Advertisement

ଶ୍ରଦ୍ଧାଳୁଙ୍କୁ ଅନନ୍ତ ବାସୁଦେବ ମନ୍ଦିର ମନା

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରବିବାର ପଡୁଛି ପ୍ରବିତ୍ର ଅନନ୍ତ ଚତୁର୍ଦ୍ଦଶୀ। ଏଥିପାଇଁ ରାଜଧାନୀର ଅନନ୍ତ ବାସୁଦେବ ମନ୍ଦିରରେ ପ୍ରତିବର୍ଷ ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ଶ୍ରଦ୍ଧାଳୁମାନେ ପୂଜା କରିବା ସହ ମନ୍ଦିର ବେଢାରେ ପ୍ରସାଦ ସେବନ କରିଥାନ୍ତି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନନ୍ତ ବ୍ରତରେ ଯେପରି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ନ ହୁଏ ସେ ନେଇ ବିଏମ୍‌ସି ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରିଛି। ମନ୍ଦିରରେ ସାଧାରଣ ଦର୍ଶନ ସହିତ ମହାପ୍ରସାଦ ସେବନ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ବିଧି ପାଳନ ପୂର୍ବକ ପୂଜା ବ୍ୟତୀତ ମନ୍ଦିରରେ ଯେପରି ଅନ୍ୟ କୌଣସି ଉତ୍ସବ ନ ହୁଏ ସେଥିପାଇଁ କଟକଣା ଲଗାଯାଇଛି। ସେବାୟତଙ୍କ ଦ୍ୱାରା ଯଥାରୀତି ପୂଜା କରାଯିବ। ତେବେ ପୂଜାରେ ସମ୍ପୃକ୍ତ ଥିବା ସେବାୟତମାନେ ଯେପରି ଦ୍ୱିତୀୟ ଡୋଜ୍‌ ଟିକା ନେଇଥିବେ ଓ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବେ, ହାତ ସାନିଟାଇଜ୍‌ କରିବା ସହ କରୋନା ଗାଇଡ୍‌ଲାଇନ୍‌କୁ ପାଳନ କରିବେ ତାହା ଉପରେ ମନ୍ଦିର କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ପାଇଁ ୩ ଦିନ ଛୁଟି

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତେବେ ନିର୍ବାଚନରେ ଭୋଟ୍‌...

ଆଜିଠୁ ବାହାର ଫଗୁ ଖେଳ ଆରମ୍ଭ

ପୁରୁଣା ଭୁବନେଶ୍ୱର, ୭ା୩ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହାର ଫଗୁ ଖେଳ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ନଗର ପରିକ୍ରମାରେ ଶ୍ରୀ ଜୀଉମାନେ ଯାତ୍ରା...

‘ମୋ ସରକାର’ କାର୍ଯ୍ୟକ୍ରମକୁ ଅପରାଜିତାଙ୍କ କଟାକ୍ଷ: କହିଲେ ‘୨୦ ବର୍ଷ ପରେ ସରକାରଙ୍କ ୫-ଟି କଥା ମନେ ପଡ଼ିଲା’

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସଚିବମାନେ ବିଭିନ୍ନ ଜିଲାକୁ ଗସ୍ତ କରୁଛନ୍ତି। ଲୋକମାନଙ୍କୁ ଠିକ୍‌...

ଝାରପଡ଼ା ଜେଲରେ ହେବ ବିବନଙ୍କ ଟିଆଇ ପରେଡ୍‌

ଭୁବନେଶ୍ୱର,୨।୩(ବ୍ୟୁରୋ):ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ପଚରାଉଚରା କରିବ ସିବିଆଇ। ସୋମବାର ସିବିଆଇର ଏକ ଉଚ୍ଚସ୍ତରୀୟ ଟିମ୍‌...

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୦୬କୁ ବୃଦ୍ଧି ପାଇଛି। ୩ ମୃତକଙ୍କ ମଧ୍ୟରେ...

ଆଜି ପବିତ୍ର ଅଁଳା ନବମୀ: ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ ଅଫିସ,୨।୧୧: ଆଜି ପବିତ୍ର ଅଁଳା ନବମୀ। ୨ ବର୍ଷ ପରେ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ। ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ...

ବିଧାନ ପରିଷଦ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଓଡ଼ିଶାରେ ବିଧାନ ପରିଷଦ ପ୍ରତିଷ୍ଠା ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏଥିପାଇଁ କେବଳ କେନ୍ଦ୍ରର ଅନୁମତି ଆବଶ୍ୟକ। ତେଣୁ ଆସନ୍ତା ବଜେଟ ଅଧିବେଶନରେ...

ବେଆଇନ ଗଞ୍ଜେଇ ଚାଷ ବନ୍ଦ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ...

Advertisement
Archives

Model This Week