ଗଛ ଛାଇ ବିନା ଡହଳବିକଳ ହେବେ ଶ୍ରଦ୍ଧାଳୁ

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ପଣା ସଂକ୍ରାନ୍ତି ଦିନ ପାରମ୍ପରିକ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏହି ଝାମୁଯାତ୍ରାରେ ସଂଖ୍ୟାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନକରି ସାନ୍ନିଧ୍ୟ ଲାଭକରିବେ। ମା’ ଙ୍କ ଝାମୁଯାତ୍ରା ଏକ ସପ୍ତାହ ଧରି ଚାଲିଥାଏ। ତେବେ ଏହି ଯାତ୍ରାରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହେବା ସମ୍ଭାବନା ରହିଛି। ତେବେ ମା’ଙ୍କ ପୀଠରେ ଚନ୍ଦନପୋଖରୀ ଶୁଖିଲା ପଡ଼ିଛି। ପୋଖରୀ ହୁଡ଼ାରେ ଶହେରୁ ଅଧିକ ବଡ଼ ବଡ଼ ଗଛ ସପ୍ତାହ ପୂର୍ବରୁ ଟ୍ରଷ୍ଟ ବୋର୍ଡ ଇସାରାରେ କାଟି ସଫା କରାଯାଇଛି। ଅପରପକ୍ଷରେ ଏହି ପୋଖରୀ ଜଳ ଓ ଗଛ ମୂଳେ ଶତାଧିକ ଶ୍ରଦ୍ଧାଳୁ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ମୁଣ୍ଡ ଗୁଞ୍ଜିଥାନ୍ତି। ତେବେ ଗଛ କଟାହେବା ପରେ ସଂଖ୍ୟାଧିକ ଶ୍ରଦ୍ଧାଳୁ କେଉଁଠି ଆଶ୍ରୟ ନେବେ ବୋଲି ମା’ ରାମଚଣ୍ଡୀ ଆଞ୍ଚଳିକ ସେନାର ବଶିଷ୍ଠ ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି। ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ମନ୍ଦିର ପରିସରରେ ପୋଖରୀରୁ ପାଣି ଶୁଖାଇବା ଓ ଗଛ କାଟିବାକୁ ନେଇ ସାଧାରଣରେ ଘୋର ନୈରାଶ୍ୟ ଓ ଅସନ୍ତୋଷ ପ୍ରକାଶ ପାଇଛି।
ମା’ଙ୍କ ପୀଠରେ ଝାମୁଯାତ୍ରା ସମୟରେ ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଦୋକାନ ବଜାର ପସରା ମେଲାଇଥାନ୍ତି। ପ୍ରାୟତଃ ୧ ହଜାରରୁ ଅଧିକ ଦୋକାନ ବଜାର ଷ୍ଟଲ୍‌, ଅପେରା ପାର୍ଟି ଆଦି ପଡ଼ିବ। ଅପରପକ୍ଷରେ ଏହି ଝାମୁଯାତ୍ରାରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତିକ ଦଳର ନେତା ବା ପ୍ରାର୍ଥୀମାନେ ମା’ଙ୍କ ଦର୍ଶନ କରିବା ପାଇଁ ଆସିବେ। ସେଥିପାଇଁ ମା’ଙ୍କ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସମ୍ଭାବନା ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରଷ୍ଟ ବୋର୍ଡ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରଦ୍ଧାଳୁମାନେ ପ୍ରଶ୍ନ ଉଠାଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ କିଛି ଅଘଟଣକୁ ଏଡାଇ ଦିଆଯାଇ ନ ପାରେ। ସଂଖ୍ୟାଧିକ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଛାମୁଣ୍ଡିଆ ନିର୍ମାଣ, ଚନ୍ଦନପୋଖରୀ ପାଣି ଭର୍ତ୍ତି, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ, ରାମଚଣ୍ଡୀ ଆଞ୍ଚଳିକ ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲାପାଳ ଦୃଷ୍ଟିଦେବାକୁ ଦାବି କରିଛନ୍ତି। ଯାତ୍ରା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥା ଯଦି ଗ୍ରହଣ କରା ନ ଯାଏ ବାଧ୍ୟ ହୋଇ ରାଜ୍ୟପାଳଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ସେନା ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟି ମଥୁରି ଚରଣ ସେନାପତିଙ୍କୁ ପଚାରିବାରେ ଗଛ ପୁରୁଣା ହୋଇଯାଇଥିବାରୁ କଟାଯାଇଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri