ବର୍ଷା, ବନ୍ୟାରେ ଉଜୁଡ଼ିଲା ଧାନ ଫସଲ

ଡେରାବିଶ,୨ା୧୦ (ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ଡେରାବିଶ ବ୍ଲକରେ ବହୁ ଧାନ ଫସଲ ନଷ୍ଟ ହୋଇଛି। ଯେଉଁଠି ଧାନଗଛ ଭଲ ଥିଲା ଏବେ ହଳଦିଗୁଣ୍ଡି ଓ ଚକଡ଼ା ପୋକ ଲାଗି ତାହା ନଷ୍ଟ ହେବାକୁ ବସିଛି। ଏହାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ବ୍ଲକ ଅଧୀନ ଇନ୍ଦାଳୋ ପାଟର ଇନ୍ଦାଳୋ, ହରିଅଙ୍କ ଓ ଯଅଁରାବାରିମୂଳ ପଞ୍ଚାୟତର ଶହ ଶହ ଏକର ଧାନ ଫସଲ ନଷ୍ଟ ହୋଇଛି। ମାତ୍ର ୧୦ ପ୍ରତିଶତ ଜମିରେ ବଞ୍ଚତ୍ୟାଇଥିବା ଧାନ ଗଛରେ ଏବେ ପୋକ ଲାଗି ନଷ୍ଟ ହେବାରେ ଲାଗିଛି। ନାନକାରଠାରେ ଥିବା ସାଇଫନ୍‌ ଯୋଗେ ଇନ୍ଦାଳୋ ପାଟରୁ କରାଣ୍ଡିଆ ନଦୀମଧ୍ୟକୁ ଜଳ ନିଷ୍କାସିତ ହୋଇଥାଏ। ମାତ୍ର ଜଳ ସମ୍ପଦ ଓ ଡ୍ରେନେଜ୍‌ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ପାଟ ମଧ୍ୟରୁ ନଦୀକୁ ଜଳ ନିଷ୍କାସିତ ହୋଇପାରୁ ନ ଥିବା ନେଇ ପୂର୍ବତନ ବ୍ଲକ ଆତ୍ମା ସଭାପତି ଚୌଧୁରୀ ରବୀନ୍ଦ୍ର ଜେନା କହିଛନ୍ତି। ଚାଷୀ ଅଭା ପ୍ରକାଶ ରଥ, କାଳି ପ୍ରସାଦ ସେଠୀ, ବାମଦେବ ଦଳେଇ, ରଞ୍ଜନ ନାୟକ ପ୍ରମୁଖ କହିଛନ୍ତି, ବର୍ଷା ଜଳ ଦୀର୍ଘଦିନ ଧରି ବିଲରେ ଜମି ରହିବା ଫଳରେ ଧାନ ଗଛ ମୂଳ ପଚିଯାଇଛି। କେତେକ ଉଚ୍ଚା ଜମିରେ ବର୍ଷା ପରେ ଫସଲ ଭଲ ଅବସ୍ଥାରେ ଥିଲା। ମାତ୍ର ଏକସପ୍ତାହ ହେବ ହଳଦିଗୁଣ୍ଡି ଓ ଚକଡ଼ା ପୋକ ଲାଗିବା ଫଳରେ ଧାନଗଛର ପତ୍ର ହଳଦିଆ ପଡ଼ିଯାଇ ନଷ୍ଟ ହେବାରେ ଲାଗିଛି। ଧାର କରଜ କରି ସମବାୟ ସଂସ୍ଥାରୁ ଋଣ ଆଣି ଚାଷ କରିଥିବାରୁ କିପରି ଋଣ ପରିଶୋଧ କରାଯିବ ସେ ନେଇ ଚିନ୍ତାରେ ଅଛୁ ବୋଲି ଚାଷୀ ସଞ୍ଜୀବ ପଣ୍ଡା କହିଛନ୍ତି। ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡା କହିଛନ୍ତି, ରୋଗ ପୋକ ପାଇଁ ଚାଷୀ ଗ୍ରାମସେବକଙ୍କୁ ଜଣାଇବା ଆବଶ୍ୟକ। ତାଙ୍କ ସୁପାରିସରେ ସବ୍‌ସିଡ଼ିରେ ପୋକମରା ଔଷଧ ଯୋଗାଇ ଦିଆଯିବ। ବର୍ଷାରେ ନଷ୍ଟ ହୋଇଥିବା ଧାନଫସଲ ପାଇଁ କୃଷି ଓ ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri