ଜୁଆଙ୍ଗ ମୃତ୍ୟୁ ଘଟଣାରେ ଏନ୍‌ଏଚ୍‌ଆର୍‌ସି ମାଗିଲେ ସବିଶେଷ ରିପୋର୍ଟ

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଜନ୍ତାରୀ ଗ୍ରାମରେ ବହୁ ପୁରାତନ ଜନଜାତିର ୧୧ ଜଣ ଜୁଆଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ବୁଧବାର ରିପୋର୍ଟ ମାଗିଛନ୍ତି। ଉକ୍ତ ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି ତାହାର ସବିଶେଷ ରିପୋର୍ଟ ମାଗିଛନ୍ତି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଗତ ୨୯ ଅକ୍ଟୋବରରେ ଏକ ପିଟିଶନ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଆଦିବାସୀ ମଙ୍ଗଳ ବିଭାଗର ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ବେଳେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଜୁଆଙ୍ଗମାନେ ଅଭାବ ଅନଟନ ମଧ୍ୟରେ ରହିବା ସହ ମୌଳିକ ସୁବିଧା ପାଇପାରୁନାହନ୍ତି। ଗୋନାସିକା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋନାସିକାଠାରୁ ୧୫ କିମି ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବାଂଶପାଳଠାରୁ ୪୦ କିମି ଦୂରରେ ଏହି ଗ୍ରାମଟି ଅବସ୍ଥିତ। ଏଠାରେ ପାଖାପାଖି ୧୦୦ଟି ଜୁଆଙ୍ଗ ପରିବାର ବସବାସ କରୁଛନ୍ତି। ଜୁଆଙ୍ଗ ହେଉଛି ରାଜ୍ୟର ୧୩ଟି ସମ୍ବେଦନଶୀଳ ଆଦିବାସୀ ଗ୍ରୁପ (ପିଭିଟିଜି) ମଧ୍ୟରୁ ଅନ୍ୟତମ। ରାଜ୍ୟର ୬୨ଟି ଆଦିବାସୀ ସଂପ୍ରଦାୟ ମଧ୍ୟରୁ ୧୩ଟି ପୁରାତନ ଜନଜାତି ବର୍ଗର ଅଟନ୍ତି। ରାଜ୍ୟରେ ୨୦୧୧ ଜନଗଣନା ଅନୁଯାୟୀ, ଜୁଆଙ୍ଗଙ୍କ ସଂଖ୍ୟା ୪୭,୦୯୫ମଧ୍ୟରୁ କେନ୍ଦୁଝର ଜିଲାର ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ବ୍ଲକରେ ୨୬,୭୦୭ଜଣ ଅଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଗ୍ରାମର ଜୁଆଙ୍ଗମାନେ ହିତାଧିକାରୀ ହୋଇ ନ ଥିବା ବେଳେ କେନ୍ଦୁଝର ଜିଲାରେ ନିଜସ୍ବ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କେନ୍ଦୁଝର ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ଅତ୍ୟାବଶ୍ୟକୀୟ ସୁବିଧା ଯୋଗାଇବା ଦେବା ଉପରେ ଆଇନଜୀବୀ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୪।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ଉଚ୍ଛେଦ ନ ହେଲେ…

ବରଗଡ଼,୨୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରମ ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ରୁ ଦାବି ଜୋର୍‌ ଧରି ଆସିଛି।...

ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ...

ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ, ଯବାନଙ୍କ ପିକ୍‌ଅପ୍‌ ଯିବା ସମୟରେ…

ମାଲକାନଗିରି,୨୪ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍‌ ଜାତୀୟ ରାଜପଥରେ ମାଓବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ବିଜାପୁର ଗୋର୍ଲା ନାଲା ନିକଟରେ...

ଶଙ୍କରଙ୍କ ଦର୍ଶନ ପାଇଁ ଚାରିଧାମ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ ଶଙ୍କର

ଦାରିଙ୍ଗବାଡ଼ି,୨୪ା୩(ଅରୁଣ ସାହୁ): ଶଙ୍କରଙ୍କ ଦର୍ଶନ ପାଇଁ ଶଙ୍କର ବାହାରିଛନ୍ତି ସେ ବି ସାଇକଲରେ। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା...

୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ୱର,୨୪।୩: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ସୋମବାର ଗୃହର ଏକ ପ୍ରଶ୍ନର ଉତ୍ତରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଏକ...

‘ସମାଜରେ ନାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭଞ୍ଜନଗର,୨୪ା୩(ବାବୁଲା ପ୍ରଧାନ): ଘୁମୁସର ଲେଖିକା ସଂସଦ ଜୁନ୍‌ ମାସରେ ତା’ର ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ତେଣୁ ରବିବାର ସ୍ଥାନୀୟ ଶ୍ରୀ ସତ୍ୟସାଇ ବିଦ୍ୟାବିହାର...

ଚିତ୍ର ଆଙ୍କି ଚର୍ଚ୍ଚାରେ ତୁଳସୀ

ଗଞ୍ଜାମ,୨୪ା୩(ବିଦ୍ୟାଧର ସାହୁ): ବଣର ମଲ୍ଲୀ ବଣରେ ଫୁଟି ମଉଳି ଯିବା ଭଳି ଘଟଣା ଏବେ ପଦାକୁ ଆସିଛି l ଗଞ୍ଜାମ ଜିଲା କୋମଣ୍ଡ ପଞ୍ଚାୟତ ବଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri