ଐତିହ୍ୟ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ଥିତି

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଭୁବନେଶ୍ୱରର ଐତିହ୍ୟ ଅଞ୍ଚଳରେ ଏବେ ବିପର୍ଯ୍ୟସ୍ତ ସ୍ଥିତି ଦେଖିବାକୁ ମିଳୁଛି। ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ସଫେଇ ଓ ସଚେତନତା ଆଦି କ୍ଷେତ୍ରରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଦୀପତଳ ଅନ୍ଧାର ଭଳି ଖୋଦ୍‌ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ନିକଟରେ ବଡ଼ ବ୍ୟତିକ୍ରମ ନଜରକୁ ଆସିଛି। ୪୪ ନଂ. ଓ୍ବାର୍ଡରେ ଥିବା ଐତିହ୍ୟ ବଡ଼ଗଡ଼ ଗାଁରେ ପରିମଳ ଅବ୍ୟବସ୍ଥା ବିଏମ୍‌ସିର କାର୍ଯ୍ୟଧାରାକୁ ନେଇ ନାନା ପ୍ରଶ୍ନ ଉଠାଇଛି। କରୋନା ପରେ ଏବେ ଡେଙ୍ଗୁ ସଂକ୍ରମଣକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ସବୁକ୍ଷେତ୍ରରେ ବଡ଼ଗଡ଼ ଅବହେଳିତ ହୋଇ ରହିଛି। ଏଠାରେ ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏବେ ଡେଙ୍ଗୁ ବ୍ୟାପୁଥିଲେ ମଧ୍ୟ ସଫେଇ ଉପରେ ବିଏମ୍‌ସି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଆବର୍ଜନାପୂର୍ଣ୍ଣ ରାସ୍ତାଘାଟ ସହ ସରକାରୀ କୂଅ ଓ ୩ ପୁଷ୍କରିଣୀ ସରକାରୀ ଅବହେଳାର ଭିନ୍ନ ଚିତ୍ର ଦେଉଛି।
ବଡ଼ଗଡ଼ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପୋଖରୀ, ଟୁବି ଗଡିଆ ଓ ଗୋପାଳୁଣି ଗଡିଆ ସହିତ ପ୍ରାୟ ୫ଟି କୂଅ ଖନନ କରାଯାଇ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରାଯାଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ୩ ପୁଷ୍କରିଣୀ ଏବେ ଦଳ ଭର୍ତ୍ତି ହୋଇରହିବା ସହ ପାଣିରୁ ଦୁର୍ଗନ୍ଧ ବାହାରୁଛି। ପୁଷ୍କରିଣୀ ଚାରିପଟେ ଗଛଲତା ମାଡି ଯାଇ ଜଙ୍ଗଲିଆ ହୋଇ ରହିଥିବାରୁ ମଶା ବଂଶ ବୃଦ୍ଧି ପାଉଛି। ଅପରପକ୍ଷେ କୂଅଗୁଡିକ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି। ଏନେଇ ବିଏମ୍‌ସିକୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ସ୍ଥାନୀୟ ବାସିନ୍ଦା କହୁଛନ୍ତି। ଗ୍ରାମରେ ବିଏମ୍‌ସି ପକ୍ଷରୁ ପିଇବା ପାଣି ସଂଯୋଗ ହୋଇଥିଲେ ମଧ୍ୟ ସମସ୍ତେ ଉପକୃତ ହୋଇପାରୁନାହାନ୍ତି। ଏପଟେ କୂଅ ଓ ପୋଖରୀର ପାଣି ଆଉ ବ୍ୟବହାର ଉପଯୋଗୀ ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

ରାସ୍ତା ପ୍ରଶସ୍ତୀକରଣ, କୂଅ, ପୋଖରୀ ପୁନରୁଦ୍ଧାର ଆବଶ୍ୟକ
ବଡ଼ଗଡ଼ ଗ୍ରାମରେ ରାସ୍ତା ପ୍ରଶସ୍ତିକରଣ, ପୁଷ୍କରିଣୀ ଓ କୂଅର ପୁନରୁଦ୍ଧାର ଆବଶ୍ୟକ। ଗାଁର ପରିମଳ ବ୍ୟବସ୍ଥା ଅତି ଶୋଚନୀୟ ହୋଇ ପଡିଥିବାରୁ ଏହା ଉପରେ ନିହାତି ପକ୍ଷେ ଧ୍ୟାନ ଦିଆଯିବା ଉଚିତ୍‌। ଏବେ ସହରରେ ଡେଙ୍ଗୁରୋଗ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ବହୁବ୍ୟକ୍ତି ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।
-ଦିଲୀପ ହାଲି, ସ୍ଥାନୀୟ ବାସିନ୍ଦା
ବିଏମ୍‌ସିରେ ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନି
ବଡ଼ଗଡ଼ ଗ୍ରାମ ବହୁ ପ୍ରାଚୀନ। କିନ୍ତୁ ଏଠାରେ ପରିମଳ ବ୍ୟବସ୍ଥା କଥା ନ କହିବା ଭଲ। ୩ଟି ପୋଖରୀ ଏବେ ବ୍ୟବହାର ନ ହୋଇ ପଡି ରହିଛି। ଗ୍ରାମବାସୀ ଓ ଗାଈଗୋରୁଙ୍କୁ ଗାଧୋଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବହୁବାର ଏ ନେଇ ବିଏମ୍‌ସିରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ।
-ରମେନ୍ଦ୍ର ଜେନା, ବରିଷ୍ଠ ନାଗରିକ
ଆଖିଠାରରେ ସବୁ ଚାଲିଛି
ବିଏମ୍‌ସିର କାର୍ଯ୍ୟାଳୟ ନିକଟରେ ବଡ଼ଗଡ଼ ଗାଁ ରହିଥିଲେ ମଧ୍ୟ ଏଥିପ୍ରତି ଅଧିକାରୀଙ୍କର ନଜର ନାହିଁ। ଅପରିଷ୍କାର ରାସ୍ତା ସାଙ୍ଗକୁ ପରିତ୍ୟକ୍ତ ପୁଷ୍କରିଣୀ ଓ କୂଅ ପାଇଁ ସାଧାରଣ ଲୋକ ଚଳିବାରେ ବହୁ ଅସୁବିଧା ଭୋଗୁଛନ୍ତି। କେବଳ ଧର୍ମକୁ ଆଖିଠାର ପରି ସବୁ ଚାଲୁଛି।
-ଅଭୟ ସିଂ, ଯୁବ ସଂଗଠକ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮।୪: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ...

ଓଡ଼ିଶାରେ କେଉଁଠି, କେଉଁ ସମୟରେ ଭୋଟ୍‌; ଜାଣନ୍ତୁ…

ଭୁବନେଶ୍ୱର,୧୮।୪: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୧୩ ତାରିଖରେ ଓଡ଼ିଶାରେ...

ଦିନ ସାଢ଼େ ୧୧ଟାରେ ୪୦ ଟପିଲା ଭୁବନେଶ୍ବର ତାପମାତ୍ରା

ଭୁବନେଶ୍ୱର,୧୮।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଭୟଙ୍କର ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ...

ବିଜେଡିକୁ ଶକ୍ତ ଝଟ୍‌କା: ଶଙ୍ଖ ଛାଡି ହାତ ଧରିଲେ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ

ଭୁବନେଶ୍ୱର,୧୮।୪: ପୂର୍ବତନ ବିଜେଡି ବିଧାୟକ ସିପ୍ରା ମଲ୍ଲିକ ଗୁରୁବାର ଶଙ୍ଖ ଛାଡି ହାତ ଧରିଛନ୍ତି। ସେ କଂଗ୍ରେସ ଭବନରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ସିପ୍ରା...

ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୧୮।୪: କଂଗ୍ରେସ ପକ୍ଷରୁ ଓଡ଼ିଶାର ଆଉ ଚାରି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ମାହାଙ୍ଗା ପାଇଁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ...

ଟିକେଟ୍‌ ନ ମିଳିବାରୁ କାନ୍ଦିଲେ ସମୀର ଦାସ, ପୁଣିଥରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ

ଭୁବନେଶ୍ୱର,୧୮।୪: ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ପୂର୍ବତନ ମନ୍ତ୍ରୀ ସମୀର...

ପଶ୍ଚିମ ଓଡ଼ିଶାରେ ଓଲଟପାଲଟ ହେବ ସମୀକରଣ, ନବୀନଙ୍କ ସିକ୍ରେଟ ପ୍ଲାନ

ଭୁବନେଶ୍ୱର,୧୮।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

ଆଜି ଠୁ ୩ଦିନ ଯାଏଁ ସ୍କୁଲ ଛୁଟି, ହେଲେ ନିୟମିତ ଆସିବେ ଶିକ୍ଷକ

ଭୁବନେଶ୍ୱର,୧୮।୪: ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମ ପ୍ରବାହ ବଢିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri