ଆଜି ଧନଦାତ୍ରୀଙ୍କ ଧରାବତରଣ

ଢେଙ୍କାନାଳ ଅଫିସ, ୯।୧୦: ମଣ୍ଡପରେ ସରିଛି ସାଜସଜ୍ଜା। ଶେଷସ୍ପର୍ଶ ପରେ ଦାଉଦାଉ ହୋଇ ଝଟକୁଛନ୍ତି ମା’ ପଦ୍ମାଳୟାଙ୍କ ମୃଣ୍ମୟୀ ପ୍ରତିମା। ପାରମ୍ପରିକ ନୀତି ଅନୁଯାୟୀ ଜୀବନ୍ୟାସ ପରେ ଧରାବତରଣ କରିବେ ଧନଦାତ୍ରୀ। ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା କୁ ଆଉ ମାତ୍ର କେଇଘଣ୍ଟା ବାକିଥିବାବେଳେ ସେହି ମହାର୍ଘ୍ୟ ବେଳାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆବାଳ ବୃଦ୍ଧ ବନିତା। ମା’ଙ୍କ ଆବାହନ ପାଇଁ ୩୮ ମଣ୍ଡପରେ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଉତ୍ସବମୁଖର ହୋଇଉଠିଛି ପରିବେଶ।
କୁମାର ପୂର୍ଣ୍ଣିମା ଅବସରରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହେବ ୧୧ ଦିନାତ୍ମକ ପ୍ରସିଦ୍ଧ ଲକ୍ଷ୍ମୀପୂଜା। ୧୯ ତାରିଖରେ ସିନ୍ଧୁସୂତାଙ୍କୁ ମେଲାଣି ଦେବେ ସହରବାସୀ। ମା’ଙ୍କ ଏହି ପୂଜା ପାଇଁ ସହର ନବବଧୂ ଭଳି ସଜେଇ ହୋଇଛି। ଆଖି ଝଲସାଇ ଦେଉଥିବା ରଙ୍ଗିନ ଆଲୋକମାଳା, ସୁଉଚ୍ଚ ତୋରଣ, ଚିତ୍ତାକର୍ଷକ ସାଜସଜ୍ଜା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଚଳିତବର୍ଷ ମିନାବଜାର, ଜବାହରଚୌକ, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, କାରିଗର ସାହି, ବାଜିଚୌକ, ଗୋଲ୍‌ଡେନ୍‌ ଷ୍ଟ୍ରିଟ୍‌ ଗୁଡ଼ିଆନାଳୀ, ରାଧାକ୍ରିଷ୍ଣ ବଜାର, ପଦ୍ମ ବଜାର, ଜୁବିଲି ଟାଉନ-୧, କ୍ରିଷ୍ଣା ବଜାର, କୈବଲ୍ୟ ବଜାର, ଦେଉଳସାହି, ମା’ ଅନ୍ନପୂର୍ଣ୍ଣା ଆସ୍ଥାନ ସିମିଳିଆ, ଷ୍ଟେଶନ ବଜାର, କଲେଜ ବଜାର, ଗାନ୍ଧୀ ବଜାର, ଚନ୍ଦନ ବଜାର, ବସଷ୍ଟାଣ୍ଡ, ଦୁର୍ଗାବଜାର, କାଳିକାନଗର, ରାମେଶ୍ୱରପୁର, ନେହେରୁ ବଜାର, ଜୁବିଲି ଟାଉନ-୩, ସ୍ବପ୍ନେଶ୍ୱର ବଜାର କୋରିଅଁା, ଭଗବାନପୁର, ଗୋପବନ୍ଧୁ ବଜାର, ରତନ ବଜାର, ଖମାର ସାହି, ହାଟରୋଡ୍‌, ଅରବିନ୍ଦ ବଜାର, କଣ୍ଟାନାଳୀ ବାଇପାସ୍‌, ବନମାଳୀପ୍ରସାଦ, ଜେନାଦେଈ ବଜାର, ନିର୍ମାଲ୍ୟ ବଜାର ପ୍ରତିଷ୍ଠାନ ପକ୍ଷରୁ ଜାକଜମକରେ ପୂଜା ହେଉଛି। ମିନାବଜାର, କୈବଲ୍ୟ ବଜାର, ଗୁଡିଆନାଳୀ, ଗଣେଶ ବଜାର ଏବଂ ଲକ୍ଷ୍ମୀବଜାର ପକ୍ଷରୁ ଚାନ୍ଦିମେଢ଼ରେ ମା’ ଦର୍ଶନ ଦେବେ।
ଚଳିତବର୍ଷ ଲକ୍ଷ୍ମୀବଜାରର ପ୍ଲାଟିନମ୍‌ ଜୁବିଲି (୭୫ବର୍ଷ ପୂର୍ତ୍ତି) ଉପଲକ୍ଷେ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋମବାର ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କାଳିକାନଗର ପୂଜା ପ୍ରତିଷ୍ଠାନ ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ୫ଦିନ ବ୍ୟାପୀ ସୁବର୍ଣ୍ଣ ଜୟନ୍ତୀ ଏବଂ ମହିଷାପାଟସ୍ଥିତ ଅରବିନ୍ଦବଜାର ପୂଜା ପ୍ରତିଷ୍ଠାନର ୨୫ବର୍ଷ ପୂରଣ ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରୁଛି। ପରମ୍ପରା, ସାମାଜିକ ଓ ପୌରାଣିକ କଥାବସ୍ତୁକୁ ନେଇ ମଣ୍ଡପରେ ହୋଇଥିବା ସାଜସଜ୍ଜା ବେଶ୍‌ ଚିତ୍ତାକର୍ଷକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri