌ମେଣ୍ଟ( ଆଇଏଲ୍‌ଟିସି) ବା ଆନ୍ତଃ ସରକାରୀ ଭୂମି ଅଧିକାର ପ୍ରତିବଦ୍ଧତା। ଏହାକୁ ନଭେମ୍ବର ୬ରେ କପ୍‌୩୦ ବିଶ୍ୱ ନେତୃବର୍ଗ ସମ୍ମିଳନୀରେ ଘୋଷଣା କରାଯାଇଛି। ଏହାର ଲକ୍ଷ୍ୟ ହେଉଛି,୨୦୩୦ ସୁଦ୍ଧା ଆଦିବାସୀ ଓ ସ୍ଥାନୀୟ ସମୁଦାୟଗୁଡ଼ିକ ଦ୍ୱାରା ନିୟନ୍ତ୍ରିତ ଜମି ଓ କ୍ଷେତ୍ରଗୁଡ଼ିକର ଏକ ପୂର୍ବ ନିର୍ଦ୍ଧାରିତ ପରିମାଣକୁ ସ୍ବୀକାର କରିବା ସହ ତାହାର ସୁରକ୍ଷା କରିବା। ଏଭଳି ଏକ ଐତିହାସିକ ଚୁକ୍ତି କେବଳ ମହତ୍ତ୍ୱାକଂକ୍ଷୀ ନୁହେଁ, ବରଂ ଜମି ଅଧିକାର ଉପରେ ଏହା ହେଉଛି ପ୍ରଥମ ବୈଶ୍ୱିକ ପ୍ରତିବଦ୍ଧତା। ବ୍ରାଜିଲ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ପାଇଁ ୩୬ଟି ସରକାରଙ୍କ ମେଣ୍ଟ ଭାବେ ଜଣାଶୁଣା ଫରେଷ୍ଟ ଆଣ୍ଡ୍‌ କ୍ଲାଇମେଟ୍‌ ଲିଡର୍ସ ପାର୍ଟନରଶିପ (ଜଙ୍ଗଲ ଓ ଜଳବାୟୁ ନେତାଙ୍କ ଭାଗୀଦାରି) ଏବଂ ୟୁରୋପୀୟ ସଂଘ ସହ କାମ କରିଛନ୍ତି। ଏହାସହ କପ୍‌୩୦ ପାଇଁ ଏକ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ଯାହା ବୈଶ୍ୱିକ ଜଳବାୟୁ କାର୍ଯ୍ୟକ୍ରମରେ ଏକ ନିର୍ଣ୍ଣାୟକ କ୍ଷଣ ହେବାକୁ ଯାଉଛି।

ତେବେ ପାଣ୍ଠି ଯୋଗାଉଥିବା ସରକାର ଏବଂ ସହାୟତା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଜମି ଅଧିକାର ତଥା ଜଙ୍ଗଲ ସୁରକ୍ଷା ଓ ବିକାଶ ସହ ଜଡ଼ିତ କାର୍ଯ୍ୟକ୍ରମ ପାଇଁ ଆସନ୍ତା ୫ ବର୍ଷରେ ଅଧିକ ୧.୭ ବିଲିୟନ ଆମେରିକୀୟ ଡଲାର ଆବଣ୍ଟନ କରିବା ସକାଶେ ଗ୍ଲାସ୍‌ଗୋ କପ୍‌୨୬ ସମ୍ମିଳନୀର ୨୦୨୧ ପ୍ରତିବଦ୍ଧତାର ନବୀକରଣ କରିବେ। ପାଣ୍ଠି ଯୋଗାଡ଼ର ମୂଳ ପ୍ରତିବଦ୍ଧତା ପ୍ରାରମ୍ଭିକ ଲକ୍ଷ୍ୟକୁ ଟପିଯାଇଛି ଏବଂ ୧.