ପୁରୁଣା ମାଷ୍ଟର ପ୍ଲାନ୍‌ରେ ସହରର ବିକାଶ

ଭଞ୍ଜନଗର,୮।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସି ୧୯୫୭ ନଭେମ୍ବର ୧୫ ତାରିଖରେ ରାଜ୍ୟ ସରକାରଙ୍କ ଚିଠି (ନଂ.୪୦୨୫) ପ୍ରକାରେ ଭେଜିପୁଟ ଏବଂ ଗାମୁଣ୍ଡି ଗ୍ରାମର କେତୋଟି ରାଜସ୍ବ ଗ୍ରାମକୁ ନେଇ ଗଠିତ ହୋଇଥିଲା। ଏହାପରେ ସହରର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଲା। ପ୍ରାୟ ୫୦ ପୂର୍ବେ ପ୍ଲାନ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି। ତେବେ ଏ ପର୍ଯ୍ୟନ୍ତ ସେହି ପୁରୁଣା ପ୍ଲାନରେ ସହରର ବିକାଶ ଚାଲିଥିବା ଦେଖାଯାଉଛି। ଏନ୍‌ଏସି ଗଠନ ସମୟରେ ସହରର ଜନସଂଖ୍ୟା କମ୍‌ ଥିଲା। ୨୦୧୧ ଜନଗଣନା ଅନୁସାରେ ବର୍ତ୍ତମାନ ସହରର ୧୫ଟି ୱାର୍ଡ଼ରେ ୨୦,୪୮୨ଜଣ ଲୋକ ବସବାସ କରୁଛନ୍ତି। ବେସରକାରୀ ଭାବେ ଏହା ୨୫ ହଜାରରୁ ଉର୍ଦ୍ଧ୍ୱ ହେବ। ଜନଗଣନା ଅନୁସାରେ ମୋଟ ଜନସଂଖ୍ୟା ମଧ୍ୟରେ ୧୦,୩୦୮ ପୁରୁଷ ଏବଂ ୧୦୧୭୪ ମହିଳା ଅଛନ୍ତି। ୯୬.୨୬ ପ୍ରତିଶତ ହିନ୍ଦୁ, ମୁସଲିମ୍‌ ୨.୩୬ ପ୍ରତିଶତ ଏବଂ ୧.୧୦ ପ୍ରତିଶତ ଖ୍ରୀଷ୍ଟିଆନ ଅଛନ୍ତି । ୨୦୨୨ ଫେବୃୟାରୀ ଭୋଟର ତାଲିକା ଅନୁସାରେ ଏନ୍‌ଏସିରେ ୧୮,୪୧୦ ଭୋଟର ଥିବାବେଳେ ସେଥିମଧ୍ୟରେ ୯,୧୬୭ ପୁରୁଷ ଏବଂ ୯,୨୪୩ ମହିଳା। ତୃତୀୟ ଲିଙ୍ଗ ଭୋଟର ନାହାନ୍ତି। ଭଞ୍ଜନଗର ସହରରେ ପୁରୁଷ ଶିକ୍ଷିତ ହାର ୯୩.୮୮ ପ୍ରତିଶତ ଥିବାବେଳେ ମହିଳା ଶିକ୍ଷିତ ହାର ୮୪.୬୧ ପ୍ରତିଶତ। ସହରରେ ୪,୫୪୬ ଘର ଥିବାବେଳେ ସରକାର ସମସ୍ତ ଘରକୁ ପାଇପ ଯୋଗେ ପାଣି ଯୋଗାଇବା ବ୍ୟବସ୍ଥା କରିଛନ୍ତି । ଶତ ପ୍ରତିଶତ ଘରକୁ ପାଣି ଯୋଗାଣ ହେଉଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଲାଭଳି ଲାଗୁନାହିଁ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ୩୦ଲକ୍ଷ ୫୦ ହଜାର ଲିଟର ପାଣି ସହରକୁ ଛଡ଼ାଯାଉଛି। ବର୍ଷା ଦିନେ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଲୋକେ ଏନଏସିର ବିନା ଅନୁମତିରେ ମନଇଛା ଘର ତିଆରି କରୁଛନ୍ତି। ଡ଼୍ରେନ ଏବଂ ରାସ୍ତା ଠିକ୍‌ ନଥିବା ଯୋଗୁ ପରିମଳ ବିପର୍ଯ୍ୟସ୍ତ ହେଉଛି । ଏନଏସି ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନେଉନାହିଁ । ନୂଆ ଘର ନିର୍ମାଣ ହେଉଥିବା ବାଗ୍‌ଦେବୀ ରୋଡ଼, ବେଲଗୁଣ୍ଠା ରୋଡ଼୍‌, ମାଲସାହି, ମନଇଚ୍ଛାସାହି ଅଞ୍ଚଳରେ ଡ଼୍ରେନେଜ୍‌ ଠିକ୍‌ ନାହିଁ। ସ୍ଥାନ ଅଭାବରୁ ଅଧିକାଂଶ ସାହିେରେ ସ୍ଥାୟୀ ଡ଼୍ରେନ ହୋଇନାହିଁ । ଘର ମାଲିକମାନେ ଖର୍ଚ୍ଚକୁ ଡରି ଏନ୍‌ଏସିରୁ ନକ୍ସା ଅନୁମୋଦନ କରି ନେଉନାହାନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଶୁକ୍ରବାରଠାରୁ ସହରର ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଶୁକ୍ରବାର ଅପରାହ୍ନରେ ଟେଣ୍ଡର ଖୋଲାଯାଇଛି। ଯୋଗ୍ୟ ସଂସ୍ଥାକୁ ଦିନେ ଦୁଇଦିନ ମଧ୍ୟରେ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯିବା ସମ୍ଭାବନା ରହିଛି । ଏହାହେଲେ ସଂସ୍ଥା ଅଧୀନରେ ସଫେଇ କର୍ମଚାରୀ କାମ କରିବେ। ଏନଏସି ଏହାର ତଦାରଖ କରିବ। ଅନ୍ୟପକ୍ଷରେ ଭଞ୍ଜନଗର ଏନଏସିକୁ ଏକ ଆଧୁନିକ ସହର ଭାବେ ଗଢ଼ି ତୋଳିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୂତନ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଏବଂ କାଉନସିଲରମାନେ ଚେଷ୍ଟା ଚଳାଇଛନ୍ତି। ଅଧ୍ୟକ୍ଷ, କାଉନସିଲରମାନେ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝି ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ପୂର୍ବରୁ କର୍ମଚାରୀମାନେ ବର୍ଷ ବର୍ଷ ଧରି ଦରମା ପାଉ ନ ଥିଲେ। ତେଣୁ ସେମାନେ ମାସ ମାସ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ। ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଆରୁଖଙ୍କ ଉଦ୍ୟମ ଯୋଗୁ କର୍ମଚାରୀମାନେ ବକେୟା ଦରମା ସମ୍ପୂର୍ଣ୍ଣ ପାଇବା ସହ ଏବେ ନିୟମିତ ଦରମା ପାଉଛନ୍ତି। ସହରରେ ବର୍ତ୍ତମାନ ପ୍ରାୟ ୧୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଅନେକ ନୂଆ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଆଗକୁ ଆହୁରି ପ୍ରକଳ୍ପ ହେବ। ଏ ବାବଦରେ ପ୍ରାୟ ୨୦ରୁ ୩୦ କୋଟି ଖର୍ଚ୍ଚ ହେବା ଯୋଜନା ଅଛି। ସହରର ପ୍ରମୁଖ ରାସ୍ତାଗୁଡ଼ିକ ଭଲ ଥିବାବେଳେ ନୂତନ ସାହି ଗୁଡ଼ିକରେ ସମସ୍ୟା ରହିଛି। ଅଧିକାଂଶ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି। କେତେକ ସ୍ଥାନରେ ଜବରଦଖଲ ସମସ୍ୟା ରହିଥିବାରୁ ସହରର ସୌନ୍ଦର୍ଯ୍ୟକରଣ ହୋଇପାରନି। ବାଗଦେବୀ ରୋଡ଼ ବାସିନ୍ଦା ସଞ୍ଜୟ ପ୍ରଧାନ କହିଛନ୍ତି, ଡ଼୍ରେନ୍‌ ଠିକ୍‌ ନ ଥିବା ଯୋଗୁ ପାଣି ରାସ୍ତାରେ ଭାସୁଛି । ଅନ୍ୟପଟେ ରାସ୍ତା ମଧ୍ୟ ପକ୍କା ହୋଇନାହିଁ। ଏନେଇ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବକରଙ୍କ ସହ ଯୋଗାଯୋଗ କରିବାରୁ, ସହରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ସହରବାସୀଙ୍କୁ ଉନ୍ନତ ସେବା ଯୋଗାଇ ପାଇଁ ଲୋକ ପ୍ରତିନିଧି ଏବଂ କର୍ମଚାରୀମାନେ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri