ଏଇ ଭାରତରେ

ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଉତ୍ସବରେ ବାହ୍ୟ ସଂସ୍କୃତି ଉପରେ କଟକଣା ଲଗାଇବା ସହିତ ଖର୍ଚ୍ଚକାଟ କରିବା ଲାଗି ଏକ ଅଜବ ନିଷ୍ପତ୍ତି ନିଆଯାଇଥିବା ଘଟଣା ସାମ୍‌ନାକୁ ଆସିଛି ହିମାଚଳ ପ୍ରଦେଶରେ। ଉକ୍ତ ରାଜ୍ୟର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ବିୟର ପିଇବାକୁ ନିଷିଦ୍ଧ କରିବା ଲାଗି ଏକ ପ୍ରସ୍ତାବ ପାରିତ କରିଛି। କେବଳ ଏତିକି ନୁହେଁ, ପର୍ବପର୍ବାଣିରେ ବାହ୍ୟ ସଂସ୍କୃତିର ମିଶ୍ରଣକୁ ରୋକିବା ପାଇଁ ପଞ୍ଚାୟତ ବୈଠକରେ ଆଲୋଚନା କରାଯାଇଛି। ପଞ୍ଚାୟତ ମୁଖ୍ୟ ସୋନମ ଜାଙ୍ଗପୋ କହିଛନ୍ତି, ଗ୍ରାମ ସଭା ବୈଠକରେ ବିବାହ ତଥା ଅନ୍ୟାନ୍ୟ ଉତ୍ସବରେ ବିୟର ପରଷା ଯିବା ଉପରେ ନିଷେଧାଦେଶ ଜାରି କାରାଯିବା ସହ ବାହ୍ୟ ସଂସ୍କୃତିର ମିଶ୍ରଣ ତଥା ଖର୍ଚ୍ଚକୁ ରୋକିବା ସକାଶେ ସହମତ ପ୍ରକାଶ ପାଇଛି। ଜିଲା ପରିଷଦ ସଦସ୍ୟ କୁଙ୍ଗା ବୋଡ ଆଶା ପ୍ରକଟ କରିଛନ୍ତି, ସଂସ୍କୃତି ଏବଂ ପରମ୍ପରାର ସଂରକ୍ଷଣକୁ ନେଇ ଯୁବକମାନେ ମଧ୍ୟ ଚିନ୍ତିତ ଥିବାରୁ ବାହ୍ୟ ସଂସ୍କୃତିର ପ୍ରଭାବକୁ ହଟାଇବା ପାଇଁ ପଦକ୍ଷେପ ନିଆଯିବ। ରୋହତଙ୍ଗ ପାସ ଅନ୍ତର୍ଗତ ଅଟଳ ଟନେଲ ନିର୍ମାଣ ପରେ କେଲଙ୍ଗକୁ ପର୍ଯ୍ୟଟକଙ୍କ ଆସିବା ବହୁଗୁଣିତ ହୋଇଛି। ସେଠାକାର ପାରମ୍ପରିକ ସଂସ୍କୃତି ଓ ପରମ୍ପରା ଏବଂ ପରିବେଶ କିଭଳି ଉଜ୍ଜୀବିତ ରହିବ ସେଥିପାଇଁ ପଞ୍ଚାୟତବାସୀ ସଚେତନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri