ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଅଟୋରିକ୍ସା, ହ୍ବିଲ୍‌ଚେୟାର

ଭଦ୍ରକ ଅଫିସ, ୨୦ା୧୦: ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ ଥିବା ବେଳେ ଭୋଟ ଦେବା ଲାଗି ବୁଥ୍‌କୁ ଆସିବାକୁ ଅସମର୍ଥ ଥିବା ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଭାରତର ନିର୍ବାଚନ ଆୟୋଗ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବାହନ ପାସ୍‌ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ପ୍ରଚଳିତ ଏହି ବ୍ୟବସ୍ଥାରେ ମତଦାନ କେନ୍ଦ୍ରକୁ ଯିବା ଓ ଆସିବା ପାଇଁ ଧାମନଗର ବ୍ଲକ ପାଇଁ ୭୨ଟି ଓ ତିହିଡ଼ି ବ୍ଲକ ପାଇଁ ୨୬ଟିକୁ ମିଶାଇ ସମୁଦାୟ ୯୮ଟି ଅଟୋରିକ୍ସା ବ୍ୟବସ୍ଥା କରାଯାଇଛି। ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ମତଦାନ କକ୍ଷକୁ ଯିବାପାଇଁ ପ୍ରତି ବୁଥ୍‌ରେ ଗୋଟିଏ ଲେଖାଏ ହ୍ବିଲ୍‌ ଚେୟାର ଓ ଦୁଇଜଣ ସହାୟକ ଉପସ୍ଥିତ ରହିବାର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୫୨ଟି ବୁଥ୍‌ ପାଇଁ ୨୫୨ଟି ହ୍ବିଲ ଚେୟାର ପ୍ରସ୍ତୁତ ଥିଲା ବେଳେ ୫୦୪ଜଣ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ସ୍କାଉଟ୍‌, ଗାଇଡ଼୍‌ ଓ ଏନ୍‌ସିସି ବିଦ୍ୟାର୍ଥୀମାନଙ୍କୁ ଏହି ସ୍ବେଚ୍ଛାସେବୀ ଦାୟିତ୍ୱ ନିର୍ବାହ ପାଇଁ ଚିହ୍ନଟ କରାଯିବ। ସୂଚନାଯୋଗ୍ୟ ଯେ. ଏହି ଉପନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରମାଣପତ୍ର ପାଇଥିବା ୪୮୭୧ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ଅଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଭୁଲ ଯୋଗୁ ପରିବାଦର ଏବେ ଆକାଶଛୁଆଁ: ନିରଞ୍ଜନ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଦରଦାମ ବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ପ୍ରତିବାଦ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡି...

ଏକତରଫା ପ୍ରେମରେ ପଡ଼ିଲା ରକ୍ତର ଛିଟା

ଭଞ୍ଜନଗର,୧୪।୭: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ...

ମାଛ ଧରିବାକୁ ଯାଇ ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୃଷ୍ଣପ୍ରସାଦସ୍ଥିତ ଚିଲିକାକୁ ଏକ ମତ୍ସ୍ୟଜୀବୀ ପରିବାର ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇଥିବାବେଳେ ଦଳରେ ଡଙ୍ଗା ଫସିଯିବାରୁ...

ସମ୍ବିତ୍‌ଙ୍କ ଯୋଗୁ ପୁରୀ ପରିଚିତ କହି ଲେଖାଶ୍ରୀ ସମାଲୋଚିତ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ପୁରୀ ଓଡିଶାର ବୋଲି ବାହାରେ କେହି ଜାଣି ନ ଥିଲେ। ଏହା କଲିକତାର ବୋଲି ସମସ୍ତେ ଭାବୁଥିଲେ। ପୁରୀ ଲୋକ ସଭା ଆସନରେ...

୨ ଶିକ୍ଷକଙ୍କ ଘରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଦୁଇ ଜଣ ଶିକ୍ଷକଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଉକ୍ତ ଗ୍ରାମର ଶିକ୍ଷକ...

ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ବାରଣ କରିବାକୁ ପ୍ରୋଟୋକଲ ଅଫିସରଙ୍କୁ ବଦଳି

ପୁରୀ ଅଫିସ,୧।୩: ମୁସଲିମ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଘଟଣାକୁ ନେଇ ଆଇଆର୍‌ଏସ୍‌ ରେସମା ଲେଖାନୀ ତାଙ୍କ ପ୍ରୋଟୋକଲ ଅଫିସରଙ୍କୁ ବଦଳି କରିଦେଇଛନ୍ତି। ତେବେ ଅଫିସରଙ୍କୁ...

‘ଶିକ୍ଷାର ମାନ ବଢ଼ିଲେ ଆସିବ ପରିବର୍ତ୍ତନ’ – ନିଆରା ବ୍ୟକ୍ତିତ୍ୱ ସନାତନ

ସିମୁଳିଆ, ୪ା୧୧(ସନ୍ତୋଷ କୁମାର ନାୟକ)- ଚାକିରି ଜୀବନରୁ ଅବସର ନେବା ପରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା,ଶିକ୍ଷାର ଗୁଣାତ୍ମକ ବିକାଶ ଓ ସମାଜସେବା ଭଳି ନାନା କାର୍ଯ୍ୟରେ ସେ...

ଉଚ୍ଛେଦ ପରେ ଦାଉ ସାଧୁଛି ବର୍ଷା

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଭଞ୍ଜନଗର ଆର୍‌ସିରୋଡ଼ରୁ ଜବରଦଖଲ ଉଚ୍ଛେଦ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଗତ ୨୦ ଦିନ ହେବ ମଝିରେ ମଝିରେ ଏହିଭଳି ବର୍ଷା ହେଉଛି। ତେଣୁ ପ୍ରଶାସନ...

Advertisement
Archives

Model This Week