ହାରିସ୍‌ଙ୍କ ପାଇଁ ସୁଯୋଗ

କମଲା ହାରିସ୍‌ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିପାରିବେ। ହଁ, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଜଣେ ଶକ୍ତିଶାଳୀ ପ୍ରାର୍ଥୀ। ଜୁଲାଇ ୧୩ରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ହୋଇଥିବା ଉଦ୍ୟମ ଉପରେ ତାଙ୍କ ପ୍ରତିରୋଧୀ ପ୍ରତିକ୍ରିୟା ନିର୍ବାଚନ ପ୍ରଚାରକୁ ଶକ୍ତିଶାଳୀ କରିଦେଲା। କିନ୍ତୁ ରାଷ୍ଟ୍ରପତି ଜୋ ବାଇଡେନ ଓହରିଯିବା ପରେ ହାରିସ୍‌ ଡେମୋକ୍ରାଟ ପ୍ରାର୍ଥୀ ଭାବେ ଉଭା ହୋଇ ବିଜୟ ସମ୍ଭାବନା ସୃଷ୍ଟି କରିଛନ୍ତି। ସିକାଗୋରେ ଆସନ୍ତା ମାସରେ ହେବାକୁ ଥିବା ପାର୍ଟି ସମ୍ମିଳନୀରେ ନାମାଙ୍କନ ପାଇବା ପାଇଁ ଆବଶ୍ୟକତାଠାରୁ ଅଧିକ ପ୍ରତିନିଧିଙ୍କ ସମର୍ଥନ ସେ ଦିନ କେଇଟାରେ ହାସଲ କରିନେଲେ। ବିନା ଦ୍ୱିଧାରେ ବି ବାଇଡେନଙ୍କ ପ୍ରଚାର ଢାଞ୍ଚା ନୂତନ ପ୍ରାର୍ଥୀଙ୍କୁ ସମର୍ଥନ କରିଗଲା। ୪୮ ଘଣ୍ଟା ମଧ୍ୟରେ ହାରିସ୍‌ ୧୦୦ ମିଲିୟନ ଡଲାର ସଂଗ୍ରହ କଲେ ଏବଂ ଏହା ପ୍ରଭାବୀ ପଦକ୍ଷେପ ସାବ୍ୟସ୍ତ ହେଲା। ବିପୁଳ ସଂଖ୍ୟାର ୭୦% ଡେମୋକ୍ରାଟ ହାରିସ୍‌ଙ୍କ ସମର୍ଥନରେ ବାହାରିିଲେ। ସର୍ଭେରୁ ଜଣାପଡ଼େ ଯେ, ପ୍ରଚାରରେ ବାଇଡେନଙ୍କଠାରୁ ଟ୍ରମ୍ପ୍‌ ଯେଉଁ ଲିଡ୍‌ ନେଇଥିଲେ ସେହି ଅନ୍ତରକୁ ଖୁବ୍‌ ଶୀଘ୍ର ହାରିସ୍‌ ଦୂର କରିପାରିଛନ୍ତି।

ହାରିସ୍‌ଙ୍କ ସପକ୍ଷରେ ଏଭଳି ସମର୍ଥନ ବୃଦ୍ଧି ଡେମୋକ୍ରାଟଙ୍କ ସହଯୋଗ ମନୋଭାବରୁ ସୃଷ୍ଟି ହୋଇଛି ଏବଂ ସେମାନଙ୍କ ପାଇଁ ବର୍ତ୍ତମାନ ଲଢ଼େଇ କରିବାର ସୁଯୋଗ ଆଣିିଛି। କିନ୍ତୁ ଏହି ସମର୍ଥନ ତାଙ୍କ ଆକର୍ଷଣ, ରେକର୍ଡ ଏବଂ ଯୋଗ୍ୟତା ସମ୍ପର୍କରେ ବ୍ୟାପକ ଉତ୍ସାହକୁ ମଧ୍ୟ ପ୍ରତିଫଳିତ କରିଛି।

ହାରିସ୍‌ଙ୍କ ପିତା ଜାମାଇକାର ଏବଂ ମାତା ଜଣେ ଭାରତୀୟ। ତାଙ୍କ ସ୍ବାମୀ ଜଣେ ଇହୁଦୀ। ହାରିସ୍‌ଙ୍କର ଏଭଳି ଏକ ବହୁ ସାଂସ୍କୃତିକ ପରିଚୟ ତାଙ୍କ ନିର୍ବାଚନ ସଭା ପ୍ରତି ଯୁବବର୍ଗ, ପ୍ରଗତିଶୀଳ ଭୋଟର ଏବଂ ଅଣ ଶ୍ୱେତାଙ୍ଗଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବାରେ ସାହାଯ୍ୟ କରିବ, ଯେଉର୍ଁମାନଙ୍କ ପାଖରେ ପହଞ୍ଚିବାକୁ ବାଇଡେନ ସଂଘର୍ଷ କରିଥିଲେ। ଏହି ଗୋଷ୍ଠୀର ପ୍ରାଥମିକତାରେ ଥିବା ସମସ୍ୟା ଯଥା ଜାତିଗତ ଏବଂ ଲିଙ୍ଗଗତ ସମାନତା, ପ୍ରଜନନ ଅଧିକାର, ଇମିଗ୍ରେଶନ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ହାରିସ୍‌ ଗଭୀର ଭାବେ ଜଡ଼ିତ । ଗାଜା ଯୁଦ୍ଧ ଉପରେ ହାରିସ୍‌ଙ୍କ ଆଭିମୁଖ୍ୟ ମଧ୍ୟ ପ୍ରଗତିଶୀଳଙ୍କୁ ଆକର୍ଷିତ କରିଛି। ମାର୍ଚ୍ଚରେ ସେ ତୁରନ୍ତ ଅସ୍ତ୍ରବିରତି ପାଇଁ କହିଥିଲେ ଏବଂ ଗତ ଗୁରୁବାର ଦିନ ବେଞ୍ଜାମିନ ନେତନ୍ୟାହୁଙ୍କୁ କହିଥିଲେ ଯେ, ସେ ପାଲେଷ୍ଟାଇନର ଦୁଃଖକୁ ନେଇ ଚୁପ ରହିବେ ନାହିଁ।

ହାରିସ୍‌ଙ୍କୁ ଜଣେ ଚରମ ବାମପନ୍ଥୀ ବ୍ୟକ୍ତି ବୋଲି ଟ୍ରମ୍ପ ନାମିତ କରିଛନ୍ତି, କିନ୍ତୁ ସେ ପ୍ରକୃତରେ ଜଣେ ଯର୍ଥାଥବାଦୀ ନରମପନ୍ଥୀ । ୨୦୨୦ ରାଷ୍ଟ୍ରପତିଙ୍କ ନାମାଙ୍କନ ପାଇଁ ହାରିସ୍‌ ବିଶେଷକରି ଜଳବାୟୁ ପ୍ରସଙ୍ଗରେ ପ୍ରଗତିଶୀଳ ଶିବିର ପ୍ରତି ଢଳିଥିଲେ। କିନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରରେ ସେ ସାଧାରଣତଃ ନିଜ ଦଳର ନରମପନ୍ଥୀ ବିଚାରଧାରା ସହିତ ରହିଆସିଛନ୍ତି । କାଲିଫର୍ନିଆର ଜଣେ ଓକିଲ ଭାବେ ଅପରାଧ ଉପରେ ଅତ୍ୟଧିକ କଠୋର ହୋଇଥିବାରୁ ସେ ବାମପନ୍ଥୀଙ୍କ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଜଣେ ଆମେରିକୀୟ ସିନେଟର ତଥା ବର୍ତ୍ତମାନ ଉପରାଷ୍ଟ୍ରପତି ଭାବରେ ବାଇଡେନଙ୍କ ଦ୍ୱାରା ପରିଚାଳିତ ଉଦାରବାଦୀ ନୀତି ଅନୁଯାୟୀ ଅଧିକାଂଶ ପ୍ରସଙ୍ଗରେ ତାଙ୍କର ଦୃଷ୍ଟିକୋଣ ଅଧିକ ସମାନ ରହିଆସିଛି। ଅର୍ଥନୈତିକ କ୍ଷେତ୍ରରେ ସେହି ନୀତିଗୁଡିକ ମହାମାରୀ ପରବର୍ତ୍ତୀ ପୁନରୁଦ୍ଧାରରେ ସହାୟକ ହୋଇଛି।

ଟ୍ରମ୍ପଙ୍କ କହିବାନୁସାରେ ହାରିସ୍‌ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବାବେଳେ ଦକ୍ଷିଣ ସୀମାରେ ପ୍ରବାସୀଙ୍କ ଅତ୍ୟଧିକ ଅନୁପ୍ରବେଶ ହୋଇଛି ଓ ଏଥିପାଇଁ ସେ ଦାୟୀ। ନିଃସନ୍ଦେହ ଯେ ବାଇଡେନଙ୍କ ପ୍ରଶାସନ ବେଆଇନ ଇମିଗ୍ରେଶନ ହ୍ରାସ କରିବାକୁ ସଂଘର୍ଷ କରିଛି। ବାସ୍ତବରେ ଦୁର୍ନୀତିର ମୁକାବିଲା କରିବା ସହ କେନ୍ଦ୍ରୀୟ ଆମେରିକାର ତଥାକଥିତ ନର୍ଦନ ଟ୍ରାଙ୍ଗେଲ-ଏଲ୍‌ ସାଲ୍‌ଭାଡୋର, ଗୁଆଟେମାଲା ଏବଂ ହୋଣ୍ଡୁରାସରେ ଅର୍ଥନୈତିକ ସୁଯୋଗକୁ ସୁଦୃଢ଼ ଼ କରି ପ୍ରବାସୀଙ୍କ ଆଗମନ ମୂଳ କାରଣଗୁଡ଼ିକ ସମାଧାନ କରିବା ପାଇଁ ପ୍ରଶାସନର ପଦକ୍ଷେପର ନେତୃତ୍ୱ ନେବାରେ ହାରିସ୍‌ଙ୍କର ମୁଖ୍ୟ ଭୂମିକା ଥିଲା। ମଝିରେ ମଝିିରେ ହ୍ୟାରିସ୍‌ ମଧ୍ୟ କଡ଼ା ବାର୍ତ୍ତା ଦେଇ ଆସୁଛନ୍ତି। ୨୦୨୧ରେ ସେ ଗୁଆଟେମାଲାର ଲୋକଙ୍କୁ ଚେତାବନୀ ଦେଇ କହିଥିଲେ, ”ଆସ ନାହିଁ, ଯଦି ତୁମେ ଆମ ସୀମାକୁ ଆସିବ, ତେବେ ତୁମକୁ ଫେରାଇଦିଆଯିବ।“

ଟ୍ରମ୍ପଙ୍କ ପ୍ରେରଣାରେ ରିପବ୍ଲିକାନମାନେ ଜୁନ୍‌ରେ ଏକ ଉଚ୍ଚାଭିଳାଷୀ, ଦ୍ୱିପାକ୍ଷିକ ଇମିଗ୍ରେଶନ ସଂସ୍କାର ବିଲ୍‌ ଖାରଜ କରିଦେବା ପରେ ବାଇଡେନ ବେଆଇନ ସୀମା ପାର ଉପରେ ରୋକ ଲଗାଇବା ପାଇଁ ଏକ ସରକାରୀ ନିର୍ଦ୍ଦେଶ ଜାରି କରିଥିଲେ। ମେକ୍ସିକୋ କର୍ତ୍ତୃପକ୍ଷଙ୍କ ସହାୟତା କ୍ରମେ ମେକ୍ସିକୋରେ ଆଶ୍ରୟ ଖୋଜୁଥିବା ଲୋକଙ୍କୁ ଆମେରିକାର ବୈଧାନିକ ପ୍ରବେଶ ପଥରେ ଠିକ୍‌ ସମୟରେ ଉପସ୍ଥିତ ହେବାକୁ ଅନୁମତି ଦେଉଥିବା ଏକ ଆପ୍‌ ଆରମ୍ଭ କରିବା ହିଁ ବେଆଇନ ପ୍ରବେଶକୁ ରୋକିବାରେ ସାହାଯ୍ୟ କରିଛି । ଏହି ନୀତିଗୁଡ଼ିକ ଅନଧିକୃତ ସୀମା ପାରକୁ ୨୦୨୧ରେ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତିତ୍ୱ କାର୍ଯ୍ୟକାଳ ଶେଷ ସମୟ ତୁଳନାରେ ବହୁତ କମାଇ ପାରିଛି। ସୁଇଂ ଷ୍ଟେଟ୍‌ (ଉଭୟ ଦଳ ଭୋଟରଙ୍କ ସମର୍ଥନ ସମାନ ସ୍ଥିତିରେ ଥିବା ରାଜ୍ୟଗୁଡ଼ିକ) ଯଥା ଆରିଜୋନା, ଜର୍ଜିଆ, ନେଭାଡା, ମିଚିଗାନ, ପେନସିଲଭାନିଆ ଏବଂ ୱିସ୍‌କୋନସିନରେ ଥିବା ନରମପନ୍ଥୀଙ୍କ ମଧ୍ୟରେ ହାରିସ୍‌ଙ୍କ ଆକର୍ଷଣୀୟ ନରମପନ୍ଥୀବାଦ ଆବେଦନକୁ ବ୍ୟାପକ କରାଯିବା ଉଚିତ। ଏହା ହିଁ ନଭେମ୍ବରରେ ଫଳାଫଳ ନିର୍ଣ୍ଣୟ କରିବ। ଧୀର ତଥା ନରମପନ୍ଥୀ ରିପବ୍ଲିକାନମାନଙ୍କଠାରୁ ସମର୍ଥନ ପାଇବାରେ ଟ୍ରମ୍ପ ପୂର୍ବରୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେ ତାଙ୍କ ରନିଂ ମେଟ ବା ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆମେରିକା ସିନେଟର ଜେଡି ଭାନ୍ସଙ୍କୁ ଚୟନ କରି ଏହାକୁ ଆହୁରି ଜଟିଳ କରିଦେଲେ। ଭାନ୍ସ କଲେଜରୁ ଡିଗ୍ରୀ ହାସଲ କରିଛନ୍ତି ଓ ୪୦%ରୁ ସାମାନ୍ୟ ଅଧିକ ଭୋଟରଙ୍କ ପ୍ରତିନିଧିତ୍ୱ କରନ୍ତି। କିନ୍ତୁ ଟ୍ରମ୍ପ ଏହି ସୀମିତ ଆଧାରକୁ ନେଇ ଜିତି ପାରିବେ ନାହିଁ। ଜଣେ ଓହିଓର ନେତାଙ୍କୁ ଚୟନ କରିବା ଦ୍ୱାରା ଟ୍ରମ୍ପଙ୍କ ବିଜୟ ସମ୍ଭାବନା ମଜଭୁତ ହୋଇପାରିବ ନାହିଁ।

ହାରିସ୍‌ ରାଜନୈତିକ କେନ୍ଦ୍ରରେ ନିଜକୁ ସ୍ଥାନିତ କରି ଉଭୟ ପାର୍ଟିର ନରମପନ୍ଥୀମାନେ ଥିବା ସୁଇଂ ଷ୍ଟେଟରେ ଜିତିବା ପାଇଁ ତାଙ୍କ ପାଖରେ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି। ଏଥିପାଇଁ ସେ ଜଣେ ପ୍ରମୁଖ ସୁଇଂ ଷ୍ଟେଟ ରାଜନେତାଙ୍କୁ ତାଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ବାଛିପାରିବେ। ତେବେ ହାରିସ ସହରତଳୀ ଅଞ୍ଚଳର ନରମପନ୍ଥୀ ମହିଳା ଭୋଟରଙ୍କ ମଧ୍ୟରେ ସଫଳତା ପାଇବାକୁ ସକ୍ଷମ ହେବା ଦରକାର, ଯେଉଁମାନଙ୍କ ମଧ୍ୟରୁ ଅନେକେ ଗର୍ଭପାତ ଅଧିକାର ଏବଂ ଭ୍ରଷ୍ଟ ଅତୀତ, ଅଶିଷ୍ଟ ବାକ୍ୟ ଏବଂ ଦୀର୍ଘକାଳୀନ ଅଇନଗତ ସମସ୍ୟାକୁ ନେଇ ରିପବ୍ଲିକାନଙ୍କ ପ୍ରତି ଅତିଷ୍ଠ ଅଛନ୍ତି। ବିଜୟ ପାଇଁ ଆବଶ୍ୟକ ଅଭିଜ୍ଞତା ହ୍ୟାରିସ୍‌ଙ୍କ ପାଖରେ ଅଛି। ଜଣେ ଓକିଲ ଭାବରେ ତାଙ୍କର ଏହି ପୃଷ୍ଠଭୂମି ତାଙ୍କୁ ଭଲ ଭାବରେ ସାହାଯ୍ୟ କରିବ। ବିଲ୍‌ କ୍ଲିଣ୍ଟନ, ଜର୍ଜ ଡବ୍ଲ୍ୟୁ ବୁଶ, ବାରାକ ଓବାମା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅଧିକାଂଶ ରାଷ୍ଟ୍ରପତି ଆମେରିକାର ବୈଦେଶିକ ନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା ନ ଥାଇ କ୍ଷମତା ଅଧିକାରୀ ହୋଇଥିବାବେଳେ ହାରିସ ପ୍ରାୟ ଚାରି ବର୍ଷ ଆମେରିକାର ସବୁଠୁ ଅଭିଜ୍ଞ ନେତା ବାଇଡେନଙ୍କ ନେତୃତ୍ୱରେ ରହି ବହୁ ଅଭିଜ୍ଞତା ହାସଲ କରିଛନ୍ତି। ହାରିସ ୧୦୦ ରୁ ଅଧିକ ବିଶ୍ୱ ନେତାଙ୍କୁ ଭେଟିଛନ୍ତି ଏବଂ ପୃଥିବୀର ପ୍ରାୟ କୋଣ ଅନୁକୋଣକୁ ଯାତ୍ରା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସୁରକ୍ଷା ଏବଂ ମହାକାଶରେ ଉଭୟ ବାଣିଜ୍ୟିକ ଏବଂ ଜାତୀୟ-ସୁରକ୍ଷା କାର୍ଯ୍ୟକଳାପ ପ୍ରତି ଆମେରିକାର ରଣନୀତି ସମେତ ଆସୁଥିବା ଆହ୍ବାନର ସମାଧାନ କରିବା ନେତୃତ୍ୱରେ ସେ ରହିଛନ୍ତି। ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟକରି ସେ ନୀତିନିର୍ଦ୍ଧାରଣ ପ୍ରକ୍ରିୟାରେ ଦକ୍ଷତାର ସହ କାମ କରିବାର ସୁଯୋଗ ପାଇଛନ୍ତି।

ବର୍ତ୍ତମାନ ହାରିସ ଆକର୍ଷଣର କେନ୍ଦ୍ରରେ ରହିଛନ୍ତି ଓ ନିଜକୁ ଅନେକ ଆମେରିକୀୟଙ୍କ ନିକଟରେ ତାଙ୍କ ପରିଚୟକୁ ପୁନଃ ଉପସ୍ଥାପିତ କରୁଛନ୍ତି। ତାଙ୍କର ସମ୍ପ୍ରତି ସାର୍ବଜନୀନ ଉପସ୍ଥିତିରୁ ଅଧିକ ଅନୁଭବ ହେଉଛି ଯେ, ତାଙ୍କୁ ଭୋଟରଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ପଡ଼ିବ। ହାରିସ ଏବଂ ଟ୍ରମ୍ପ ସମାନ ସ୍ତରରେ ଅଛନ୍ତି ଏବଂ ଭବିଷ୍ୟତ କ’ଣ ହେବ ତାହା ଅଧିକ ଆକଳନ କରାଯାଇପାରିବ ନାହିଁ। ଜୁଲାଇ ୨୪ରେ ବାଇଡେନ ତାଙ୍କ ଓଭାଲ ଅଫିସ ସମ୍ବୋଧନରେ କହିଛନ୍ତି ଯେ, ଆମେ ଆମ ଗଣତନ୍ତ୍ରକୁ ଆପଣଙ୍କ ହାତରେ ରଖିଛୁ କି ନାହିଁ, ସେହି ଲକ୍ଷ୍ୟ ହାସଲ କରିବା ପାଇଁ ହାରିସ ହେଉଛନ୍ତି ଉପଯୁକ୍ତ ସମୟରେ ଠିକ୍‌ ବ୍ୟକ୍ତି।

ପ୍ରଫେସର, ଇଣ୍ଟରନ୍ୟାଶନାଲ ଆଫେୟାର୍ସ, ଜର୍ଜଟାଉନ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?