୮୬ ବିଲିୟନ ଡଲାର ଯୋଗାଡ଼ ହୋଇସାରିଲାଣି। ଏହାକୁ ନବୀକରଣକରି ସରକାରଗୁଡ଼ିକ ଏବଂ ସିଭିଲ ସୋସାଇଟି ସଙ୍କେତ ହେଉଛନ୍ତି ଯେ, ଜଳବାୟୁ ପଦକ୍ଷେପର ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ସେମାନେ ଆରମ୍ଭରୁ ଯେମିତି ପ୍ରତିବଦ୍ଧ ଥିଲେ ଏବେ ସେମିତି ରହିଛନ୍ତି। ଦେଶ ଓ ସରକାରର ମୁଖ୍ୟମାନଙ୍କ ଦ୍ୱାରା ଘୋଷଣା କରାଯିବା ପରେ ଏହିିସବୁ ପ୍ରତିବଦ୍ଧତା ଓପଚାରିକ ଭାବେ କପ୍‌୩୦ ଆକ୍ସନ ଏଜେଣ୍ଡା( ପଦକ୍ଷେପ କାର୍ଯ୍ୟସୂଚୀ) ପ୍ରଦର୍ଶନ କରୁଥିବା କାର୍ଯ୍ୟକ୍ରମରେ ସ୍ବାକ୍ଷରିତ ହୋଇଛି। ବୈଶ୍ୱିକ ସମନ୍ବୟ ହାସଲ କରିବା ପାଇଁ ଏହା ଏକ ମୁଖ୍ୟ ବିଷୟ। ୧.୮୬ ବିଲିୟନ ଡଲାରରୁ ମାତ୍ର ୧୦% ସିଧାସଳଖ ଆଦିବାସୀ ଓ ସ୍ଥାନୀୟ ସମୁଦାୟଗୁଡ଼ିକୁ ଦିଆଯିବା ଲାଗି ବରାଦ କରାଯାଇଛି। କପ୍‌୩୦ ଆକ୍ସନ ଏଜେଣ୍ଡାର ସଂକଳ୍ପ ୨.୦ରେ ଏହି ପ୍ରତିଶତକୁ ଅତ୍ୟଧିକ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନେ ସେମାନଙ୍କ ଅଞ୍ଚଳଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରୁଛନ୍ତି, ସେମାନେ ଆଞ୍ଚଳିକ ସୁରକ୍ଷା ପାଇଁ ଆବଣ୍ଟିତ ସମ୍ବଳଗୁଡ଼ିକରୁ ଅଧିକ ଭାଗ ପାଇବା ପାଇଁ ଯୋଗ୍ୟ। ଏଥିପାଇଁ ଭୂମି ମାଲିକାନା ଓ ପାଣ୍ଠି ଯୋଗାଣ ପ୍ରତିବଦ୍ଧତା ଓପଚାରିକ ଭାବେ ଆରମ୍ଭ ହୋଇଛି। ଏହିସବୁ ପ୍ରତିବଦ୍ଧତା କପ୍‌୩୦ରେ ଆରମ୍ଭ ହୋଇଥିବା ଟ୍ରପିକାଲ ଫରେଷ୍ଟ ଫର୍‌ଏଭର ଫାସିଲିଟ(ଟିଏଫ୍‌ଏଫଏଫ୍‌, ଯାହା ଜଙ୍ଗଲ ସଂରକ୍ଷଣ ପାଇଁ ଦୀର୍ଘମିଆଦୀ ସୂତ୍ରରେ ଅର୍ଥ ଯୋଗାଇବାର ଏକ ବୈଶ୍ୱିକ ପାଣ୍ଠି)ର ଆଧାର ଭାବେ କାମ କରିବ। ମୂଳ ଅଧିବାସୀ ଏବଂ ସ୍ଥାନୀୟ ସମୁଦାୟଗୁଡ଼ିକ ଏହି ସୁବିଧାର କାର୍ଯ୍ୟାନ୍ବୟନ ପାଇଁ ଗ୍ୟାରେଣ୍ଟି ଦେବା ଆବଶ୍ୟକ ଯେ, ଟିଏଫ୍‌ଏଫ୍‌ଏଫ୍‌ ଯୋଗାଡ଼ କରିଥିବା ପାଣ୍ଠିର ଅତିକମ୍‌ରେ ୨୦% ସେମାନେ ଉପଯୋଗ କରିବେ।

ମନେରଖିବା ଦରକାର, କେବଳ ଆଦିବାସୀ ଓ ସ୍ଥାନୀୟ ସମୁଦାୟଗୁଡ଼ିକୁ ନୀତି ନିର୍ଦ୍ଧାରଣ ପ୍ରକିୟାରେ ସାମିଲ କରାଯିବା ଯୋଗୁ ସଫଳତା ମିଳିଛି। ମାନ୍ୟତା ପାଇଁ ଭାଗୀଦାରି ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ବ୍ରାଜିଲରେ ଆମର ଏକ ମୂଳ ଅଧିବାସୀଙ୍କ ମନ୍ତ୍ରଣାଳୟ ରହିଛି। ଏଥିପାଇଁ କପ୍‌୩୦ ଆମ ନିଆର ସ୍ବର ଓ ଦୃଷ୍ଟିକୋଣକୁ ଅଗ୍ରାଧିକାର ଦେବ। ମୋ ମନ୍ତ୍ରଣାଳୟ ,ସ୍ବଦେଶୀ ସଂଗଠନ ଓ ଅନ୍ୟ ଅଂଶୀଦାରଙ୍କ ମାଧ୍ୟମରେ ଆମେ କପ୍‌ ଭିଲେଜ କରି ଏଥିରେ ୩ ହଜାର ଆଦିବାସୀଙ୍କୁ ରଖାଯିବାର ବ୍ୟବସ୍ଥା କରିଛୁ। ବିଶ୍ୱର ବ୍ଲୁ ଜୋନ୍‌( ଯେଉଁ ଭୌଗୋଳିକ ଅଞ୍ଚଳରେ ଲୋକେ ସୁସ୍ଥତାର ସହ ଲମ୍ବା ସମୟ ବଞ୍ଚିପାରନ୍ତି)ରେ ସବୁଠୁ ଅଧିକ ଆଦିବାସୀ ରହିଛନ୍ତି। ସ୍ବର ଉପସ୍ଥାପନ କରିବା ଏବଂ ଭାଗୀଦାରି ପାଇଁ ଉତ୍ତମ ମଞ୍ଚ ଯୋଗାଇଦେଇ ବ୍ରାଜିଲ ସରକାର ମୂଳ ଅଧିବାସୀ ଓ ସ୍ଥାନୀୟ ସମୁଦାୟଗୁଡ଼ିକ ପାଇଁ ଏଭଳି ଏକ ପରିବେଶ ସୃଷ୍ଟି କରିଛନ୍ତି ଯାହା କେବେ ଦେଖାଯାଇ ନ ଥିଲା କିମ୍ବା ଶୁଣାଯାଇ ନ ଥିଲା। ସବୁ ସରାକର, ପାଣ୍ଠି ଯୋଗାଉଥିବା ଏବଂ ବିକାଶ କ୍ଷେତ୍ରରେ ଜଡ଼ିତ ସଂସ୍ଥାଗୁଡ଼ିକୁ ଆଇଏଲ୍‌ଟିସିରେ ଯୋଗ ଦେବା ସହ ନବୀକୃତ ଭୂମି ଓ ଜଙ୍ଗଲ ସଂକଳ୍ପରେ ଯୋଗଦାନ କରିବା ଲାଗି ଆମନ୍ତ୍ରଣ କରିଛି। ଆମେ ସମ୍ମିଳିତ ଭାବେ କାମ କଲେ ବିଶ୍ୱ ପରିସଂସ୍ଥାର ସୁରକ୍ଷା କରିପାରିବା। ଏହା ସହ ଭୂମି ମାଲିକାନା ଏବଂ ମୂଳ ଅଧିବାସୀ ଓ ସ୍ଥାନୀୟ ଲୋକଙ୍କ ଅଧିକାର ଦୃଢ଼ ହୋଇପାରିବ। ସହନୀୟ ବିକାଶ ପାଇଁ ଆଧାର ଭାବେ ଲୋକଙ୍କ ପାଇଁ ନିବେଶ କଲେ ଏକ ନ୍ୟାୟସଙ୍ଗତ ପରିବର୍ତ୍ତନ ଆସିବା ସହ ଦୀର୍ଘମିଆଦୀ ସ୍ଥାୟୀ ଜଳବାୟୁ ଲାଭ କରିପାରିବା।

ସୋନିଆ ଗୁଆଜାଜର
ଇଣ୍ଡିଜିନିୟସ୍‌ ପିପୁଲ୍ସ ମିନିଷ୍ଟର, ବ୍ରାଜିଲ


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri