ମେଜରଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି, କହିଲେ କାହାରିକୁ ବି…

ଭୁବନେଶ୍ୱର,୧୯ା୯: ରାସ୍ତାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାର ତଦନ୍ତ ହେବ ବୋଲି ଗୁରୁବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଓ୍ବାଇବି ଖୁରାନିଆ। ଏଥିସହ ମୂଳ ଘଟଣାର ତଦନ୍ତ ହେବ ବୋଲି ମଧ୍ୟ ଡିଜିପି କହିଛନ୍ତି। ମେଜରଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ହେବ।

ସୂଚନାଯୋଗ୍ୟ, ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ଏହି ଘଟଣାରେ ବର୍ତ୍ତମାନ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ  ନିର୍ଯାତନା ମାମଲାରେ ୫ ପୋଲିସ ଅଧିକାରୀ ନିଲମ୍ବନ କରାଯାଇଛି। ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ  ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସଲିଳମୟୀ ସାହୁ ଓ ସାଗରିକା ରଥ, କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବନ କରାଯାଇଛି।

ଭୁବନେଶ୍ୱରସ୍ଥିତ ଭରତପୁର ଥାନା ଏପରି ସୁନ୍ଦର ଭାବେ ନିର୍ମାଣ କରାଯାଇଛି ବାହାରୁ ଦେଖିଲେ ତାହା ଏକ ହୋଟେଲ ଭଳି ଲାଗୁଛି। ଏହି ଥାନା  ନିର୍ମାଣରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଇଥିବା ସତ୍ତ୍ୱେ ଏଠାରେ ପୀଡ଼ିତଙ୍କୁ ନ୍ୟାୟ ମିଳୁ ନାହିଁ ବରଂ  ଅନ୍ୟାୟ ଓ ଅତ୍ୟାଚାର କରାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ଶନିବାର ବିଳମ୍ବିତ ରାତିରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ସହ ଯାହାସବୁ ଘଟିଯାଇଛି, ତାକୁ ଦେଖିଲେ ସ୍ପଷ୍ଟ ବୁଝାପଡୁଛି। ଏହି ଘଟଣାରେ ପୋଲିସ ନିଜ ଭଲକୁ ଲୁଚାଇବା ଲାଗି ସବୁ ପ୍ରକାର ନିୟମ କାନୁନକୁ ଭଙ୍ଗ କରିଦେଇଥିବା ଅଭିଯୋଗ ହୋଇଛି।
ଏପରିକି ଶନିବାର ବିଳମ୍ବିତ ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ଏହି ଘଟଣାକୁ ଭିନ୍ନରୂପ ଦେବା ଲାଗି ପୋଲିସ୍‌ ପକ୍ଷରୁ ଭରପୂର ଉଦ୍ୟମ କରାଯାଇଥିଲା। ଯେପରିକି ରବିବାର ସକାଳୁ ଉଭୟ ଗୁରୁଭନ୍ସ  ଏବଂ ଅଙ୍କିତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନେଇ ତାଙ୍କ ଡାକ୍ତରୀମାଇନା କରି ରିପୋର୍ଟ ସଂଗ୍ରହ କରାଯାଇଥିଲା। ସେହି ରିପୋର୍ଟରେ ମଧ୍ୟ ଅଙ୍କିତାଙ୍କୁ ଆକ୍ରମଣ କରାଯାଇଥିବା ଉଲ୍ଲେଖ ଥିଲା। ହେଲେ ଅଙ୍କିତାଙ୍କୁ କୋର୍ଟଚାଲାଣ କରିବା ପୂର୍ବରୁ ପୋଲିସ୍‌ କ୍ୟାପିଟାଲ ହସ୍ପିଟାଲରୁ ଏକ ଭୁଲ୍‌ ରିପୋର୍ଟ ସଂଗ୍ରହ କରି ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ଦାଖଲ କରିଥିଲା, ଯାହା ପୋଲିସ୍‌ର ଦୋଷ ଦୁର୍ବଳତା ଲୁଚିଯାଇ ଅଙ୍କିତାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ସେଭଳି ଉଦ୍ୟମ ଥାନା ପକ୍ଷରୁ କରାଯାଇଥିବା ଅଙ୍କିତାଙ୍କ ବାପା ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏହାସହ ତୁରନ୍ତ ଅଙ୍କିତାଙ୍କୁ ପୋଲିସ୍‌ ଯେଭଳି ନିର୍ମମ ଭାବେ ଆକ୍ରମଣ କରିଛି ତା’ର ଠିକ୍‌ ଡାକ୍ତରୀମାଇନା କରିବା ଲାଗି ସେ ଦାବି କରିଛନ୍ତି।
ଅନ୍ୟପଟେ ଅନେକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଭରତପୁର ଥାନାରେ କ୍ୟାମେରା ନାହିଁ ବୋଲି ରବିବାର ଥାନା ଭାରପ୍ରାପ୍ତ ଅଧିକାରୀ ଦୀନକୃଷ୍ଣ ମିଶ୍ର କହିଛନ୍ତି। ସେକଥା ମଧ୍ୟ ଏହି ଘଟଣାରେ ଆହୁରି ସନ୍ଦେହ ଘନୀଭୂତ କରିଛି। ମିଳିଥିବା ସୂଚନା ମୁତାବକ, କିଛିଦିନ ତଳେ ଏହି ଥାନାରେ ହାଇରିଜୋଲ୍ୟୁଶନ କ୍ୟାମେରା ଲଗାଯାଇ ଉଦ୍‌ଘାଟନ କରାଯାଇଥିବା ଉକ୍ତ ଥାନାର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ତେଣୁ ଯଦି ଥାନାରେ ସିସିଟିଭି ଅଛି ତେବେ ଏହାର ପୂର୍ବଦିନର ସମସ୍ତ ଘଟଣା ସେଥିରେ କଏଦ ଥିବ। ତେଣୁ କେଉଁ ପରିସ୍ଥିତିରେ ଥାନା ଭାରପ୍ରାପ୍ତ ଅଧିକାରୀ ସେଠାରେ ସିସିଟିଭି ନାହିଁ ବୋଲି କହିଲେ ତାହା ମଧ୍ୟ ସନ୍ଦେହ ଯାତ କରିଛି।
ଅନ୍ୟପକ୍ଷରେ ପୋଲିସ୍‌ ଅଧିକାରୀମାନେ ସବୁକିଛି ନିୟମାନୁଯାୟୀ କରିବା ଲାଗି ସେମାନଙ୍କୁ ଅଧିକାର ଦିଆଯାଇଛି। ହେଲେ ଜଣେ ଆର୍ମି ଅଫିସରଙ୍କୁ ଅଟକ ରଖିବା ଏବଂ ତାଙ୍କୁ ହାଜତରେ ପୂରାଇବା ଲାଗି ଯେଉଁ ନିୟମ ରହିଛି ଭରତପୁର ଥାନାର କର୍ମଚାରୀମାନେ ତାକୁ ଉଲ୍ଲଂଘନ କରିଛନ୍ତି। ନିୟମ ଅନୁଯାୟୀ ଗୁରୁଭନ୍ସ ସିଂ ଜଣେ ମେଜର ର଼୍ୟାଙ୍କର ଅଫିସର। ତାଙ୍କୁ ହାଜତରେ ରଖିବା ଲାଗି ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ଆସିବା କଥା। ତାଙ୍କୁ ଅଟକ ରଖିବା ପୂର୍ବରୁ ତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍‌ ଗିରଫ ପରଓ୍ବାନା ପ୍ରଦାନ କରିଥିବେ କିମ୍ବା ତାଙ୍କ ବିରୋଧରେ ହତ୍ୟା କିମ୍ବା ବଳାତ୍କାର ଭଳି ସଙ୍ଗୀନ ମାମଲା ରୁଜୁ ହୋଇଥିବା ଦରକାର। ହେଲେ ଏସବୁ କିଛି ନ ଥାଇ ତାଙ୍କ ପ୍ୟାଣ୍ଟ, ଶାର୍ଟ ଏବଂ ଜୋତା ଖୋଲି ତାଙ୍କୁ ଅତ୍ୟନ୍ତ ଅପମାନିତ କରି ୪ ଘଣ୍ଟା ଅଟକ ରଖାଯାଇଥିଲା। ଯଦି ପୋଲିସ୍‌ ଏହି ନିୟମରେ କିଛି ଖିଲାପି କରିଛି ତେବେ ଏହା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ହେବ ବୋଲି ପ୍ରଶ୍ନ ଉଠିଛି। ଅଙ୍କିତାଙ୍କ ବାପା ତଥା ଓଡ଼ିଶା ଷ୍ଟେଟ୍‌ ଏକ୍ସ ସର୍ଭିସ୍‌ ଆସୋସିଏଶନର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ପ୍ରଧାନ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ତୁରନ୍ତ ଏହି ଘଟଣାରେ ଥାନାର ଆଇଆଇସି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ସସ୍‌ପେଣ୍ଡ କରାଯାଉ। ଜଣେ ଆର୍ମି ଅଫିସର ଅଭିଯୋଗ କରିବାକୁ ଯାଇଥିଲେ ଓଲଟା ତାଙ୍କୁ ମାରିକି ଗିରଫ କରିଦେଉଛନ୍ତି। ଯଦି ଏତେ ପୋଲିସ୍‌ କର୍ମଚାରୀଙ୍କୁ ଏମାନେ ଦୁଇ ଜଣ ମରାମରି କଲେ ତେବେ ସିସିଟିଭି ଫୁଟେଜ ମାଗିବାକୁ କହିବାରୁ କାହିଁକି ଲାଗି ନ ଥିବା କହୁଛନ୍ତି। ସୁପ୍ରିମକୋର୍ଟ ଗାଇଡ୍‌ଲାଇନ ଅନୁଯାୟୀ ସିସିଟିଭି କ୍ୟାମେରା ଥାନାରେ ନିଶ୍ଚିତ ଭାବେ ଲାଗିବା ଦରକାର। ଏମାନେ ସୁପ୍ରିମକୋର୍ଟ ନିୟମର ଉଲ୍ଲଂଘନ କରିଛନ୍ତି। ଏହା ଏକ ପ୍ରକାର ଜଙ୍ଗଲରାଜ। ପୋଲିସ୍‌ ଡ୍ରେସ୍‌ରେ ଏମାନେ ଗୁଣ୍ଡାରାଜ ଚଳାଇଛନ୍ତି। ଜଣେ ଆର୍ମି ଅଫିସରଙ୍କ ଅବସ୍ଥା ଯଦି ଏମିତି, ତେବେ ସାଧାରଣ ଲୋକ କ’ଣ ନ୍ୟାୟ ପାଇବେ। ଏମିତି ହେଲେ ଆଗକୁ କେହି ସେନାରେ ମଧ୍ୟ ଯୋଗ ଦେବେନି। ଦେଶକୁ ରକ୍ଷା କରିବା ଲାଗି ନିଜ ଜୀବନ ଦେଉଥିବା ଅଫିସର ସହିତ ଏଭଳି ଜଘନ୍ୟକାଣ୍ଡ ଘଟୁଥିବା ବେଳେ ଉପର ଅଫିସରମାନେ ନୀରବ ରହୁଛନ୍ତି ବୋଲି ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ ଯେ, ଶନିବାର ରାତି ପ୍ରାୟ ୧୨ଟା ୩୦ ମିନିଟ୍‌ରେ ଗୁରୁଭନ୍ସ ଏବଂ ଅଙ୍କିତା ତାଙ୍କ ଗାଡିରେ ପଟିଆରୁ ଫେରୁଥିବା ସମୟରେ କିଛି ଯୁବକ ସେମାନଙ୍କୁ ଅଟକାଇ ମରାମରି କରିଥିଲେ। ଏହାପରେ ସେମାନେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସି ପହଞ୍ଚିଥିଲେ। ହେଲେ ଥାନାରେ ଯେମିତି ସେମାନଙ୍କୁ ନ୍ୟାୟ ମିଳିବା କଥା ନ ମିଳିବାରୁ ସେମାନେ କିଛି ପ୍ରଶ୍ନ ଉଠାଇଥିଲେ। ଏହାପରେ ଅଭିଯୋଗ କରିବାକୁ ଆସିଥିବା ଗୁରୁଭନ୍ସ ଏବଂ ଅଙ୍କିତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା। ଗୁରୁଭନ୍ସ ଜଣେ ମେଜର ପାହ୍ୟାର ଆର୍ମି ଅଫିସର ହେବା ସତ୍ତ୍ୱେ ତାଙ୍କ ପ୍ୟାଣ୍ଟ, ଶାର୍ଟ, ଜୋତା ଖୋଲି ତାଙ୍କୁ ହାଜତରେ ପୂରାଇ ଦେଇଥିଲେ। ଅନ୍ୟପଟେ ଅଙ୍କିତାଙ୍କୁ ପ୍ରବଳ ମାରିବା ସହିତ ତାଙ୍କ ଡ୍ରେସ୍‌ ମଧ୍ୟ ଖୋଲି ଦେଇଥିଲେ। ଏହାପରେ ରବିବାର ଅଙ୍କିତାଙ୍କୁ କୋର୍ଟ ଚାଲାଣ କରିବା ଲାଗି ପୋଲିସ୍‌ କର୍ମଚାରୀମାନେ ଭୁଲ୍‌ ହସ୍ପିଟାଲ ରିପୋର୍ଟ ଆଣିଥିବା ଅଭିଯୋଗ ମଧ୍ୟ ହୋଇଛି। ଅଙ୍କିତାଙ୍କ ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଅନ୍ୟପଟେ ଏହି କଥାରେ ପୋଲିସ୍‌ ନିଜ ଭୁଲ୍‌ ଲୁଚାଇବା ଲାଗି ସମସ୍ତ ପ୍ରକାର କ୍ଷମତାର ଅପବ୍ୟବହାର କରିଚାଲିଛି।

Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?