ଆଜିଠୁ ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଖୁଣ୍ଟୁଣୀ,୧୧ା୧(ଡି.ଏନ୍‌.ଏ.): ସବୁ ଅପେକ୍ଷାର ଅନ୍ତ ଘଟିଛି, ଶେଷରେ କଟକ ମହାନଦୀ ପଠାରେ ଥିବା ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ଭକ୍ତଙ୍କୁ ସୁଯୋଗ ମିଳିଛି। ଦିନେ, ସପ୍ତାହେ କି ମାସେ ନୁହେଁ, ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ବୁଧବାର ପୂର୍ବାହ୍ନ ୧୧ଟାରୁ ଧବଳେଶ୍ୱର ପୀଠକୁ ଯାଇ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ମହାନଦୀ ପଠାରେ ଚାଲିଥିବା ଅସ୍ଥାୟୀ ବାଲିବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି। ଏହି ରାସ୍ତାରେ ଶ୍ରଦ୍ଧାଳୁ ପ୍ରାୟ ୨କି.ମି. ଚାଲିକରି କିମ୍ବା ବାଇକ୍‌ ଓ ଅଟୋ ମାଧ୍ୟମରେ ମନ୍ଦିରକୁ ଯାଇପାରିବେ ବୋଲି ମଙ୍ଗଳବାର ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ତେବେ ୩୫ ଲକ୍ଷ ଟଙ୍କାରେ ନିର୍ମିତ ଏହି ବାଲିବନ୍ଧ ରାସ୍ତା ପାଇକେରାପୁର ତୁଠଠାରୁ ଧବଳେଶ୍ବରଙ୍କ ପଠାରେ ଥିବା ପର୍ଯ୍ୟଟନ ବିଭାଗ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ୨କିଲୋମିଟର ଲମ୍ବ ହେବ।
ସୂଚନାଯୋଗ୍ୟ, ଗୁଜରାଟ ଝୁଲାପୋଲ ଅଘଟଣ ପରେ କଟକ ଜିଲା ପ୍ରଶାସନ ତତ୍ପରତା ଦେଖାଇ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲର ମରାମତି କରିବାକୁ କହି ପୀଠ ପରିସରରେ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲଗାଯାଇଥିଲା। କେବଳ ଠାକୁରଙ୍କ ନୀତିକାନ୍ତି ପାଇଁ ସେବାୟତଙ୍କ ବ୍ୟତୀତ ସର୍ବସାଧାରଣଙ୍କ ଲାଗି ଦର୍ଶନ ବ୍ୟବସ୍ଥା ବନ୍ଦ ରହିଥିଲା। ଫଳରେ ଏହାକୁ ସବୁଆଡୁ ବାଦ ପ୍ରତିବାଦ ହେଲା। ବହୁ ଶ୍ରଦ୍ଧାଳୁ ଧବଳେଶ୍ୱରଙ୍କ ନିକଟକୁ ଆସି ନିରାଶ ହୋଇ ଫେରିଥିଲେ। କାର୍ତ୍ତିକ ମାସ ଥିବାରୁ ହଜାର ବର୍ଷ ଧରି ବିନା ପ୍ରତିବନ୍ଧକରେ ଧବଳେଶ୍ୱରଙ୍କ ସେବା ପୂଜା କରି ନିଜ ପରିବାରକୁ ପ୍ରତିପୋଷଣ କରି ଆସୁଥିବା ବଂଶାନୁକ୍ରମିକ ସେବାୟତ ସମାଜର ମଧ୍ୟ କ୍ଷୋଭ ପ୍ରକାଶ କଲେ। ଏଥିଯୋଗୁ ସେବାୟତ ସାଙ୍ଗକୁ ସ୍ଥାନୀୟ ମଞ୍ଚେଶ୍ୱର ପଞ୍ଚାୟତର ଶହଶହ ଛୋଟବଡ଼ ବ୍ୟବସାୟୀମାନେ ଜୀବିକା ହରାଇଥିଲେ। ସବୁ ପକ୍ଷରୁ ଏହାର ପ୍ରତିବାଦ ହେବା ପରେ ଶେଷରେ ପ୍ରଶାସନ ବାଧ୍ୟହୋଇ ମହାନଦୀ ପଠାରେ ଅସ୍ଥାୟୀ ବାଲିବନ୍ଧ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଗତ ଡିସେମ୍ବର ୪ରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ଡକାଗଲା। ଟେଣ୍ଡର ୯ ତାରିଖରେ ଖୋଲାଯାଇ କଟକର ଏକ ସଂସ୍ଥା ଦ୍ୱାର ୩୫ ଲକ୍ଷ ଟଙ୍କାରେ ବାଲି କାମ ଆରମ୍ଭ ହୋଇ ପ୍ରାୟ ମାସକ ମଧ୍ୟରେ ଶେଷ ହେଲା। ତେବେ ବୁଧବାର ସକାଳ ୧୦ଟା ବେଳେ ଆଠଗଡ଼ ଉପଜିଲାପାଳ ସ୍ବାଇଁ ପ୍ରଥମେ ଏହି ଅସ୍ଥାୟୀ ବାଲିବନ୍ଧ ରାସ୍ତାରେ ଚାଲିି ସ୍ଥିତି ଦେଖିବେ। ଏହାପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ନିଜ ବାଇକ୍‌, ଅଟୋ ଆଦିରେ ଯାଇପାରିବେ। ଅପରପକ୍ଷେ ଝୁଲାପୋଲ ଉପରେ ଯାତାୟାତ ପାଇଁ ହୋଇଥିବା କଟକଣା ବଳବତ୍ତର ରହିବ ବୋଲି ଉପଜିଲାପାଳ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri