ଶ୍ରାବଣ ସୋମବାରରେ ତିନି ରାଜ୍ୟରୁ ଆସିଲେ ଭକ୍ତ, ସ୍ଥାନୀୟ ଯୁବକଙ୍କ ପକ୍ଷରୁ ନିଆଗଲା ବଡ଼ ପଦକ୍ଷେପ

କଲ୍ୟାଣସିଂହପୁର, ୩।୮(ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଐତିହାସିକ ଦେବଗିରି ଶୈବପୀଠ ଉତ୍ସବମୁଖର ହୋଇଉଠିଛି। ହାତୀ ଆକୃତିର ବିଶାଳ ପାହାଡ଼ ଉପରେ ଥିବା ପ୍ରାକୃତିକ ଗୁମ୍ଫାରେ ବିରାଜମାନ ବାବା ପଞ୍ଚମୁଖେଶ୍ୱରଙ୍କ ନିକଟରେ ଜଳାଭିଷେକ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସକାଳୁ ଗେରୁଆ ବସ୍ତ୍ରଧାରୀ କାଉଡ଼ିଆମାନେ ନିକଟସ୍ଥ ନାଗାବଳୀ ନଦୀରୁ ମନ୍ତ୍ରୋଚ୍ଚାରଣ ପୂର୍ବକ ପବିତ୍ର ଜଳ ଉଠାଇଥିଲେ। ପରେ ‘ହର ହର ମହାଦେବ’ ଓ ‘ବୋଲବମ’ ନାଦରେ ଗଗନପବନ କମ୍ପାଇ ଦେବଗିରି ଅଭିମୁଖେ ପଦଯାତ୍ରା କରିଥିଲେ। ଦେବଗିରି ପାହାଡ଼ ଚଢ଼ି ଭକ୍ତମାନେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ବାବା ପଞ୍ଚମୁଖେଶ୍ୱରଙ୍କ ମସ୍ତକରେ ଜଳାଭିଷେକ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।
ଏହି କାଉଡ଼ିଆ ଯାତ୍ରାରେ କେବଳ ଓଡ଼ିଶା ନୁହେଁ, ବରଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ଆଧ୍ୟାତ୍ମିକ ପରିବେଶକୁ ଆହୁରି ସମୃଦ୍ଧ କରିଛନ୍ତି। ଅନ୍ୟପଟେ, ଶ୍ରାବଣ ସୋମବାରକୁ ଆଖିଆଗରେ ରଖି କଲ୍ୟାଣସିଂହପୁରର ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ବ୍ୟାପକ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କାଉଡ଼ିଆମାନଙ୍କ ପାଇଁ ବିଶ୍ରାମ, ପାନୀୟ ଜଳ, ସରବତ ଓ ମାଗଣା ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ସମଗ୍ର ଅଞ୍ଚଳରେ ଏବେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ମାହୋଲ ସୃଷ୍ଟି ହୋଇଛି।

 

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?