Posted inଖେଳ

ଢାକା ପ୍ରିମିୟର ଲିଗ୍‌:ଶକିବ ୩ଟି ମ୍ୟାଚରୁ ସସ୍‌ପେଣ୍ଡ

ଢାକା, ୧୩ା୬ (ପି.ଟି.)- ମହମ୍ମଡ଼ାନ ସ୍ପୋର୍ଟିଂ ବନାମ ଆବାହନୀ ଲିମିଟେଡ୍‌ ମ୍ୟାଚ୍‌ ବେଳେ ପଡ଼ିଆରେ ଅଶୋଭନୀୟ ଆଚରଣ ପାଇଁ ବାଂଲାଦେଶର ଷ୍ଟାର କ୍ରିକେଟର ଶକିବ ଅଲ୍‌ ହସନ ଢାକା ଟି୨୦ ପ୍ରିମିୟର ଲିଗ୍‌ (ଡିପିଏଲ୍‌)ର ୩ଟି ମ୍ୟାଚ୍‌ରୁ ସସ୍‌ପେଣ୍ଡ ହୋଇଛନ୍ତି। ସେ ଡିପିଏଲ୍‌ର ୮ମ, ୯ମ ଓ୧୦ମ ରାଉଣ୍ଡ ଗେମ୍‌ ଖେଳିପାରିବେ ନାହିଁ। ଏଥିସହିତ ତାଙ୍କୁ ୫ଲକ୍ଷ ଟାକା (୫୮୦୦ ଆମେରିକୀୟ ଡଲାର) ଜରିମାନା କରାଯାଇଛି। ମ୍ୟାଚଟିରେ ଶକିବଙ୍କ ନେତୃତ୍ୱାଧୀନ ମହମ୍ମଡ଼ାନ ଡିଏଲ୍‌ଏସ୍‌ ପଦ୍ଧତିରେ ବିଜୟ ଲାଭ କରିଥିଲା। ମ୍ୟାଚବେଳେ ଶକିବ ଦୁଇଥର କ୍ରୋଧାନ୍ବିତ ହୋଇପଡ଼ିଥିଲେ। ଥରେ ସେ ତାଙ୍କ ବାଂଲାଦେଶ ଟିମ୍‌ମେଟ୍‌ ମୁସ୍‌ଫିକର ରହିମଙ୍କ ବିପକ୍ଷରେ ଲେଗ୍‌ ବିଫୋର ଦୃଢ଼ ଅପିଲ କରି ବିଫଳ ହେବା ପରେ ଷ୍ଟମ୍ପ୍ସକୁ ଗୋଇଠା ମାରିଥିଲେ। ଦ୍ୱିତୀୟତଃ ଫଳାଫଳ ନିରୂପଣ ପାଇଁ ଆବାହନୀ ଦଳ ଅତିକମ୍‌ରେ ୬ ଓଭର ଖେଳିବା ଦରକାର କରୁଥିବାବେଳେ ବର୍ଷା କାରଣରୁ ଆଉ ମାତ୍ର ଗୋଟିଏ ବଲ ବାକିଥିବା ଅବସ୍ଥାରେ ଅମ୍ପାୟର ପଡ଼ିଆକୁ ଘୋଡ଼ାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶକିବ ଏଥିରେ ଉତ୍ତେଜିତ ହୋଇ ମିଡ୍‌-ଅଫ୍‌ରୁ ଯାଇ ଷ୍ଟମ୍ପକୁ ଓପାଡ଼ି ଦେଇଥିଲେ। ବର୍ଷାଛାଡ଼ିବା ପରେ ଅବଶ୍ୟ ମ୍ୟାଚ ଖେଳାଯାଇଥିଲା। ଶକିବଙ୍କ ଟିମ୍‌ ସହଜରେ ବିଜୟ ଲାଭ କରିଥିଲା। କିନ୍ତୁ ସେ ପ୍ରତିପକ୍ଷ ଦଳର ଅଫିସିଆଲ ଓ ପୂର୍ବତନ ବାଂଲାଦେଶ ଅଧିନାୟକ ଖାଲେଦ ମେହମୁଦ ସୁଜନଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ। ପରେ ଅବଶ୍ୟ ଶକିବ ତାଙ୍କ ଅଫିସିଆଲ ଫେସ୍‌ବୁକ୍‌ ପେଜ୍‌ରେ ନିଃସର୍ତ୍ତମୂଳକ କ୍ଷମାପ୍ରାର୍ଥନା କରିଥିଲେ। କିନ୍ତୁ ମ୍ୟାଚ ସମ୍ପତ୍ତି ନଷ୍ଟ କରିବାକୁ ଚେଷ୍ଟା କରିଥିବାରୁ ସେ ଲେଭଲ-୩ ନିୟମ ଉଲ୍ଲଂଘନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri