ନୀତିନିୟମ ବନାମ ମାନସିକତା

କାନାଡା, ନେଦରଲାଣ୍ଡ, ଇସ୍ରାଏଲ୍‌, ଜର୍ମାନୀ, ଅଷ୍ଟ୍ରେଲିଆ ଓ ଆମେରିକାର ଅତ୍ୟାଧୁନିକ କୃଷିପ୍ରଣାଳୀ ହେଉ ବା ଚାଇନାର ବିସ୍ତୃତ ବାଲୁକାଶଯ୍ୟାରେ ସବୁଜିମା ସୃଷ୍ଟିର ଅନନ୍ୟ ଉଦ୍ୟମ, ଅଲିମ୍ପିକ୍ସ ହେଉ ବା ବିଷୟଭିତ୍ତିକ ଗବେଷଣା ସେସବୁ ଏତେ ଉନ୍ନତ ଯେ ଆମଦେଶ ସେମାନଙ୍କଠାରୁ ପଛରେ। ବିଡ଼ମ୍ବନାର ବିଷୟ ଆମ ବୈଜ୍ଞାନିକମାନେ ସେସବୁକୁ କାର୍ଯ୍ୟକାରୀ କରାଇବା ଦିଗରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ପ୍ରଗତି କେବଳ କାଗଜ କଲମରେ ଚାଲିଛି, ବାସ୍ତବ ରୂପରେଖ କିନ୍ତୁ ଅଲଗା। ସ୍ବାଧୀନ ଭାରତରେ ଆଖିଦୃଶିଆ ଉନ୍ନତି ହୋଇନାହିଁ। ଯୁବପିଢ଼ିଙ୍କଠାରେ ଆତ୍ମହତ୍ୟା ପ୍ରବଣତା। କର୍ମଜୀବୀମାନେ ଚାପଗ୍ରସ୍ତ। ଅନୁପ୍ରବେଶକାରୀଙ୍କ ପାଇଁ ଭାରତ ସ୍ବର୍ଗ ପାଲଟିଛି! ସମ୍ବିଧାନର ନୀତିନିୟମ ସମସ୍ତଙ୍କ ପାଇଁ ସମାନ ନୁହେଁ ଏବଂ ସେ ଆଡ଼କୁ ପ୍ରଶାସନର ନିଘା ନାହିଁ। ବିଜ୍ଞାନ ଏତେ ଅଗ୍ରଗତି କରି ମଧ୍ୟ ରାସ୍ତାଗୁଡିକର ଦୁର୍ଦ୍ଦଶା କହିଲେ ନସରେ। ବର୍ଷାଦିନ ଆସିବା କ୍ଷଣି ପୋଖରୀର ଭ୍ରମ ସୃଷ୍ଟି କରୁଥିବା ରାସ୍ତାରେ ଫି ଦିନ ଦୁର୍ଘଟଣା।
ଅନେକ ସ୍ଥାନରେ ବର୍ଷା ଯୋଗୁ ରାସ୍ତା ବୁଡିରହିବାରୁ ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ବର୍ଷା ଆସିବା କ୍ଷଣି ଲାଇନ୍‌ ରହୁନାହିଁ। କିନ୍ତୁ ମାସ ଶେଷରେ ବିଜୁଳି ଦେୟ ପୈଠ ନ କଲେ ଗାଡି, ଶିଡି ନେଇ ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀମାନେ ବିଜୁଳି କାଟିବାକୁ ଘରେ ହାଜର ହୋଇଯାଆନ୍ତି। ଯେତେବେଳେ ବିଜୁଳିର ବେଶି ଆବଶ୍ୟକତା ସେତେବେଳେ ଘଣ୍ଟାକୁ ଘଣ୍ଟା ବିଜୁଳି କାଟ ହୁଏ। ସମସ୍ୟା ଜଣାଇବାକୁ ଗଲେ କର୍ମଚାରୀ ନ ଥାନ୍ତି। ଏଭଳି ସବୁ ବିଭାଗ ସମସ୍ୟାରେ ବୁଡିଛି। ଜନସାଧାରଣ ନାହିଁ ନ ଥିବା ଛୋଟବଡ଼ ସମସ୍ୟାରେ ସନ୍ତୁଳି ହେଉଛନ୍ତି, ତେବେ ବି ବିଭାଗର ଚେତା ନାହିଁ। ନଦୀ ସଂଯୋଗୀକରଣ ସ୍ବପ୍ନ ହୋଇ ରହିଯାଇଛି, ଯାହାପାଇଁ ପ୍ରତିବର୍ଷ ବନ୍ୟା ନ ହେଲେ ମରୁଡି। ସିଙ୍ଗାପୁରଠାରେ ବର୍ଜ୍ୟବସ୍ତୁକୁ ସୁନ୍ଦର ଭାବେ ପରିଚାଳନା କରାଯାଇ ସେଥିରୁ ବିଦ୍ୟୁତ୍‌ ଉପତ୍ାଦନ ସହିତ ରାସ୍ତା ନିର୍ମାଣ ସମ୍ଭବ ହୋଇପାରିଛି। ଜଳବାୟୁ ପ୍ରଦୂଷଣକୁ ଅତ୍ୟାଧୁନିକ ପ୍ରଣାଳୀରେ ରୋକା ଯାଇପାରିଛି, ଯାହା ଶିକ୍ଷଣୀୟ ଓ ଅନୁକରଣୀୟ। ଆମଦେଶରେ ଜନସଂଖ୍ୟା ବୃଦ୍ଧି ଅନୁସାରେ ବର୍ଜ୍ୟବସ୍ତୁ କାହିଁ କେତେ ଅଧିକ! ସେଗୁଡିକର ସୁଚାରୁ ପରିଚାଳନା ଆମ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରନ୍ତା। ଅନ୍ୟ ଦେଶଠାରୁ ଉନ୍ନତ ଜ୍ଞାନକୌଶଳ ଶିକ୍ଷାକରି ସେସବୁକୁ କାର୍ଯ୍ୟରେ ପରିଣତ କରାଗଲେ ଅଭୂତପୂର୍ବ ଲାଭ ହୁଅନ୍ତା।
ମହାରାଷ୍ଟ୍ର ଅନ୍ତର୍ଗତ ପୁଣେର ଜେଏମ୍‌ ରୋଡ୍‌ ଓ ଜଙ୍ଗଲୀ ମହାରାଜା ରୋଡ୍‌କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ରାସ୍ତା ଅଭିନବ ଉପାୟରେ ନିର୍ମାଣ କରାଯାଇଥିଲା। ୧୯୭୦ ଦଶକରେ ଜଣେ କଣ୍ଟ୍ରାକ୍ଟର୍‌ ରେକୋଣ୍ଡୋ ଦୁଇଜଣ ପାର୍ସୀ ଭାଇଙ୍କୁ ନେଇ ଏହି ରାସ୍ତା ଦୁଇଟିକୁ ଉନ୍ନତମାନର ଜିନିଷ ଓ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ନିର୍ମାଣ କରିଥିଲେ। କେବଳ ସେତିକି ନୁହେଁ ପୁଣେର ମ୍ୟୁନିସିପାଲିଟିକୁ ଲିଖିତ ଭାବେ ଜଣାଇଥିଲେ ( ଗ୍ୟାରେଣ୍ଟି କୁହାଯାଇ ପାରେ ) କି ଯଦି ଆଗାମୀ ଦଶ ବର୍ଷ ଭିତରେ ରାସ୍ତାରେ କିଛି ଅସୁବିଧା ପରିଲକ୍ଷିତ ହେବ ତେବେ ସେମାନେ ବିନା ପାରିଶ୍ରମିକରେ ସେସବୁର ମରାମତି କରିବେ। ଦଶ ବର୍ଷ ତ ଦୂରର କଥା ଦୀର୍ଘ ୫୦ବର୍ଷ ଧରି ରାସ୍ତାରେ କୌଣସି ଫାଟ, ଖାଲଖମା କିମ୍ବା ଅନ୍ୟ ଅସୁବିଧା ପରିଲକ୍ଷିତ ହୋଇ ନ ଥିଲା। ତାହା ହିଁି ସଚ୍ଚୋଟତା, ଯାହା ଆମ ଦେଶରେ ଘୋର ଅଭାବ। ଏଭଳି ଠିକ୍‌ କାମ କରି ମଧ୍ୟ ରେକୋଣ୍ଡୋ ମ୍ୟୁନିସିପାଲ କର୍ପୋରେଶନ୍‌ରୁ ଆଗକୁ କୌଣସି କାମ ପାଇ ନ ଥିଲେ। ତା’ର କାରଣ ହେଉଛି ରୁଗ୍‌ଣ ମାନସିକତା। ଏଠି ପୋଲ କାମ ନ ସରୁଣୁ ଭୁଶୁଡି ପଡିବା କିମ୍ବା ବର୍ଷକ ଭିତରେ ରାସ୍ତାରେ ପୋଖରୀ ସଦୃଶ ଖାଲଖମା ସୃଷ୍ଟି ହେବା ଅତି ସାଧାରଣ କଥା। ବାରବାର କାମ ବାହାନାରେ ଅଳ୍ପ କିଛି ଗୋଡି ପିଚୁ ଢାଳି ରାସ୍ତା ମରାମତି ବାବାଦରେ କୋଟି କୋଟି ଟଙ୍କା ତୋସରପାତ ହୋଇଚାଲିଛି। କେବଳ ପ୍ରଶାସନ ଚାହିଁଲେ ସବୁ ସମସ୍ୟାର ସମାଧାନ ହେବନି। ସେସବୁକୁ କାର୍ଯ୍ୟକାରୀ କରିବାକୁ ଅଫିସରଙ୍କ ସମେତ ଲୋକଙ୍କ ଆନ୍ତରିକତା ଲୋଡା।

ଡ. ମୌସୁମୀ ପରିଡ଼ା
ଜଗତ୍‌ସିଂହପୁର
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri