ଇସ୍ପାତ ଶିଳ୍ପରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରୁଛି

ଓଡ଼ିଶା ଆଇରନ୍‌ ଓ ଷ୍ଟିଲ୍‌ ଶିଳ୍ପରେ ସ୍କାନ୍‌ ଗ୍ରୁପ୍‌ ବେଶ୍‌ ଜଣାଶୁଣା। ଏହାର ଫ୍ଲାଗଶିପ୍‌ କମ୍ପାନୀ ସ୍କାନ ଷ୍ଟିଲ୍‌ ଲିମିଟେଡ୍‌ ରାଜଗାଙ୍ଗପୁରରେ ଅବସ୍ଥିତ ଏହାର ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟକୁ ପ୍ରତିନିଧିତ୍ୱ କରୁଥିବାବେଳେ ଗ୍ରାହକଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇପାରିଛି। ୨୦୧୪ରେ ଏହା ବିଏସ୍‌ଇରେ ତାଲିକାଭୁକ୍ତ ହେବାର ସଫଳତା ହାସଲ କରିପାରିଛି। ବର୍ଷ ବର୍ଷ ଧରି କମ୍ପାନୀ ଦ୍ୱାରା ଇସ୍ପାତ ତିଆରିରେ ସର୍ବବୃହତ୍‌ ଟିଏମ୍‌ଟି ଉତ୍ପାଦକ ଭାବେ ପରିଚିତ ହୋଇପାରିଛି। କମ୍ପାନୀର ଚେୟାରମ୍ୟାନ ରାଜେଶ ଗାଡ଼ୋଡିଆଙ୍କର ସହ ଏହି ଔଦ୍ୟୋଗିକ ଯାତ୍ରା ସମ୍ପର୍କରେ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର-ଶିକ୍ଷା ଓ ଇସ୍ପାତ ଶିଳ୍ପରେ ଔଦ୍ୟୋଗିକ ଯାତ୍ରା କିପରି ରହିଛି?
ଉ-ମୋର ପ୍ରାରମ୍ଭିକ ଜୀବନଟି ଏକ ଦୃଢ଼ ବ୍ୟବସାୟମୁଖୀ ମନୋଭାବ ଏବଂ ଉଦ୍ୟମଶୀଳତା ପ୍ରତି ଅଭିରୁଚି ଦ୍ୱାରା ଗଠିତ ହୋଇଥିଲା। ମୁଁ ମୋର ବିଟେକ୍‌ ସମ୍ପନ୍ନ କରି ବେଙ୍ଗାଲୁରୁରୁ ଫେରିଲି ଏବଂ ମୋର ପିତାଙ୍କ ସହିତ ଏକ ବାଣିଜ୍ୟ କାର୍ଯ୍ୟ ଆରମ୍ଭ କଲି । ସେ ହିଁ ମୋର ବ୍ୟବସାୟ ନେତୃତ୍ୱ ଦକ୍ଷତାକୁ ଚିହ୍ନଟ କରିଥିଲେ। ୧୯୯୨ରେ ତାଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶାର ରାଜଗାଙ୍ଗପୁରରେ ଏକ ଛୋଟ କାରଖାନା ପ୍ରତିଷ୍ଠା କଲି। ଇସ୍ପାତ ଶିଳ୍ପରେ ଉନ୍ନତ ସମ୍ଭାବନା ଦେଖି ମୁଁ ଏହି ଶିଳ୍ପରେ ବ୍ୟବସାୟ ବୃଦ୍ଧି ନିମନ୍ତେ ଏହାକୁ ବିସ୍ତାର କଲି। ଏବେ ସ୍କାନ ଷ୍ଟିଲ୍‌ ଏକ ଅଗ୍ରଗାମୀ ବ୍ରାଣ୍ଡ ଭାବେ ପରିଚିତ, ଯାହା ନୂତନତ୍ୱ, ଗୁଣବତ୍ତା ଏବଂ ଅଦମ୍ୟ ପ୍ରୟାସ ଉପରେ ଆଧାରିତ।

ପ୍ର-ଓଡ଼ିଶାରେ ଇସ୍ପାତ ଶିଳ୍ପର ସ୍ଥିତି କିପରି ଦେଖୁଛନ୍ତି?
ଉ-ଇସ୍ପାତ ଶିଳ୍ପରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରୁଛି। ଏହି କ୍ଷେତ୍ରରେ ଭାରତର ସାମଗ୍ରିକ ସକାରାତ୍ମକ ପ୍ରଗତି ସହିତ ଏହି ଅଭିବୃଦ୍ଧି ମେଳ ଖାଉଛି। ନିକଟରେ ରାଜ୍ୟ ସରକାର ୩୨,୭୩୬ କୋଟି ଟଙ୍କା ମୂଲ୍ୟର ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିଛନ୍ତି, ଯାହା ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ଏହି ଅନୁମୋଦନଗୁଡ଼ିକ ବୃହତ୍‌ ଶିଳ୍ପ ବିନିଯୋଗକୁ ଆକର୍ଷିତ କରିବ। ସମୃଦ୍ଧ ପ୍ରାକୃତିକ ସମ୍ପଦ, ଉତ୍କୃଷ୍ଟ ସ୍ଥାନ ଏବଂ ସରକାରୀ ନୀତି ଓଡ଼ିଶାକୁ ଭାରତର ଏକ ପ୍ରମୁଖ ଇସ୍ପାତ ଶିଳ୍ପ ବଜାର ଭାବେ ପ୍ରତିଷ୍ଠିତ କରିଛି ।

ପ୍ର-ଏ କ୍ଷେତ୍ରରେ ପ୍ରମୁଖ ଆହ୍ବାନ କ’ଣ ରହିଛି?
ଉ-ଓଡ଼ିଶାର ଇସ୍ପାତ ଶିଳ୍ପ କ୍ଷେତ୍ରରେ କଞ୍ଚାମାଲର ମୂଲ୍ୟ ପରିବର୍ତ୍ତନ, ଉଚ୍ଚ ଲଜିଷ୍ଟିକ୍‌ ଖର୍ଚ୍ଚ ଏବଂ ପରିବେଶ ସୁରକ୍ଷା ନିୟମ ଅନୁପାଳନ ଭଳି ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଭିତ୍ତିଭୂମିର ଅଭାବ ଏବଂ ବିଦ୍ୟୁତ୍‌ ଯୋଗାଣ ସମସ୍ୟା ମଧ୍ୟ ଉତ୍ପାଦନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ବିଶ୍ୱ ବଜାରର ଅସ୍ଥିରତା ଏବଂ ଆମଦାନୀ କ୍ଷେତ୍ରରେ ପ୍ରତିଯୋଗିତା ଦ୍ୱାରା ଚାପ ଆହୁରି ବୃଦ୍ଧି ପାଇଛି। କୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ ରଖିବା ମଧ୍ୟ ସହଜ ବ୍ୟାପାର ନୁହେଁ। ଏହାସତ୍ତ୍ୱେ ଓଡ଼ିଶାର ଇସ୍ପାତ ଶିଳ୍ପରେ କ୍ରମାଗତ ଭାବେ ପୁଞ୍ଜି ବିନିଯୋଗ ଫଳରେ ଏଥିରେ ଅଭିବୃଦ୍ଧି ପରିଲକ୍ଷିତ ହେଉଛି।

ପ୍ର- ଆଗାମୀ ଦିନରେ କେଉଁ ସବୁ ଯୋଜନାକୁ ରୂପରେଖ ଦେବାକୁ ଯାଉଛନ୍ତି?
ଉ-କମ୍‌ ଖର୍ଚ୍ଚରେ ଉତ୍ପାଦନ, ଉତ୍ପାଦରେ ଉତ୍ତମ ଗୁଣବତ୍ତା ରକ୍ଷା, ନିଷ୍ଠାପର ମାନବ ସମ୍ବଳ ଏବଂ ସୁଦୃଢ଼ ଡିଷ୍ଟ୍ରବ୍ୟୁଶନ୍‌ ନେଟଓ୍ବର୍କ କାରଣରୁ ସ୍କାନ ଷ୍ଟିଲ୍‌ ଆଜି ଘରେ ଘରେ ପରିଚିତ ହୋଇପାରିଛି। ଆମେ ସର୍ବଦା ଦୀର୍ଘକାଳୀନ ସମ୍ପର୍କ ଉପରେ ବିଶ୍ୱାସ କରୁ। ବିଜନେସ୍‌ ପାର୍ଟନର ହୁଅନ୍ତୁ କି ଆମ କର୍ମଚାରୀ, ଆମେ ସମସ୍ତଙ୍କ ସହ ସୁସମ୍ପର୍କ ବଜାୟ ରଖୁ। ଆସନ୍ତା ୬ବର୍ଷ ମଧ୍ୟରେ ୬୦୦ କୋଟି ବିନିଯୋଗରେ ଆମେ ଷ୍ଟିଲ୍‌ ବ୍ୟବସାୟ ସମ୍ପ୍ରସାରିତ କରିବୁ। ସୁନ୍ଦରଗଡ଼ସ୍ଥିତ ଷ୍ଟିଲ୍‌ ପ୍ଲାଣ୍ଟ ସହ ଅନ୍ୟସ୍ଥାନରେ ପ୍ଲାଣ୍ଟ ପ୍ରସ୍ତୁତ କରାଯିବ। ସେହିପରି ଲଜିଷ୍ଟିକ୍‌, ରିଅଲ୍‌ ଇଷ୍ଟେଟ୍‌ ଏବଂ ଗ୍ରୀନ ଏନର୍ଜି କ୍ଷେତ୍ରରେ ମଧ୍ୟ ଆମେ ବ୍ୟବସାୟ ବଢ଼ାଇବାକୁ ଯୋଜନା ରଖିଛୁ। ଆମେ ବାର୍ଷିକ ୧୦ ହଜାର କୋଟି ଟର୍ନଓଭର ଲକ୍ଷ୍ୟ ରଖିଛୁ। ଆମେ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ ହେବା ପ୍ରକ୍ରିୟାରେ ଅଛୁ, ଯାହା ଆମର ଶେୟାରକୁ ଉଭୟ ଏକ୍ସଚେଞ୍ଜରେ ବାଣିଜ୍ୟ କରିବାକୁ ସକ୍ଷମ କରିବ।

ପ୍ର- ନବାଗତଙ୍କ ପାଇଁ କ’ଣ ବାର୍ତ୍ତା ରହିବ?
ଉ- ବ୍ୟବସାୟରେ ସଫଳତା ପାଇଁ ଦୂରଦୃଷ୍ଟି ସମ୍ପନ୍ନ ହେବା ଆବଶ୍ୟକ। ସବୁବେଳେ ଉତ୍ପାଦରେ ଉତ୍ତମ ଗୁଣବତ୍ତାକୁ ପ୍ରାଧାନ୍ୟ ଦେବା ଦରକାର। ସତର୍କତା ସହ ପୁଞ୍ଜିନିବେଶ ଦ୍ୱାରା ଦୀର୍ଘକାଳୀନ ଅଭିବୃଦ୍ଧି ସୁନିଶ୍ଚିତ କରାଯାଇପାରିବ। ସୁସମ୍ପର୍କ ସ୍ଥାପନ କରିବା ସହ ଆହ୍ବାନର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଦରକାର। ସବୁବେଳେ ଶିକ୍ଷାଗ୍ରହଣ ପ୍ରକ୍ରିୟ ଜାରି ରଖିବା ଉଚିତ।

-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri