ଆସନ୍ତା ୧୪ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ମାଗଣାରେ ଦର୍ଶନ କରିବେ ଭକ୍ତ

ଛତ୍ରପୁର,୨।୩ (ଡି.ଏନ୍‌.ଏ.): ଆସନ୍ତା ୧୪ ତାରିଖଠାରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବ । ଏହି ପର୍ବ ୪ ପାଳି ଅର୍ଥାତ୍‌ ମାର୍ଚ୍ଚ ମାସ ୧୪, ୨୧ ଓ ୨୮ ତାରିଖ ଏବଂ ଏପ୍ରିଲ ୪ ତାରିଖ ଦିନ ଅନୁଷ୍ଠିତ ହେବ। ଏହାକୁ ଶାନ୍ତି ଶୃଙ୍ଖଳାର ସହିତ କିଭଳି ଆୟୋଜନ କରାଯିବ ସେଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ବୁଧବାର ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅବଗତ କରାଇଥିଲେ ଯେ, ଚଳିତ ବର୍ଷ ମା’ ତାରାତାରିଣୀଙ୍କ ଦର୍ଶନ ନିମନ୍ତେ ଅନେକ ଭକ୍ତ ତଥା ମାନସିକଧାରୀ ବହୁ ସଂଖ୍ୟାରେ ଯୋଗଦାନ କରିବେ। ତେଣୁ ପ୍ରବଳ ଜନଗହଳିକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପଡିବ । ପୂର୍ବରୁ ଭକ୍ତମାନଙ୍କ ଠାରୁ ୩ଟଙ୍କା ନିଆଯାଉଥିଲା। ଚଳିତ ବର୍ଷ ମା’ଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କଠାରୁ କୌଣସି ଅର୍ଥ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭକ୍ତମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା ଯେପରି ସଠିକ ହେବ ସେଥି ସକାଶେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଚୈତ୍ର ପର୍ବ ଆୟୋଜନ ସକାଶେ ବିଭିନ୍ନ ପ୍ରସ୍ତାବଗୁଡିକ ଆଗତ କରିଥିଲେ। ନଦୀ କୂଳରେ ଭକ୍ତଗଣ କିଭଳି ସୁବିଧାରେ ଗାଧୋଇବା ସହିତ ଜଳ ଉଠାଇପାରିବେ ସେଥିସକାଶେ ସୁବ୍ୟବସ୍ଥା ଓ ଆଲୋକୀକରଣ ହେବ। ମନ୍ଦିର ପରିସରରେ ମାଙ୍କଡଙ୍କ ଉପଦ୍ରବ ରୋକିବା ବ୍ୟବସ୍ଥା ଓ ସେମାନଙ୍କ ମଳ ପରିସ୍କାର ଅବିରତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ୩ଟି ସ୍ଥାନରେ ଯାନ ବାହନ ରଖିବା ବ୍ୟବସ୍ଥା କରାଯିବ। ପାଇପ ଯୋଗେ ପାନୀୟଜଳ ଯୋଗାଣ ହେବା ସହିତ ୬ଟି ସ୍ଥାନରେ ୯ଟି ଟ୍ୟାଙ୍କର ଦ୍ବାରା ଜଳ ଯୋଗାଣ ହେବ। ଅସ୍ଥାୟୀ ପରିସ୍ରାଗାର ନିର୍ମାଣ ହେବ। ଭକ୍ତମାନଙ୍କ ଯାତାୟତ ନିମନ୍ତେ ୧୦ଟି ବସ୍‌ ବ୍ୟବସ୍ଥା କରାଯିବ। ଏହି ବୈଠକରେ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି. କେ. ଦଳାଇ, ଡ଼ିଏସ୍‌ପି ଡି.ଆଇ.ବି. ଅଜୟ କୁମାର ମିଶ୍ର, ବିଡିଓ ପୁରୁଷୋତ୍ତମପୁର ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ଏସଡିପିଓ ରଜନୀକାନ୍ତ ସାମଲ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ପୁରୁଷୋତ୍ତମପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.କେ.ରେଡ୍ଡୀ, ବରିଷ୍ଠ ସେବାୟତ ବାପୁଜୀ ରଣାଙ୍କ
ସମେତ ଅନ୍ୟାନ୍ୟ ସେବାୟତ ଏବଂ ସାମ୍ବାଦିକଗଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?