Posted inଖେଳ

ଧନଲକ୍ଷ୍ମୀଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌, କମନୱେଲଥ ଗେମ୍ସ ପୂର୍ବରୁ ଭାରତକୁ ଝଟ୍‌କା…

ନୂଆଦିଲ୍ଲୀ,୨୦।୭ : ବର୍ମିଂହାମରେ ଖେଳାଯିବାକୁ ଥିବା କମନୱେଲଥ ଗେମ୍ସ ଆରମ୍ଭ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଷ୍ଟାର ସ୍ପ୍ରିଣ୍ଟର ଧନଲକ୍ଷ୍ମୀଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିଛି। ଏହି କାରଣରୁ, ଭାରତୀୟ ଆଥଲେଟିକ ଦଳର ୪x୧୦୦ ମିଟର ରିଲେରେ ପଦକ ଜିତିବାର ସମ୍ଭାବନା କ୍ଷୀଣ ହୋଇଯାଇଛି। ଗତ ବର୍ଷ ଧନଲକ୍ଷ୍ମୀ ୧୦୦ ମିଟର ଦୌଡ଼ରେ ଦୁତି ଚାନ୍ଦଙ୍କୁ ପରାସ୍ତ କରି ଚର୍ଚ୍ଚାରେ ରହିଥିଲେ। ଏହା ବ୍ୟତୀତ ଧନଲକ୍ଷ୍ମୀ ଗତ ମାସରେ ୨୦୦ ମିଟରରେ ହିମା ଦାସଙ୍କୁ ମଧ୍ୟ ପରାସ୍ତ କରିଥିଲେ।

ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ଡୋପ୍‌ ଟେଷ୍ଟ ପାଇଁ ଧନଲକ୍ଷ୍ମୀଙ୍କର ନମୁନା ଏଆଇୟୁ ଦ୍ୱାରା ନିଆଯାଇଥିଲା। ଧନଲକ୍ଷ୍ମୀଙ୍କ ନମୁନାରେ ଷ୍ଟେରଏଡ ମିଳିଛି। ଏହି କାରଣରୁ ଧନଲକ୍ଷ୍ମୀଙ୍କ ଉପରେ ନିଷେଧାଦେଶ ଲାଗୁ ହୋଇଛି। ସେ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହା ବ୍ୟତୀତ ଧନଲକ୍ଷ୍ମୀଙ୍କୁ ୟୁଗେନରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ମଧ୍ୟ ବାରଣ କରାଯାଇଛି। ଗତ ବର୍ଷ ଭାରତ ପକ୍ଷରୁ ଟୋକିଓ ଅଲିମ୍ପିକ୍ସରେ ଧନଲକ୍ଷ୍ମୀ ଯୋଗ ଦେଇଥିଲେ। ୪୦୦ ମିଟର ରିଲେ ଦୌଡ଼ରେ ଧନଲକ୍ଷ୍ମୀ ହିମା ଦାସ ଏବଂ ଦୁତି ଚାନ୍ଦଙ୍କ ସହ ଦଳରେ ସାମିଲ ହୋଇଥିଲେ।

ଧନଲକ୍ଷ୍ମୀ ୧୦୦ମିଟର ବର୍ଗରେ ରିଲେ ଦୌଡ଼ରେ ଭାରତ ପକ୍ଷରୁ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିବାର ଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଧନଲକ୍ଷ୍ମୀ ବିଶ୍ୱ ଚାମ୍ପିୟନଶିପ୍‌ ଅଂଶଗ୍ରହଣ କରିବାକୁ ଆମେରିକା ଯାଇ ନାହାଁନ୍ତି। ଚାମ୍ପିୟନଶିପ ଆୟୋଜକମାନେ ଧନଲକ୍ଷ୍ମୀଙ୍କ ନାମ ହଟାଇ ଦେଇଥିବା କୁହା ଯାଉଛି। ଏହା ସହିତ, ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଡୋପ ଟେଷ୍ଟରେ ପଜିଟିଭ ଥିବାରୁ ଧନଲକ୍ଷ୍ମୀଙ୍କୁ ବିଶ୍ୱ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?