ସନ୍ଦେହରୁ ବିନାଶ

ହରେକୃଷ୍ଣ ଦାସ

ମହାଭାରତ ଯୁଦ୍ଧରେ ଆତ୍ମୀୟସ୍ବଜନଙ୍କ ବିରୋଧରେ ଲଢ଼ିବାର ଔଚିତ୍ୟକୁ ନେଇ ସଂଶୟରେ ଥିବା ଅର୍ଜୁନକୁ ଭଗବାନ୍‌ ଶ୍ରୀକୃଷ୍ଣ ତାତ୍ତ୍ୱିକ ଉପଦେଶ ତଥା ସଦ୍‌ଜ୍ଞାନ ପ୍ରଦାନ କରିବା ଅବସରରେ କହିଥିଲେ, ‘ଅଜ୍ଞଶ୍ଚ ଅଶ୍ରଦ୍ଧଧାନଶ୍ଚ ସଂଶୟାତ୍ମା ବିନସ୍ୟତି, ନାୟଂ ଲୋକୋସ୍ତି ନ ପରୋ ନ ସୁଖଂ ସଂଶୟାତ୍ମନଃ।’ ଅର୍ଥାତ୍‌ ଅଜ୍ଞ, ଶ୍ରଦ୍ଧାହୀନ ତଥା ସବୁବେଳେ ସନ୍ଦେହ ଭିତରେ ରହୁଥିବା ଲୋକ କେବଳ ବିନାଶ ଅଭିମୁଖେ ହିଁ ଗତି କରୁଥାଏ। ସନ୍ଦେହୀ ଲୋକ କୌଣସି ସ୍ଥିତିରେ ବି ସୁଖ ଅନୁଭବ କରିପାରେନା।
ସାମ୍ପ୍ରତିକ ସାମାଜିକ ଅବସ୍ଥା ଭୋଗୁଥିବା ଆମେମାନେ କିନ୍ତୁ ସନ୍ଦେହ କରିବା ବା ନ କରିବାକୁ ନେଇ ଯେଉଁ ଦ୍ୱିଧାରେ ଅଛୁ, ତା’ର ସମାଧାନ ଶ୍ରୀକୃଷ୍ଣଙ୍କ ଉପଦେଶର ଏକ ଆପେକ୍ଷିକ ଗ୍ରହଣୀୟତା ଦ୍ବାରା ସମ୍ଭବ ହେଇପାରେ। ଆପେକ୍ଷିକ ହେବା ଏଥିପାଇଁ ଆବଶ୍ୟକ ଯେ ଶ୍ଳୋକର ଆକ୍ଷରିକ ଅର୍ଥ ଭିତରେ ସ୍ଥିର ନ ରହି ଅନେକ ସମୟରେ ଅନ୍ୟକୁ ସନ୍ଦେହ କରିବାର ଆବଶ୍ୟକତା ନିଶ୍ଚୟ ଥାଏ। ବର୍ତ୍ତମାନର କଳୁଷିତ ସମାଜରେ ଜଣକୁ ବିଶ୍ବାସ କରିବା ପୂର୍ବରୁ ଅନେକ ଥର ପରଖିବାର ଆବଶ୍ୟକତା ଅଛି। ଆମ ସହ କଅଁଳ କଥା ହେଉଥିବା ଲୋକ ଯେ ଆମର ମନ୍ଦ ପାଞ୍ଚୁନଥିବ, ସେ କଥା କହି ହେବନି। ଯିବାଆସିବା ବାଟରେ ବନ୍ଧୁତା ଜମେଇ ଏକାନ୍ତ ଆପଣାର ମନେହେଉଥିବା ଲୋକ ହିଁ ସହଜରେ ଆମକୁ ଲୁଟିପାରେ ଏଇଥିପାଇଁ ଯେ ଆମେ ତା’ର ସଇତାନ ମନୋଭାବକୁ ପଢ଼ି ନ ପାରି ତାକୁ ଅନ୍ଧ ଭାବରେ ବିଶ୍ବାସ କରିଯାଇଥାଉ। ଅନ୍ୟର ଭାବନାକୁ ସନ୍ଦେହ ନ କରିପାରିବା କାରଣରୁ ଏ ସଂସାରରେ ବହୁ ଅନର୍ଥ ଘଟିଯାଇଛି ଏବଂ ନିରନ୍ତର ଘଟିଚାଲିଛି ମଧ୍ୟ।
କିନ୍ତୁ ସନ୍ଦେହ କରିବାର ପ୍ରବୃତ୍ତିକୁ ନିଜ ଚାରିତ୍ରିକ ବୈଶିଷ୍ଟ୍ୟ ବନେଇଦେଲେ ତା’ର ପରିଣତି କେବଳ ବିନାଶ ହିଁ ହୋଇଥାଏ। ସନ୍ଦେହୀମାନେ ନିଜ ସପକ୍ଷରେ ଅନେକ ଯୁକ୍ତି ବାଢ଼ି ଅନ୍ୟମାନଙ୍କ ପ୍ରତିଟି କାର୍ଯ୍ୟକଳାପ ତଥା ମନୋଭାବ ଉପରେ ଦୀକ୍ଷାନ୍ତ ଭାଷଣ ଦେଇପାରନ୍ତି। ଅନ୍ୟମାନେ ଯାହା କଲେ ବି ତା’ ପଛରେ ନିଶ୍ଚୟ କିଛି ମନ୍ଦ ଉଦ୍ଦେଶ୍ୟ ଅଛି ବୋଲି ଏମାନେ ଈଶ୍ବରଙ୍କ ଭଳି ଠଉରେଇପାରନ୍ତି, ଏବଂ ସେଇ ଅନୁସାରେ ସେମାନଙ୍କ ସହିତ ବ୍ୟବହାର କରନ୍ତି ଓ ସମ୍ପର୍କ ରଖନ୍ତି। ତା’ ଦ୍ବାରା ଏ ସନ୍ଦେହୀମାନଙ୍କର ସାମାଜିକ ସମ୍ପର୍କ ଖରାପ ତ ହୁଏ ନିଶ୍ଚୟ, ତା’ ସହ ସବୁବେଳେ ନିଜକୁ ଅସୁରକ୍ଷିତ ମଣି ଏମାନେ ଭୟ ଭିତରେ ହିଁ ଜୀବନ ବିତେଇବାକୁ ବାଧ୍ୟ ହୁଅନ୍ତି। ପ୍ରତ୍ୟେକଟି କଥାକୁ କେବଳ ନକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରି ନିଜେ ତ ଅଶାନ୍ତି ଭୋଗନ୍ତି, ନିଜ ପରିବେଶରେ ମଧ୍ୟ ସେଇ ଅଶାନ୍ତି ଖେଳେଇ ଦିଅନ୍ତି।
ଅସ୍ବାଭାବିକ ସନ୍ଦେହ ପ୍ରବଣତାରୁ ମଣିଷ ଅସ୍ବାଭାବିକ ଭାବରେ ଭୟଭୀତ ହୋଇପଡ଼େ ଏବଂ ବେଳେବେଳେ ଅସ୍ବାଭାବିକ ପରିଣତି ମଧ୍ୟ ଭୋଗେ। ଏଇ କଥାଟି ବୁଝେଇବାକୁ ଯାଇ ସେଦିନ ଆମେରିକୀୟ ଲେଖକ ଅର୍ଣ୍ଣେଷ୍ଟ ହେମିଙ୍ଗୱେଙ୍କ କଥା ବନ୍ଧୁଙ୍କୁ ଶୁଣଉଥିଲି ଯେ ସେ ଯେତେବେଳେ ସନ୍ଦେହ କରିବା ରୋଗର ଶିକାର ହେଇଗଲେ ତାଙ୍କୁ ଲାଗିଲା ଯେ ତାଙ୍କ ସ୍ତ୍ରୀ ଓ ପିଲା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ଏ ପ୍ରକାର ସନ୍ଦେହ ତାଙ୍କୁ ଏତେ ଭୟଭୀତ ଓ ବିଚଳିତ କରିଦେଲା ଯେ, ସେ ନିଜ ପାଟିରେ ବନ୍ଧୁକ ରଖି ଗୁଳି ମାରି ଆତ୍ମହତ୍ୟା କଲେ। ଏକଥା ଶୁଣି ବନ୍ଧୁ ମୁହଁ ଶୁଖାଇ ନିଜ କାହାଣୀ ବଖାଣିଲେ।
”ମୋ ଶାଶୁ ଓ ଶ୍ବଶୁରଙ୍କର ଆମ ପ୍ରତି ଶ୍ରଦ୍ଧା ନାହିଁ ବୋଲି ମୁଁ ଜାଣେ, ହେଲେ ସେମାନଙ୍କର ସନ୍ଦେହ କରିବାର ଚରିତ୍ର ଏତେ ଭୟଙ୍କର ଯେ ମତେ ଅନେକ ଥର କଷ୍ଟ ଲାଗେ। ସେ ସବୁ ବରଦାସ୍ତ କରିହୁଏନି। ଥରେ ସେମାନେ ଆମ ଘରକୁ ବୁଲିବାକୁ ଆସିଥିଲେ ଯେ ତାଙ୍କ ଲୁଗାପଟା, ହାତଘଣ୍ଟା, ପର୍ସ ଇତ୍ୟାଦି ଆମ ଆଲଣା କି ସେଲ୍ଫରେ ନରଖି ଗୋଟେ ପରିବାକିଣା ଜରି ବ୍ୟାଗରେ ଭର୍ତ୍ତିକରି ଆମ ଗେଷ୍ଟ ରୁମର କବାଟ କୋଣରେ ରଖିଲେ। ଏବଂ ଶ୍ବଶୁର ମଧ୍ୟ ମଝିରେ ମଝିରେ ଲୁଚି ଲୁଚି ନଜର ରଖୁଥା’ନ୍ତି କାରଣ ସେ ସନ୍ଦେହ କରୁଥିଲେ ଯେ ମୁଁ କାଳେ ତାଙ୍କ ବ୍ୟାଗରେ ହାତ ମାରି କିଛି ଚୋରେଇ ନେଉଥିବି। ଶାଶୁ ବି ତହୁଁ ବଳି। ତାଙ୍କ ଘରେ କୌଣସି ଜିନିଷ ନ ମିଳିଲେ, ଏମିତିକି ରୋଷେଇଘର ଜିନିଷ ନ ମିଳିଲେ ବି ସେ ସନ୍ଦେହ କରନ୍ତି ଯେ ତାଙ୍କ ଘରକୁ ଯାଉଥିବା ଲୋକମାନେ ବୋଧେ ଚୋରି କରି ନେଇଯାଇଛନ୍ତି। ସନ୍ଦେହ କରି ଅଭିଶାପ ଦେଲା ଭଳି ଗାଳି ବି ଦିଅନ୍ତି। ତାଙ୍କର ଏ ପ୍ରକାର ସନ୍ଦେହରୁ ଆମେମାନେ ମଧ୍ୟ ବାଦ ପଡ଼ିନୁ। ସେଥିପାଇଁ ତାଙ୍କ ଘରକୁ ଯିବାକୁ ଆମକୁ ଭୟ ଲାଗେ। ଗଲେ ବି ସାବଧାନ ଥାଉ ଯେ ସେମାନେ ନ ଦେଖୁଥିବା ସମୟରେ ତାଙ୍କର କୌଣସି ଜିନିଷରେ ଯେମିତି ଆମେ ହାତ ନ ଲଗାଉ। ରାସ୍ତାରେ ଚାଲି ଯାଉଥିବା ଭିକାରି କିମ୍ବା ଗରିବ ଦିଶୁଥିବା ଲୋକଟେ ଦେଖିଲେ ବି ସେମାନେ ନିଶ୍ଚିତ ହେଇଯାଆନ୍ତି ଯେ ସେ ଲୋକଟା ଚୋର ହିଁ ହେଇଥିବ। ୟା’ ଦ୍ବାରା ଅନେକ ଭଦ୍ରଲୋକ ଏମାନଙ୍କୁ ଆଭଏଡ୍‌ କରି ରହନ୍ତି। ଅଥଚ ସେକଥା ଏମାନେ ବୁଝି ମଧ୍ୟ ପାରନ୍ତିନି। ଯୋଉମାନଙ୍କୁ ସନ୍ଦେହ କରିବା ଉଚିତ, ସେମାନେ ୟା’ଙ୍କୁ ଭଦ୍ରଲୋକ ଭଳିଆ ଦିଶନ୍ତି। କିନ୍ତୁ ଯୋଉମାନେ ୟାଙ୍କୁ ନିଃସ୍ବାର୍ଥପର ଭାବରେ ସାହାଯ୍ୟ କରନ୍ତି, ସେଇମାନଙ୍କୁ ହିଁ ଏମାନେ ସନ୍ଦେହ କରନ୍ତି। ଏମାନଙ୍କ ଅଜ୍ଞତା ଓ ମୂର୍ଖତା ଦେଖିଲେ ବହୁତ ରାଗ ଆସେ।“
ବନ୍ଧୁଙ୍କ ଅସନ୍ତୋଷ ଓ ବିରକ୍ତି ସ୍ପଷ୍ଟ ବାରି ହୋଇପଡୁଥାଏ। ସେମାନଙ୍କ ଉପରୁ ଧ୍ୟାନ ହଟେଇବାକୁ ମୁଁ କହିଲି, ‘ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି। ସେମାନଙ୍କୁ ଗୁରୁତ୍ୱ ନଦେଇ ଫୁ କରି ଉଡ଼େଇଦିଅ। ଏ ଦୁହେଁ ତ କେହି କାହାକୁ କମ୍‌ ନୁହନ୍ତି। ହେଲେ ଏତେ ସନ୍ଦେହୀ ମା’ବାପାଙ୍କ ଜିନ୍‌ଟା ତାଙ୍କ ଝିଅ ପାଖରେ…’ ମତେ ଅଧାରୁ ଅଟକେଇ ଦେଇ ବନ୍ଧୁ କହିଲେ ‘ଥାଉ, ଆଉ ପଚାରନି। ଜାଣେ, ମୋ ଉତ୍ତର ଶୁଣିବାମାତ୍ରେ ତମେ ପୁଣି କହିବ ଯେ ସଂଶୟାତ୍ମା ବିନସ୍ୟତି।’
ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି କଲେଜ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri