ଶି’ଙ୍କ ଭୟ

ଚାଇନାର ରାଷ୍ଟ୍ରପତି ଭାବେ ଶି’ ଜିନ୍‌ପିଙ୍ଗ ୧୩ ବର୍ଷ କ୍ଷମତାରେ ରହିଲେଣି। ଏହା ମଧ୍ୟରେ ସେ ଚାଇନାରେ ସବୁ ସ୍ତର ଯଥା କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି), ଦେଶର ବ୍ୟବସ୍ଥାଗତ ସଂସ୍ଥା ଏବଂ ସେନା ଉପରେ ତାଙ୍କ ନିୟନ୍ତ୍ରଣ ଦୃଢ଼ କରିପାରିଛନ୍ତି। ଏହାସହ ସମାଜର ପ୍ରତ୍ୟେକ ବିଷୟ ଉପରେ ଭର୍ଚ୍ଚୁଆଲି ନିରୀକ୍ଷଣ ପ୍ରକ୍ରିୟାକୁ ବିସ୍ତାର କରିଛନ୍ତି। ହେଲେ ପୂର୍ବଭଳି ନିକଟରେ ସେନାର ୯ ଜଣ ଶୀର୍ଷ ଜେନେରାଲଙ୍କୁ ତଡ଼ିଦେବା ପଦକ୍ଷେପରୁ ଜଣାପଡ଼ୁଛି ଯେ ସେ ଏବେ ମଧ୍ୟ ସବୁଠି ଶତ୍ରୁ ରହିଛନ୍ତି ବୋଲି ଭାବୁଛନ୍ତି। ୨୦୧୨ରେ ଶିକ୍ଷମତାକୁ ଆସିବା ପରେ ସିପିସି ଏବଂ ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ମଧ୍ୟରେ ଦୁର୍ନୀତି ବନ୍ଦ କରିବା ପାଇଁ ପଦକ୍ଷେପ ନେଇଥିଲେ। ଏହି ଅଭିଯାନ ପ୍ରାରମ୍ଭରେ ଲୋକପ୍ରିୟ ହୋଇଥିଲା କାରଣ ଚାଇନାର ଏକ-ଦଳୀୟ ବ୍ୟବସ୍ଥା ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବାବେଳେ କ୍ଷମତାର ଦୁରୁପଯୋଗ ହେଉଥିଲା। କିନ୍ତୁ ପ୍ରବର୍ତ୍ତନ ଚୟନାତ୍ମକ ଥିଲା, ଯାହା କେବଳ ଅଧିକ ସ୍ବଚ୍ଛ କିମ୍ବା ପ୍ରଭାବୀ ବ୍ୟବସ୍ଥା ଗଢ଼ିବା ପାଇଁ ଉଦ୍ଦିଷ୍ଟ ନ ଥିଲା, ବରଂ ଶି’ଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ କରିବା ସକାଶେ ଉଦ୍ଦିଷ୍ଟ ଥିଲା ବୋଲି ସଙ୍ଗେ ସଙ୍ଗେ ସ୍ପଷ୍ଟ ହୋଇଗଲା। ଶି’ଙ୍କ ଚାଇନାରେ, ବିକାଶ ନେତାଙ୍କ ବ୍ୟକ୍ତିଗତ ବିଶ୍ୱାସ ହାସଲ କରିବା ତୁଳନାରେ ପ୍ରତିଯୋଗିତା କିମ୍ବା ସ୍ବଚ୍ଛତା ଉପରେ କମ୍‌ ନିର୍ଭର କରେ। କିନ୍ତୁ ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କେବଳ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି କରିବା ପରେ ବି ଶି’ ନିୟମିତ ଭାବେ ଶୀର୍ଷ ସେନା କମାଣ୍ଡରଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ବରଖାସ୍ତ କରିବାରେ ଲାଗିଛନ୍ତି। ଆମେରିକାର ଅଫିସ ଅଫ୍‌ ଦି ଡାଇରେକ୍ଟର ଅଫ୍‌ ନ୍ୟାଶନାଲ ଇଣ୍ଟେଲିଜେନ୍ସ ଅନୁଯାୟୀ, ଶି’ଙ୍କ ଶାସନରେ ଦୁର୍ନୀତି ପାଇଁ ସବୁ ସରକାରୀ ସ୍ତରରେ ପାଖାପାଖି ୫୦ ଲକ୍ଷ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନେକେ କୌଣସି ସ୍ପଷ୍ଟୀକରଣ ନ ଦେଇ ଅଦୃଶ୍ୟ ହୋଇଥିବା ବିଷୟ କହିବାର ପ୍ରୟୋଜନ ନାହିଁ।
ଶି’ଙ୍କ ଶାସନ ଦାବି କରେ ଯେ, ନିକଟରେ ଜେନେରାଲ ଓ୍ବିଡଙ୍ଗ, ଜଣେ ପଲିଟିବ୍ୟୁରୋ ସଦସ୍ୟ, କେନ୍ଦ୍ରୀୟ ସେନା ଆୟୋଗର ଉପାଧ୍ୟକ୍ଷ ଏବଂ ଚାଇନାର ସେନା ପଦାନୁକ୍ରମର ତୃତୀୟ ଶୀର୍ଷ ପଦବୀର ବ୍ୟକ୍ତିତ୍ୱଙ୍କ ସମେତ ଅନ୍ୟ ସେନା ଅଧିକାରୀଙ୍କୁ କର୍ତ୍ତବ୍ୟ ସମ୍ପର୍କିତ ଅପରାଧ ଓ ଅନୁଶାସନାତ୍ମକ ଉଲ୍ଲଂଘନକୁ ନେଇ ତଡ଼ି ଦିଆଯାଇଛି। କିନ୍ତୁ ଏହା ସ୍ବୀକାର କରାଯାଏ ଯେ, ଶି ’ତାଙ୍କ କ୍ଷମତାର ମୁଠା ଟାଣ କରିବା ପାଇଁ ବିରୋଧୀଙ୍କୁ ସଫା କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶି’ଙ୍କ ଭୟ ପଛରେ କିଛି କାରଣ ରହିଛି। ଅଧିକାରୀଙ୍କୁ ବିଦା କରିବା ପାଇଁ ନିଆଯାଉଥିବା ପ୍ରତ୍ୟେକ ନୂଆ ପଦକ୍ଷେପ ଚାଇନାର ପ୍ରତିଷ୍ଠିତ ବର୍ଗଙ୍କ ମଧ୍ୟରେ ଅବିଶ୍ୱାସ ବଢ଼ାଇବା ସହ ବିପଦର ଆଶଙ୍କା ସମର୍ଥକଙ୍କୁ ଶତ୍ରୁରେ ପରିଣତ କରୁଛି। ମାଓ ଜେଣ୍ଡଙ୍ଗଠାରୁ ଆରମ୍ଭ କରି ଜୋଶେଫ ଷ୍ଟାଲିନଙ୍କ ପର୍ଯ୍ୟନ୍ତ, ସ୍ପଷ୍ଟ ପ୍ରମାଣ କରେ ଯେ, ଏକକ ବ୍ୟକ୍ତିକୈନ୍ଦ୍ରିକ ଶାସନ ଅବିଶ୍ୱାସ ବା ସନ୍ଦେହ ସୃଷ୍ଟି କରିଛି। କିନ୍ତୁ ଏବେ ଶି’ ମଧ୍ୟ ଶତ୍ରୁ ଓ ମିତ୍ରଙ୍କ ମଧ୍ୟରେ ପ୍ରଭେଦ ଚିହ୍ନଟ କରିବାରେ ଅକ୍ଷମ ହୋଇଛନ୍ତି। ୭୨ ବର୍ଷ ବୟସରେ, ସେ ତାଙ୍କ ପଦବୀରେ ଏତେ ଅସୁରକ୍ଷିତ ରହିଛନ୍ତି ଯେ ଏପରି କି ମାଓଙ୍କ ଭଳି, ସେ ଜଣେ ଉତ୍ତରାଧିକାରୀ ବାଛିବାକୁ ମନା କରିଦେଇଛନ୍ତି। ଜଣେ ଉତ୍ତରାଧିକାରୀ ତାଙ୍କ ପତନର କାରଣ ହୋଇପାରେ ବୋଲି ସେ ଭୟ କରୁଛନ୍ତି।
ଏହା ଚାଇନା ପାଇଁ ଶୁଭ ଲକ୍ଷଣ ନୁହେଁ। ବିଶେଷକରି ନେତୃତ୍ୱ ପରିବର୍ତ୍ତନ କରିବା ସକାଶେ ମନା କରି ଶି’ ବିପଦ ବଢ଼ାଉଛନ୍ତି, ଯାହା ହୁଏତ ରାଜନୈତିକ ଅସ୍ଥିରତା ସୃଷ୍ଟି କରି ତାଙ୍କ ଶାସନର ଅନ୍ତ ଘଟାଇବ। ବିଚାରଗତ ଅନୁକୂଳତା ବଦଳରେ ଶି’ ବ୍ୟକ୍ତିଗତ ବିଶ୍ୱସନୀୟତାକୁ ଗୁରୁତ୍ୱ ଦେଉଛନ୍ତି। ଫଳରେ ଅତୀତରେ ସମ୍ମିଳିତ ନେତୃତ୍ୱକୁ ଆଧାର କରି ବ୍ୟବସ୍ଥାରେ ପ୍ରତିଷ୍ଠିତ ହୋଇଥିବା ସଂସ୍ଥାଗତ ଏକତା ଦୁର୍ବଳ ହୋଇଯାଉଛି। ଏହାସହ ମନଇଚ୍ଛା ଅଧିକାରୀମାନଙ୍କୁ ଚାକିରିରୁ ବାହାର କରିଦେବା ଏବଂ ଅଭିଯୁକ୍ତ କରିବା ଦ୍ୱାରା ଚାଇନା ସରକାର ଏବେ ପ୍ରତିଯୋଗିତା ଓ ପ୍ରତିବଦ୍ଧତା ବଦଳରେ କ୍ଷମତାଶାଳୀ ବ୍ୟକ୍ତିଙ୍କ ଅଧିକ ପ୍ରଶଂସା କରୁଛି ଓ ଚିନ୍ତାରେ ରହୁଛି।
ଶି’ଙ୍କ ଅସ୍ଥିର ମନୋଭାବ ପାଇଁ ବିଶେଷକରି ଚାଇନାର ସେନାକୁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି। ବର୍ଷେ ଦୁଇ ବର୍ଷ ହେବ, ଟେକ୍‌ନୋଲୋଜି ଆଧାରିତ ଯୁଦ୍ଧରେ ବିଜୟୀ ହେବା ପାଇଁ ପିଏଲ୍‌ଏ ନିଜକୁ ଏକ ଆଧୁନିକ ଶକ୍ତି ହେବା ଲାଗି ବ୍ୟାପକ ବ୍ୟବସ୍ଥାଗତ ପୁନର୍ଗଠନ କରିଛି। କନ୍ତୁ ଶି’ ଅଧିକାରୀମାନଙ୍କୁ ବାହାର କରିଦେବା ଦ୍ୱାରା ମିଲିଟାରି ଯୋଜନା ଓ ନେତୃତ୍ୱରେ ବାଧା ସୃଷ୍ଟି ହୋଇଛି; ଯାହା ପୁନର୍ଗଠନ ପଦକ୍ଷେପକୁ ଦୁର୍ବଳ କରିଦେଇଛି। ଉଦାହରଣ ସ୍ବରୂପ, ୨୦୨୩ରେ ଚାଇନାର ଆଣବିକ ଅସ୍ତ୍ରଶସ୍ତ୍ର ଓ ପାରମ୍ପରିକ କ୍ଷେପଣାସ୍ତ୍ରର ଦେଖାରଖା କରୁଥିବା ପିଏଲ୍‌ଏର ରକେଟ୍‌ ଫୋର୍ସର ଶୀର୍ଷ ଅଧିକାରୀଙ୍କୁ ବାହାର କରିଦେବା ସମ୍ଭବତଃ ଚାଇନାର ରଣନୀତିକ ପ୍ରତିରୋଧ କ୍ଷମତା ପ୍ରତି ବିପଦ ସୃଷ୍ଟି କରିପାରେ। ଅଭିଜ୍ଞ କମାଣ୍ଡରଙ୍କ ଜାଗାରେ ଅନଭିଜ୍ଞ ସମର୍ଥକଙ୍କୁ ନିଯୁକ୍ତ କରିବା ହୁଏତ ଶି’ଙ୍କ ରାଜନୈତିକ ଅସ୍ତିତ୍ୱକୁ ନିଶ୍ଚିତ କରିପାରେ। ଚାଇନାର ନେତୃବର୍ଗ ସେମାନଙ୍କ ନିଜ କ୍ଷମତାକୁ ସୁରକ୍ଷିତ ରଖିବା ପାଇଁ ବହୁସମୟରେ ସେନାକୁ ବ୍ୟବହାର କରିପାରନ୍ତି, ହେଲେ ଜାତୀୟ ସୁରକ୍ଷା ପାଇଁ ଏହା କୌଣସି କାମରେ ଆସିବ ନାହିଁ। ରାଜନୈତିକ ଅସ୍ତିତ୍ୱକୁ ନେଇ ସେନାର ଶୀର୍ଷ ଅଧିକାରୀମାନେ ଚିନ୍ତାରେ ରହୁଥିବାବେଳେ ଏହା ବିଶେଷକରି ନୈତିକ ତଥା ଯୁଦ୍ଧଗତ ପ୍ରସ୍ତୁତିକୁ ପ୍ରଭାବିତ କରୁଛି। ପିଏଲ୍‌ଏ ଉପରେ ରାଜନୈତିକ ପ୍ରତିବନ୍ଧକ ଲଗାଇ ଆମେରିକା ଓ ଭାରତ ଭଳି ପ୍ରମୁଖ ବିରୋଧୀଙ୍କ ବିରୋଧରେ ଶି’ ଯୁଦ୍ଧ ଜିତି ପାରିବେ କି? ସେ ଖୋଲାଖୋଲି ଭାବେ ଯୁଦ୍ଧ ନ କରି ଗୁପ୍ତରେ ବଳ ପ୍ରୟାଗକରି ତାଙ୍କ ବିସ୍ତାରବାଦୀ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଛନ୍ତି। କିନ୍ତୁ ମତିଭ୍ରମ ଘଟିଥିବା ଜଣେ ନେତାଙ୍କ ଚାରିପାଖରେ ଥିବା ଚାଟୁକାରୀମାନେ ତାଙ୍କୁ ବିରୋଧ କରିବାକୁ ଅନିଚ୍ଛୁକ କିମ୍ବା ଅକ୍ଷମ ହୋଇଥାନ୍ତି। ଫଳରେ ସେ ସବୁବେଳେ ଭୁଲ୍‌ ରଣନୀତିକ ଅବଗଣନା କରନ୍ତି। ସ୍ମରଣଯୋଗ୍ୟ ଯେ, ନାଜି ଆକ୍ରମଣ ପରିପ୍ରେକ୍ଷୀରେ ଷ୍ଟାଲିନ ରେଡ୍‌ ଆର୍ମିର ନେତୃତ୍ୱକୁ ଭାଙ୍ଗିଦେବା ଦ୍ୱାରା ବିନାଶକାରୀ ପରିଣାମ ସାମ୍ନାକୁ ଆସିଥିଲା।
ଚାଇନାର ଉତ୍ଥାନକୁ ନେଇ ସବୁ ପ୍ରକାର ପ୍ରଦର୍ଶନ ହେଉଥିଲେ ମଧ୍ୟ ଦେଶ ବ୍ୟବସ୍ଥାଗତ ସମସ୍ୟାର ସମ୍ମୁଖୀନ ହେଉଛି । ଏହାର ଅର୍ଥ ବ୍ୟବସ୍ଥା ମାନ୍ଦା ପଡ଼ିଯାଇଛି, ଯୁବ ବେରୋଜଗାରୀ ବୃଦ୍ଧି ପାଉଛି। ଏହା ସହ ବୟସ୍କଙ୍କ ସଂଖ୍ୟା ବଢୁଥିବାବେଳେ ଜନସଂଖ୍ୟା ହ୍ରାସ ପାଉଛି। ଜନ ଅସନ୍ତୋଷକୁ ଦମନ କରାଯାଉଛି। ଯଦି ଶି’ଙ୍କ ନେତୃତ୍ୱ ପ୍ରତି କୌଣସି ସମ୍ଭାବ୍ୟ ଆହ୍ବାନ ଆସୁଛି ତେବେ ଅଧିକାରୀଙ୍କୁ ପଦବୀରୁ ବାହାର କରି କିମ୍ବା ଅଭିଯୁକ୍ତ କରି ତାହାକୁ ରୋକି ଦିଆଯାଉଛି। ଶେଷରେ, ଶି’ ଭୟ ମଧ୍ୟରେ ଶାସନ କରିବା ପାଇଁ ଯୋଗ୍ୟ ବୋଲି ମନେ ହେଉଛି। କିନ୍ତୁ ଭୟକୁ ନେଇ କ୍ଷମତାର ଦୀର୍ଘ ସ୍ଥାୟିତ୍ୱ ଆସିବ ନାହିଁ। ବିଶ୍ୱାସଘାତକତାର ଭୟ ଘାରିଥିବା ଜଣେ ନେତା ଅନ୍ୟମାନଙ୍କୁ ଆଜ୍ଞାକାରୀ ହେବାକୁ ବାଧ୍ୟ କରିପାରନ୍ତି, ହେଲେ ତାହା ପ୍ରକୃତ କୃତଜ୍ଞତା ନୁହେଁ। ଆଜ୍ଞାକାରିତା କେବଳ କ୍ଷମତାର ଏକ ଦୁର୍ବଳ ବିକଳ୍ପ ହେବା ସହ ଭଙ୍ଗୁରତାର ଉତ୍ସ ହୋଇପାରେ। କାରଣ ଏଥିରେ ସୃଜନଶୀଳତା, ପ୍ରତିଦ୍ୱନ୍ଦ୍ୱିତା ଓ ସହଯୋଗର ସୁଯୋଗ ନ ଥାଏ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଶି’ ତାଙ୍କ ହାତରେ ଅଧିକ କ୍ଷମତା ଠୁଳ କରିବାକୁ ଚାହଁୁଛନ୍ତି। ଫଳରେ ତାଙ୍କ ଶାସନ ଅଧିକ ବିପଦମୁଖୀ ହେବାରେ ଲାଗିଛି। ଏକମତ ହେଉ ନ ଥିବା ଅଧିକାରୀଙ୍କୁ ବାହାର କରିବାରେ ମାଓଙ୍କ ପଦକ୍ଷେପ ଅରାଜକତା ଓ ରାଷ୍ଟ୍ରୀୟ କ୍ଷତିକୁ ଶେଷ କରିଥିଲା। ହେଲେ ଶି’ଙ୍କ ପଦ୍ଧତି ଅଧିକ ଉନ୍ନତ ଲାଗୁଥିଲେ ବି ଏହା ପଛର ସିଦ୍ଧାନ୍ତ ପ୍ରାୟ ସମାନ ଏବଂ ପରିଣାମ ବି ସେହିଭଳି ହୋଇପାରେ।

-ବ୍ରହ୍ମ ଚେଲାନି

ପ୍ରଫେସର, ଏମରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ୍‌, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?