ଗଛ ଛାଇ ବିନା ଡହଳବିକଳ ହେବେ ଶ୍ରଦ୍ଧାଳୁ

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ପଣା ସଂକ୍ରାନ୍ତି ଦିନ ପାରମ୍ପରିକ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏହି ଝାମୁଯାତ୍ରାରେ ସଂଖ୍ୟାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନକରି ସାନ୍ନିଧ୍ୟ ଲାଭକରିବେ। ମା’ ଙ୍କ ଝାମୁଯାତ୍ରା ଏକ ସପ୍ତାହ ଧରି ଚାଲିଥାଏ। ତେବେ ଏହି ଯାତ୍ରାରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହେବା ସମ୍ଭାବନା ରହିଛି। ତେବେ ମା’ଙ୍କ ପୀଠରେ ଚନ୍ଦନପୋଖରୀ ଶୁଖିଲା ପଡ଼ିଛି। ପୋଖରୀ ହୁଡ଼ାରେ ଶହେରୁ ଅଧିକ ବଡ଼ ବଡ଼ ଗଛ ସପ୍ତାହ ପୂର୍ବରୁ ଟ୍ରଷ୍ଟ ବୋର୍ଡ ଇସାରାରେ କାଟି ସଫା କରାଯାଇଛି। ଅପରପକ୍ଷରେ ଏହି ପୋଖରୀ ଜଳ ଓ ଗଛ ମୂଳେ ଶତାଧିକ ଶ୍ରଦ୍ଧାଳୁ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ମୁଣ୍ଡ ଗୁଞ୍ଜିଥାନ୍ତି। ତେବେ ଗଛ କଟାହେବା ପରେ ସଂଖ୍ୟାଧିକ ଶ୍ରଦ୍ଧାଳୁ କେଉଁଠି ଆଶ୍ରୟ ନେବେ ବୋଲି ମା’ ରାମଚଣ୍ଡୀ ଆଞ୍ଚଳିକ ସେନାର ବଶିଷ୍ଠ ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି। ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ମନ୍ଦିର ପରିସରରେ ପୋଖରୀରୁ ପାଣି ଶୁଖାଇବା ଓ ଗଛ କାଟିବାକୁ ନେଇ ସାଧାରଣରେ ଘୋର ନୈରାଶ୍ୟ ଓ ଅସନ୍ତୋଷ ପ୍ରକାଶ ପାଇଛି।
ମା’ଙ୍କ ପୀଠରେ ଝାମୁଯାତ୍ରା ସମୟରେ ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଦୋକାନ ବଜାର ପସରା ମେଲାଇଥାନ୍ତି। ପ୍ରାୟତଃ ୧ ହଜାରରୁ ଅଧିକ ଦୋକାନ ବଜାର ଷ୍ଟଲ୍‌, ଅପେରା ପାର୍ଟି ଆଦି ପଡ଼ିବ। ଅପରପକ୍ଷରେ ଏହି ଝାମୁଯାତ୍ରାରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତିକ ଦଳର ନେତା ବା ପ୍ରାର୍ଥୀମାନେ ମା’ଙ୍କ ଦର୍ଶନ କରିବା ପାଇଁ ଆସିବେ। ସେଥିପାଇଁ ମା’ଙ୍କ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସମ୍ଭାବନା ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରଷ୍ଟ ବୋର୍ଡ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରଦ୍ଧାଳୁମାନେ ପ୍ରଶ୍ନ ଉଠାଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ କିଛି ଅଘଟଣକୁ ଏଡାଇ ଦିଆଯାଇ ନ ପାରେ। ସଂଖ୍ୟାଧିକ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଛାମୁଣ୍ଡିଆ ନିର୍ମାଣ, ଚନ୍ଦନପୋଖରୀ ପାଣି ଭର୍ତ୍ତି, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ, ରାମଚଣ୍ଡୀ ଆଞ୍ଚଳିକ ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲାପାଳ ଦୃଷ୍ଟିଦେବାକୁ ଦାବି କରିଛନ୍ତି। ଯାତ୍ରା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥା ଯଦି ଗ୍ରହଣ କରା ନ ଯାଏ ବାଧ୍ୟ ହୋଇ ରାଜ୍ୟପାଳଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ସେନା ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟି ମଥୁରି ଚରଣ ସେନାପତିଙ୍କୁ ପଚାରିବାରେ ଗଛ ପୁରୁଣା ହୋଇଯାଇଥିବାରୁ କଟାଯାଇଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?