ସ୍ବାସ୍ଥ୍ୟ ଟିକସର ଲାଭ

ସାରା ବିଶ୍ୱରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପାଣ୍ଠିର ଅଭାବ ରହିଛି। ଆବଶ୍ୟକ ଅନୁଯାୟୀ ସମ୍ବଳ ନ ଥିବାରୁ ଏହା ଭାରାକ୍ରାନ୍ତ ହୋଇପଡ଼ିଛି। ୨୦୨୩ରେ ନିମ୍ନ ଅୟ ବର୍ଗର ଦେଶଗୁଡ଼ିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଜଣେ ଲୋକ ପିଛା ମାତ୍ର ୧୦ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲେ ଏବଂ ଏହା ଅତ୍ୟାବଶ୍ୟକ ସେବା ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଦରକାର ହେଉଥିବା ଅର୍ଥର ୧୫% ରୁ କମ୍‌। ଚଳିତ ବର୍ଷ ବୈଶ୍ୱିକ ସ୍ତରରେ ସ୍ବାସ୍ଥ୍ୟ ନିବେଶ ୪୦% ହ୍ରାସ ପାଇବ ବୋଲି ଆକଳନ କରାଯାଇଛି, ଯାହା ଏବକାର ସମସ୍ୟାକୁ ଆହୁରି ଜଟିଳ କରିବ। ୨୦୨୩ରେ ଏହି ନିବେଶ ୨୫ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ନିକଟରେ ଆମେରିକା ଓ ୟୁରୋପରେ ଆର୍ଥିକ ସହଯୋଗ ହ୍ରାସହେବା ଯୋଗୁ ଚଳିତ ବର୍ଷ ଏହା ୧୫ ବିଲିୟନ ଡଲାର ହେବ ବୋଲି କୁହାଯାଇଛି। ଏଭଳି ଆଥିର୍କ ସହଯୋଗ ହ୍ରାସର ପ୍ରଭାବ ବିକାଶଶୀଳ ବିଶ୍ୱରେ ଅନୁଭୂତ ହେଲାଣି। କେବଳ ୟୁଏସ୍‌ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭଲପ୍‌ମେଣ୍ଟ ଦୂରେଇ ରହିବା ହେତୁ ଏହାର ପରିଣାମ ସ୍ବରୂପ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ହଠାତ୍‌ ସମ୍ବଳଗୁଡ଼ିକୁ ବନ୍ଦ କରିଦେବା ଯୋଗୁ ଅନେକ ଗ୍ଲୋବାଲ ସାଉଥ୍‌ ବା ବିକାଶୀଳ ଦେଶ ବିଦେଶୀ ପାଣ୍ଠି ଉପରେ ଆଉ ନିର୍ଭର ନ କରି ଆତ୍ମନିର୍ଭରଶୀଳ ହେବାପାଇଁ ଆଗେଇଛନ୍ତି। ବିକାଶଶୀଳ ଦେଶଗୁଡ଼ିକର ନେତାମାନେ ପ୍ରତ୍ୟେକ ଅଞ୍ଚଳରେ ଟିକା ଉତ୍ପାଦନଠାରୁ ଆରମ୍ଭକରି ସ୍ବାସ୍ଥ୍ୟସେବା ଯୋଗାଇଦେବା ଭଳି ସ୍ବାସ୍ଥ୍ୟ ସକ୍ଷମତା ସୃଷ୍ଟିକରିବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେହି ନେତାମାନଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି ନିକଟରେ ଆଫ୍ରିକା ହେଲ୍‌ଥ ସୋଭର୍ନିଟି ସମିଟ୍‌ର ଆୟୋଜନ କରିଥିବା ଘାନାର ରାଷ୍ଟ୍ରପତି ଜନ୍‌ ଡ୍ରାମାନି ମାହାମା; ଡୋମେଷ୍ଟିକ୍‌ ହେଲ୍‌ଥ ଫାଇନାନ୍ସିଂରେ ଆଫ୍ରିକା ୟୁନିୟନର ଆଗରେ ଥିବା ର୍ବାଣ୍ଡା ରାଷ୍ଟ୍ରପତି ପଲ୍‌ କାଗାମେ ଏବଂ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଓଲୁସେଗୁନ ଓବାସାଞ୍ଜୋ ଓ ଏଲେନ୍‌ ଜନ୍‌ସନ ସାର୍‌ଲିଫ।
ଯେଉଁ ସରକାରଗୁଡ଼ିକ ସେମାନଙ୍କ ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆର୍ଥିକ ସହାୟତା ଅତ୍ୟଧିକ ହ୍ରାସ କରିଛନ୍ତି ସେମାନଙ୍କ ଉପରେ ଚାପ ରହିବ । ସେମାନଙ୍କୁ ସ୍ଥିତିର ପୁନର୍ବିଚାର କରିବାକୁ ହେବ। ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଆର୍ଥିକ ସହାୟତା ଉପରେ ଏହିସବୁ ସରକାର ଅତ୍ୟଧିକ ନିର୍ଭର କରନ୍ତି। ଏଣୁ ସେମାନଙ୍କ ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରର କ୍ଷମତା ବଢ଼ାଇବା ସକାଶେ ନିଆଯାଉଥିବା ପଦକ୍ଷେପକୁ କେବେ ସେମାନେ ଆର୍ଥିକ ସାହାଯ୍ୟ ଯୋଗାଇଦେବେ ତାହା ପାଇଁ ଏକ ସମୟସୀମା ନିର୍ଦ୍ଧାରଣ କରିବା ଦରକାର। ଏହି ସମୟରେ, ବିଶ୍ୱ ଏବେ ଅତ୍ୟଧିକ ବ୍ୟାପୁଥିବା ଅଣ ସଂକ୍ରାମକ ରୋଗର ସ୍ଥିତିିକୁ ସାମ୍ନାକରୁଛି। ଏହା କ୍ଷତିକାରକ ଉତ୍ପାଦ ଖାଇବା ଯୋଗୁ ବୃଦ୍ଧି ପାଉଛି। ତମାଖୁ, ମଦ ଏବଂ ଶର୍କରାଯୁକ୍ତ ବା ଚିନି ଭାଗ ରହିଥିବା ପାନୀୟ ଯୋଗୁ ପ୍ରତିବର୍ଷ ୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି। ଏହିସବୁ ଉତ୍ପାଦ ଯୋଗୁ ହେଉଥିବା ରୋଗ ଏବଂ ଘଟୁଥିବା ମୃତ୍ୟୁ ହ୍ରାସ କରିବା ସକାଶେ ବିଶେଷକରି ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକ (ଏଲ୍‌ଏମ୍‌ଆଇସିଏସ୍‌) ତୁରନ୍ତ ପଦକ୍ଷେପ ନେବା ଦରକାର। ଏହି ଦୁଇ ସମସ୍ୟାକୁ ସମାଧାନ କରିବାକୁ ହେଲେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ନୂଆ ପଣ୍ଡିଂ ବା ପାଣ୍ଠି ଯୋଗାଡ଼ର ଉତ୍ସକୁ ଚିହ୍ନଟ କରିବାକୁ ପଡ଼ିବ ଏବଂ କ୍ଷତିକାରକ ଉତ୍ପାଦ ବ୍ୟବହାର ହ୍ରାସ କରିବାକୁ ହେବ। ସୌଭାଗ୍ୟର କଥା , ଏହିି ଉଭୟ ଲକ୍ଷ୍ୟ ହାସଲ କରିବା ଲାଗି ଏକ ଉପାୟ ଅଛି ଏବଂ ତାହା ହେଉଛି ସ୍ବାସ୍ଥ୍ୟକର ବା ଟିକସ। ଚଳିତ ସପ୍ତାହରେ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ବିଶ୍ୱର ସବୁ ନେତା ଏକାଠି ହୋଇଥିବାରୁ ସେମାନେ ଏହି ନୀତିକୁ ଗ୍ରହଣ କରିବା ଆବଶ୍ୟକ। କେବଳ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଲକ୍ଷ୍ୟ ଏହାକୁ ସ୍ବୀକାର କରୁନାହିଁ , ବରଂ ଲରେନ୍ସ ଏଚ୍‌ ସମର୍ସ ଓ ଏନ୍‌.କେ. ସିଂଙ୍କ ସହ-ଅଧ୍ୟକ୍ଷତାରେ ଗଠିତ ଜି୨୦ର ସ୍ବାଧୀନ ବିଶେଷଜ୍ଞ ଗୋଷ୍ଠୀ ଦ୍ୱାରା ୨୦୨୩ରେ ପ୍ରଦତ୍ତ ରିପୋର୍ଟରେ ଘରୋଇ ସମ୍ବଳର ସଞ୍ଚାଳନ ପାଇଁ କରାଯାଇଥିବା ସୁପାରିସରେ ଏହାକୁ ସୂଚିତ କରିଛି। ଟାସ୍କଫୋର୍ସ ଅନ୍‌ ଫିସିକାଲ ପଲିସି ଫର୍‌ ହେଲ୍‌ଥର ମୁଁ ଜଣେ ସଦସ୍ୟ। ଏହାର ୨୦୨୪ ରିପୋର୍ଟ ଅନୁଯାୟୀ ତମାଖୁ, ମଦ ଓ ଶର୍କରାଯୁକ୍ତ ପାନୀୟର ମୂଲ୍ୟ ୫୦% ବୃଦ୍ଧି କଲା ଭଳି ଟିକସ ଲାଗୁକଲେ ୫ ବର୍ଷ ମଧ୍ୟରେ ୩.୭ ଟ୍ରିଲିୟନ ଆମେରିକୀୟ ଡଲାର ସଂଗ୍ରହ ହୋଇପାରିବ, ଯେଉଁଥିରେ ଏଲ୍‌ଏମ୍‌ଆଇସିଏସ୍‌ର ରହିଛି ୨.୧ ଟ୍ରିଲିୟନ ଡଲାର। ଏଲ୍‌ଏମ୍‌ଆଇସିଏସ୍‌ ଏହି ସଂଗୃହୀତ ରାଜସ୍ବରେ ତାହାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୪୦ ପ୍ରତିଶତ ବ୍ୟୟ ବୃଦ୍ଧି କରିପାରିବ।
ତେବେ ଯଦି ସବୁ ଦେଶ ସେହି ଅନୁସାରେ ଟିକସ ବୃଦ୍ଧି କରିବେ, ତେବେ ୧୦ କୋଟି ଲୋକ ଧୂମପାନ ଛାଡ଼ିଦେବେ ଏବଂ ମଦ ଏବଂ ଓ ଶର୍କରାଯୁକ୍ତ ପାନୀୟ ପିଉଥିବା ଲୋକଙ୍କ ସଂଖ୍ୟା ଅତ୍ୟଧିକ ହ୍ରାସ ପାଇବ। ସ୍ବାସ୍ଥ୍ୟ ଟିକସ ବୃଦ୍ଧି ଯୋଗୁ ଆସନ୍ତା ୫୦ ବର୍ଷ ମଧ୍ୟରେ ୫ କୋଟି ଲୋକଙ୍କ ଜୀବନ ରକ୍ଷାହେବା ସହ ବହୁ କୋଟି ଲୋକ ସୁସ୍ଥ ଜୀବନ ବିତାଇବାକୁ ସକ୍ଷମ ହେବେ। ଏହା ସହ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ବଳର ଅଭାବଜନିତ ଚାପ ଦୂରହୋଇପାରିବ। ଅନେକ ଦେଶରେ ସ୍ବାସ୍ଥ୍ୟ ଟିକସର ଲାଭ ସାମ୍ନାକୁ ଆସିଛିି। ଫିଲିପାଇନ୍ସରେ ତମାଖୁ ଅବକାରୀ ଟିକସ ବୃଦ୍ଧି ଯୋଗୁ ରାଜସ୍ବ ବୃଦ୍ଧି ହୋଇଛି। ୨୦୧୨ରେ ରାଜସ୍ବ ୧ ବିଲିୟନ ଆମେରିକୀୟ ଡଲାର ଥିଲାବେଳେ ୨୦୨୨ରେ ଏହା ୨.୯ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ପାକିସ୍ତାନ ତମାଖୁ ଉପରେ ଅବକାରୀ ଟିକସ ବୃଦ୍ଧି କରିଥିଲା ଏବଂ ବର୍ଦ୍ଧିତ ଟିକସରୁ ପୂର୍ବବର୍ଷ ତୁଳନାରେ ରାଜସ୍ବରେ ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଏହିପରି ଭାବେ ଲିଥୁଆନିଆ ସରକାର ମଦ ଉପରେ ଟିକସ ବାରମ୍ବାର ବୃଦ୍ଧି କରିବା ଯୋଗୁ ୨୦୨୨ ସୁଦ୍ଧା ସରକାରଙ୍କୁ ଟିକସରୁ ମିଳୁଥିବା ମୋଟ ରାଜସ୍ବର ଏହା ୩%ରେ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ ମଦ ପିଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିଲା ଓ ତଜ୍ଜନିତ ମୃତ୍ୟୁ ଓ ରୁଗ୍‌ଣ ପ୍ରତିଶତ କମିଥିଲା। ୨୦୧୪ରେ ମେକ୍ସିକୋ ଶର୍କରାଯୁକ୍ତ ପାନୀୟ ଉପରେ ଟିକସ ଲାଗୁ କରିଥିଲା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ ଏହା ପ୍ରଭାବୀ ସାବ୍ୟସ୍ତ ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବାରେ ଖର୍ଚ୍ଚ ହେଉଥିବା ପ୍ରତିଟି ଡଲାରରେ ସ୍ବାସ୍ଥ୍ୟସେବା ଖର୍ଚ୍ଚ ୪ ଡଲାର ବଞ୍ଚିପାରୁଥିବା ଆକଳନ କରାଯାଇଥିଲା।
ଏସବୁ ସଫଳତା ଓ ଲାଭ ସତ୍ତ୍ୱେ ଅଧିକାଂଶ ଦେଶରେ ସ୍ବାସ୍ଥ୍ୟ ଟିକସ ବହୁତ କମ୍‌ ରହିଛି ଏବଂ ତମାଖୁ ଭଳି କ୍ଷତିକାରକ ଉତ୍ପାଦଗୁଡ଼ିକ ଅଧିକ ଶସ୍ତାହୋଇଯାଇଛି। ଏହିସବୁ ଟିକସ ଲାଗୁ କରିବାରେ ଶକ୍ତିଶାଳୀ କର୍ପୋରେଟଗୁଡ଼ିକର ସ୍ବାର୍ଥ ବାଧକ ସାଜିଛି ଏବଂ ବହୁ ସମୟରେ ପ୍ରଚ୍ଛଦରେ ରହି ନୀତିକୁ ସେମାନେ ପଥଭ୍ରଷ୍ଟ କିମ୍ବା ବିଳମ୍ବ କରୁଛନ୍ତି। ୨୦୨୨ରେ ତମାଖୁ ଶିଳ୍ପ ୟୁରୋପୀୟ ସଂଘର ନୀତିନିର୍ଦ୍ଧାରକ ସହ ଲବିରେ ୨୨.୪ ମିଲିୟନ ଆମେରିକୀୟ ଡଲାର ବ୍ୟୟ କରିଥିଲା, ଯାହା ଡବ୍ଲ୍ୟୁଏଚ୍‌ଓ ଫ୍ରେମ୍‌ଓ୍ବର୍କ କନ୍‌ଭେନସନ ଅନ୍‌ ଟବାକୋ କଣ୍ଟ୍ରୋଲର ବିରୁଦ୍ଧାଚରଣ କରେ। ବାସ୍ତବରେ ସ୍ବାସ୍ଥ୍ୟ ଟିକସ ଅତ୍ୟନ୍ତ ପ୍ରଭାବୀ ଏବଂ ଏହା ପଛରେ ବ୍ୟାପକ ଜନ ସମର୍ଥନ ରହିଛି। ଏଣୁ ଏଥିରେ ବାଧା ସୃଷ୍ଟିକରିବା ପାଇଁ କରାଯାଉଥିବା ଲବିରେ ଅଧିକ ଅର୍ଥ ବିନିଯୋଗ କରିବାକୁ ଅନୁମତି ଦେଇପାରିବା ନାହିଁ। ଚଳିତ ସପ୍ତାହରେ ଜାତିସଂଘ ସାଧାରଣ ସଭାରେ ଅଣ ସଂକ୍ରାମକ ରୋଗକୁ ନେଇ ହେଉଥିବା ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଉଥିବା ନେତାମାନଙ୍କ ନିକଟରେ ଦାବି କରୁଛି ଯେ, ସେମାନେ ତମାଖୁ, ମଦ ଏବଂ ଶର୍କରାଯୁକ୍ତ ପାନୀୟ ଉପରେ ଟିକସ ବୃଦ୍ଧିକରିବା ପାଇଁ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରନ୍ତୁ। ରାଜସ୍ବ ସୃଷ୍ଟି କରିବା ସହ ଏବଂ ସ୍ବାସ୍ଥ୍ୟସେବା ଉପରେ ଥିବା ଅତ୍ୟଧିକ ବୋଝକୁ ହାଲୁକା କରୁଥିବା ସ୍ବାସ୍ଥ୍ୟ ଟିକସ ଉପରେ ବୈଠକରେ ଯୋଗଦେଉଥିବା ନେତାମାନେ ଦୃଢ଼ତାର ସହ ଆଗକୁ ବଢ଼ିବା ଦରକାର।

ଗାର୍ଡନ ବ୍ରାଉନ୍

ପୂର୍ବତନ ପ୍ରଧାନମନ୍ତ୍ରୀ, ବ୍ରିଟେନ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri