ନୀତିନିୟମ ବନାମ ମାନସିକତା

କାନାଡା, ନେଦରଲାଣ୍ଡ, ଇସ୍ରାଏଲ୍‌, ଜର୍ମାନୀ, ଅଷ୍ଟ୍ରେଲିଆ ଓ ଆମେରିକାର ଅତ୍ୟାଧୁନିକ କୃଷିପ୍ରଣାଳୀ ହେଉ ବା ଚାଇନାର ବିସ୍ତୃତ ବାଲୁକାଶଯ୍ୟାରେ ସବୁଜିମା ସୃଷ୍ଟିର ଅନନ୍ୟ ଉଦ୍ୟମ, ଅଲିମ୍ପିକ୍ସ ହେଉ ବା ବିଷୟଭିତ୍ତିକ ଗବେଷଣା ସେସବୁ ଏତେ ଉନ୍ନତ ଯେ ଆମଦେଶ ସେମାନଙ୍କଠାରୁ ପଛରେ। ବିଡ଼ମ୍ବନାର ବିଷୟ ଆମ ବୈଜ୍ଞାନିକମାନେ ସେସବୁକୁ କାର୍ଯ୍ୟକାରୀ କରାଇବା ଦିଗରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ପ୍ରଗତି କେବଳ କାଗଜ କଲମରେ ଚାଲିଛି, ବାସ୍ତବ ରୂପରେଖ କିନ୍ତୁ ଅଲଗା। ସ୍ବାଧୀନ ଭାରତରେ ଆଖିଦୃଶିଆ ଉନ୍ନତି ହୋଇନାହିଁ। ଯୁବପିଢ଼ିଙ୍କଠାରେ ଆତ୍ମହତ୍ୟା ପ୍ରବଣତା। କର୍ମଜୀବୀମାନେ ଚାପଗ୍ରସ୍ତ। ଅନୁପ୍ରବେଶକାରୀଙ୍କ ପାଇଁ ଭାରତ ସ୍ବର୍ଗ ପାଲଟିଛି! ସମ୍ବିଧାନର ନୀତିନିୟମ ସମସ୍ତଙ୍କ ପାଇଁ ସମାନ ନୁହେଁ ଏବଂ ସେ ଆଡ଼କୁ ପ୍ରଶାସନର ନିଘା ନାହିଁ। ବିଜ୍ଞାନ ଏତେ ଅଗ୍ରଗତି କରି ମଧ୍ୟ ରାସ୍ତାଗୁଡିକର ଦୁର୍ଦ୍ଦଶା କହିଲେ ନସରେ। ବର୍ଷାଦିନ ଆସିବା କ୍ଷଣି ପୋଖରୀର ଭ୍ରମ ସୃଷ୍ଟି କରୁଥିବା ରାସ୍ତାରେ ଫି ଦିନ ଦୁର୍ଘଟଣା।
ଅନେକ ସ୍ଥାନରେ ବର୍ଷା ଯୋଗୁ ରାସ୍ତା ବୁଡିରହିବାରୁ ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ବର୍ଷା ଆସିବା କ୍ଷଣି ଲାଇନ୍‌ ରହୁନାହିଁ। କିନ୍ତୁ ମାସ ଶେଷରେ ବିଜୁଳି ଦେୟ ପୈଠ ନ କଲେ ଗାଡି, ଶିଡି ନେଇ ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀମାନେ ବିଜୁଳି କାଟିବାକୁ ଘରେ ହାଜର ହୋଇଯାଆନ୍ତି। ଯେତେବେଳେ ବିଜୁଳିର ବେଶି ଆବଶ୍ୟକତା ସେତେବେଳେ ଘଣ୍ଟାକୁ ଘଣ୍ଟା ବିଜୁଳି କାଟ ହୁଏ। ସମସ୍ୟା ଜଣାଇବାକୁ ଗଲେ କର୍ମଚାରୀ ନ ଥାନ୍ତି। ଏଭଳି ସବୁ ବିଭାଗ ସମସ୍ୟାରେ ବୁଡିଛି। ଜନସାଧାରଣ ନାହିଁ ନ ଥିବା ଛୋଟବଡ଼ ସମସ୍ୟାରେ ସନ୍ତୁଳି ହେଉଛନ୍ତି, ତେବେ ବି ବିଭାଗର ଚେତା ନାହିଁ। ନଦୀ ସଂଯୋଗୀକରଣ ସ୍ବପ୍ନ ହୋଇ ରହିଯାଇଛି, ଯାହାପାଇଁ ପ୍ରତିବର୍ଷ ବନ୍ୟା ନ ହେଲେ ମରୁଡି। ସିଙ୍ଗାପୁରଠାରେ ବର୍ଜ୍ୟବସ୍ତୁକୁ ସୁନ୍ଦର ଭାବେ ପରିଚାଳନା କରାଯାଇ ସେଥିରୁ ବିଦ୍ୟୁତ୍‌ ଉପତ୍ାଦନ ସହିତ ରାସ୍ତା ନିର୍ମାଣ ସମ୍ଭବ ହୋଇପାରିଛି। ଜଳବାୟୁ ପ୍ରଦୂଷଣକୁ ଅତ୍ୟାଧୁନିକ ପ୍ରଣାଳୀରେ ରୋକା ଯାଇପାରିଛି, ଯାହା ଶିକ୍ଷଣୀୟ ଓ ଅନୁକରଣୀୟ। ଆମଦେଶରେ ଜନସଂଖ୍ୟା ବୃଦ୍ଧି ଅନୁସାରେ ବର୍ଜ୍ୟବସ୍ତୁ କାହିଁ କେତେ ଅଧିକ! ସେଗୁଡିକର ସୁଚାରୁ ପରିଚାଳନା ଆମ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରନ୍ତା। ଅନ୍ୟ ଦେଶଠାରୁ ଉନ୍ନତ ଜ୍ଞାନକୌଶଳ ଶିକ୍ଷାକରି ସେସବୁକୁ କାର୍ଯ୍ୟରେ ପରିଣତ କରାଗଲେ ଅଭୂତପୂର୍ବ ଲାଭ ହୁଅନ୍ତା।
ମହାରାଷ୍ଟ୍ର ଅନ୍ତର୍ଗତ ପୁଣେର ଜେଏମ୍‌ ରୋଡ୍‌ ଓ ଜଙ୍ଗଲୀ ମହାରାଜା ରୋଡ୍‌କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ରାସ୍ତା ଅଭିନବ ଉପାୟରେ ନିର୍ମାଣ କରାଯାଇଥିଲା। ୧୯୭୦ ଦଶକରେ ଜଣେ କଣ୍ଟ୍ରାକ୍ଟର୍‌ ରେକୋଣ୍ଡୋ ଦୁଇଜଣ ପାର୍ସୀ ଭାଇଙ୍କୁ ନେଇ ଏହି ରାସ୍ତା ଦୁଇଟିକୁ ଉନ୍ନତମାନର ଜିନିଷ ଓ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ନିର୍ମାଣ କରିଥିଲେ। କେବଳ ସେତିକି ନୁହେଁ ପୁଣେର ମ୍ୟୁନିସିପାଲିଟିକୁ ଲିଖିତ ଭାବେ ଜଣାଇଥିଲେ ( ଗ୍ୟାରେଣ୍ଟି କୁହାଯାଇ ପାରେ ) କି ଯଦି ଆଗାମୀ ଦଶ ବର୍ଷ ଭିତରେ ରାସ୍ତାରେ କିଛି ଅସୁବିଧା ପରିଲକ୍ଷିତ ହେବ ତେବେ ସେମାନେ ବିନା ପାରିଶ୍ରମିକରେ ସେସବୁର ମରାମତି କରିବେ। ଦଶ ବର୍ଷ ତ ଦୂରର କଥା ଦୀର୍ଘ ୫୦ବର୍ଷ ଧରି ରାସ୍ତାରେ କୌଣସି ଫାଟ, ଖାଲଖମା କିମ୍ବା ଅନ୍ୟ ଅସୁବିଧା ପରିଲକ୍ଷିତ ହୋଇ ନ ଥିଲା। ତାହା ହିଁି ସଚ୍ଚୋଟତା, ଯାହା ଆମ ଦେଶରେ ଘୋର ଅଭାବ। ଏଭଳି ଠିକ୍‌ କାମ କରି ମଧ୍ୟ ରେକୋଣ୍ଡୋ ମ୍ୟୁନିସିପାଲ କର୍ପୋରେଶନ୍‌ରୁ ଆଗକୁ କୌଣସି କାମ ପାଇ ନ ଥିଲେ। ତା’ର କାରଣ ହେଉଛି ରୁଗ୍‌ଣ ମାନସିକତା। ଏଠି ପୋଲ କାମ ନ ସରୁଣୁ ଭୁଶୁଡି ପଡିବା କିମ୍ବା ବର୍ଷକ ଭିତରେ ରାସ୍ତାରେ ପୋଖରୀ ସଦୃଶ ଖାଲଖମା ସୃଷ୍ଟି ହେବା ଅତି ସାଧାରଣ କଥା। ବାରବାର କାମ ବାହାନାରେ ଅଳ୍ପ କିଛି ଗୋଡି ପିଚୁ ଢାଳି ରାସ୍ତା ମରାମତି ବାବାଦରେ କୋଟି କୋଟି ଟଙ୍କା ତୋସରପାତ ହୋଇଚାଲିଛି। କେବଳ ପ୍ରଶାସନ ଚାହିଁଲେ ସବୁ ସମସ୍ୟାର ସମାଧାନ ହେବନି। ସେସବୁକୁ କାର୍ଯ୍ୟକାରୀ କରିବାକୁ ଅଫିସରଙ୍କ ସମେତ ଲୋକଙ୍କ ଆନ୍ତରିକତା ଲୋଡା।

ଡ. ମୌସୁମୀ ପରିଡ଼ା
ଜଗତ୍‌ସିଂହପୁର
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି…

କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ…

ଅନ୍ତର୍ଜାତୀୟ ରାଜନୀତିରେ ବିକ୍ଷୋଭ

ବିଶୃଙ୍ଖଳା, ବିକ୍ଷୋଭ, ବ୍ୟସ୍ତତା ଓ ବିପଯର୍‌ୟୟ ଆଜି ସର୍ବବ୍ୟାପୀ। ପୃଥିବୀବ୍ୟାପୀ ଏହି ବିପର୍ଯ୍ୟୟର ଅନ୍ତର୍ନିହିତ କାରଣ ଓ ଉଦ୍ଦେଶ୍ୟ ବୁଝିବା କଷ୍ଟକର। ଯେଉଁମାନଙ୍କ ଦୃଷ୍ଟିଭଙ୍ଗୀ ସଂକୀର୍ଣ୍ଣ, ସୀମାବଦ୍ଧ…

ଏଆଇ ଭସ୍ମାସୁର ନ ହେଉ

୧୯୫୦ ଦଶକରେ ପ୍ରଖ୍ୟାତ ଇଂରେଜ ଗଣିତଜ୍ଞ ଆଲାନ ଟର୍ନିଙ୍ଗ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାକ୍ଷିକ ବିଜ୍ଞାନ ପତ୍ରିକା ମାଇଣ୍ଡରେ ‘କମ୍ପ୍ୟୁଟର ଯନ୍ତ୍ର ଓ ବୁଦ୍ଧିମତ୍ତା’ ଶୀର୍ଷକ ଏକ ଆଲେଖ୍ୟରେ…

ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧…

ବିପର୍ଯ୍ୟୟ ପୀଡ଼ିତଙ୍କ ସେବା

ବିପର୍ଯ୍ୟୟ କେବେ ଆସିବ, କେଉଁଠି ଆସିବ ଏବଂ କେତେ ଜୀବନକୁ ପ୍ରଭାବିତ କରିବ, ତାହା କେହି ଜାଣିନାହାନ୍ତି। ବନ୍ୟାର ପ୍ରଖର ସ୍ରୋତ, ବାତ୍ୟାର ତାଣ୍ଡବ, ଭୂସ୍ଖଳନ, ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?