ଉପେକ୍ଷିତ ଶୈଶବ, ଦୁଃଖଦ ବାର୍ଦ୍ଧକ୍ୟ

ପ୍ରକାଶ ତ୍ରିପାଠୀ

ପିଲାବେଳର ଅନୁଭୂତି ଓ ସ୍ମୃତିକୁ କୌଣସି ମଣିଷ ସେମାନଙ୍କ ଜୀବନକାଳ ମଧ୍ୟରେ ଭୁଲିପାରି ନ ଥାନ୍ତି। ବିଶେଷକରି ପରିଣତ ସମୟରେ ନିଜର ସେହି ଅଭୁଲା ସ୍ମୃତିକୁ ମନେପକାଇ ସମସ୍ତେ ଭାବପ୍ରବଣ ହୋଇଥାନ୍ତି। ସେଥିପାଇଁ ବୋଧହୁଏ ପରିଣତ ବୟସରେ ନାତୁଣୀନାତିଙ୍କ ସହ ଅଧିକ ସମୟ ବିତାଇ ଶୈଶବମନସ୍କ ହେବାକୁ ବୟସ୍କମାନେ ଅଧିକ ପସନ୍ଦ କରିଥାନ୍ତି। ଶୈଶବ ସମୟରେ ପ୍ରତ୍ୟେକ ମଣିଷ ସମସ୍ତ ଚିନ୍ତାରୁ ଦୂରରେ ରହି ନିଜର ମାତାପିତାଙ୍କ ପୂର୍ଣ୍ଣ ହେପାଜତରେ ସମସ୍ତ ଇଚ୍ଛାର ପୂର୍ତ୍ତି କରିଥାନ୍ତି। ଘରର ସମସ୍ତ ଯୋଜନା ପିଲାମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଏ। ଘରର ପ୍ରତ୍ୟେକ ସଦସ୍ୟ ପିଲାମାନଙ୍କ ପ୍ରତି ସହାନୁଭୂତିଶୀଳପୂର୍ବକ ସେମାନଙ୍କୁ ସ୍ନେହ ଓ ପ୍ରେମ କରିଥାନ୍ତି। ବିଶେଷ କରି ଜେଜେ ମା’ ଜେଜେ ବାପାଙ୍କର ଅତିପ୍ରିୟ ହୋଇଥାନ୍ତି ପିଲାମାନେ। ସେମାନଙ୍କଠାରୁ ଅଯାଚିତ ସ୍ନେହ ଓ ଭଲପାଇବା ଯୋଗୁ ନିଜର ମାତାପିତାଙ୍କ ଅପେକ୍ଷା ପିଲାମାନେ ସେମାନଙ୍କର ଜେଜେ ମା’ଜେଜେ ବାପାଙ୍କ ପାଖରେ ଅଧିକ ସମୟ ରହିବା ପାଇଁ ଭଲପାଇଥାନ୍ତି। ଯେଉଁ ଇଚ୍ଛା ନିଜର ମା’ବାପାଙ୍କଠାରୁ ପୂର୍ଣ୍ଣ ହୋଇ ପାରି ନ ଥାଏ, ସେହି ଇଚ୍ଛା ଜେଜେ ମା’ ଜେଜେ ବାପାଙ୍କ ମାଧ୍ୟମରେ ସହଜରେ ପୂର୍ଣ୍ଣ ହୋଇଯାଇଥାଏ। ଘରର ଗୁରୁଜନମାନେ ପିଲାମାନଙ୍କୁ ଭଲ ସଂସ୍କାର ପ୍ରଦାନ କରିବାରେ ଅବହେଳା କରି ନ ଥାନ୍ତି। ଛୋଟ ପିଲାମାନଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ ଘରର ପ୍ରତ୍ୟେକ ଗୁରୁଜନ ପ୍ରଥମରୁ ଯତ୍ନବାନ ହୋଇଥାନ୍ତି। ଘରର ଜେଜେ ମା’ ଜେଜେ ବାପା ଓ ଅନ୍ୟାନ୍ୟ ଗୁରୁଜନମାନେ ପିଲାମାନଙ୍କ ପାଇଁ ଏକ ପୂର୍ଣ୍ଣକାଳୀନ ଶିକ୍ଷକ ଭାବେ କାର୍ଯ୍ୟ କରିଥାନ୍ତି ଓ ପ୍ରତ୍ୟେକ କ୍ଷେତ୍ରରେ ପିଲାମାନଙ୍କୁ ଉତ୍ତମ ଚରିତ୍ର ସହ ଶ୍ରେଷ୍ଠ ସଂସ୍କାରପୂର୍ଣ୍ଣ କରିବା ପାଇଁ ବିଶେଷ ସହଯୋଗ କରିଥାନ୍ତି।
ଉପରବର୍ଣ୍ଣିତ ତଥ୍ୟ ନିଶ୍ଚିତ ପାଠକମାନଙ୍କ ମନରେ ଏକ ସଂଯୁକ୍ତ ପରିବାର ବା ଯୌଥ ପରିବାରର ଚିତ୍ର ଆଙ୍କି ସାରିଥିବ। ସଂଯୁକ୍ତ ପରିବାର ଭାରତୀୟ ସଂସ୍କୃତିର ପରିଚୟ । ପ୍ରାଚୀନ ଭାରତୀୟ ସଂସ୍କୃତିର ସମସ୍ତ ପରିଚୟ ମଧ୍ୟରେ ସଂଯୁକ୍ତ ପରିବାର ଏକ ମୁଖ୍ୟ ପରିଚୟ ଧାରଣ କରିଥାଏ। ଏହି ପ୍ରକାର ପରିବାରରେ, ଅତି କମରେ ତିନି ପିଢି ଲୋକ ଏକାଠି ରୁହନ୍ତି ଏବଂ ଖୁସିରେ ଜୀବନ ଅତିକ୍ରାନ୍ତ କରନ୍ତି। ଏହା ଯେକୌଣସି ଶିଶୁର ସମ୍ପୂର୍ଣ୍ଣ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ସର୍ବୋତ୍ତମ କ୍ଷେତ୍ର ଭାବେ ବିବେଚିତ ହୁଏ । ମିଳିତ ପରିବାରରେ ବଢୁଥିବା ପିଲାମାନେ ଏକ ଶୃଙ୍ଖଳିତ ଜୀବନଯାପନ କରନ୍ତି ଏବଂ ସର୍ବଦା କିଛି ବୟସ୍କଙ୍କ ତତ୍ତ୍ୱାବଧାନରେ ରହିଥା’ନ୍ତି। କିନ୍ତୁ ଆଧୁନିକତା, ମାତ୍ରାଧିକ ବ୍ୟକ୍ତି ସ୍ବାଧୀନତା ଓ ଭୌତିକ ସୁଖ ଅର୍ଜନ ଦୌଡରେ ସଂଯୁକ୍ତ ପରିବାରର ସ୍ଥିତି ଆଜି ବିପନ୍ନ। ସଂଯୁକ୍ତ ପରିବାରର ବିଘଟନରେ ଘର ବିଭାଜିତ ହୁଏ, ଧନ ସମ୍ପତ୍ତି ବିଭାଜିତ ହୁଏ ଓ ପାରସ୍ପରିକ ସମ୍ପର୍କ ବି ଦୁର୍ବଳ ହୋଇଯାଏ। ସଂଯୁକ୍ତ ପରିବାରର ବିଘଟନରେ ସର୍ବାଧିକ କ୍ଷତିଗ୍ରସ୍ତ ହୁଅନ୍ତି ଘରର ଛୋଟ ଛୋଟ ପିଲା, ଜେଜେମା ଓ ଜେଜେ ବାପାଙ୍କ ଭଳି ବୟସ୍କ ଗୁରୁଜନମାନେ। ଉଭୟ ଅବହେଳିତ ହୋଇଯାନ୍ତି ଏକକ ବା ଅଣୁ ପରିବାରରେ। ଛୋଟ ପିଲାମାନେ ସେମାନଙ୍କ ଆଦରର ଜେଜେମା ଓ ଜେଜେବାପାଙ୍କଠାରୁ ଦୂରେଇଯାନ୍ତି ଏବଂ ବୟସ୍କ ଜେଜେମା ଓ ଜେଜେ ବାପାମାନେ ନାତୁଣୀ-ନାତିଙ୍କ ମମତାଠୁ ଦୂରରେ ରହିଯାନ୍ତି। ପରିବାର ଚଳାଇବା ପାଇଁ ଏବେ ଅଧିକାଂଶ ପରିବାରରେ ଉଭୟ ପତ୍ନୀ-ପତିଙ୍କୁ ରୋଜଗାରକ୍ଷମ ହେବାକୁ ପଡୁଛି, ଯଦ୍ଦ୍ବାରା କି ପିଲାମାନକୁ ସେମାନେ ସମୟ ଦେଇ ପାରୁନାହାନ୍ତି। ପିଲାଙ୍କ ଦାୟିତ୍ୱ ଦିଆଯାଉଛି ଆୟାମାନଙ୍କୁ। ପରିବାର ସଦସ୍ୟ ଓ ଆୟାଙ୍କ ମଧ୍ୟରେ ଅନେକ ଫରକ। ମାନସିକ ତଥା ଭାବନାତ୍ମକ ସ୍ତରରେ ପିଲାମାନେ ଆୟାମାନଙ୍କ ନିକଟରେ ନିଜକୁ ଅସହାୟ ମନେକରୁଥିଲେ ବି ସେମାନଙ୍କ ନିକଟରେ ଅନ୍ୟ ବିକଳ୍ପ ନ ଥାଏ। ନିଜ ଲୋକଙ୍କଠାରୁ ଦୂରେଇଯାଇ ପର ଲୋକଙ୍କ ପାଖରେ ଲାଳନପାଳନ ହେବାକୁ ପଡିଥାଏ ଛୋଟ ଛୁଆମାନଙ୍କୁ। ଯେଉଁଠାରେ ହୃଦୟର ସମ୍ପର୍କ ରୁହେନାହିଁ, ସେଠାରେ ପିଲାମାନେ ଅଧିକ ଏକଲାପଣର ଶିକାର ନ ହେବେ ବା କେମିତି। ଯେଉଁ ପରିବାରରେ ଛୋଟ ପିଲାମାନଙ୍କୁ ଘରର ଅଭିଭାବକମାନେ ସମୟ ଦେଇପାରୁନାହାନ୍ତି, ସେଠାରେ ବୟସ୍କ ଗୁରୁଜନଙ୍କ ଯତ୍ନ ନେବାକୁ ସେମାନେ କୁଆଡୁ ସମୟ ପାଇବେ। ବାଧ୍ୟ ହୋଇ ସ୍ବଇଚ୍ଛାରେ ବା ବୋହୂ-ପୁଅଙ୍କ ଇଚ୍ଛାରେ ଅନାଥାଶ୍ରମ ବା ବୃଦ୍ଧାଶ୍ରମକୁ ଆଦରି ନେଉଛନ୍ତି ବୟସ୍କ ମା-ବାପାମାନେ। ନିଜ ସନ୍ତାନମାନଙ୍କ ଗହଣରେ ଶେଷ ଜୀବନ ବିତାଇବାକୁ ଆଶା ରଖିଥିବା ଏହି ବୟସ୍କମାନେ ଶେଷରେ ଏକୁଟିଆ ହୋଇଯାନ୍ତି ନତୁବା ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ଗହଣରେ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି।
ପ୍ରାରମ୍ଭିକ ସମୟରେ ପିଲାମାନଙ୍କର ମସ୍ତିଷ୍କ ବିକାଶ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଅତି ଚତୁରତାର ସହ ସେମାନଙ୍କର ମାନସିକ ବିକାଶରେ ପରିବାରର ସଦସ୍ୟମାନେ ସହଯୋଗ କରିବା ଆବଶ୍ୟକ। ଶିଶୁଟିଏ ଜନ୍ମ ହେବାର ପ୍ରଥମ ହଜାର ଦିନ ମଧ୍ୟରେ ତାର ମସ୍ତିଷ୍କ ତୀବ୍ର ଭାବରେ ବିକାଶ ହୋଇଥାଏ। ଏହି ସମୟରେ ଶିଶୁଟିଏ ଶାରୀରିକ ବୃଦ୍ଧି ସହ ପାରିପାର୍ଶ୍ୱିକ ପରିବେଶରୁ ଅନେକ କିଛି ଶିଖିଥାଏ, ଯାହାକି ତା’ର ଭବିଷ୍ୟତ ଗଠନର ମୂଳଦୁଆ ହୋଇଥାଏ। ଗୋଟିଏ ଶିଶୁକୁ ଠିକ୍‌ ଭାବରେ ପ୍ରଥମରୁ ଗଢ଼ିପାରିଲେ ଗୋଟିଏ ସୁସ୍ଥ ଓ ବିକଶିତ ସମାଜ ଗଠନ ସହଜ ସମ୍ଭବ ହୁଏ । କିନ୍ତୁ ଗୋଟିଏ ଏକକ ପରିବାରରେ ଶିଶୁଟିଏ ସର୍ବଦା ସମ୍ପର୍କ ଓ ସମ୍ବନ୍ଧ ଅଭାବରେ ଦିନ କାଟିଥାଏ । ସମ୍ପର୍କର ଅଭାବରେ ଜର୍ଜରିତ ହୋଇଯାଏ ତା’ର ଶୈଶବ। ମାତା, ପିତାମାନେ ସେମାନଙ୍କ ପିଲାମାନଙ୍କ ପାଇଁ ସବୁ ଖୁସି ଓ ସୁବିଧା ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେହି ପିଲା ବଡ ହେବା ପରେ ସେମାନଙ୍କ ସାହାରା ହେବା ବଦଳରେ ବୃଦ୍ଧାଶ୍ରମରେ ଛାଡିଦେବା ପାଇଁ କୁଣ୍ଠାପ୍ରକାଶ କରୁନାହାନ୍ତି। ଯେତିକି ଯେତିକି ସଂଯୁକ୍ତ ପରିବାର ଭାଙ୍ଗି ଅଣୁ ପରିବାର ବଢୁଛି, ସେହି ଅନୁପାତରେ ବୃଦ୍ଧାଶ୍ରମ ସଂଖ୍ୟା ବଢୁଛି। ଏକ ଭଲ ସମାଜ ଗଠନରେ ପରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିବାରରୁ ହିଁ ଜଣେ ବ୍ୟକ୍ତି ନିଜ ମାତୃଭାଷା, ସଂସ୍କୃତି ଏବଂ ସଂସ୍କାର ଜ୍ଞାନ ପାଇଥାଏ। ପ୍ରତ୍ୟେକ ପଦକ୍ଷେପରେ ସେ ନିଜର ଭାବର ଆଦାନ ପ୍ରଦାନ ପାଇଁ ଏକ ସାଥୀ ଆବଶ୍ୟକ କରେ। ପରିବାରରେ ସେ ସେହି ସାଥୀକୁ ତାଙ୍କ ଭାଇ, ଭଉଣୀ, ମାତା,ପିତା ଏବଂ ପତ୍ନୀ ଆକାରରେ ପାଇଥା’ନ୍ତି, ଯାହାଫଳରେ ସେ ନିଜ ଜୀବନକୁ ଖୁସିରେ ଆଗକୁ ବଢାଇଥାଏ। ସେଥିରେ ଅଭାବ ରହିଲେ ସେ ଏକଲାପଣର ଶିକାର ହେବା ସ୍ବାଭାବିକ। ଯଦି ଗୋଟିଏ ଶିଶୁକୁ ଭଲ ଖେଳଣା ଦିଆ ନ ଯାଏ, ତେବେ ସେ କିଛିସମୟ କାନ୍ଦିପାରେ, ମାତ୍ର ଯଦି ତାକୁ ଭଲ ସଂସ୍କାର ଦିଆ ନ ଯାଏ, ତେବେ ସେ ଜୀବନସାରା କାନ୍ଦି ଥାଏ। ଭଲ ସଂସ୍କାର ଶିଶୁଟି ପାଇଥାଏ ନିଜ ପରିବାରରୁ, ବିଶେଷ କରି ସଂଯୁକ୍ତ ପରିବାରରୁ। ଆଜିର ସମୟରେ ଭାରତରେ ସେହି ଭାରତୀୟ ମହାନ୍‌ ସଂସ୍କୃତିର ମୂଳପିଣ୍ଡ ସଂଯୁକ୍ତ ପରିବାରର ପୁନଃ ସ୍ଥାପନର ଆବଶ୍ୟକତା ଅନୁଭବ ହେଉଛି। ବିଖଣ୍ଡିତ ପରିବାରକୁ ପୁନଃ ଅଖଣ୍ଡ ପରିବାରରେ ପରିଣତ କରିପାରିଲେ ଉଭୟ ଶିଶୁ ଓ ବୟସ୍କ ନାଗରିକମାନେ ଏକ ସୁସ୍ଥ ଓ ସୁଖକର ପରିବେଶରେ ସମୟ କାଟିପାରନ୍ତେ। ଶିଶୁଙ୍କ ଦେଖାଚାହାଁ ଆୟା ନୁହେଁ, ଜେଜେ ମା’ ଜେଜେ ବାପାଙ୍କ ପାଖରେ ହେଉ ଓ ଜେଜେ ମା’ ଜେଜେ ବାପାଙ୍କ ସମୟ ବୃଦ୍ଧାଶ୍ରମ ନୁହେଁ, ନାତୁଣୀ ନାତିଙ୍କ ଗହଣରେ କଟୁ। ଏହା ହିଁ ଆଜିର ସମୟରେ ସବୁଠାରୁ ବଡ ସାମାଜିକ ଆହ୍ବାନ।
ମୋ- ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri