ଛଣବଗଡ଼, ତଡ଼ାରେ ବିକାଶ ଅପହଞ୍ଚ

ଦିଗପହଣ୍ଡି,୮ା୧୦(ଡି.ଏନ.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ସେହି ସବୁ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଦିଗପହଣ୍ଡି ବ୍ଲକ ବଡ଼ଡମ୍ବୁଳା ପଞ୍ଚାୟତ ଅଧୀନ ଛଣବଗଡ଼ ଏବଂ ତଡ଼ା ଏହାର ଏକ ଉଦାହରଣ ମାତ୍ର। ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଶୁକ୍ରବାର ଏହି ୨ ଗାଁରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଏହି ୨ ଗ୍ରାମକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ସେ କହିବା ପ୍ରକାରେ ଉଭୟ ଗାଁରେ ୫୬ ପରିବାର ବସବାସ କରୁଥିବା ବେଳେ ଏହି ୨ ଗାଁର ଲୋକମାନେ ବିକାଶ କ’ଣ ଜାଣନ୍ତି ନାହିଁ। ଗ୍ରାମ୍ୟ ସଡ଼କ ନିର୍ମାଣ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ୨ ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ଗ୍ରାମକୁ ଯିବାକୁ ହେଲେ କହ୍ନେଇ ନାଳ ଡ୍ୟାମର ହିଡ ଦେଇ ପାହାଡିଆ ଘାଟିରେ ରହିଛି ୨ ଚଲାପଥ। ଗାଁର ଚତୁର୍ଦ୍ଦିଗକୁ ଘେରି ରହିଛି କେରାଣ୍ଡି ମାଳ ପାହାଡ଼। ବର୍ଷା ଦିନେ ପାହାଡି ଝରଣା ଜଳରେ ୨ ଗ୍ରାମକୁ ଜଳବନ୍ଦୀ କରିଥାଏ। ଦିଗପହଣ୍ଡି ସଦର ମହକୁମାଠାରୁ ପ୍ରାୟ ୧୩ କିମି ଦୂରରେ ଅବସ୍ଥିତ ଏହି ୨ ଗାଁ। ସ୍ବାସ୍ଥ୍ୟକେନ୍ଦ୍ରଠାରୁ ପ୍ରାୟ ୮ କିମି ଦୂରରେ ଅବସ୍ଥିତ ଏହି ଗ୍ରାମରେ ବହୁ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବା ବେଳେ ଗର୍ଭବତୀମାନଙ୍କ ଅବସ୍ଥା ମଧ୍ୟ ଦୟନୀୟ। ରାସ୍ତା ନଥିବାରୁ ଏଠାକୁ ସ୍ବାସ୍ଥ୍ୟ ମିଶନର ଜନନୀ ଏକ୍ସପ୍ରେସ ପହଞ୍ଚିପାରେ ନାହିଁ। ରାସ୍ତା ନଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ପାହାଡିଆ ଘାଟି ରାସ୍ତା ପାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇବାକୁ ହୁଏ।
ଗ୍ରାମବାସୀଙ୍କ ପାଇଁ ପାହାଡି ଝରଣା ହିଁ ଏକମାତ୍ର ଉତ୍ସ। ଜନଜାତି ବର୍ଗର ଲୋକେ ଦୂଷିତ ଜଳ ପାନ କରି ଝାଡ଼ାବାନ୍ତି ଓ ଅନ୍ୟ ସଂକ୍ରାମକ ରୋଗରେ ପ୍ରାଣ ହରାଇଥିବା ନଜିର ରହିଛି। ସମସ୍ତଙ୍କ ପାଇଁ ଶିକ୍ଷା ଯୋଜନା ଏଠାରେ ନିରର୍ଥକ। ୬ରୁ ୧୪ ବର୍ଷର ପ୍ରାୟ ୪୫ରୁ ଅଧିକ ପିଲା ପାଠ ପଢାରୁ ବଞ୍ଚିତ। ଶିକ୍ଷାର ଆଲୋକ ପାଇନଥିବା ପିଲାମାନେ ବହି ସିଲଟ ଧରିବା ବୟସରେ ଗାଁ ନିକଟ ଜଙ୍ଗଲରୁ କାଠ ସଂଗ୍ରହ କରନ୍ତି। ଜୀବନ ଜୀବିକା ସହ ସଂଗ୍ରାମ କରୁଥିବା ଗାଁର ଗରିବ ଲୋକମାନେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ଆଶାଜନକ ସୁଫଳ ପାଇ ପାରୁନାହାନ୍ତି। ଏହି ଯୋଜନା କ’ଣ ସେମାନେ ଜାଣନ୍ତି ନାହିଁ। ଫଳରେ କାମଧନ୍ଦା ନପାଇ ଅନେକ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ୨ଟି ଗ୍ରାମର ଅଧିବାସୀ ଏବେବି ଆଶା ରଖିଛନ୍ତି ସରକାର ଓ ଜିଲା ପ୍ରଶାସନ ଦିନେ ନା ଦିନେ ତାଙ୍କ ଗାଁ ଉପରେ ସୁଦୃଷ୍ଟି ପକାଇବେ। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଏହି ୨ ଗ୍ରାମର ଲୋକଙ୍କୁ ସରକାରଙ୍କ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ସମାଜର ମୁଖ୍ୟ ସ୍ରୋତରେ ଏମାନଙ୍କୁ ସାମିଲ କରିବାକୁ ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଦାବି କରିଛନ୍ତି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଗ୍ରାମବାସୀଙ୍କ ସହାୟତାରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri